Posted inଜାତୀୟ

ପଶ୍ଚିମବଙ୍ଗରେ ପ୍ରଚାର ଶେଷ:ବଳ କଷିଲେ ମୋଦି, ଦିଦି

କୋଲ୍‌କାତା/ମଉ,୧୭।୫:ପଶ୍ଚିମବଙ୍ଗରେ ୭ଟି ଯାକ ପର୍ଯ୍ୟାୟରେ ଲୋକ ସଭା ନିର୍ବାଚନ ହେଉଛି। ରାଜ୍ୟର ୪୨ ଆସନ ମଧ୍ୟରୁ ୩୩ଟିରେ ମତଦାନ ଶେଷ ହୋଇଥିବାବେଳେ ରବିବାର ଶେଷ ପର୍ଯ୍ୟାୟରେ ଅବଶିଷ୍ଟ ୯ ଆସନ ଲାଗି ଭୋଟଗ୍ରହଣ କରାଯିବ। ଏଥିସକାଶେ ଗୁରୁବାର ରାତି ୧୦ଟାରେ ପ୍ରଚାର ଶେଷ ହୋଇଛି। ପ୍ରଚାର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆରୋପ ପ୍ରତ୍ୟାରୋପରେ ପରସ୍ପରକୁ ପୋତି ଦେଇଛନ୍ତି। ମୋଦି ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ନିର୍ମାଣର ପ୍ରତିଶ୍ରୁତି ଦେଇଥିବାବେଳେ ମମତା ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଯେଉଁ ଭାଜପା ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କରିପାରିଲା ନାହିଁ ତା’ର ଟଙ୍କା ଆମକୁ ଦରକାର ନାହିଁ ବୋଲି ମମତା ଜବାବ ଦେଇଛନ୍ତି। ଏହାକୁ ନେଇ ଜାତୀୟ ରାଜନୀତିର ତାପମାତ୍ରା ବଢ଼ିଯାଇଛି।
ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ଦମ୍‌ ଦମ୍‌, ବରସାତ୍‌, ବସିରହାଟ, ଜୟନଗର, ମଥୁରାପୁର, ଡାଇମଣ୍ଡ ହାର୍‌ବର, ଯାଦବପୁର, କୋଲକାତା (ଦକ୍ଷିଣ) ଓ କୋଲକାତା (ଉତ୍ତର) ଆସନରେ ଭୋଟଗ୍ରହଣ କରାଯିବ। ବିବାଦର ସୂତ୍ରପାତ ହୋଇଥିଲା ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହଙ୍କ କୋଲକାତା ରୋଡ୍‌ ଶୋ’ରୁ। ଶାହଙ୍କ ରୋଡ୍‌ ଶୋ ବେଳେ ଭାଜପା ଏବଂ ଟିଏମ୍‌ସି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ହିଂସାକାଣ୍ଡ ଯୋଗୁ ନିର୍ବାଚନ କମିଶନ (ଇସି) ନିର୍ଦ୍ଧାରିତ ସମୟର ଦିନକ ପୂର୍ବରୁ ପ୍ରଚାର ଉପରେ କଟକଣା ଜାରି କରିଥିଲେ। ଗୁରୁବାର ପ୍ରଚାରର ଶେଷ ଦିନରେ ଉଭୟ ଦଳ ମଧ୍ୟରେ ବଳ କଷାକଷି ହୋଇଛି। ଉଭୟ ଟିଏମ୍‌ସି ଏବଂ ଭାଜପା ନେତାମାନେ ଭୋଟରଙ୍କ ମନାଇବା ଲାଗି ପୂରା ଦମ୍‌ ଲଗାଇଦେଇଛନ୍ତି। ଉତ୍ତରପ୍ରଦେଶସ୍ଥିତ ମଉର ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ କହିଛନ୍ତି, ପଞ୍ଚଧାତୁରେ ବିଦ୍ୟାସାଗରଙ୍କ ବିଶାଳ ପ୍ରତିମୂତ୍ତି ଗଢ଼ାଯିବ। ପ୍ରତିମୂର୍ତ୍ତି ଭଙ୍ଗାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଅନ୍ୟପକ୍ଷରେ ଟିଏମ୍‌ସି ସୁପ୍ରିମୋ ମମତା କହିଛନ୍ତି, ଭାଜପା ଟଙ୍କା ଆମର ଦରକାର ନାହିଁ ।
ପ୍ରତିମୂର୍ତ୍ତି ନିର୍ମାଣ ଲାଗି ପଶ୍ଚିମବଙ୍ଗ ପାଖରେ ପ୍ରଚୁର ଅର୍ଥ ଅଛି। ପ୍ରତିମୂର୍ତ୍ତି ଭାଙ୍ଗିବା ଭାଜପାର ଅଭ୍ୟାସ। ପୂର୍ବରୁ ତ୍ରିପୁରାରେ ଏଭଳି ଘଟଣା ଘଟିଥିଲା। ଭାଜପା ସୋସିଆଲ ମିଡିଆରେ ମିଛ ଓ ମନଗଢ଼ା କାହାଣୀ ଛାପି ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରୁଛି। କୋଲ୍‌କାତା ହିଂସା ୧୯୯୨ରେ ହୋଇଥିବା ବାବ୍ରୀ ମସ୍‌ଜିଦ୍‌ ଭଙ୍ଗା ବେଳର ହିଂସାଠୁ ବଳିଗଲା। ରାମ ଜନ୍ମଭୂମିରେ ରାମମନ୍ଦିର ନିର୍ମାଣ କରିପାରି ନ ଥିବା ଭାଜପା ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି କ’ଣ କରିବ ବୋଲି ମମତା ମୋଦିଙ୍କୁ ତାଚ୍ଛଲ୍ୟ କରିିଛନ୍ତି। ଶାହଙ୍କୁ ଜଣେ ଗୁଣ୍ଡା ନେତାଭାବେ ସେ ଅବିହିତ କରି ତାଙ୍କ ନେତୃତ୍ୱରେ ଭାଜପା କର୍ମୀ ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଥିବା ସମାଲୋଚନା କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କ ପଶ୍ଚିମବଙ୍ଗ ଗସ୍ତ ପୂର୍ବରୁ ମମତା ଯାଦବପୁରର ସୁକାନ୍ତ ସେତୁରୁ ତରତଲା ପର୍ଯ୍ୟନ୍ତ ସାଢ଼େ ୮ କି.ମି. ପଦଯାତ୍ରା କରିଛନ୍ତି। ପ୍ରଚାର ସମୟ କମାଯିବାକୁ ନେଇ ମମତା ନିର୍ବାଚନ କମିଶନଙ୍କ ଉପରେ ମଧ୍ୟ ବର୍ଷିଛନ୍ତି। ସେ କହିଛନ୍ତି ଯେ, ମୋଦି ଓ ଶାହଙ୍କ ଚାପର ବଶବର୍ତ୍ତୀ ହୋଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। କଂଗ୍ରେସ, ଏଏପି, ଟିଡିପି, ବିଏସ୍‌ପି, ଡିଏମ୍‌କେ ଭଳି ବିଭିନ୍ନ ରାଜନୈତିକ ଦଳ ଏଥିଲାଗି ଇସିଙ୍କ ପଦକ୍ଷେପକୁ ସମାଲୋଚନା କରିଛନ୍ତି।
ଦମ୍‌ ଦମ୍‌ରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି କହିଛନ୍ତି, ମମତା ଆଜି ଇସି ଏବଂ କେନ୍ଦ୍ରୀୟ ବଳକୁ ଦୁର୍ବ୍ୟବହାର କରୁଛନ୍ତି। କିନ୍ତୁ ବାମପନ୍ଥୀଙ୍କ ଶାସନ ଅମଳରେ ଏପରି ଏକ ସମୟ ଥିଲା, ଯେତେବେଳେ ସେ କେନ୍ଦ୍ରୀୟ ବଳ ମୁତୟନ ପାଇଁ ଦାବି କରୁଥିଲେ। ଇସି ଏବଂ କେନ୍ଦ୍ରୀୟ ବଳ ମୁକ୍ତ ତଥା ନିରପେକ୍ଷ ନିର୍ବାଚନ କରାଇ ନ ଥିଲେ ମମତା ମୁଖ୍ୟମନ୍ତ୍ରୀ ହୋଇପାରି ନ ଥାନ୍ତେ। ମମତା ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଛନ୍ତି। ସ୍ବପ୍ନ ଦେଖିବାକୁ ମନାନାହିଁ। କିନ୍ତୁ ସେ ସଶସ୍ତ୍ର ବଳର ମନୋବଳ ଦୁର୍ବଳ ହେବା ଭଳି ମନ୍ତବ୍ୟ ଦେବା ଅନୁଚିତ ବୋଲି ମୋଦି ସମାଲୋଚନା କରିଛନ୍ତି।


All Right Reserved By

୯୬ ବର୍ଷ ପୁରାତନ ଲକ୍ଷ୍ମଣ ଝୁଲା ଉପରେ ଗମନାଗମନ ବନ୍ଦ ପାଇଁ ନିର୍ଦ୍ଦେଶ

ଡେରାଡୁନ୍‌, ୧୩।୭: ଉତ୍ତରାଖଣ୍ଡର ଋଷିକେଶଠାରେ ଗଙ୍ଗାନଦୀ ଉପରେ ଥିବା ୯୬ ବର୍ଷ ପୁରାତନ ଲକ୍ଷ୍ମଣ ଝୁଲା ଉପରେ ଗମନାଗମନ ବନ୍ଦ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ...

ମନୋଜ ତିଓ୍ବାରିଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ,୨୩।୬: ଦିଲ୍ଲୀର ଭାଜପା ଅଧ୍ୟକ୍ଷ ମନୋଜ ତିଓ୍ବାରିଙ୍କୁ ହତ୍ୟା ଧମକ ମିଳିଥିବା ନିଜେ ମନୋଜ କହିଛନ୍ତି। ତାଙ୍କ ଫୋନକୁ ଏକ ଏସ୍‌ଏମ୍‌ଏସ୍‌ ଦେଇ ଜଣେ ବ୍ୟକ୍ତି...

ମସ୍ତିଷ୍କ ଜ୍ୱର ଆତଙ୍କ ୧୩୦ ଶିଶୁଙ୍କ ଗଲାଣି ଜୀବନ

ପାଟନା,୧୯।୬: ବିହାରର ମୁଜାଫରପୁରରେ ଆକ୍ୟୁଟ ଏନ୍ସେଫାଲାଇଟିସ ସିଣ୍ଡ୍ରୋମ (ଏଇଏସ) ଏବଂ ଜାପାନିଜ ଏନ୍ସେଫାଲାଇଟିସ (ଜେଇ) ରୋଗର ପ୍ରକୋପ ଜାରି ରହିଛି। ଗତ ୨୪ ଘଣ୍ଟାରେ ଏଠାରେ...

ଲାଲୁ ଯାଦବଙ୍କ ସମେତ କିଛି ନେତାଙ୍କର କମିଲା ସୁରକ୍ଷା

ପାଟନା,୨୩।୭: ଗୃହ ମନ୍ତ୍ରଣାଳୟ ପକ୍ଷରୁ ବଡ଼ ବଡ଼ ନେତାଙ୍କୁ ଦିଆଯାଉଥିବା ସୁରକ୍ଷା ବ୍ୟବସ୍ଥା ଉପରେ ସଂଶୋଧନ କରାଯାଇଛି। ଏନେଇ ଏକ ନୋଟିସ ଜାରି କରାଯାଇଛି। ଏଥିରେ...

ପରଲୋକରେ ଆଧୁନିକ ଦିଲ୍ଲୀର ବିନ୍ଧାଣି

ନୂଆଦିଲ୍ଲୀ,୨୧ା୭(ପି.ଟି.): ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତଙ୍କର ଶନିବାର ଅପରାହ୍ଣରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୮୧...

ମୁମ୍ବାଇରେ ଜଳପ୍ରଳୟ: ବୁଡିଗଲା ଗାଡି, ଦୁଇ ମୃତ

ମୁମ୍ବାଇ, ୩।୭: ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବର୍ଷା ଗତ ୨ ବର୍ଷର ରେକର୍ଡ ଭାଙ୍ଗି ଦେଇଛି। ମୂଷଳ ଧାରାରେ...

କଶ୍ମୀର ପଣ୍ଡିତଙ୍କ ବିନା ପୂର୍ଣ୍ଣ ନୁହେଁ ଜମ୍ମୁ-କଶ୍ମୀର: ରାଜ୍ୟପାଳ

ଶ୍ରୀନଗର,୧୫।୮: ଶେର-ଇ-କଶ୍ମୀର ଷ୍ଟାଡିୟମରେ ୭୩ତମ ସ୍ବାଧୀନତା ଦିବସରେ ପତାକା ଉତ୍ତୋଳନ କରିବା ସମୟରେ ରାଜ୍ୟପାଳ ସତ୍ୟପାଲ ମଲିକ କହିଛନ୍ତି କଶ୍ମୀର ପଣ୍ଡିତଙ୍କ ବିନା ଜମ୍ମୁ-କଶ୍ମୀର ସମ୍ପୂର୍ଣ୍ଣ...

ବିଲ୍‌କିସ ବାନୋଙ୍କୁ ୫୦ ଲକ୍ଷ କ୍ଷତିପୂରଣ ଦିଅ: ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୪ା୪: ଗୁଜରାଟରେ ୨୦୦୨ ଦଙ୍ଗାବେଳେ ଗଣବଳାତ୍କାରର ଶିକାର ହୋଇଥିବା  ବିଲ୍‌କିସ ବାନୋଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ଚାକିରି ସହ ରହିବାର ସୁବିଧା ଯୋଗାଇଦେବା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *