Posted inଖେଳ

ଏସିଆ ରଗ୍‌ବୀ ସେଭେନ୍ସ ଟ୍ରଫି:ଭାରତୀୟ ମହିଳା ଦଳରେ ଓଡ଼ିଶାରୁ ୪

ଭୁବନେଶ୍ୱର, ୬ା୮ (ସ୍ପୋଟର୍‌ସ ବ୍ୟୁରୋ)- ଏସିଆ ରଗ୍‌ବୀ ସେଭେନ୍ସ ଟ୍ରଫି ଅଗଷ୍ଟ ୧୦ ଓ ୧୧ ଦୁଇ ଦିନ ଧରି ଇଣ୍ଡୋନେସିଆର ଜାକର୍ତ୍ତାସ୍ଥିତ ଜି.ବି.କେ. କମ୍ପ୍ଲେକ୍ସଠାରେ ଅନୁଷ୍ଠିତ ହେବ। ଏଥିଲାଗି ସୋମବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ପରିସରରେ ରଗ୍‌ବୀ ଇଣ୍ଡିଆ ପକ୍ଷରୁ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଉଭୟ ଭାରତୀୟ ମହିଳା ଓ ପୁରୁଷ ଦଳ ଘୋଷଣା କରାଯାଇଛି। ଉଭୟ ଦଳରେ ୧୨ ଜଣ ଲେଖାଏ ଖେଳାଳି ସ୍ଥାନ ପାଇଥିବାବେଳେ ବିକାଶ ଖତ୍ରି ଓ ବାବିଜ୍‌ ବାରୁଚାଙ୍କୁ ଯଥାକ୍ରମେ ପୁରୁଷ ଓ ମହିଳା ଦଳର ନେତୃତ୍ୱ ପ୍ରଦାନ କରାଯାଇଛି। ଘୋଷିତ ଭାରତୀୟ ମହିଳା ଦଳରେ ଓଡ଼ିଶାର ୪ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ସୁମିତ୍ରା ନାୟକ, ହୁପି ମାଝି, ଶୁଭଲକ୍ଷ୍ମୀ ବାରିକ ଓ ମୀରାରାଣୀ ହେମ୍ବ୍ରମ। ଉଭୟ ଭାରତୀୟ ମହିଳା ଓ ପୁରୁଷ ଦଳର ଖେଳାଳିଙ୍କୁ ନେଇ ଗତ ୨୩ରୁ କିଟ୍‌ ପରିସରରେ ୧୫ ଦିନିଆ ଜାତୀୟ ଶିବିର ଅନୁଷ୍ଠିତ ହେଉଛି। ଗତ ମାସରେ ବିହାରର ପାଟନାଠାରେ ଅନୁଷ୍ଠିତ ହୋଇଥିବା ସୋସାଇଟ୍‌ ଜେନେରାଲ ସିନିୟର ରଗ୍‌ବୀ ସେଭେନ୍ସ ଚାମ୍ପିୟନଶିପ୍‌ରୁ ସମ୍ଭାବ୍ୟ ଖେଳାଳି ଏହି ଶିବିର ପାଇଁ ଚୟନ କରାଯାଇଥିଲା। ୧୫ ଦିନି ଧରି ଚାଲିଥିବା ଏହି ଜାତୀୟ ଶିବିରକୁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବ୍ୟାପାର ବିଭାଗ ସମେତ କିଟ୍‌ ଓ କିସ୍‌ ତରଫରୁ ସମ୍ପୂର୍ଣ୍ଣ ସହଯୋଗ କରାଯାଇଥିଲା। ଭାରତୀୟ ଦଳ ବୁଧବାର ଜାକର୍ତ୍ତା ଅଭିମୁଖେ ଗସ୍ତ କରିବ ବୋଲି ଜଣାପଡ଼ିଛି।
ଇଣ୍ଡିଆ ପକ୍ଷରୁ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଏହି ଖବରଦାତା ସମ୍ମଳିନୀରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସମେତ କ୍ରୀଡ଼ା ସଚିବ ବିଶାଳ କୁମାର ଦେବ, ପୂର୍ବତନ ଭାରତୀୟ ରଗ୍‌ବୀ ଖେଳାଳି ତଥା ଅଭିନେତା ରାହୁଲ ବୋଷ, କୋଚ୍‌ ଲୁଡ୍‌ଓ୍ବିଚେ, ଓଡ଼ିଶା ରଗ୍‌ବୀ ଆସୋସିଏଶନ ସଭାପତି ଉପେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ। କ୍ରୀଡ଼ାମନ୍ତ୍ରୀ ଏହି ଅବସରରେ ଉଭୟ ଭାରତୀୟ ମହିଳା ଓ ପୁରୁଷ ଦଳକୁ ଆଗାମୀ ଟୁର୍ନାମେଣ୍ଟ ଲାଗି ଅଭିନନ୍ଦନ ଜଣାଇବା ସହ ସେମାନେ ସଫଳତା ହାସଲ କରିବେ ବୋଲି କାମନା କରିଥିଲେ। ସେହିଭଳି କ୍ରୀଡ଼ା ସଚିବ ବିଶାଳ ଦେବ ଭାରତୀୟ ଦଳ ପାଇଁ ମନୋନୀତ ହୋଇଥିବା ମହିଳା ଓ ପୁରୁଷ ଦଳର ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲେ। ରାଜ୍ୟ ସରକାର ରଗ୍‌ବୀ କ୍ରୀଡ଼ାକୁ ସହାୟତା କରୁଥିବାରୁ ଏହା ଆମ ପାଇଁ ଖୁସିର ଖବର। ଆଗାମୀ ଦେଢ଼ରୁ ୨ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ସହାୟତାରେ ଓଡ଼ିଶାରେ ରଗ୍‌ବୀ ହାଇପରଫର୍‌ମାନ୍ସ ସେଣ୍ଟର ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଥିବା କ୍ରୀଡ଼ା ସଚିବ ଏହି ଅବସରରେ ସୂଚନା ଦେଇଛନ୍ତି। ଭାରତୀୟ ଦଳରେ ସ୍ଥାନ ପାଇଥିବା ୪ ଓଡ଼ିଶା ଖେଳାଳିଙ୍କୁ ସେ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ପୁରୁଷ ଦଳରେ କିଭଳି ଭାବେ ଓଡ଼ିଆ ଖେଳାଳିଙ୍କ ପ୍ରତିନିଧିତ୍ୱ ରହିବ ସେଥିପ୍ରତି ଦୃଷ୍ଟି ଦେବାକୁ ସେ ରାହୁଲ ବୋଷ ଓ କୋଚ୍‌ଙ୍କୁ ଅନୁରୋଧ କରିଥିଲେ। ଭାରତୀୟ ଖେଳାଳିଙ୍କ ଶିବିର ଆୟୋଜନ କରିବାରେ ରାଜ୍ୟ ସରକାର ଏବଂ କିଟ୍‌ ଯେଉଁ ସମର୍ଥନ ଓ ସହାୟତା ପ୍ରଦାନ କରିଛନ୍ତି ସେଥିଲାଗି ପୂର୍ବତନ ଖେଳାଳି ରାହୁଲ ବେଶ୍‌ ପ୍ରଶଂସା କରିଛନ୍ତି।
ଭାରତୀୟ ପୁରୁଷ ଦଳ: ବିକାଶ ଖତ୍ରି (ଅଧିନାୟକ), ନୀରଜ ଖତ୍ରି, ଦୀପକ ପୁନିଆ, ପ୍ରିନ୍ସ ଖତ୍ରି, ମୋହିତ୍‌ ଖତ୍ରି (ସମସ୍ତେ ହରିୟାଣା), ସୁରିନ୍ଦର ସିଂ, ଜୋଶାଙ୍ଗଜୁଆଲ, ପାଉଲସାମି ଉଥୟ ଶଙ୍କର (ସର୍ଭିସେସ), ସୁକୁମାର ହେମ୍ବ୍ରମ, ରାଜଦୀପ ଶାହ (ଉଭୟ ପଶ୍ଚିମବଙ୍ଗ), ଜାକିର ହୁସେନ (ଦିଲ୍ଲୀ)।
ଭାରତୀୟ ମହିଳା ଦଳ: ବାବିଜ୍‌ ଭରୁଚା (ଅଧିନାୟିକା, ମହାରାଷ୍ଟ୍ର), ଶ୍ୱେତା ଶାହି, ସୁଇଟି କୁମାରୀ (ଉଭୟ ବିହାର), ସୁମିତ୍ରା ନାୟକ, ହୁପି ମାଝି, ଶୁଭଲକ୍ଷ୍ମୀ ବାରିକ, ମୀରାରାଣୀ ହେମ୍ବ୍ରମ (ସମସ୍ତେ ଓଡ଼ିଶା), ଶୀତଲ ଶର୍ମା, ନେହା, ପ୍ରିୟା ବଂଶଲ, ଶିଖା ଯାଦବ (ଦିଲ୍ଲୀ), ସନ୍ଧ୍ୟାରାଣୀ (ପଶ୍ଚିମବଙ୍ଗ)। କୋଚ୍‌- ଲୁଡ୍‌ଓ୍ବିଚେ ଭାନ୍‌ ଡେଭେଣ୍ଟର ଓ ଲୁଇସ୍‌ ବୋଶୋଫ୍‌, ମ୍ୟାନେଜର- ମାନସ କୁମାର ଜେନା ଓ ଧୀରେନ କୁମାର ରାଉତ। ଫିଜିଓ- ରାଜେଶ ମାଳି ଓ ଅବଦୁଲ୍ଲ ଓ୍ବାହିଦ୍‌ ଖାଁ ପଠାନ।


All Right Reserved By Dharitri.Com

Posted inଖେଳ View All

ଫିଫା ସଭାପତି ଇନ୍‌ଫାଣ୍ଟିନୋଙ୍କ ଦ୍ୱିତୀୟ ଇନିଂସ

ପ୍ୟାରିସ୍‌, ୫।୬(ପିଟି)- ଜିଆନ୍ନି ଇନ୍‌ଫାଣ୍ଟିନୋ ବୁଧବାର ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂସ୍ଥା ‘ଫିଫା’ର ସଭାପତି ଭାବେ ଦ୍ୱତୀୟ ଇନିଂସ୍‌ ଆରମ୍ଭ କରିଛନ୍ତି। ଏଠାରେ ଅନୁଷ୍ଠିତ ଫିଫା...

ଟପ୍‌ ୨୫ରେ ସାଥିୟାଁ

ନୂଆଦିଲ୍ଲୀ, ୩୦ା୪ (ପି.ଟି.)-ଭାରତୀୟ ଟେବୁଲ ଟେନିସ (ଟିଟି) ଖେଳାଳି ଜି. ସାଥିୟଁାଙ୍କ ପ୍ରଦର୍ଶନରେ କ୍ରମେ ଉନ୍ନତି ପରିଲକ୍ଷିତ ହେଉଛି। ଫଳ ସ୍ବରୂପ ସେ ସଦସ୍ୟ ପ୍ରକାଶିତ...

ବଦଳିବ ନାହିଁ ନ୍ୟୁଟ୍ରାଲ ଅମ୍ପାୟର ନିୟମ

ଲଣ୍ଡନ,୧୩।୮(ପି.ଟି.)- କ୍ରିକେଟରେ ନିୟମ ପ୍ରସ୍ତୁତକାରୀ ଏମ୍‌ସିସି (ମାରିଲେବୋନ କ୍ରିକେଟ କ୍ଲବ) ଟେଷ୍ଟ ମ୍ୟାଚ୍‌ରେ ନ୍ୟୁଟ୍ରାଲ ଅମ୍ପାୟର ନିୟମକୁ ସମର୍ଥନ କରିଛି। ଆଶେସ ସିରିଜ୍‌ର ପ୍ରଥମ ଟେଷ୍ଟରେ...

କ୍ରିକେଟ୍‌ କ୍ୟାରିୟରରେ ଆଦୌ ନୋ ବଲ୍‌ ପକାଇ ନ ଥିଲେ ଏହିସବୁ ମହାନ୍‌ ବୋଲର୍‌

ଖେଳରେ ପ୍ରତିଦିନ ପୁରୁଣା ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି ହେଉଥିବାର ନଜିର ରହିଛି। କିନ୍ତୁ କ୍ରିକେଟ ଜଗତରେ ଏମିତି କିଛି ରେକର୍ଡ ରହିଛି ଯାହା...

ମାର୍କଣ୍ଡେଙ୍କୁ ଛାଡ଼ିଲା ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇ,୩୧।୭(ପିଟି)- ସର୍ବାଧିକ ୪ ଥର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଓ୍ବେଷ୍ଟଇଣ୍ଡିଆନ କ୍ରିକେଟର ଶେର୍ଫାନେ ରଦରଫୋର୍ଡଙ୍କ ଲାଗି ଲେଗ୍‌ ସ୍ପିନର...

ଅଧିନାୟକ କୋହଲିଙ୍କ ଅପେକ୍ଷାରେ କୃତିତ୍ୱ

ନୂଆଦିଲ୍ଲୀ,୯।୧୦: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାରଠାରୁ ଦ୍ୱିତୀୟ ଟେଷ୍ଟ ପୁଣେରେ ଖେଳାଯିବ। ୩ ମ୍ୟାଚ୍‌ବିଶିଷ୍ଟ ସିରିଜ୍‌ରେ ୧-୦ରେ ଆଗୁଆ ଥିବା ବିରାଟ କୋହଲିଙ୍କ...

ସଙ୍ଗକାରା ଏମ୍‌ସିସି ଅଧ୍ୟକ୍ଷ

ଲଣ୍ଡନ,୨।୧୦(ପି.ଟି.)- ପୂର୍ବତନ ଶ୍ରୀଲଙ୍କା ଅଧିନାୟକ କୁମାର ସଙ୍ଗକାରା ଐତିହାସିକ ମେରିଲବୋନ କ୍ରିକେଟ କ୍ଳବ୍‌ (ଏମ୍‌ସିସି)ର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ସେ ପ୍ରଥମ ଅଣ ବ୍ରିଟିଶ ବ୍ୟକ୍ତି...

ଇଣ୍ଡିଆନ ଗ୍ରାଁ ପ୍ରି ୫: ଦୂତୀଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୧୭।୮(କ୍ରୀଡ଼ା ପ୍ରତିନିଧି)- ପଞ୍ଜାବର ପଟିଆଲାସ୍ଥିତ ଏନଏସଏନଆଇଏସଠାରେ ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁ ପ୍ରି ଆଥଲେଟିକ୍‌ ମିଟ୍‌ର ୫ମ ଚରଣରେ ଓଡ଼ିଶାର ଦୂତୀ ଚାନ୍ଦ ସ୍ବର୍ଣ୍ଣ...

Leave a comment

Your email address will not be published. Required fields are marked *