ଅନୁଚ୍ଛେଦ ୩୭୦ ଯୋଗୁ ବିବାହ ପରେ ଏହି ଅଭିନେତ୍ରୀ ହରାଇଥିଲେ କଶ୍ମୀର

ଶ୍ରୀନଗର,୬।୮: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟିବା ପରେ ସାରା ଦେଶରେ ମିଶ୍ରିତ ପ୍ରତିକ୍ରିୟା ମିଳିଛି। ଏନେଇ ବଲିଉଡ୍‌ରୁ ଆରମ୍ଭ କରି ଟେଲି କଳାକାରମାନେ ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଏହି କ୍ରମରେ ଟେଲି ଶୋ‘ମେରେ ଅଙ୍ଗନେ ମେ’ ଫେମ୍‌ ଏକତା କୋଲ ମଧ୍ୟ ନିଜର ଖୁସି ପ୍ରକାଶ କରିଛନ୍ତି। ଏଥିସହ ସେ କହିଛନ୍ତି, ଏବେ ମୋ କଶ୍ମୀର ମୋତେ ମିଳିଗଲା। ସରକାର କଶ୍ମୀରରେ ଧାରା ୩୭୦କୁ ଉଚ୍ଛେଦ କରିବା ପରେ ଏକତା ସବୁଠାରୁ ବେଶି ଖୁସି ହୋଇଛନ୍ତି ବୋଲି ପ୍ରକାଶ କରିଛନ୍ତି। କାରଣ ଏକତା କଶ୍ମୀର ବାସିନ୍ଦା ହୋଇଥିବା ବେଳେ ଗତ ବର୍ଷ ସେ ଅଭିନେତା ସୁମିତ ବ୍ୟାସଙ୍କ ସହ ବିବାହ କରିଥିଲେ। ଏହାପରେ ସେ କଶ୍ମୀରର ସଦସ୍ୟତା ହରାଇଥିଲେ। ସୋମବାର ସକାଳେ ବାପାଙ୍କ ଫୋନ୍‌ କଲ୍‌ ଆସିବା ପରେ ସେ ଟିଭି ଦେଖିଥିଲେ। ସରକାରଙ୍କ ନିଷ୍ପତ୍ତି ପରେ ତାଙ୍କ ପରିବାରରେ ଖୁସିର ଲହରୀ ଖେଳିବା ସହ ଉତ୍ସବ ମନାଇଥିବା ନେଇ ଏକତା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ବିବାହ ପରେ ସେ ଅନୁଭବ କରିଥିଲେ ତାଙ୍କ ଜୀବନରେ ସବୁ କିଛି କିଭଳି ପରିବର୍ତ୍ତନ ହୋଇଯାଇଥିଲା। ଏକତା ସବୁବେଳେ କଶ୍ମୀର ଫେରିବାକୁ ଚାହୁଁଥିବା ବେଳେ ସେଠାରେ ଜମି ମଧ୍ୟ କିଣିବାକୁ ସେ ଇଛା ପ୍ରକାଶ କରୁଥିଲେ। ହେଲେ ବିବାହ ପରେ ଏହା ସମ୍ଭବ ହୋଇ ନ ଥିଲା। କାରଣ ଧାରା ୩୭୦ ଅନୁସାରେ କଶ୍ମୀର ମହିଳା ଯଦି ଅନ୍ୟ ରାଜ୍ୟର ବ୍ୟକ୍ତିଙ୍କୁ ବିବାହ କରନ୍ତି ତେବେ ସେମାନଙ୍କର ରାଜ୍ୟର ନାଗରିକତା ଆଉ ରହେ ନାହିଁ। ତେବେ ଏହି ଉଚ୍ଛେଦ ପରେ କଶ୍ମୀର ମହିଳାମାନେ ଭାରତର ଯେକୌଣସି ପୁରୁଷଙ୍କୁ ବିବାହ କରିବା ସହ ତାଙ୍କର ନାଗରିକତା ମଧ୍ୟ ହରାଇବେ ନାହିଁ। ଏବେ ରାଜ୍ୟରେ ସବୁ ପରିବର୍ତ୍ତନ ହୋଇଯିବ ବୋଲି ଏକତା ଆଶା ପୋଷଣ କରିଛନ୍ତି।


All Right Reserved By Dharitri.Com

କଶ୍ମୀର ପ୍ରସଙ୍ଗରେ ଟ୍ରମ୍ପଙ୍କ ମନ୍ତବ୍ୟ: ଜୟଶଙ୍କରଙ୍କ ଉପସ୍ଥିତିରେ ହୋଇଥିଲା ମୋଦି-ଟ୍ରମ୍ପ ଆଲୋଚନା

ନୂଆଦିଲ୍ଲୀ, ୨୪।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାଶ୍ମୀର ପ୍ରସଙ୍ଗରେ ଦେଇଥିବା ମନ୍ତବ୍ୟକୁ ନେଇ ବୁଧବାର ସଂସଦରେ ପ୍ରବଳ ହଙ୍ଗାମା ଜାରି ରହିଛି। କଂଗ୍ରେସ ପକ୍ଷରୁ...

ପାକିସ୍ତାନକୁ ଭାରତର କଡା ଜବାବ

ରାଜୌରି,୧୮।୮:ଜମ୍ମୁ-କଶ୍ମୀରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ସରକାର ଓ ଏହାର ସେନା ଏକ ପ୍ରକାର ହଡବଡେଇ ଗଲେଣି। ଶନିବାର ଜମ୍ମୁ-କଶ୍ମୀରର ରାଜୌରିରେ ଅସ୍ତ୍ରବିରତି ଉଲ୍ଲଂଘନ...

୨୪ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ,୭।୬: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣପୁର୍ବ ମୌସୁମୀ ବାୟୁ କେର ଛୁଇଁବ ବୋଲି ଅନୁମାନ କରିଛି ଜାତୀୟ ପାଣିପାଗ ବିଭାଗ। ଏହାର ପ୍ରଭାବରେ ଆସନ୍ତା...

୭୨ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ-୨୦୧୯ ଆୟୋଜିତ

ମୁମ୍ବାଇ,୧୪।୫: ଚଳିତ ବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲ ଫ୍ରାନ୍ସରେ ଆୟୋଜିତ ହେବାକୁ ଯାଉଛି। ୭୨ତମ ଆର୍ନ୍ତଜାତୀୟ ଫିଲ୍ମ ଫେଷ୍ଟିଭାଲ-୨୦୧୯ ମେ ୧୪ରୁ ଆରମ୍ଭ ହୋଇଛି। ଏହା...

ଭାଜପାରେ ସାମିଲ ହେବେ କି ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ,୨୦।୮: କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବେ କଂଗ୍ରେସ ଛାଡି ପାରନ୍ତି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। କିଛିଦିନ ହେବ ସୋସିଆଲ ମିଡିଆରେ ଦେଖିବାକୁ...

ଜନ୍‌ଙ୍କ ପାଇଁ ‘କରଓ୍ବାଚୌଥ’ ରଖିଲେ ଫ୍ୟାନ୍‌

ମୁମ୍ବାଇ: ନିଜର ପ୍ରିୟ କଳାକାରଙ୍କ ପାଇଁ ଫ୍ୟାନ୍‌(ପ୍ରଶଂସକ)ମାନେ କିଛି ବି କରିପାରନ୍ତି। ଅନେକ ସମୟରେ ଫ୍ୟାନ୍‌ମାନେ ହାତରେ ଟାଟୁ କରିବାଠାରୁ ଆରମ୍ଭ କରି ବେଶ ପୋଷାକ...

ଫେରିବେ ରିଷି

ନ୍ୟୁୟର୍କ: ବଲିଉଡ୍‌ ଅଭିନେତା ରିଷି କପୁର ଗତ ପ୍ରାୟ ୧୦ ମାସ ହେବ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି। ସେଠାରେ ଥିବା ସମୟରେ ବଲିଉଡ୍‌ ସହ ଜଡିତ...

ଗ୍ରହଦୋଷ ଖଣ୍ଡନ ପାଇଁ ହେଲା କୁକୁର ବାହାଘର

ବାରାଣସୀ,୧।୯: କୁକୁର ବିବାହ କଥା ଶୁଣିଲେ କଥାଟା ଟିକେ ଅଡୁଆ ଲାଗୁଛି ସତ। ହେଲେ ନିକଟରେ ବାରାଣସୀରେ ଏମିତି ଏକ ବିବାହ ଦେଖିବାକୁ ମିଳିଛି। ଆଲ୍ଲାହାବାଦ...

Leave a comment

Your email address will not be published. Required fields are marked *