Posted inଜାତୀୟ

ରାଷ୍ଟ୍ରପତିଙ୍କ ଅଧିସୂଚନା: ଜମ୍ମୁ-କଶ୍ମୀରରେ ଲାଗୁ ହେଲା ଭାରତର ସମ୍ବିଧାନ

ନୂଆଦିଲ୍ଲୀ,୫ା୮(ପି.ଟି./ଆଇଏଏନ୍‌ଏସ୍‌): ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ଜମ୍ମୁ-କଶ୍ମୀର ସରକାର ସମ୍ପର୍କିତ ସମ୍ବିଧାନ (ଜମ୍ମୁ-କଶ୍ମୀରରେ ଲାଗୁ) ନିର୍ଦ୍ଦେଶନାମା, ୨୦୧୯ ଜାରି କରିଛନ୍ତି। ଭାରତୀୟ ସମ୍ବିଧାନ ଏହି ରାଜ୍ୟରେ ଲାଗୁ ହେବ ବୋଲି ଏଥିରେ ଉଲ୍ଲେଖ ରହିଛି। ସଦ୍ୟ ଅଧିସୂଚନା ତତ୍କାଳ ରାଜ୍ୟର ସମ୍ବିଧାନ (ଜମ୍ମୁ-କଶ୍ମୀରରେ ଲାଗୁ) ନିର୍ଦ୍ଦେଶନାମା, ୧୯୫୪ର ସ୍ଥାନ ନେବ। ଭାରତୀୟ ସମ୍ବିଧାନର ସମସ୍ତ ନିୟମ ଜମ୍ମୁ-କଶ୍ମୀର ପାଇଁ ପ୍ରଯୁଜ୍ୟ ହେବ। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ରାଷ୍ଟ୍ରପତି ସମ୍ବିଧାନ ଅନୁଚ୍ଛେଦ ୩୬୭ରେ ଧାରା ୪ ଯୋଡ଼ିଛନ୍ତି, ଯେଉଁଥିରେ ୪ଟି ପରିବର୍ତ୍ତନ କରାଯାଇଛି। ଏଥିରେ କୁହାଯାଇଛି ଯେ, ସମ୍ବିଧାନ କିମ୍ବା ଏହାର ନିୟମଗୁଡ଼ିକର ନିର୍ଦ୍ଦେଶକୁ ଉକ୍ତ ରାଜ୍ୟ ସମ୍ପର୍କିତ ସମ୍ବିଧାନ ଓ ତା’ର ନିୟମଗୁଡ଼ିକୁ ଲାଗୁ କରିବାର ନିର୍ଦ୍ଦେଶ ଭାବେ ବିବେଚନା କରାଯିବ। ଯେଉଁ ବ୍ୟକ୍ତିଙ୍କୁ ରାଜ୍ୟ ବିଧାନସଭାର ସୁପାରିସ ଉପରେ ରାଷ୍ଟ୍ରପତିଙ୍କ ଦ୍ୱାରା ଜମ୍ମୁ ଓ କଶ୍ମୀରର ସଦର-ଇ-ରିୟାସତ (ଯିଏକି କ୍ଷମତାସୀନ ରାଜ୍ୟ ମନ୍ତ୍ରି ପରିଷଦର ପରାମର୍ଶରେ କାର୍ଯ୍ୟ କରୁଛନ୍ତି) ରୂପେ ମାନ୍ୟତା ଦିଆଯାଇଛି, ତାଙ୍କ ପାଇଁ ନିର୍ଦ୍ଦେଶଗୁଡ଼ିକୁ ଜମ୍ମୁ-କଶ୍ମୀରର ରାଜ୍ୟପାଳଙ୍କ ପାଇଁ ନିର୍ଦ୍ଦେଶନାମା ଭାବେ ପରିଗଣିତ ହେବ। ରାଜ୍ୟପାଳଙ୍କ ନିର୍ଦ୍ଦେଶଗୁଡ଼ିକ ମନ୍ତ୍ରୀ ପରିଷଦର ପରାମର୍ଶ ଅନୁସାରେ ଦିଆଯାଇଥିବା ବିବେଚନା କରାଯିବ। ସମ୍ବିଧାନ ଅନୁଚ୍ଛେଦ ୩୭୦ର ଧାରା (୩) ଅନୁସାରେ ରାଜ୍ୟର ‘ସମ୍ବିଧାନ ପ୍ରଣୟନ ସଭା’କୁ ଧାରା (୨) ଅନୁଯାୟୀ ରାଜ୍ୟ ବିଧାନସଭା ଭାବେ ବିବେଚନା କରାଯିବ।


All Right Reserved By Dharitri.Com

ସିଏଏ ଏବଂ ଏନ୍‌ଆର୍‌ସି ପରେ ଏବେ ଏନ୍‌ପିଆର୍‌ ପାଇଁ ମୋଦି ସରକାରଙ୍କ ଯୋଜନା

ନୂଆଦିଲ୍ଲୀ,୨୧।୧୨: ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକତା ରେଜିଷ୍ଟର (ଏନ୍‌ଆର୍‌ସି) ନେଇ ଦେଶବ୍ୟାପି ନିଆଁ ଜଳୁଛି। ପରିସ୍ଥିତି ଏପର୍ଯ୍ୟନ୍ତ ନିୟନ୍ତ୍ରଣକୁ ଆସି ନ...

ବନ୍ଧୁର ରାସ୍ତାରେ ଚାଲିଲେ ମହାକାଶଚାରୀ: ଭିଡିଓ ଭାଇରାଲ

ବେଙ୍ଗାଲୁରୁ,୨।୯: ସାମାଜିକ ସମସ୍ୟାର ବିରୋଧ ପ୍ରଦର୍ଶନ କରିବା ପାଇଁ ଲୋକମାନେ ନିଆରା ଢଙ୍ଗ ଆପଣାଇଥାନ୍ତି। ତେବେ କିଛି ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି କର୍ନାଟକର...

ପିଆଜ କିଲୋ ୧୩୦ ଟଙ୍କା

ନୂଆଦିଲ୍ଲୀ, ୪।୧୨: ପିଆଜ ଦର ବୃଦ୍ଧି ରୋକିବାକୁ ସରକାର ଯେତେ ପଦକ୍ଷେପ ନେଉଥିଲେ ମଧ୍ୟ ତାହା କମିବାର ନାଁ ନେଉନି। ବୁଧବାର ଦେଶର ଅଧିକାଂଶ ସ୍ଥାନରେ...

କଂଗ୍ରେସ ପାଇଁ ଗୋଲାମ ଭଳି କାମ କରିଛି: କୁମାରସ୍ବାମୀ

ବେଙ୍ଗାଲୁରୁ,୬।୮: କର୍ନାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀ କହିଛନ୍ତି ସେ ତାଙ୍କ ମେଣ୍ଟ ସରକାରରେ ୧୪ ମାସ ପର୍ଯ୍ୟନ୍ତ କଂଗ୍ରେସ ପାଇଁ ଗୋଲାମ ଭଳି କାମ କରିଛନ୍ତି।...

ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ପ୍ୟାକେଜରେ ଲାଭବାନ ହେବେ ଚାଷୀ

ନୂଆଦିଲ୍ଲୀ,୧୪।୫: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଦ୍ୱାରା ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ପ୍ୟାକେଜ ଘୋଷଣା ପରେ ଏହାଦ୍ୱାରା ଚାଷୀମାନେ ଲାଭବାନ ହେବେ ବୋଲି ଜଣାପଡିଛି। ନାବାର୍ଡ...

ତାମିଲ୍‌ନାଡୁର କୋୟମ୍‌ବେଡୁ ବଜାର ପାଲଟିଛି କରୋନା ହଟ୍‌ସ୍ପଟ୍‌

ଚେନ୍ନାଇ,୫।୫: ତାମିଲନାଡୁର କୋୟମ୍‌ବେଡୁ ବଜାର ଏବେ କରୋନ ସଂକ୍ରମଣର ହଟ୍‌ସ୍ପଟ୍‌ ପାଲଟିଛି। ୬୫ ଏକର ଜମିରେ ଥିବା ଏହି ବୃହତ୍‌ ବଜାରକୁ ରାଜ୍ୟ ତଥା ରାଜ୍ୟ...

ଟୋଲ୍‌ ପ୍ଲାଜା କର୍ମଚାରୀଙ୍କୁ ମାଡ଼ ମାରିଲେ ଭାଜପା ଏମ୍‌ପିଙ୍କ ଅଙ୍ଗରକ୍ଷୀ

ଆଗ୍ରା,୭ା୭: ଭାଜପା ନେତାମାନଙ୍କ ହିଂସାକାଣ୍ଡକୁ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚେତାବନୀ ଦେବାର ୩ ଦିନ ପରେ ଦଳର ଜଣେ ଏମ୍‌ପିଙ୍କ...

ସୋନିଆଙ୍କୁ ଭେଟିଲେ ପାଓ୍ବାର

ମୁମ୍ବାଇ, ୧୧ା୯ (ପି.ଟି.): ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଆସନ ବୁଝାମଣା ଲାଗି କଂଗ୍ରେସ ଓ ଏନ୍‌ସିପି ମଧ୍ୟରେ ପ୍ରୟାସ ଆରମ୍ଭ ହୋଇଛି। ଏନ୍‌ସିପି...

Leave a comment

Your email address will not be published. Required fields are marked *