ଲଗାଣ ବର୍ଷା ଯୋଗୁ ଭୁଶୁଡ଼ିଲା କାନ୍ଥ: ୩ ପିଲା ଗୁରୁତର

କୋରୁକୋଣ୍ଡା, ୬।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ସୋମବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଲଗାଣ ବର୍ଷା ଯୋଗୁ ମାଲକାନଗିରି ସଦର ବାଲିସାଗରସାହିର ମନୋଜ ନାୟକଙ୍କ ଘର କାନ୍ଥ ଭୁଶୁଡ଼ି ପଡ଼ିବାରୁ ତାଙ୍କର ୩ ପିଲା ଗୁରୁତର ଆହତ ହୋଇଛନ୍ତି।
ସୂଚନା ମୁତାବକ, ମନୋଜ ନିଜ ପରିବାର ସହ ବାଲିମେଳା ସାହିରେ ରୁହନ୍ତି। ତେବେ ଗତ କିଛି ଦିନ ହେବ ଜିଲାରେ ଲଗାଣ ବର୍ଷା ଲାଗି ରହିଛି। ସୋମବାର ବିଳମ୍ବିତ ରାତିରେ ପରିବାର ସହ ମନୋଜ ଶୋଇଥିବା ବେଳେ ଘରର କାନ୍ଥ ଭୁଶୁଡ଼ି ୩ ପିଲାଙ୍କ ଉପରେ ପଡିଥିଲା। ସାହି ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇ ଜିଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ୩ ପିଲାଙ୍କ ସ୍ବାସ୍ଥାବସ୍ଥା ଭଲଥିବା ଜଣାପଡିଛି।


All Right Reserved By

ଅଧ୍ୟାପକଙ୍କୁ ହତ୍ୟା ଅଭିଯୋଗ: ପୋଲିସର ତଦନ୍ତ ଆରମ୍ଭ

ସମ୍ବଲପୁର,୬।୯(ବ୍ୟୁରୋ): ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ମୁରା କଲେଜ ଅଧ୍ୟାପକ ହୃଦାନନ୍ଦ ପ୍ରଧାନଙ୍କୁ ହତ୍ୟା କରାଯାଇଥିବା ଶୁକ୍ରବାର ପରିବାର ଲୋକେ ଅଭିଯୋଗ କରିଛନ୍ତି। କଲେଜ...

ଗାଁ ଦାଣ୍ଡରେ ଯୁବକଙ୍କୁ ହତ୍ୟା ଘଟଣା : ହତ୍ୟାକାରୀ ଅଟକ, ରକ୍ତଭିଜା ଖଣ୍ଡା ଜବତ

ପୁରୁଷୋତ୍ତମପୁର,୨ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭୂତସରସିଙ୍ଗି ପଞ୍ଚାୟତର କଇଠଡ଼ା ଗ୍ରାମରେ ଶନିବାର ରାତିରେ ଡାକ୍ତର ପ୍ରଧାନଙ୍କୁ ସର୍ବସମ୍ମୁଖରେ ଖଣ୍ଡାରେ ହାଣି ହତ୍ୟା କରାଯାଇଥିଲା।...

ପାଣି ପାଇଁ ଡହଳବିକଳ ବିଶୁଭଟ୍ଟାବାସୀ

କୁନ୍ଦୁରା,୨୪।୪(ଡି.ଏନ୍‌.ଏ.):କୁନ୍ଦୁରା ସଦରରୁ ୨୫ କିମି ଦୂର ଫୁଲଭଟ୍ଟା ପଞ୍ଚାୟତ ବିଶୁଭଟ୍ଟାରେ ୨ ମାସ ହେଲା ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକେ। ଗତ ମାର୍ଚ୍ଚରୁ...

ଜି. ଉଦୟଗିରି ମହିଳା ମହାବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ: ପ୍ଲାଷ୍ଟିକ ବର୍ଜନ ଉପରେ କହିଲେ ଅଧ୍ୟାପିକା

ଜି. ଉଦୟଗିରି, ୨।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି. ଉଦୟଗିରିସ୍ଥିତ ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟଠାରେ ବୁଧବାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳିତ...

ବିରୁଡ଼ି ଆକ୍ରମଣରେ ବୃଦ୍ଧାଙ୍କ ଜୀବନ ଗଲା

ପରଜଙ୍ଗ,୩୦।୯(ଡି.ଏନ.ଏ)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଲୋଧଣୀ ଗ୍ରାମର ଲଳିତା ବେହେରା(୬୦) ବିରୁଡ଼ି ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ରବିବାର ଲଳିତା ଗ୍ରାମ ନିକଟ ପଶି ଅଞ୍ଚଳରୁ ଛେଳି...

ପାଟଣାଗଡ଼ ଜେଇଙ୍କୁ ବିଧାୟକ ଉଠ୍‌ବସ କରିବା ଘଟଣା; ଜୀବନପ୍ରତି ବିପଦ ଅଛି: ଜେଇଙ୍କ ସ୍ତ୍ରୀ

ଭୁବନେଶ୍ୱର, ୮।୬(ବ୍ୟୁରୋ): ପାଟଣାପଡ଼ ଜେଇଙ୍କୁ ବିଧାୟକ ଉଠ୍‌ବସ କରିବା ଘଟଣାରେ ସମ୍ପୃକ୍ତ ଜେଇଙ୍କ ସ୍ତ୍ରୀ ପ୍ରବୀଣା ରାଜସିଂହ କହିଛନ୍ତି ଯେ, ନିଜର ଏବଂ ତାଙ୍କ ସ୍ବାମୀଙ୍କ...

ଆଗଭଳି ମିଳୁନି ତାଳପତ୍ର : ସଙ୍କଟରେ ତାଳପତ୍ର କାରିଗରଙ୍କ ଜୀବନ ଜୀବିକା, ନବକଳେବର ପାଇଁ ବି ଦେଖାଦେଇପାରେ ଅଭାବ

ପୁରୀ ଅଫିସ, ୨।୮ : ଦିନ ଥିଲା ତାଳପତ୍ର କାରିଗର ଭଲ ଦି ପଇସା ରୋଜଗାର କରୁଥିଲେ। ଖରାଦିନେ ବିଞ୍ଚଣା ଆଉ ବର୍ଷାଦିନେ ପଖିଆ ବ୍ୟବହାର...

ବଜ୍ରପାତରେ ଜଣେ ଚାଷୀ ମୃତ, ଜଣେ ଗୁରୁତର

ଭଦ୍ରକ ଅଫିସ/ଆରଡ଼ି, ୧୧।୮ (ଡି.ଏନ.ଏ.) – ରବିବାର ଅପରାହ୍ନରେ ବଜ୍ରପାତ ଘଟି ଭଦ୍ରକ ଜିଲା ଧୂଷୁରୀ ଥାନା ଅନ୍ତର୍ଗତ ରଇପୁରରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *