ଅନୁଚ୍ଛେଦ ୩୭୦ ହଟିବା ପରେ ଚିନ୍ତାରେ ପାକିସ୍ତାନ

ଇସଲାମାବାଦ,୬।୮: ମୋଦି ସରକାର ସୋମବାର ଜମ୍ମୁ-କଶ୍ମୀରୁ ଅନୁଚ୍ଛେଦ ୩୭୦ ହଟାଇବା ପରେ ଏହାକୁ ନେଇ ଏବେ ଚିନ୍ତାରେ ପଡିଯାଇଛି ପାକିସ୍ତାନ। କାରଣ ଅନୁଚ୍ଛେଦ ୩୭୦ ଆତଙ୍କବାଦ ଓ ଭ୍ରଷ୍ଟାଚାରକୁ ପ୍ରୋତ୍ସାହନ ଦେଉଥିବାରୁ ଏବେ ଏହାର ମୂଳପୋଛ ହୋଇଛି କହିଲେ କିଛି ଭୂଲ୍‌ ହେବନାହିଁ। ଅନ୍ୟପଟେ ଭାରତ ସରକାରଙ୍କ ପକ୍ଷରୁ ସୀମାରେ ଅତିରିକ୍ତ ସୁରକ୍ଷାକର୍ମୀ ନିୟୋଜିତ କରାଯାଇଛି। ଏହାକୁ ଦେଖିବା ପରେ ଏବେ ପାକିସ୍ତାନ ଏକ ପ୍ରକାର ଚିନ୍ତାରେ ପଡିଯାଇଛି । ଏଥିପାଇଁ ମଙ୍ଗଳବାର ପାକିସ୍ତାନ ସେନା ମୁଖ୍ୟ ଜେନରାଲ କମର ଜାଭେଦ ବାଜଓ୍ବା କମାଣ୍ଡରମାନଙ୍କୁ ନେଇ ଏକ ବୈଠକ ଡକାଇଛନ୍ତି। ଜିଓ ନ୍ୟୁଜର ସୂଚନା ଅନୁଯାୟୀ, ଏହି ବୈଠକରେ ବିଶେଷ ଭାବେ ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ର ଉଚ୍ଛେଦ, ଭାରତର ନିୟନ୍ତ୍ରଣ ରେଖା ନିକଟରେ ଅଧିକ ସେନା ମୁତୟନ ଆଦିକୁ ଗୁରୁତର ସହ ଆଲୋଚନା କରାଯିବ ବୋଲି କୁହାଯାଉଛି। ତେବେ ଭାରତର ଏଭଳି ପଦକ୍ଷେପ ପରେ ପାକିସ୍ତାନ ତା’ର ମିତ୍ର ରାଷ୍ଟ୍ରଗୁଡିକ ସହ ଏନେଇ କଥା ହୋଇଥିବା ସୂଚନା ମିଳିଛି। ଏହାପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ପାକସ୍ତାନର ସହଯୋଗୀ ଦେଶ ମାଲେସିୟା ଓ ତୁର୍କୀର ରାଷ୍ଟ୍ରମୁଖ୍ୟଙ୍କ ସହ ଫୋନରେ କଥା ହୋଇଥିବା ସୂଚନା ରହିଛି।


All Right Reserved By Dharitri.Com

କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି ଲାଗି ଉଦ୍ୟମ ଜାରି ରଖିଛନ୍ତି ୮୦ ଦେଶର ୧୦୨ ସ୍ବାସ୍ଥ୍ୟ ସଂସ୍ଥା

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୦।୫: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ସଙ୍କଟ ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ପାଇଁ ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଇତିମଧ୍ୟରେ କରୋନା...

ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ରିପୋର୍ଟ ୮୨ ଦିନ ପର୍ଯ୍ୟନ୍ତ ବି ଆସିଥାଏ କରୋନା ପିଜିଟିଭ୍‌

ସିଓଲ,୨୧।୫: ପୃଥିବୀରେ କରୋନା ସଂକ୍ରମଣ ନେଇ ଅଚଳାବସ୍ଥା ଜାରି ରହିଛି। ଏପରିସ୍ଥଳେ ଦକ୍ଷିଣ କୋରିଆର ଗବେଷକ ଦାବି କରିଛନ୍ତି ଯେ, ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ରିପୋର୍ଟ...

ଡରାଉଛି କରୋନା ଭୂତାଣୁ: ଚାଇନାରେ ପରସ୍ପର ସହ ହାତ ମିଳାଇବା ମନା

ବେଜିଂ,୨୭।୧: ଚାଇନାରେ ଦ୍ରୁତ ଗତିରେ ମାଡି ଚାଲିଥିବା କରୋନା ଭୂତାଣୁ ଏବେ ଭୟଙ୍କର ରୂପ ନେବାରେ ଲାଗିଛି। ଏବେସୁଦ୍ଧା ସେଠାରେ କରୋନା ଭୂତାଣୁ ଯୋଗୁ ୮୦ରୁ...

ଆଫଗାନିସ୍ତାନରେ ପୁଣି ବିସ୍ଫୋରଣ: ୪ ମୃତ

କାବୁଲ,୨୮।୭: ଆଫଗାନିସ୍ତାନରେ ଏକ କାର ବୋମା ବିସ୍ଫୋରଣରେ ରବିବାର ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୦ରୁ ଅଧିକ ଲୋକ ଆହତ ହୋଇଥିବା...

ସମୁଦ୍ରର କୁଶଳୀ ଶିକାରୀ ଶାର୍କ ଉପରେ ବିପଦ: ୨୬ ଦେଶର ୧୫୦ରୁ ଅଧିକ ପ୍ରାଣୀବିଜ୍ଞାନୀ କରୁଛନ୍ତି ଗବେଷଣା

ନ୍ୟୁୟର୍କ,୨୯।୭: ସମୁଦ୍ରର କୁଶଳୀ ଶିକାରୀ ଶାର୍କ ମାଛ ଉପରେ ଏବେ ବିପଦ ଘନଉଛି। ଅତ୍ୟଧିକ ମାଛ ଧରିବା ଯୋଗୁ ଶାର୍କ ମାଛ ପାଇଁ ଖାଦ୍ୟର ଅଭାବ...

ମ୍ୟୁଜିକ୍‌ ଶୋ’ ପୃଥିବୀ ପାଇଁ କ୍ଷତିକାରକ

ଲାଇଭ୍‌ ମ୍ୟୁଜିକ୍‌ ଶୋ’ ପୃଥିବୀ ପାଇଁ କ୍ଷତିକାରକ ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। କାରଣ ଏହି ଲାଇଭ୍‌ ମ୍ୟୁଜିକ ଶୋ’ରୁ କେବଳ ବ୍ରିଟେନରେ...

କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ବ୍ରେନ୍‌ ଡେଡ୍‌: ଗଣମାଧ୍ୟମ ରିପୋର୍ଟ !

ଓ୍ବାଶିଂଟନ,୨୧।୪: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ବ୍ରେନ୍‌ ଡେଡ୍‌ ହୋଇଯାଇଥିବା କେତେକ ବିଦେଶୀ...

ଭାରତ ଗସ୍ତକୁ ନେଇ ଉତ୍ସାହିତ ଅଛନ୍ତି ଆମେରିକା ରାଷ୍ଟ୍ରପତି

ଓ୍ବାଶିଂଟନ,୧୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତକୁ ନେଇ ବେଶ୍‌ ଉତ୍ସାହିତ ଥିବା ଜଣାପଡିଛି। ଶନିବାର ସେ ଟୁଇଟ୍‌ କରି କହିଛନ୍ତି ଭାରତ ଗସ୍ତ...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *