୫,୫୦୦ ପେଟ୍ରୋଲ ପମ୍ପ ଖୋଲିବେ ରିଲାଏନ୍ସ-ବିପି

ନୂଆଦିଲ୍ଲୀ,୭-୮: ସାରା ଦେଶରେ ୫,୫୦୦ ପେଟ୍ରୋଲ ପମ୍ପ ଖୋଲିବା ଲାଗି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ ଏବଂ ବିପି ପିଏଲ୍‌ସି ଚୁକ୍ତିରେ ସାମିଲ ହୋଇଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏବଂ ବିପି ପକ୍ଷରୁ ଗ୍ରୁପ୍‌ ଚିଫ୍‌ ଏକଜେକ୍ୟୁଟିଭ ବବ୍‌ ଡଡ୍‌ଲେଙ୍କ ମଧ୍ୟରେ ମଙ୍ଗଳବାର ମୁମ୍ବାଇଠାରେ ବୁଝାମଣା ସ୍ବାକ୍ଷରିତ ହୋଇଛି। ଭାରତ ଏକ ଅଭିବୃଦ୍ଧିଶୀଳ ବଜାର ହୋଇଥିବାରୁ ଏଠାରେ ସମ୍ପ୍ରସାରଣ ନେଇ ଏଭଳି ପଦକ୍ଷେପ ନିଆଯାଇଥିବା ଦୁଇ କମ୍ପାନୀ ପକ୍ଷରୁ ସୂଚନା ରହିଛି। ଯାନ ବାହାନ ଲାଗି ଇନ୍ଧନ ଏବଂ ବିମାନ ଇନ୍ଧନ ଉପଲବ୍ଧ କରାଯିବାକୁ ଏହା ଦ୍ୱାରା ଯୋଜନା ଗ୍ରହଣ କରାଯିବ। ଭାରତୀୟ ଗ୍ରାହକଙ୍କୁ ଗୁଣବତ୍ତା ଏବଂ ଅତ୍ୟାଧୁନିକ ସେବା ଯୋଗାଣ ଲକ୍ଷ୍ୟରେ ଦୁଇ କମ୍ପାନୀ ଚୁକ୍ତିରେ ସାମିଲ ହୋଇଛନ୍ତି। ୨୦୧୧ରେ ଦୁଇ ସଂସ୍ଥା ପ୍ରଥମେ ଚୁକ୍ତିରେ ସାମିଲ ହୋଇଥିଲେ। ତେଲ ଏବଂ ମୋବିଲିଟି ବାଣିଜ୍ୟରେ ରହିଥିବା ବିଭିନ୍ନ ବିକଳ୍ପ ସମ୍ପ୍ରସାରଣ ଲାଗି ୨୦୧୭ରେ ଦୁଇ କମ୍ପାନୀ ଯୋଜନା କରିଥିଲେ।
ଚୁକ୍ତି ଅବସରରେ ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି ଯେ, ଫୁଏଲ ରିଟେଲିଂରେ ଗ୍ଲୋବାଲ ଲିଡର ଭାବେ ପରିଚିତ ବିପି ସହ ଚୁକ୍ତିରେ ସାମିଲ ହୋଇ ଅତ୍ୟନ୍ତ ଖୁସି। ବିପି ସହ ମିଳିତ ହୋଇ ଗ୍ୟାସ୍‌ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବେଳେ ବର୍ତ୍ତମାନ ରିଟେଲିଂ ଏବଂ ବିମାନ ଇନ୍ଧନ ଯୋଗାଣକୁ ତ୍ୱରାନ୍ବିତ କରାଯିବାକୁ ଲକ୍ଷ୍ୟ ରହିଛି। ସାରା ଦେଶରେ ଗ୍ରାହକଙ୍କୁ ବିଶ୍ୱ ସ୍ତରୀୟ ସେବା ଯୋଗାଣ ଲକ୍ଷ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମୁକେଶ କହିଛନ୍ତି।
ସେହିଭଳି ଗ୍ରୁପ ଚିଫ୍‌ ଏକଜେକ୍ୟୁଟିଭ ବବ୍‌ ଡଡଲେ କହିଛନ୍ତି, ଭାରତ ଏକ ପ୍ରମୁଖ ଅଭିବୃଦ୍ଧିଶୀଳ ବଜାର ହୋଇଥିବାରୁ ଇନ୍ଧନ ଆବଶ୍ୟକତା ପୂରଣ ଲକ୍ଷ୍ୟରେ କାର୍ଯ୍ୟ କରୁଛୁ। ଅଭିବୃଦ୍ଧି ଏବଂ ନୂତନ ସୁଯୋଗକୁ ନଜରରେ ରଖି ଭାରତରେ ବୃହତ୍ତ ସଂଖ୍ୟାରେ ନିବେଶ କରିଛୁ। ରିଲାଏନ୍ସ ସହ ମିଶି ଗ୍ୟାସ କ୍ଷେତ୍ରରେ ଏବେ କାର୍ଯ୍ୟ କରୁଥିବା ବେଳେ ଏହି ଧାରାକୁ ଇନ୍ଧନ ରିଟେଲିଂ ଏବଂ ବିମାନ ଇନ୍ଧନ କ୍ଷେତ୍ରକୁ ସମ୍ପ୍ରସାରଣ କରିବାକୁ ପଦକ୍ଷେପ ନିଆଯାଇଥିବା ସେ ସ୍ପଷ୍ଟ କରିଛନ୍ତି।
ଯୌଥ ଉଦ୍ୟୋଗରେ ରିଲାଏନ୍ସ ନିକଟରେ ୫୧% ଏବଂ ବିପି ନିକଟରେ ୪୯% ଅଂଶଧନ ରହିବ। ୨୦୧୯ ସୁଦ୍ଧା ଚୁକ୍ତି ସଂକ୍ରାନ୍ତ ସମସ୍ତ ଆନୁସଙ୍ଗିକ କାର୍ଯ୍ୟକୁ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିଭଳି ୨୦୨୦ ପ୍ରଥମାର୍ଦ୍ଧ ସୁଦ୍ଧା ଟ୍ରାଞ୍ଜାକଶନ ଶେଷ କରିବାକୁ ଯୋଜନା ଧାର୍ଯ୍ୟ ହୋଇଛି। ଆଗାମୀ ୨୦ ବର୍ଷରେ ଭାରତ ବିଶ୍ୱର ସର୍ବବୃହତ୍ତ ଅଭିବୃଦ୍ଧିଶୀଳ ବଜାର ହେବ ବୋଲି ଆକଳନ କରାଯାଇଛି। ଏହି ସମୟରେ ଦେଶର ପାସେଞ୍ଜର ଯାନ ୬ ଗୁଣା ବୃଦ୍ଧି ଘଟିବ। ବର୍ତ୍ତମାନ ୧୪୦୦ ସାଇଟରେ ରିଲାଏନ୍ସର ଫୁଏଲ ରିଟେଲିଂ ଷ୍ଟେଶନ ରହିଛି। ନୂଆ ଚୁକ୍ତି ଦ୍ୱାରା ଏହାକୁ ୫,୫୦୦କୁ ବୃଦ୍ଧି କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଆଗାମୀ ୫ ବର୍ଷ ମଧ୍ୟରେ ଏହି ଷ୍ଟେଶନଗୁଡିକ ଖୋଲିବ ବୋଲି ସୂଚନା ରହିଛି। ଏହା ମଧ୍ୟରେ ରିଲାଏନ୍ସର ବିମାନ ଇନ୍ଧନ ବାଣିଜ୍ୟକୁ ମଧ୍ୟ ସାମିଲ କରାଯାଇଛି। ଦେଶର ୩୦ ବିମାନ ବନ୍ଦରରେ ରିଲାଏନ୍ସ ବିମାନ ଇନ୍ଧନ ଯୋଗାଣ କରୁଛି। ଏହି ଧାରାକୁ ଦୁଇ କମ୍ପାନୀ ମିଳିତ ହୋଇ ଆହୁରୀ ବୃଢ କରିବା ନେଇ ଆଶାବାଦୀ ଅଛନ୍ତି। ସେହିଭଳି ଜିଓ ଡିଜିଟାଲ ପ୍ଲାଟଫର୍ମରେ ଲୋକଙ୍କୁ ଡିଜିଟାଲ ଏକ୍ସପେରିଏନ୍ସ ପ୍ରଦାନ କରିବା ନେଇ ଲକ୍ଷ୍ୟ ରଖାଯାଇଛି। ଉକ୍ତ ନେଟଓ୍ବର୍କରେ କ୍ୟାଷ୍ଟ୍ରଲ ଲୁବ୍ରିକାଣ୍ଟ ମଧ୍ୟ ଉପଲବ୍ଧ ହେବ। ମୋବାଇଲ ଫୁଏଲିଂ ୟୁନିଟ ସମେତ ପ୍ୟାକେଜ ଫୁଏଲ ଏବଂ ଫୁଏଲର ହୋମ ଡେଲିଭରି ମଧ୍ୟ ଲୋକଙ୍କୁ ଦିଆଯିବ। ରିଲାଏନ୍ସର ଜାମନଗର ରିଫାଇନିଂ ଫାସିଲିଟିରୁ ଫୁଏଲ ଯୋଗାଣ ନେଇ ଯୋଜନା ରଖାଯାଇଛି।


All Right Reserved By Dharitri.Com

ଭିଡିଓକନ ମାମଲା;ସ୍ବାମୀଙ୍କ ସହ ଚନ୍ଦା କୋଚ୍ଚରଙ୍କୁ ଇଡି ସମନ

ନୂଆଦିଲ୍ଲୀ,୨୪-୪: ଭିଡିଓକନ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଚନ୍ଦା କୋଚ୍ଚର ଏବଂ ତାଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କୁ ସମନ...

ଷ୍ଟାର୍ଟଅପ୍‌ ପ୍ରତିଷ୍ଠାରେ ଦିଲ୍ଲୀ-ଏନ୍‌ସିଆର୍‌ ସର୍ବାଗ୍ରେ

ନୂଆଦିଲ୍ଲୀ,୧୦-୯: ଷ୍ଟାର୍ଟଅପ୍‌ ଏବଂ ୟୁନିକର୍ନ ପ୍ରତିଷ୍ଠା କ୍ଷେତ୍ରରେ ମୁମ୍ବାଇ, ବେଙ୍ଗାଲୁରୁକୁ ପଛରେ ପକାଇ ଦେଇଛି ଦିଲ୍ଲୀ-ଏନ୍‌ସିଆର୍‌। ଏଠାରେ ଷ୍ଟାର୍ଟଅପ୍‌ଙ୍କ ସଂଖ୍ୟା ୭୦୩୯ରେ ପହଞ୍ଚତ୍ଛି ବୋଲି ଜିନୋଭ...

ବିଦେଶୀ ସଭରେନ ବଣ୍ଡ ଯୋଜନା; ପୁନର୍ବିଚାର ଲାଗି ସୀତାରାମନ୍‌ ଅରାଜି

ନୂଆଦିଲ୍ଲୀ,୨୯-୭: ବିଦେଶୀ ସଭରେନ ବଣ୍ଡ ଜାରି କରି ଭାରତ ପ୍ରାୟ ୧୦ ବିଲିୟନ ଡଲାର ଋଣ ଆଣିବାକୁ ବିଚାର କରୁଛି। ଏହାକୁ ଦେଶର ବହୁ ନାମିଦାମୀ...

ସଜହ ହେବ ବ୍ୟବସାୟ;ଇଜ୍‌ ଅଫ୍‌ ଡୁଇଂ ବିଜନେସ ର଼୍ୟାଙ୍କିଙ୍ଗରେ ଟପ୍‌ ୫୦ରେ ସ୍ଥାନ ପାଇବା ଲକ୍ଷ୍ୟ

ନୂଆଦିଲ୍ଲୀ,୨୩-୪: ବ୍ୟବସାୟୀ ସୁଗମତା କ୍ଷେତ୍ରରେ ଭାରତ ଆଉ କିଛି ଦିନ ଭିତରେ ଇତିହାସ ରଚିବାକୁ ଯାଉଛି। କେନ୍ଦ୍ର ସରକାର ଦେଶରେ ବ୍ୟବସାୟ ସୁଗମତାକୁ ଆହୁରି ସହଜ...

ଟିକସ ହ୍ରାସ ନେଇ ପରାମର୍ଶ ଲୋଡିଲା ଅର୍ଥମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୪-୧୧: ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ କ୍ଷେତ୍ରରେ ବିଭିନ୍ନ ପରିବର୍ତ୍ତନ ଆଣିବା ଲାଗି ସରକାର ଯୋଜନା ରଖିଛନ୍ତି। ଆଗାମୀ ବଜେଟରେ ଏଥି ସଂକ୍ରାନ୍ତ ଘୋଷଣା...

ଦିଭିସା ହର୍ବାଲ କେୟାର ସହ ଯୋଡ଼ି ହେଲେ ରବିନା ଟଣ୍ଡନ

ଚଣ୍ଡିଗଡ,୨୨ା୬: ଦିଭିସା ହର୍ବାଲ କେୟାର ଲିମିଟେଡ ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କୁ ନିଜ ଆୟୁର୍ବେଦିକ ଟନିକ ବ୍ରାଣ୍ଡ ‘ସଚ୍ଚି ସହେଲୀ’ ଲାଗି ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ...

ବର୍ଷକ ଭିତରେ ଆସିବ ନୂଆ ଇ-କମର୍ସ ପଲିସି

ନୂଆଦିଲ୍ଲୀ,୨୬-୬: କେନ୍ଦ୍ର ସରକାର ଆସନ୍ତା ଏକ ବର୍ଷ ଭିତରେ ନୂଆ ରାଷ୍ଟ୍ରୀୟ ଇ-ବାଣିଜ୍ୟ (ଇ-କମର୍ସ) ନୀତି ଜାରି କରିବେ। ଏହାଦ୍ୱାରା ଇଣ୍ଟରନେଟ୍‌ ଜରିଆରେ ଅନ୍‌ଲାଇନରେ ହେଉଥିବା...

ପାସେଞ୍ଜର ଯାନ ବିକ୍ରି ୧୮% କମିଲା

ନୂଆଦିଲ୍ଲୀ,୧୧-୭: ଚଳିତ ବର୍ଷ ଜୁନମାସରେ ପାସେଞ୍ଜର ଯାନ ବିକ୍ରି ୧୭.୫୪% ହ୍ରାସ ଘଟି ୨.୨୫ ଲକ୍ଷ ୟୁନିଟ ରହିଛି। ଏହା ଗତ ବର୍ଷ ସମାନ ସମୟରେ...

Leave a comment

Your email address will not be published. Required fields are marked *