ମାନସିକ ଚାପରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ମୁଠାଏ…

ସକାଳେ ମୁଠାଏ ସୋଲା ବୁଟ ଗଜା ଚୋବାଇ ଖାଇଲେ ମିଳିଥାଏ ଅନେକ ଫାଇଦା। ଏହା କୋଷ୍ଠକାଠିନ୍ୟରୁ ମୁକ୍ତି ଦିଏ। ଏଥିରେ ଥିବା ଟ୍ରିପ୍ଟାଫେନ୍‌ ମାନସିକ ଚାପ କମ୍‌ କରି ଶାନ୍ତି ପ୍ରଦାନ କରେ ବୋଲି ଜମ୍ମୁ ଆୟୁର୍ବେଦିକ ଇନଷ୍ଟିଚ୍ୟୁଟ୍‌ରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଏହା ରକ୍ତରେ କୋଲେଷ୍ଟରଲ ସ୍ତର ହ୍ରାସ କରି ହାର୍ଟ ଆଟାକ୍‌ରୁ ଦୂରେଇ ରଖେ। ଏଥିରେ ଥିବା ଆଲ୍ଫା ଲିନୋଲେନିକ ଏସିଡ୍‌, ଆମିନୋ ୩ ଫ୍ୟାଟି ଏସିଡ୍‌ କୋଲେଷ୍ଟରଲସ୍ତରକୁ କମ୍‌ କରେ । ଏଥିରେ ଭରପୂର ମାତ୍ରାରେ ପ୍ରୋଟିନ ରହିଥାଏ । ଏହା ମାଂସପେଶୀକୁ ଶକ୍ତ କରେ। ଏଥିରେ ଥିବା ତନ୍ତୁଜ କୋଷ୍ଠକାଠିନ୍ୟ ଦୂର କରି ହଜମ ଶକ୍ତି ବଢ଼ାଏ । ବୁଟ ଗଜା ରକ୍ତ ଶର୍କରାସ୍ତରକୁ ନିୟନ୍ତ୍ରିତ କରେ । ଫଳରେ ଡାଇବେଟିସ୍‌ରୁ ମୁକ୍ତି ମିଳେ ବୋଲି ଏହି ଗବେଷଣା ରିପୋର୍ଟରେ ଉଲ୍ଲେଖ ରହିଛି।


All Right Reserved By Dharitri.Com

ମାଲେଗାଁଓ ବିସ୍ଫୋରଣ ମାମଲା: କୋର୍ଟରେ ହାଜର ହେଲେ ସାଧ୍ୱୀ ପ୍ରଜ୍ଞା

ପାଟନା. ୭।୬: ୨୦୦୮ ମାଲେଗାଓଁ ବିସ୍ଫୋରଣର ଅଭିଯୁକ୍ତ ତଥା ଭାଜପା ସାଂସଦ ଏମ୍‌ପି ପ୍ରଜ୍ଞା ସିଂହ ଠାକୁର ଶୁକ୍ରବାର ମୁମ୍ବାଇ କୋର୍ଟରେ ହାଜର ହୋଇଛନ୍ତି। ସାଧ୍ୱୀ...

ଭୁଲ୍‌ରେ ବି ପିଅନ୍ତୁନି କଞ୍ଚା କ୍ଷୀର

ପ୍ରତିଦିନ ଗୋଟିଏ ଗ୍ଲାସ କ୍ଷୀର ପିଇବା ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି। କ୍ଷୀରରେ ଭରପୂର ମାତ୍ରାରେ କ୍ୟାଲସିୟମ ଓ ପ୍ରୋଟିନ ରହିଛି, ଯାହା ହାଡ଼ର ବିକାଶ...

ଭୋଟର ପରିଚୟପତ୍ର ସହ ଆଧାର ଲିଙ୍କ୍‌ ପ୍ରସ୍ତାବ

ନୂଆଦିଲ୍ଲୀ,୧୭ା୮: ଆଧାର ନମ୍ବରକୁ ଭୋଟର ପରିଚୟପତ୍ର ସହ ତୁରନ୍ତ ସଂଯୋଗ କରିବା ଲାଗି ନିର୍ବାଚନ କମିଶନ (ଇସି) ଆଇନଗତ କ୍ଷମତା ଚାହୁଁଛନ୍ତି। ସେଥିପାଇଁ ବର୍ତ୍ତମାନର ଆଇନରେ ସଂଶୋଧନ...

କାନରେ ପାଣି ପଶିଥିଲେ….

ଗାଧୋଇବା ସମୟରେ ହେଉ ଅବା ସୁଇମିଂ ସମୟରେ ବେଳେ ବେଳେ କାନରେ ପାଣି ପଶି ଯାଇଥାଏ। ଏହାକୁ ବାହାର କରିବାକୁ କେତେଜଣ ଅସ୍ତବ୍ୟସ୍ତ ହୋଇଯାଇ ବିଭିନ୍ନ...

ଆର୍‌ଟିଆଇ ଆଇନକୁ ୧୪ ପୂରିଲା: ସୂଚନା କମିଶନରେ ଗଡ଼ୁଛି ୨ ଲକ୍ଷ ମାମଲା

ନୂଆଦିଲ୍ଲୀ,୧୩ା୧୦(ଆଇଏଏନ୍‌ଏସ୍‌): ଦେଶର ସୂଚନା କମିଶନଗୁଡ଼ିକ ନିକଟରେ ୨ ଲକ୍ଷରୁ ଊର୍ଦ୍ଧ୍ୱ ମାମଲା ଗଡ଼ୁଛି। ସୂଚନା ଅଧିକାର (ଆର୍‌ଟିଆଇ) ଆଇନ, ୨୦୦୫କୁ ଶନିବାର ୧୪ ବର୍ଷ ପୂରିଛି।...

ମହାରାଷ୍ଟ୍ର କଂଗ୍ରେସକୁ ଝଟ୍‌କା: ବିଧାୟକ ପଦରୁ ଇସ୍ତଫା ଦେଲେ ରାଧାକୃଷ୍ଣ ପାଟିଲ

ମୁମ୍ବାଇ,୬।୪: ଲୋକ ସଭା ନିର୍ବାଚନରେ ପରାଜୟ ବରଣ କରିଥିବା କଂଗ୍ରେସକୁ ପୁଣି ଥରେ ଲାଗିଛି ଏକ ବଡ ଝଟକା। ମହାରାଷ୍ଟ୍ରର କଂଗ୍ରେସ ବିଧାୟକ ରାଧାକୃଷ୍ଣ ବିଖେ...

ନିଜକୁ ଗୁଳି ମାରି ଆତ୍ମହତ୍ୟା କଲେ ଡିସିପି

ଫରିଦାବାଦ୍‌,୧୪।୮: ହରିୟାଣାରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଫରିଦାବାଦର ଡେପୁଟୀ କମିଶନର ଅଫ୍‌ ପୋଲିସ୍‌(ଡିସିପି) ବିକ୍ରମ କପୁର ବୁଧବାର ସକାଳୁ ନିଜ ବାସଭବନରେ ଗୁଳିମାରି...

ତରୁଣ/ତରୁଣୀ ହେବା ପୂର୍ବରୁ ପିଲାଙ୍କୁ ଏସବୁ କାମ ଶିଖାନ୍ତୁ: ରହିବେ ନିର୍ଭୟ

ପିଲାଟିଏ ସ୍କୁଲରେ ପାଠପଢ଼ି ପାରେ। ମାତ୍ର କଥା ଯେତେବେଳେ ଜୀବନର ଉଠେ ତାହା ବିଦ୍ୟାଳୟ ନୁହେଁ ବରଂ ମା’ବାପା ଏହା ଭଲ ଭାବେ ଶିଖାଇପାରିବେ। ତେବେ...

Leave a comment

Your email address will not be published. Required fields are marked *