Posted inଜାତୀୟ

ପ୍ରଥମଥର ନୂଆବୋହୂ ହାତ ରନ୍ଧା ଖାଇ ଡାକ୍ତରଖାନାରେ ପୂରା ପରିବାର

ଲକ୍ଷ୍ନୌ,୬।୮:ଉତ୍ତର ପ୍ରଦେଶର ମୁରାଦାବାଦ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହ ପରେ ନୂଆବୋହୂର ହାତରନ୍ଧା ପ୍ରଥମଥର ଖାଇ ଡାକ୍ତରଖାନାରେ ପହଞ୍ଚିଛନ୍ତି ପୂରା ପରିବାର। ଖାଦ୍ୟରେ ନିଶା ଔଷଧ ଦେଇ ସମସ୍ତଙ୍କୁ ବେହୋସ୍‌ କରିବା ପରେ ସବୁ ସୁନାଗହଣା, ଟଙ୍କା ନେଇ ଫେରାର୍‌ ହୋଇଯାଇଛନ୍ତି ବୋହୂ। ପୋଲିସ୍‌ରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ସିଭିଲ୍‌ ଲାଇନ୍ସ ଥାନା ଅନ୍ତର୍ଗତ ଝାଝନପୁର ନିବାସୀ ସଞ୍ଜୟ ସଇନି(୩୨) ହୋଟେଲରେ କାମ କରନ୍ତି। ଅଗଷ୍ଟ ୨ରେ ମନ୍ଦିରରେ ସେ ବରେଲିର ପୂଜା ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ବିବାହ ପରେ ଘରେ ଖୁସିର ମାହୋଲ ଥିଲା। ସଞ୍ଜୟଙ୍କ ବନ୍ଧୁ ପରିବାର ମଧ୍ୟ ଘରେ ଥିଲେ। ନୂଆବୋହୂ ସମସ୍ତଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିଥିଲେ। ଖାଇବା ପରେ ଜଣଙ୍କ ପରେ ଜଣେ ବେହୋସ ହେବାକୁ ଲାଗିଥିଲେ। ତୁରନ୍ତ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ସୁଯୋଗରେ ବୋହୂ ସୁନାଗହଣା ଓ ଟଙ୍କା ନେଇ ଫେରାର୍‌ ହୋଇଯାଇଥିଲେ।


All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ଲାଗି ଅଣାଯିବ ନୂଆ ଅବସର ବୟସ ସୀମା !

ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଖୁବ୍‌ ଶୀଘ୍ର କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ଲାଗି ନୂଆ ଅବସର ବୟସ ସୀମା ଘୋଷଣା କରିବାକୁ ଯାଉଛନ୍ତି। ନୂଆ...

ବନ୍ୟାରେ ଯବାନଙ୍କ କାମଦେଖି ସାଲ୍ୟୁଟ କଲେ କୁନିଝିଅ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୨।୯: ଚଳିତ ବର୍ଷ ବନ୍ୟାରେ ଦେଶର ଅଧାଭାଗ ବୁଡି ଯାଇଥିବା ବେଳେ ଯବାନମାନେ ନିଜ ଜୀବନକୁ ବାଜି ଲଗାଇ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି। ତେବେ...

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଯବାନ ଶହୀଦ

ଶ୍ରୀନଗର,୨୩।୮: ଜମ୍ମୁ-କଶ୍ମୀରର ନୌସେରା ସେକ୍ଟରରେ ପାକିସ୍ତାନ ସୀମାରେ ଶୁକ୍ରବାର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଫଳରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ଶହୀଦ...

ଗୁରମିତ୍‌ ରାମରହିମଙ୍କ ସମର୍ଥନରେ ବାହାରିଲେ ହରିୟାଣା ସରକାର

ଚଣ୍ଡିଗଡ, ୨୬।୬:ବଳାତ୍କାର ମାମଲାରେ ଜେଲଦଣ୍ଡ ଭୋଗୁଥିବା ରାମ ରହିମ ୪୨ ଦିନ ପାରୋଲରେ ଯିବା ପାଇଁ ଆବେଦନ କରିବା ପରେ ହରିୟାଣାରେ ରାଜନୈତିକ ପାଣିପାଗ ଉଷ୍ମ...

ବାତ୍ୟା ବୁଲ୍‌ବୁଲ୍‌ରେ ହୋଇଥିବା କ୍ଷୟକ୍ଷତିକୁ ନେଇ ମମତାଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ,୧୦।୧୧: ବାତ୍ୟା ବୁଲ୍‌ବୁଲ୍‌ ଶନିବାର ରାତିରେ ପଶ୍ଚିମବଙ୍ଗ ୨୪ ପ୍ରଗଣା ଜିଲାର ସାଗରଦୀପ ଓ ବାଂଲାଦେଶର ଖେପପୁରା ମଧ୍ୟରେ ସ୍ଥଳଭାଗ ଛୁଇଁଛି। ଏହାର ପ୍ରଭାବରେ ଅନେକ...

ଅଜିତଙ୍କୁ ମିଳିପାରେ ଉପମୁଖ୍ୟମନ୍ତ୍ରୀ ପଦ

ମୁମ୍ବାଇ, ୨୯।୧୧ :ଏନ୍‌ସିପି ନେତା ଅଜିତ ପାଓ୍ବାରଙ୍କୁ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ପଦ ମିଳିବା ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସହ ୬ ମନ୍ତ୍ରୀ ଶପଥ...

ଭାଜପା ବିକ୍ଷୋଭକାରୀଙ୍କୁ ଠେଙ୍ଗା ଧରି ଗୋଡ଼ାଇଲେ କଂଗ୍ରେସକର୍ମୀ

ଭୋପାଳ,୧୬।୧୧: ରାଫାଲ ଯୁଦ୍ଧ ବିମାନ ପୁନର୍ବିଚାର ଆବେଦନ ଖାରଜ ହେବା ପରେ ମଧ୍ୟପ୍ରଦେଶ ଦେବାସରେ ଭାଜପା ବିକ୍ଷୋଭକାରୀ ରାହୁଲ ଗାନ୍ଧୀଙ୍କ ବିରୋଧରେ ନାନା ସ୍ଲୋଗାନ ଦେଇ...

ଏହି ଗାଁର ୮୦ ପ୍ରତିଶତ କୃଷକ କୋଟିପତି

ମହାରାଷ୍ଟ୍ର ଯଦିଓ ଶୁଖିଲା ପ୍ରଭାବିତ ରାଜ୍ୟ ଭାବେ ପରିଚିତ, ତଥାପି ଏଠାରେ ଏଭଳି ଏକ ଗାଁ ରହିଛି। ଯେଉଁଠାରେ କୃଷକମାନେ ନିଜ ଭାଗ୍ୟ ନିଜେ ପରିବର୍ତ୍ତନ...

Leave a comment

Your email address will not be published. Required fields are marked *