ଫେଲ୍‌ ମାରିଛି ଜିପିଏସ୍‌ ଟ୍ରାକିଂ ବ୍ୟବସ୍ଥା

ଯୋଡ଼ା, ୬।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳରେ ଖଣିଜ ଦ୍ରବ୍ୟ ପରିବହନ କରୁଥିବା ଟ୍ରକରେ ଜିପିଏସ୍‌ ଟ୍ରାକିଂ ଯନ୍ତ୍ର ଲଗାଇବା ବାଧ୍ୟତାମୂଳକ କରାଯାଇଥିଲେ ବି ଏହି ବ୍ୟବସ୍ଥା ଫେଲ୍‌ ମାରିଛି। ଖଣିଜ ଚୋରା ଚାଲାଣ ରୋକିବାକୁ ରାଜ୍ୟ ସରକାର ୨୦୧୨ରେ ଏଭଳି ଅଭିନବ ପଦକ୍ଷେପ ଗ୍ରହଣ କରିଥିଲେ। ଟ୍ରକ୍‌ ଗୁଡ଼ିକରେ ଲାଗିଥିବା ଜିପିଏସ୍‌ ଟ୍ରାକିଂ ଯନ୍ତ୍ର ଦ୍ୱାରା ଏହାର ଗତିବିଧି ନିରୀକ୍ଷଣ ଲାଗି ଆଇଥ୍ରୀଏମ୍‌ଏସ୍‌ (ଇଣ୍ଟିଗ୍ରେଟଡ୍‌ ମାଇନ୍ସ ମିନେରାଲ ମ୍ୟାନେଜମେଣ୍ଟ ସିଷ୍ଟମ) ବ୍ୟବସ୍ଥା କରାଯାଇଥିଲା। ସରକାରୀ ଅନୁମୋଦିତ ଜିପିଏସ ଟ୍ରାକିଂ ଯନ୍ତ୍ର ଲଗାଇ ଆଇଥ୍ରୀଏମ୍‌ଏସ୍‌ ବ୍ୟବସ୍ଥାରେ ଟ୍ରକ୍‌କୁ ପଞ୍ଜୀକରଣ କରିବା ବ୍ୟବସ୍ଥା ରହିଥିଲା। କିନ୍ତୁ କେତେକ ଅସାଧୁ ସରକାରୀ ଖଣି କର୍ମଚାରୀ ଏବଂ ଦଲାଲଙ୍କ ମିଳିତ ଷଡ଼ଯନ୍ତ୍ର ଯୋଗୁ ଜିପିଏସ୍‌ ଟ୍ରାକିଂ ବ୍ୟବସ୍ଥା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରିନାହିଁ। ଫଳରେ ଚୋରାକାରବାର ପୂର୍ବଭଳି ଜାରି ରହିଛି। ସରକାରୀ ଅନୁମୋଦନ ନ ଥିବା ଜିପିଏସ୍‌ ଟ୍ରାକିଂ ଯନ୍ତ୍ର ବର୍ତ୍ତମାନ ଟ୍ରକରେ ଲଗାଯାଉଛି, ଯାହାକି ଅସାଧୁ କର୍ମଚାରୀ ଓ ଦଲାଲଙ୍କ ରୋଜଗାରର ମାଧ୍ୟମ ପାଲଟିଛି। ଅନ୍ୟପକ୍ଷେ ରାଜ୍ୟ ବାହାରର ଟ୍ରକ୍‌ ଜିପିଏସ୍‌ ଟ୍ରାକିଂ ଯନ୍ତ୍ର ଲଗାଇବା ନିୟମର ଖୋଲାଖୋଲି ଉଲ୍ଲଂଘନ କରୁଥିବା ଅଭିଯୋଗ ହେଉଛି।
ନିଜ ନାମ ଗୋପନରେ ରଖିବାକୁ ଅନୁରୋଧ କରି ଜଣେ ସରକାରୀ ଖଣି କର୍ମଚାରୀ କହିଛନ୍ତି ଯେ, ଯୋଡା ଖଣି ମଣ୍ଡଳରେ ଥିବା ଖଣିରୁ ଏବେ ବିପୁଳ ପରିମାଣର ଲୁହାପଥର ପରିବହନ କରାଯାଉଛି। ଏଥିଲାଗି ପରିବହନ ଠିକାଦାରମାନେ ଦେଶର ବିଭିନ୍ନ ଅଞ୍ଚଳରୁ ବଡବଡ ଟ୍ରକ ଓ ଭାରିଯାନ ଆଣି ଏ ଅଞ୍ଚଳରେ ନିୟୋଜିତ କରୁଛନ୍ତି। ଏପରିକି ଯୋଡା ଟ୍ରକ ମାଲିକ ସଂଘ ଦ୍ୱାରା ନିର୍ଦ୍ଧାରିତ ଭଡ଼ାଠାରୁ ଟନ୍‌ ପିଛା ୩ଶହରୁ ୪ଶହ ଟଙ୍କା କମ୍‌ରେ ବାହାର ରାଜ୍ୟର ଗାଡିଗୁଡିକୁ କାମ ଦିଆଯାଉଛି। ବାହାର ରାଜ୍ୟରୁ ଅଣାଯାଉଥିବା ଗାଡିକୁ ଚଞ୍ଚକତାର ସହିତ ଆଇଥ୍ରୀଏମ୍‌ଏସ୍‌ରେ ପଞ୍ଜୀକୃତ କରି ପରିବହନ କାର୍ଯ୍ୟ କରାଯାଉଛି। ଟ୍ରକ ମାଲିକ ସଂଘରେ ପଞ୍ଜୀକୃତ ହୋଇଥିବା ଟ୍ରକ ଆଇନକୁ ଆଖିଠାର ମାରି ବିଭିନ୍ନ ଏଜେଣ୍ଟଙ୍କଠାରୁ ଜିପିଏସ୍‌ ଯନ୍ତ୍ର ପ୍ରାୟ ୧୦୫୦୦ରୁ ଉର୍ଦ୍ଧ୍ୱ ଟଙ୍କାରେ କିଣି ଗାଡିରେ ଲଗାଇଛନ୍ତି। ଏସବୁ ଯନ୍ତ୍ର କାମ କରୁ ନ ଥିବା ଏବଂ ଆଇଥ୍ରୀଏମ୍‌ଏସ୍‌ ବ୍ୟବସ୍ଥାରେ ଗାଡିର ଟ୍ରାକିଂ କରିବା ସମ୍ଭବ ହେଉ ନ ଥିବାରୁ ପରିବହନ ଠିକାଦାରମାନେ ଫାଇଦା ଉଠାଉଛନ୍ତି। ଏପରିକି କେତେକ ଠିକାଦାର ଜିପିଏସ ଯନ୍ତ୍ର କ୍ରୟ କରି ବାହାର ରାଜ୍ୟରୁ ଆସୁଥିବା ବଡ ବଡ ଟ୍ରକ୍‌ରେ ନ ଲଗାଇ ଏହାର ନମ୍ବର ନେଇ ଆଇଥ୍ରୀଏମ୍‌ଏସ୍‌ରେ ଚଞ୍ଚକତାର ସହିତ ପଞ୍ଜୀକୃତ କରାଇ ନେଉଛନ୍ତି। ଏଭଳି କାରଣରୁ ଜିପିଏସ ଟ୍ରାକିଂ ବ୍ୟବସ୍ଥା ଦୀର୍ଘ ୬ମାସ ହେଲା ଅଚଳ ହୋଇପଡ଼ିଥିବା କୁହାଯାଉଛି। ସେହିପରି ସ୍ଥାନୀୟ ଟ୍ରକ ମାଲିକମାନଙ୍କ ଠାରୁ ବାର୍ଷିକ ୩ ହଜାର ୬ଶହ ଟଙ୍କା ରିନ୍ୟୁଓ୍ବାଲ ଫି ଆଦାୟ କରି ଯୋଡା ଉପନିର୍ଦ୍ଦେଶକ କାର୍ଯ୍ୟାଳୟର କେତେକ ଅସାଧୁ ଅଧିକାରୀ ଓ କର୍ମଚାରୀ ଅର୍ଥ ଚଳୁ କରୁଥିବା ଅଭିଯୋଗ ହେଉଛି। ଏସମ୍ପର୍କରେ ଯୋଡା ଖଣି ଉପନିର୍ଦ୍ଦେଶକ ଏଲ.ଡି ନାଏକଙ୍କୁ ପଚାରିବାରୁ କହିଛନ୍ତି, ଆଇଥ୍ରୀଏମ୍‌ଏସ୍‌ରେ ପଞ୍ଜୀକୃତ ନ ହେଲେ କୌଣସି ଗାଡିକୁ ଟ୍ରଞ୍ଜିଟ୍‌ ପାସ୍‌ ମିଳିବ ନାହିଁ ବୋଲି ବ୍ୟବସ୍ଥା ରହିଛି। ଜିପିଏସ ଯନ୍ତ୍ର ବିକ୍ରି କରିବା ପାଇଁ ୮ଭେଣ୍ଡରଙ୍କୁ ସ୍ବୀକୃତି ମିଳିଛି ା ଏଥିରେ କୌଣସି ତ୍ରୁଟି ହେଉଥିଲେ ସେ ଅନୁଧ୍ୟାନ କରି ଦେଖିବେ।


All Right Reserved By

ଭାଙ୍ଗିଲା ଫାପୁଡିଆ ନାଳ ପୋଲ: ଆନନ୍ଦପୁରକୁ ସିଧାସଳଖ ଯୋଗାଯୋଗ ବିଚ୍ଛିନ୍ନ

ଆନନ୍ଦପୁର,୮। ୯(ସ୍ବ.ପ୍ର.)-୨୦ ନଂ ଜାତୀୟ ରାଜପଥର ଆନନ୍ଦପୁର ଠାରୁ ସରେଇ ଗ୍ରାମକୁ ଯୋଗେଯାଗ କରୁଥିବା ରାସ୍ତାର ଫାପୁଡିଆ ନାଳ ଉପରେ ହୋଇଥିବା ପୋଲ ଭୁଶୁଡ଼ି ପଡିଛି।...

ପାରିବାରିକ କଳହ ହେଲା କାଳ : ସ୍ତ୍ରୀଙ୍କୁ ହତ୍ୟା କରି ସ୍ବାମୀ କୋର୍ଟ ଚାଲାଣ

ପାଟଣା,୨୩।୯(ସ୍ବ.ପ୍ର.) : କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବଣମହୁଲଡିହାର ମୁଣ୍ଡାସାହିରେ ପାରିବାରିକ କଳହ କାଳ ହୋଇଛି। ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କର ପ୍ରାଣହାନି ଘଟିଥିବାବେଳେ...

କାଦେ ମାଝୀ ହତ୍ୟାକାଣ୍ଡ ଘଟଣା: ୨ ଗିରଫ

ପାଟଣା,୩୦।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା କୁଣ୍ଡଳା ପଞ୍ଚାୟତ ଫୁଲ ପାହାଡ଼ି ଗ୍ରାମର ଭାଲୁଘରା ସାହିର ୫୫ ବର୍ଷୀୟ ବୃଦ୍ଧ କାଦେ ମାଝୀଙ୍କୁ ଗତ ଗୁରୁବାର...

ଲଗାଣ ବର୍ଷା : ଜନଜୀବନ ଅସ୍ତବ୍ୟସ୍ତ

ଆନନ୍ଦପୁର,୨୫।୯(ସ୍ବ.ପ୍ର.) : ଲଘୁଚାପ ପ୍ରଭାବରେ ଦୁଇଦିନ ଧରି କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳରେ ଝିପିଝିପି ବର୍ଷା ଲାଗିରହିଛି। ମଝିରେ ମଝିରେ ପ୍ରବଳ ବର୍ଷା ମଧ୍ୟ ହେଉଛି।...

୭ମାସ ପରେ ଡାକ୍ତର ନିଯୁକ୍ତି

ଢେଙ୍କିକୋଟ, ୩୧ା୭(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଆଦିବାସୀ ଅଧ୍ୟୁଷିତ ଢେଙ୍କିକୋଟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ୭ମାସ ହେଲା ଡାକ୍ତର ନ ଥିବାରୁ ଗରିବ ଲୋକେ...

ସରକାରୀ ନିର୍ଦ୍ଦେଶକୁ ବେଖାାତିର: ସ୍କୁଲ ବ୍ୟାଗ୍‌ର ଓଜନ କମିଲାନି

ବଡବିଲ, ୧୧।୯(ସ୍ବ.ପ୍ର.)-ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ବ୍ୟାଗର ଓଜନ କମାଇବାକୁ ଦିଆଯାଇଥିବା ନିର୍ଦ୍ଦେଶନାମା ପାଳନ ହେଉ ନ ଥିବା ଅଭିଯୋଗ...

ଛେଳି ଖାଇବାକୁ ଆସିଥିବା ୧୪ ଫୁଟର ଅହିରାଜ ଉଦ୍ଧାର, ଜଙ୍ଗଲରେ ଛାଡ଼ିଲା ବନବିଭାଗ

ପାଟଣା,୨୨ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ତଣ୍ଡ ଗ୍ରାମ ମଝିସାହିର ପ୍ରଭାକର ବେହେରାଙ୍କ ଘରୁ ୧୪ ଫୁଟ ଲମ୍ବର ଏକ ଅହିରାଜକୁ...

ଭୂମିହୀନଙ୍କୁ ପଟ୍ଟା ଯୋଜନାରେ ସାମିଲ ଦାବି: ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ଆନନ୍ଦପୁର,୫।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ୧୫ ନଂ. ଓ୍ବାର୍ଡ ମୁରାବାଲି ମୌଜା ମଝିସାହିର ଭୂମିହୀନ ବସ୍ତିବାସନ୍ଦାଙ୍କୁ ପଟ୍ଟା ଯୋଜନାରେ ସାମିଲ କରିବା ଦାବିରେ ସୋମବାର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *