ପୋଲିସ ଏନ୍‌କାଉଣ୍ଟର: ସୁପାରିକିଲର ମେହେତାବ ଗୁରୁତର, କଟକ ବଡ଼ ମେଡିକାଲରେ ଭର୍ତ୍ତି

କେନ୍ଦ୍ରାପଡ଼ା ଅଫିସ,୬।୮: କେନ୍ଦ୍ରାପଡ଼ା ସଦର ପୋଲିସ ଓ ଜିଲା ପୋଲିସ ସ୍କ୍ବାଡ୍‌ ପକ୍ଷରୁ ଗଣ୍ଡାଖିଆ ରାସ୍ତାର ଏରାଠାରେ ସୋମବାର ବିଳମ୍ବିତ ରାତିରେ ଏନ୍‌କାଉଣ୍ଟର କରାଯାଇଛି। ଏଥିରେ ଟାଉନ ଥାନା ଅନ୍ତର୍ଗତ ଜଇପୁରା ଗ୍ରାମର ସେକ୍‌ ମେହେତାବ ଗୁରୁତର ହୋଇ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କଠାରୁ ପୋଲିସ ଗୋଟିଏ ୯ ଏମ୍‌ଏମ୍‌ ପିସ୍ତଲ, ୯ ହଜାର ଟଙ୍କା, ୨ ମୋବାଇଲ ଫୋନ୍‌ ଓ ଗୋଟିଏ ବାଇକ ଜବତ କରିଛି।
ଦୀର୍ଘଦିନ ଧରି ମେହେତାବ ଫେରାର୍‌ ଥିବା ବେଳେ ସୋମବାର କେନ୍ଦ୍ରାପଡ଼ାକୁ ଆସୁଥିବା କୌଣସି ସୂତ୍ରରୁ ଖବର ପାଇ କେନ୍ଦ୍ରାପଡ଼ା ସଦର ପୋଲିସ ଓ ଜିଲା ପୋଲିସ ସ୍କ୍ବାଡ୍‌ ମିଳିତ ଚଢ଼ାଉ କରିଥିଲେ। ମେହେତାବ ଓ ତାଙ୍କର ଜଣେ ସହଯୋଗୀ ପୋଲିସ ଉପରକୁ ୪ ରାଉଣ୍ଡ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରୁଥବା ବେଳେ ପୋଲିସ ପାଲଟା ଗୁଳି ଚଳାଇଥିଲା। ଏଥିରେ ମେହେତାବଙ୍କ ୨ ଆଣ୍ଠୁରେ ଗୁଳି ବାଜିବା ପରେ ତାଙ୍କୁ ପୋଲିସ କାବୁ କରିଥିଲା। ତେବେ ତାଙ୍କ ସହଯୋଗୀ ଫେରାର୍‌ ହୋଇଯାଇଥିଲେ। ସୁପାରି ନେଇ ହତ୍ୟା, ଡକାୟତି, ରାହାଜାନି, ଲୁଟ୍‌, ଦାଦାବଟି ଆଦାୟ ଆଦି ଘଟଣାରେ ମେହେତାବଙ୍କ ସମ୍ପୃକ୍ତି ଥିବା ବେଳେ କେନ୍ଦ୍ରାପଡ଼ାରେ ଘଟିଥିବା ବାବୁଲି ମହାରଣା ଗୁଳିକାଣ୍ଡ ଘଟଣାର ସେ ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ତେବେ କେନ୍ଦ୍ରାପଡ଼ା ସ୍ପେଶାଲ ସ୍କ୍ବାଡ୍‌ ଉପରକୁ ଗୁଳିମାଡ ଓ ବାଲେଶ୍ୱର ପୋଲିସ ଉପରକୁ ବୋମାମାଡ଼ କରିଥିବା ନେଇ ମେହେତାବଙ୍କ ନାମରେ ଏକାଧିକ ମାମଲା ରହିଛି। ତାଙ୍କ ନାମରେ କେନ୍ଦ୍ରାପଡ଼ା ସମେତ ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତ୍‌ସିଂହପୁର ଜିଲାରେ ପ୍ରାୟ ୩୦ରୁ ଅଧିକ ମାମଲା ରହିଛି।


All Right Reserved By Dharitri.Com

ଭାଲୁ ଆକ୍ରମଣ ବୃଦ୍ଧ ଗୁରୁତର

ଲଖନପୁର,୨।୧୧(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଭଇଁସାମୁଣ୍ଡା ଗ୍ରାମର ଜଣେ ବୃଦ୍ଧ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ହେଲେ ମନିଜର ବାରିକ(୬୫ ) ।...

ପ୍ଲାଷ୍ଟିକ ମୁକ୍ତ ଅଭିଯାନ

ଭବାନୀପାଟଣା,୭।୮(ଡି.ଏନ.ଏ.): ଭବାନୀପାଟଣା ସହରସ୍ଥିତ ବ୍ରଜ ମୋହନ ଉଚ୍ଚବିଦ୍ୟାଳୟ ପରିସରରେ ଇକୋ କ୍ଲବ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ଅଭିଯାନ, ସାମୂହିକ ଚାରାରୋପଣ ଓ ସଚେତନ ସଭା ଅନୁଷ୍ଠିତ...

ରାଉରକେଲା ନିର୍ବାଚନକୁ ନେଇ ମାମଲା: ବିଧାୟକ ସାରଦା ନାୟକଙ୍କ ସହ ୯ଜଣଙ୍କୁ ନୋଟିସ୍‌

କଟକ ଅଫିସ, ୧।୧୦: ରାଉରକେଲା ବିଧାନସଭା ନିର୍ବାଚନକୁ ନେଇ ହାଇକୋର୍ଟରେ ହୋଇଥିବା ମାମଲାରେ ବିଧାୟକ ସାରଦା ନାୟକଙ୍କ ସହ ୯ଜଣଙ୍କୁ ନୋଟିସ୍‌ ଜାରି କରାଯାଇଛି। ଭାଜପାର...

ପଥ ଉତ୍ସବର ତୃତୀୟ ଦିବସ: ପ୍ରାତଃରେ ଭକ୍ତିଭାବର ପରିବେଶ

କଟକ ଅଫିସ, ୧୬।୧୧: ବାଲିଯାତ୍ରା ପଡିଆରେ ଅନୁଷ୍ଠିତ ପଥ ଉତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ସକାଳୁ ସକାଳୁ ପଥ ଉତ୍ସବକୁ ଉପଭୋଗ କରିବା ପାଇଁ...

ଗଣେଶ ପୂଜାର ଅନ୍ତିମ ଦିନ, ଭସାଣି ଉତ୍ସବ ଲାଗି ଚଳଚଞ୍ଚଳ ତାଳଚେର

ତାଳଚେର,୧୪।୯(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ଗଣେଶ ପୂଜାର ଶନିବାର ଅନ୍ତିମ ଦିବସ। ଏହି ଉପଲକ୍ଷେ ସହରରେ ଭସାଣି ଉତ୍ସବ ପାଳନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ...

କାଞ୍ଜିପାଣି ଘାଟିରେ ଓଲଟିଲା ବସ୍‌ : ୧୩ ଗୁରୁତର

କେନ୍ଦୁଝର,୨୦।୧୦ (ସ୍ବ.ପ୍ର.): କେନ୍ଦୁଝର ଜିଲା ବନ୍ତଳା ରାସ୍ତାର କାଞ୍ଜିପାଣି ଘାଟିରେ ରବିବାର ମଧ୍ୟାହ୍ନରେ ଏକ ଘରୋଇ ରିଜର୍ଭ ବସ ଓଲଟି ପଡି ୧୩ ଜଣ ଯାତ୍ରୀ...

ନାବାଲିକ୍‌ ଉପରେ ଭାଇବହେନ୍‌ର ବୋଝ୍‌ ଘଟନା: ୭ ବଛର ଉତାରୁ ପୁହୁଁଚିଲା ପରଶାସନ

  କେସିଙ୍ଗା, ୭ା୧୨ (ଡି.ଏନ.ଏ.)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଲଇତରା ପଁଚେତ୍‌ ଜୋଲକୋ ଗଁା ଗଉଡ଼ପଡ଼ାର ୪ ମା’ବାପ୍‌ ଛେଉଁଡ୍‌ ଭାଇବହେନ୍‌ ଭୋଖ୍‌ ଉପାସରେ...

କନିଷ୍ଠ ଯନ୍ତ୍ରୀଙ୍କୁ ଉଠ୍‌ବସ୍‌ କରାଇବା ଘଟଣା: ପାଟଣାଗଡ଼ ବିଧାୟକଙ୍କୁ ଗିରଫ ଦାବି, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ବଲାଙ୍ଗୀର ଅଫିସ, ୧୨।୬: ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ଗିରଫ ଦାବିରେ ଆଦିବାସୀ ସଂଘ ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳ ଅଫିସ ଘେରାଉ କରାଯାଇଥିଲା। ଏହି...

Leave a comment

Your email address will not be published. Required fields are marked *