୪ ଶିଶୁ ଶ୍ରମିକ ଉଦ୍ଧାର

ସୁକିନ୍ଦା,୬।୮(ଡି.ଏନ୍‌.ଏ.) – ଦୀର୍ଘଦିନ ଧରି ଇଟାଭାଟିଠାରୁ ଆରମ୍ଭ କରି ମୋଟରସାଇକେଲ ଗ୍ୟାରେଜ ଏବଂ ଢାବାରେ ଶିଶୁ ଶ୍ରମିକଭାବେ ଏକ ରକମ ବନ୍ଧକ ରହିଥିବା ୪ ଶିଶୁ ଶ୍ରମିକଙ୍କୁ ସୋମବାର ସୁକିନ୍ଦା ପୋଲିସ ଉଦ୍ଧାର କରିଛି। ଉଦ୍ଧାର ଶିଶୁ ଶ୍ରମିକଙ୍କୁ ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରାଯାଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି। ସୁକିନ୍ଦା ଥାନା ଅଧିକାରୀ ବିଚିତ୍ରାନନ୍ଦ ସେଠୀଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍‌ ସୋମବାର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ। ଚଢାଉବେଳେ ସୁକିନ୍ଦା ବ୍ଲକ ହରିପୁର ମହାବିଦ୍ୟାଳୟ ପାର୍ଶ୍ୱରେ ଥିବା ଇଟାଭାଟରେ କାଳିଆପାଣି ଅଞ୍ଚଳର ଜଣେ ଏବଂ ଢେଙ୍କାନାଳ ଜିଲାର ୨ଜଣଙ୍କୁ ଉଦ୍ଧାର କରିଥିଲେ। ସେହିପରି ସୁକିନ୍ଦା ଥାନା ଅନ୍ତର୍ଗତ ଏକ ମଟରସାଇକେଲ ଗ୍ୟାରେଜରୁ ଜଣଙ୍କୁ ଉଦ୍ଧାର କରାଯାଇଥିଲା।


All Right Reserved By Dharitri.Com

ପଶ୍ଚିମ ଓଡ଼ିଶା ମତ୍ସ୍ୟଜୀବୀ ତିଅର ସମାଜର ମହାସଭା: ହକ୍‌ ପାଇଁ ଲଢେଇ ଦରକାର

ବଲାଙ୍ଗୀର ଅଫିସ,୧୩।୧: ବଲାଙ୍ଗୀରଠାରେ ପଶ୍ଚିମ ଓଡିଶା ମତ୍ସ୍ୟଜୀବୀ ତିଅର ସମାଜର ମହାସଭା ଅନୁଷ୍ଠିତ ହୋଇଯାଇଛି। ସମାଜ ସଭାପତି ଶ୍ରୀବତ୍ସ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମହାସଭାରେ ମୁଖ୍ୟଅତିଥି...

ଶ୍ରୀମନ୍ଦିରରେ ପହିଲି ଭୋଗ ଆରମ୍ଭ

ପୁରୀ ଅଫିସ,୧୬।୧୨: ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ସୋମବାର ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ପହିଲି ଭୋଗ ନୀତି। ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ପ୍ରତ୍ୟହ...

ବିଜେପୁର ଉପନିର୍ବାଚନ: ଭୋଟ ଗଣତି ଆରମ୍ଭ

ବରଗଡ଼ ଅଫିସ,୨୪।୧୦: ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ଗୁରୁବାର ପୂର୍ବାହ୍ନ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ପଦ୍ମପୁର ଆରଏମ୍‌ସି ପରିସରରେ ଏକ ଗୋଦାମ...

ଘର ବାରିରୁ ୧୮ଟି ନାଗ ସାପ ଉଦ୍ଧାର

ପାପଡ଼ାହାଣ୍ଡି,୧୩।୬(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ମହକୁମାର ଶୈଳବାଳା ପଟ୍ଟନାୟକଙ୍କ ବାରିରୁ ବୁଧବାର ସନ୍ଧ୍ୟାରେ ମା’ ସହ ୧୮ଟି ନାଗ ସାପ ଉଦ୍ଧାର କରାଯାଇଛି।...

ସର୍ବଭାରତୀୟ ବିଜ୍ଞାନ ପ୍ରଦର୍ଶନୀରେ ଚମକିଲେ ସୋନାଲୀ

ଅନୁଗୋଳ ଅଫିସ, ୯।୧ – ଧୀରେ ଧୀରେ ବଢ଼ୁଥିବା ପ୍ରଦୂଷଣ ସମସ୍ୟାକୁ କିପରି ନିୟନ୍ତ୍ରଣ କରାଯାଇପାରିବ ସେ ଉପରେ ସର୍ବଭାରତୀୟ ବିଜ୍ଞାନ ପ୍ରଦର୍ଶନୀରେ ନିଜ ପ୍ରକଳ୍ପ...

‘ବୁଲ୍‌ବୁଲ୍‌’ ମୁକାବିଲା ଲାଗି ଜିଲା ପ୍ରଶାସନ ତତ୍ପର

ବାଲେଶ୍ୱର ଅଫିସ, ୮।୧୧-ବାଲେଶ୍ୱର ସ୍ଥାନୀୟ ସଦଭାବନା ସଭାଗୃହରେ ସମ୍ଭାବ୍ୟ ବାତ୍ୟା ‘ବୁଲବୁଲ’ର ମୁକାବିଲା ନିମନ୍ତେ ଗୁରୁବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ କେ....

ବୈତରଣୀରେ ପ୍ରଥମ ବନ୍ୟାଜଲ ପ୍ରବେଶ

କୋରେଇ,୨୦ା୮(ସ୍ବ.ପ୍ର.)- ବୈତରଣୀ ନଦୀରେ ବନ୍ୟାଜଳ ପ୍ରବେଶ କରିଛି। ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ ମିଲିମିଟର ଥିବା ବେଳେ ଖବର ଲେଖା ହେବା ବେଳକୁ ବନ୍ୟାଜଳ ୧୭.୭୮ମିଟରେ...

ମହନ୍ତଙ୍କୁ ଧମକ ଚମକ: ମଙ୍ଗୁ ମଠକୁ ଜଗିଲା ପୋଲିସ

ପୁରୀ ଅଫିସ, ୧୪ା୯: ଶ୍ରୀମନ୍ଦିରର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଶାସନ ପକ୍ଷରୁ ଉଚ୍ଛେଦ ଅଭିଯାନ ଚାଲିଛି। ପ୍ରାଥମିକ ପର୍ଯ୍ୟାୟରେ ବିପଦସଙ୍କୁଳ ନିର୍ମାଣ ଭଙ୍ଗା ଯାଉଛି।...

Leave a comment

Your email address will not be published. Required fields are marked *