ଏହି ଗାଁରେ ଚଳେନି ଭାରତ ସରକାରଙ୍କ ଆଇନ…

ଭାରତରେ ରହିଛି ଏପରି ଏକ ଗାଁ ଯେଉଁଠି ଦେଶର ଆଇନ ବ୍ୟବସ୍ଥା ଚଳି ନ ଥାଏ। ହିମାଚଳପ୍ରଦେଶର କୁଲ୍ଲୁ ନିକଟରେ ଥିବା ଏହି ଗାଁର ନାମ ହେଉଛି ମଲାଣା। ଗାଁର ନିଜର ସଂସଦ ରହିଛି। ଗୋଟିଏ ହେଉଛି ଜ୍ୟେଷ୍ଠାଙ୍ଗ ଏବଂ ଅନ୍ୟଟି ହେଉଛି ନିମ୍ନାଙ୍ଗ। ଗାଁ ଲୋକେ ନିଜକୁ ଗ୍ରୀକ୍‌ ବୀର ଆଲେକଜାଣ୍ଡରଙ୍କ ବଂଶଧର ବୋଲି କୁହନ୍ତି। ଏଠାକାର ଆଇନ ବ୍ୟବସ୍ଥା ପୁରାତନ ଏଥେନ୍ସ ସହିତ ମେଳ ଖାଇଥାଏ। କିଛି ଗ୍ରୀକ୍‌ ସୈନ୍ୟ ଏଠାରେ ରହିଯାଇଥିବା କୁହାଯାଏ। ପରେ ତାଙ୍କର ବଂଶ ଧୀରେଧୀରେ ବଢ଼ିଥିଲା। ଏବେ ଗାଁରେ ୧୨୫ ପରିବାର ବାସ କରୁଛନ୍ତି। ଗାଁର ଜନସଂଖ୍ୟା ୧୨ଶହ ରହିଛି। ବାହାର କୌଣସି ଲୋକଙ୍କ ସହିତ ଗାଁ ଲୋକେ ସମ୍ପର୍କ ରଖିବାକୁ ପସନ୍ଦ କରି ନ ଥାନ୍ତି। ଗାଁ ଲୋକେ କନାସା ନାମକ ଭାଷାରେ କଥାବାର୍ତ୍ତା ହୋଇଥାନ୍ତି। ଏହି ଭାଷା କୌଣସି ଭାରତୀୟ ଭାଷା ସହିତ ମେଳଖାଇ ନ ଥାଏ। ଏଠାକୁ ପ୍ରତିବର୍ଷ ବହୁ ପର୍ଯ୍ୟଟକ ଆସିଥାନ୍ତି। ତେବେ ସେମାନେ ଏଠାକାର କୌଣସି ଦ୍ରବ୍ୟ ଛୁଇଁବାକୁ ମନା କରାଯାଇଥାଏ। ଗାଁର ବହୁସ୍ଥାନରେ ଏନେଇ ସୂଚନା ବୋର୍ଡ ଲଗାଯାଇଥାଏ। ଯଦି କେହି ପର୍ଯ୍ୟଟକ ଗାଁର କୌଣସି ଦ୍ରବ୍ୟକୁ ଛୁଁଅନ୍ତି ତେବେ ସେଥିଲାଗି ୧ରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିଥାଏ।


All Right Reserved By Dharitri.Com

ଏଡ଼ିସି ବ୍ୟାଙ୍କ ମାନହାନି ମାମଲା: ରଣଦୀପ୍‌ ସୁରଜଓ୍ବାଲାଙ୍କୁ ଜାମିନ୍‌

ନୂଆଦିଲ୍ଲୀ,୧୮।୧୨:ଏଡ଼ିସି ବ୍ୟାଙ୍କ ମାନହାନି ମାମଲାରେ କଂଗ୍ରେସ ପ୍ରବକ୍ତା ରଣଦୀପ୍‌ ସୁରଜଓ୍ବାଲାଙ୍କ ଜାମିନ୍‌ ବୁଧବାର ମଞ୍ଜୁର ହୋଇଛି। ୧୫ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ମେଟ୍ରୋପଲିଟନ୍‌ କୋର୍ଟ...

ସାଧାରଣ ନ ଥିଲା ମୋଦି ଧ୍ୟାନ କରୁଥିବା ଗୁମ୍ଫା: ଏହାସହ ସଂଲଗ୍ନ ଥିଲା ଶୌଚାଗାର, ସିସିଟିଭି

ଡେରାଡୁନ,୧୯।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନିର୍ବାଚନ ପ୍ରଚାର କାର୍ଯ୍ୟ ଶେଷ କରି ଶନିବାର ବାହାରିଥିଲେ କେଦାରନାଥ ଦର୍ଶନରେ। ସେଠାରେ ସେ ଏକ ଗୁମ୍ଫାରେ ଧ୍ୟାନ...

ରଘୁବୀର ମାର୍କେଟରେ ନିଆଁ

ସୁରଟ,୨୧।୧: ଗୁଜରାଟ ସୁରଟର ରଘୁବୀର ମାର୍କେଟରେ ମଙ୍ଗଳବାର ସକାଳୁ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ନିଆଁକୁ ଲିଭାଇବା ପାଇଁ ୪୦ ଦମକଳ ଗାଡି ଚେଷ୍ଟା ଚଲାଇଥିବା...

ଲୋକ ସଭା ନିର୍ବାଚନ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ

ନୂଆଦିଲ୍ଲୀ,୧୭।୪: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ...

ପିଆଜ ରପ୍ତାନୀ ଉପରେ ରୋକ: ଦାମ୍‌ ନିୟନ୍ତ୍ରଣ ପାଇଁ ସରକାରଙ୍କ ମାଷ୍ଟର ଷ୍ଟ୍ରୋକ୍‌

ନୂଆଦିଲ୍ଲୀ,୨୯।୯: ଦେଶରେ ପିଆଜ ଦାମ୍‌ ହୁ ହୁ ହୋଇ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଆଜ ରପ୍ତାନୀ ଉପରେ ରୋକ ଲଗାଯାଇଛି।...

ଗଣେଶଙ୍କ ପୂଜାରେ କାହିଁକି ଲାଗେ ନାହିଁ ତୁଳସୀ…

ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ବିଘ୍ନରାଜଙ୍କୁ ପୂଜା କରାଯାଇଥାଏ। ତାଙ୍କ ପୂଜାରେ ବିଭିନ୍ନ ସାମଗ୍ରୀ ବ୍ୟବହାର କରାଯାଏ। ଏଇ ଯେମିତି ଦୂବ, ଅରୁଆଚାଉଳ,...

ଟ୍ରମ୍ପ୍‌ ବୁଲିଯିବେ ତାଜମହଲ: ଦୁର୍ଗନ୍ଧ ହଟାଇବା ପାଇଁ ଯମୁନାରେ ଛଡ଼ାଗଲା ୫୦୦ କ୍ୟୁସେକ୍‌ ଜଳ

ଆଗ୍ରା,୧୯।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କର ଭବ୍ୟ ସମ୍ବର୍ଦ୍ଧନା ପାଇଁ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଉଦ୍ୟମ ଜାରି ରଖିଛନ୍ତି।...

ପ୍ରେମ ବିବାହକୁ ନା, ଦ୍ୱିତୀୟ ବିବାହକୁ ମିଳିବ ପ୍ରୋତ୍ସାହନ: କର୍ନାଟକ ସରକାର

ବେଙ୍ଗାଲୁରୁ,୨।୧୧: ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପାଙ୍କ ନେତୃତ୍ୱାଧିନ କର୍ନାଟକ ସରକାର ଏବେ ସାମୁହିକ ବିବାହର ଆୟୋଜନ କରିବାକୁ ଯାଉଛନ୍ତି। ଏହା ବର୍ଷକୁ ୨ ଥର ଆୟୋଜନ କରାଯିବ।...

Leave a comment

Your email address will not be published. Required fields are marked *