Posted inଖେଳ

କ୍ୱାର୍ଟରଫାଇନାଲରେ ଭାରତ

ନୂଆଦିଲ୍ଲୀ, ୬।୮ (ପି.ଟି.)- ମ୍ୟାନମାରରେ ଚାଲିଥିବା ୨୩ ବର୍ଷରୁ କମ୍‌ ଏସିଆନ୍‌ ଭଲିବଲ୍‌ ଚାମ୍ପିୟନଶିପ୍‌ରେ ଭାରତୀୟ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଭାରତ ୨-୩ରେ ଥାଇଲାଣ୍ଡଠାରୁ ପରାସ୍ତ ହୋଇଥିଲା। କିନ୍ତୁ ଏଥିପୂର୍ବରୁ ଚାଇନା ଓ ନ୍ୟୁଜିଲାଣ୍ଡକୁ ହରାଇ ୩ ମ୍ୟାଚ୍‌ରୁ ୬ ପଏଣ୍ଟ ପାଇ ନିଜ ଗ୍ରୁପ୍‌ରେ ଶୀର୍ଷ ସ୍ଥାନ ହାସଲ କରିଥିବାରୁ ଭାରତ ଅନ୍ତିମ-୮ରେ ପହଞ୍ଚତ୍ବାରେ କୌଣସି ଅସୁବିଧା ହୋଇନାହିଁ। ଭାରତୀୟ ଦଳ ପ୍ରଥମଥର ଲାଗି ଏହି ସମ୍ମାନଜନକ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହେବାର ସୌଭାଗ୍ୟ ଲାଭ କରିଛି। ଭାରତ ସମେତ ଏହି ଗ୍ରୁପ୍‌ରୁ ଚାଇନା ମଧ୍ୟ ୩ ମ୍ୟାଚ୍‌ରୁ ୨ ବିଜୟ ଓ ଗୋଟିଏ ପରାଜୟ ସହ ୬ ପଏଣ୍ଟ ପାଇ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଛି।


All Right Reserved By Dharitri.Com

Posted inଖେଳ View All

ଇଂଲଣ୍ଡକୁ ହରାଇଲା ଦକ୍ଷିଣ ଆଫ୍ରିକା

ସେଞ୍ଚୁରିଅନ୍‌, ୩୦ା୧୨ (ଏଏଫ୍‌ପି)-ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ସିରିଜରେ ଦକ୍ଷିଣ ଆଫ୍ରିକା ଏହାର ପ୍ରଥମ ଟେଷ୍ଟ ବିଜୟ ହାସଲ କରିଛି। ରବିବାର ସ୍ଥାନୀୟ ସୁପର ସ୍ପୋଟର୍‌ସ ପାର୍କଠାରେ...

ପିତାଙ୍କ ମୃତ୍ୟୁ ପରେ ମା’ ବସ୍‌ କଣ୍ଡକ୍ଟର କାମ କରି ପୁଅକୁ କଲେ କ୍ରିକେଟର,ଏବେ ଭାରତୀୟ ଦଳରେ ମିଳିଲା ସ୍ଥାନ

ମୁମ୍ବାଇ, ୧।୯:ଶ୍ରୀଲଙ୍କାରେ ହେବାକୁ ଥିବା ୟୁଥ୍‌ ଏସିଆ କପ୍‌ ଟୁର୍ନାମେଣ୍ଟ ପାଇଁ ଅଣ୍ଡର-୧୯ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦଳରେ ସାମିଲ୍‌ ହୋଇଛନ୍ତି ଜଣେ...

ଭାରତକୁ ସାହାଯ୍ୟ ମାଗିଲେ ସୋଏବ ଅଖତର

ଇସଲମାବାଦ, ୩୦।୬:ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର ଭାରତକୁ ସାହାଯ୍ୟ ମାଗିଛନ୍ତି। ଆଇସିସି ବିଶ୍ୱକପରେ ପାକିସ୍ତାନକୁ ସେମିଫାଇନାଲରେ ପହଞ୍ଚିବାରେ ଭାରତ ସହାୟତା ଆବଶ୍ୟକ ବୋଲି ସେ...

୫୦ ବର୍ଷରେ ଚେସ୍‌ ଯାଦୁଗର ଆନନ୍ଦ

ଚେନ୍ନାଇ, ୧୨।୧୨ (ପି.ଟି.)- ଭାରତର କିମ୍ବଦନ୍ତୀ ଚେସ୍‌ ତାରକା ତଥା ୫ ଥର ବିଶ୍ୱ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦ ବୁଧବାର ୫୦ ବର୍ଷରେ ପଦାର୍ପଣ କରିଛନ୍ତି।...

ଅରୁଣାଚଳପ୍ରଦେଶକୁ ହରାଇ ଝାଡ଼ଖଣ୍ଡ ଚାମ୍ପିୟନ

କଟକ ଅଫିସ,୨୧ା୬- ଅଲ୍‌ ଇଣ୍ଡିଆ ଫୁଟ୍‌ବଲ ଫେଡେରେଶେନ(ଏଆଇଏଫ୍‌ଏଫ) ଆନୁକୂଲ୍ୟରେ କଟକରେ ଚାଲିଥିବା ସବ୍‌ଜୁନିୟର ବାଳିକା ଜାତୀୟ ଫୁଟବଲ ଚାମ୍ପିୟନଶିପରେ ଝାଡ଼ଖଣ୍ଡ ଚାମ୍ପିୟନ ହୋଇଛି। ଗୁରୁବାର ଅନୁଷ୍ଠିତ...

ଡିନ୍‌ ଏଲଗାରଙ୍କ ଶତକ

ବିଶାଖାପାଟଣା,୪।୧୦: ଓ୍ବାଇ.ଏସ ରାଜଶେଖର ରେଡ୍ଡୀ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଭାରତ ବିପକ୍ଷରେ ଶତକ ହାସଲ କରିଛନ୍ତି ଦକ୍ଷିଣ ଆଫ୍ରିକାର ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ଡିନ୍‌ ଏଲଗାର।...

ସିରିଜ୍‌ ମୂଳ ପୋଛ କଲା ଭାରତ

ମାଉଣ୍ଟ ମାଉଁଗାନୁଇ,୨।୨- ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ସମସ୍ତ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରି ଟିମ ଇଣ୍ଡିଆ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌କୁ ମୂଳପୋଛ...

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌: ୧୦ ଉଇକେଟରେ ପାକିସ୍ତାନକୁ ହରାଇ ଫାଇନାଲରେ ଭାରତ

ପୋଚେଫ୍ସଟ୍ରୁମ୍‌,୪।୨(ପି.ଟି.)- ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଗତଥରର ଚାମ୍ପିୟନ ଭାରତ ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ ବୋଲିଂ ଓ ପରେ ବ୍ୟାଟିଂରେ...

Leave a comment

Your email address will not be published. Required fields are marked *