ଜେ ଆଣ୍ଡ କେ ବ୍ୟାଙ୍କ ସରକାରଙ୍କ ନିୟନ୍ତ୍ରଣକୁ ଆସିବ

ନୂଆଦିଲ୍ଲୀ,୭-୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟିବା ପରେ ଏବେ କେନ୍ଦ୍ର ସରକାର ଜେ ଆଣ୍ଡ କେ ବ୍ୟାଙ୍କକୁ ନିଜ ନିୟନ୍ତ୍ରଣକୁ ନେବେ। ବର୍ତ୍ତମାନ ଏହି ବ୍ୟାଙ୍କର ୬୦ ପ୍ରତିଶତ ଅଂଶଧନ ରାଜ୍ୟ ସରକାରଙ୍କ ନିକଟରେ ରହିଛି। ଏହା ରାଜ୍ୟର ସବୁଠାରୁ ପ୍ରମୁଖ ବ୍ୟାଙ୍କ ଯାହାର ଶାଖା ସମ୍ପୂର୍ଣ୍ଣ ରାଜ୍ୟରେ ରହିଛି। ସରକାର ଏହି ବ୍ୟାଙ୍କକୁ ନିଜ ନିୟନ୍ତ୍ରଣରେ ନେବା ପରେ ବ୍ୟାଙ୍କ ବୋର୍ଡ ସମେତ ସମସ୍ତ ମହତ୍ୱପୂର୍ଣ୍ଣ ପଦରେ ନିଯୁକ୍ତି ଦେବାର ଅଧିକାର ପାଇଯିବେ। ଏବେ ଏହି ଅଧିକାର ରାଜ୍ୟ ସରକାରଙ୍କ ନିକଟରେ ରହିଛି। ଏହା ବର୍ତ୍ତମାନ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ, ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ପରିଚାଳିତ ହେବ। ଏବେ ରାଜ୍ୟ ସଚିବଙ୍କ ନିକଟରେ ଏହି ବ୍ୟାଙ୍କର ୫୫.୮୯ ପ୍ରତିଶତ ଏବଂ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ନିକଟରେ ୩.୩୪% ଅଂଶଧନ ରହିଛି। ବ୍ୟାଙ୍କକୁ ଅଧିକାଂଶ ଆର୍ଥିକ ସହାୟତା ରାଜ୍ୟ ସରକାର ଦେଇ ଆସୁଥିଲେ। ଏହାସତ୍ତ୍ୱେ ଏହାକୁ ଘରୋଇ ସେକ୍ଟର ବ୍ୟାଙ୍କ କୁହାଯାଉଛି।


All Right Reserved By Dharitri.Com

ଲୋକ ସଭାରେ ସ୍ପଷ୍ଟ କଲେ ଗଡ଼କରୀ: ଉନ୍ନତ ସଡ଼କ ଚାହୁଁଥିଲେ ଟୋଲ୍‌ ଟିକସ ଦେବାକୁ ହେବ

ନୂଆଦିଲ୍ଲୀ,୧୬-୭: ଟୋଲ୍‌ ଟିକସ ଆଦାୟକୁ ନେଇ କେନ୍ଦ୍ର ସଡ଼କ ପରିବହନ ତଥା ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ମଙ୍ଗଳବାର ସରକାରଙ୍କ ମତ ସ୍ପଷ୍ଟ କରିଛନ୍ତି।...

ସୁନା ଛୁଇଁବା ହେବ ସାତ ସପନ: ମାର୍ଚ୍ଚ-ଏପ୍ରିଲ୍‌ରେ ଟପିବ ୪୫ ହଜାର; ଡିସେମ୍ବରରେ ୫୦ ହଜାର !

ନୂଆଦିଲ୍ଲୀ,୨୦।୨: ଆଗକୁ ସୁନା ଛୁଇଁବା ସାତ ସପନ ପରି ହେବାକୁ ଯାଉଛି। ମାର୍ଚ୍ଚ-ଏପ୍ରିଲ୍‌ରେ ସୁନା ୧୦ ଗ୍ରାମ ପିଛା ଦାମ ୪୫ ହଜାର ଟଙ୍କା ଟପିବାର...

ହ୍ୟାକ୍‌ ହୋଇଛି ୨୭.୫ କୋଟି ଭାରତୀୟ ଡାଟା: ରିପୋର୍ଟ

ନୂଆଦିଲ୍ଲୀ,୧୨-୫: ଭାରତୀୟଙ୍କ ଡାଟା ଚୋରି ନେଇ ସିକ୍ୟୁରିଟି ରିସର୍ଚ୍ଚର ଡିସ୍‌କଭରୀ ଏକ ରିପୋର୍ଟ ପ୍ରକାଶ କରିଛି। ଏଥିରେ କୁହାଯାଇଛି ଯେ, ପ୍ରାୟ ୨ ସପ୍ତାହ ହେବ...

ଧର୍ମଘଟ ଯୋଗୁ ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ

ନୂଆଦିଲ୍ଲୀ,୯-୧: ବୁଧବାର ଦେଶବ୍ୟାପୀ ଧର୍ମଘଟ ଯୋଗୁ ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହୋଇଛି। ସରକାରଙ୍କ ବିଭିନ୍ନ ଜନ ବିରୋଧି ନିଷ୍ପତ୍ତିକୁ ବିରୋଧ କରି ଦେଶର ୧୦ କେନ୍ଦ୍ରୀୟ...

ବାତ୍ୟା ପ୍ରଭାବିତ ଏମ୍‌ଏସ୍‌ଏମ୍‌ଇ ଲାଗି ଆସୁ ପୁନରୁଦ୍ଧାର ପ୍ୟାକେଜ: କ୍ଷୁଦ୍ର ଶିଳ୍ପ ସଂଘ

ଭୁବନେଶ୍ୱର,୯-୬: କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ଶିଳ୍ପ ସଂଘ ଓଡ଼ିଶା ଆସେମ୍ବଲି ଅଫ୍‌ ସ୍ମଲ ଆଣ୍ଡ ମିଡିୟମ ଏଣ୍ଟରପ୍ରାଇଜେସ୍‌(ଓସ୍‌ମେ)ର ପ୍ରତିନିଧି ଦଳ ଭୁବନେଶ୍ୱର ଭେଟି...

ପିଆଜର ଦରବୃଦ୍ଧି ନେଇ ବଢ଼ିଲା ଚିନ୍ତା;୫୦ହଜାର ଟନ ଉଠାଇବାକୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୭ -୮: ଗରିବର ପରିବା କୁହାଯାଉଥିବା ପିଆଜର ଅହେତୁକ ଦରବୃଦ୍ଧିକୁ ନେଇ କେନ୍ଦ୍ର ସରକାର ଚିନ୍ତିତ। ଦର ନିୟନ୍ତ୍ରଣ ଲାଗି ଏବେ କେନ୍ଦ୍ର ଖାଦ୍ୟ ଯୋଗାଣ...

ଶୀଘ୍ର କାର୍ଯ୍ୟକ୍ଷମ ହେବ ଏସ୍‌ବିଆଇର ସବୁ ଶାଖା

ଭୁବନେଶ୍ୱର,୧୨-୫ : ଫନୀ ଯୋଗୁ ପ୍ରଭାବିତ ହୋଇଥିବା ରାଜ୍ୟର ୧୪ ଜିଲାରେ ଥିବା ନିଜର ଅଧିକାଂଶ ଶାଖାକୁ କାର୍ଯ୍ୟକ୍ଷମ କରାଇଥିବା ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ...

ଏସ୍‌ବିଆଇ ଆକାଉଣ୍ଟଧାରୀଙ୍କୁ ରଖିବାକୁ ହେବ ସର୍ବନିମ୍ନ ୩ ହଜାର ଜମା

ନୂଆଦିଲ୍ଲୀ,୧୪-୯: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପାଇଁ ଅକ୍ଟୋବର ପହିଲାରୁ କେତେକ ସର୍ଭିସ ଚାର୍ଜରେ ପରିବର୍ତ୍ତନ କରାଯିବ। ଜମାଖାତାରେ ମାସକୁ ସର୍ବନିମ୍ନ ଜମା ରାଶି ନ...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *