Posted inଜାତୀୟ

ମହାରାଷ୍ଟ୍ରରେ ପ୍ରବଳ ବର୍ଷା: ୬ ମୃତ

ମୁମ୍ବାଇ,୫ା୮(ଆଇଏଏନ୍‌ଏସ୍‌): ମହାରାଷ୍ଟ୍ରରେ ଦୁଇଦିନ ହେଲା ପ୍ରବଳ ବର୍ଷା ଲାଗି ରହିଥିବାବେଳେ ମୁମ୍ବାଇ ଓ ସତାରାରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ବିଭିନ୍ନ ଅଞ୍ଚଳରେ ବନ୍ୟାପାଣି ଘେରରେ ରହିଯାଇଥିବା ୪୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ବାୟୁସେନା ହେଲିକପ୍ଟର ସହାୟତାରେ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟରେ ବାୟୁସେନା ଏବଂ ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ନିୟୋଜିତ କରାଯାଇଛି। ସାନ୍ତାକ୍ରୁଜ୍‌ ଅଞ୍ଚଳରେ ବଜ୍ରପାତରେ ମାଆପୁଅଙ୍କ ମୃତ୍ୟୁ ହୋଇଥିବାବେଳେ ଧରାବୀରେ ଜଣେ ଯୁବକ ଭାସିଯାଇଛନ୍ତି। ପୁଣେରେ ଡ୍ରେନପାଣିରେ ଭାସିଯାଇ ଦୁଇଜଣଙ୍କ ମୃତ୍ୟୁ ହୋଇଛି।
ଶନିବାର ରାତିସାରା ପ୍ରବଳ ବର୍ଷା ଫଳରେ ମହାନଗରୀ ସମେତ ଆଖପାଖ ଅଞ୍ଚଳରେ ସ୍ବାଭାବିକ ଜୀବନଯାତ୍ରା ବ୍ୟାହତ ହୋଇଛି। ରବିବାର ସକାଳେ ଟ୍ରେନ୍‌ ଓ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ପାଲଘର ଜିଲାରେ ଜଣେ ୧୬ ବର୍ଷର ନାବାଳକ ବନ୍ୟାପାଣିରେ ଭାସିଯାଇଛନ୍ତି। କ୍ରମାଗତ ଦୁଇଦିନ ଧରି ବର୍ଷା ଲାଗିରହିବା ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଠାଣେ, ପାଲଘର ଜିଲା ଓ ନଓ୍ବି ମୁମ୍ବାଇ ସହରରେ ଦୁଇଦିନ ଧରି ଅବାରିତ ବର୍ଷା ଫଳରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ିପଡ଼ିଛି। ୨୪ ଘଣ୍ଟାରେ ମୁମ୍ବାଇରେ ୧୦୦ ମିଲିମିଟର ବର୍ଷା ହୋଇଥିବାବେଳେ ଠାଣେ ଓ ନଓ୍ବି ମୁମ୍ବାଇରେ ୨୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। ବିଭିନ୍ନ ରୁଟ୍‌ରେ ଲୋକାଲ ଟ୍ରେନ୍‌ ଚଳାଚଳ ବାତିଲ ଯୋଗୁ ଦୈନନ୍ଦିନ ଯାତ୍ରୀ ଅଫିସ ଯିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବିଭିନ୍ନ ସ୍ଥାନରେ ରେଳଲାଇନ୍‌ ବର୍ଷାପାଣିରେ ବୁଡ଼ି ରହିଛି। ପୁଣେ-ମୁମ୍ବାଇ ଲାଇନରେ ମଧ୍ୟ ଟ୍ରେନ ଚଳାଚଳ ବନ୍ଦ ରହିଛି। ଦୁରନ୍ତୋ, କୋଣାର୍କ ଏକ୍ସପ୍ରେସ୍‌, ଅମୃତସର ଏକ୍ସପ୍ରେସ୍‌, ଦେବଗିରି ଏକ୍ସପ୍ରେସ ଭଳି ଦୂରଗାମୀ ଟ୍ରେନ୍‌ଗୁଡିକ ବିଭିନ୍ନ ସ୍ଥାନରେ ଅଟକି ରହିଛି। ବର୍ଷା ସାଙ୍ଗକୁ ଜୋରରେ ପବନ ବହିବା ଫଳରେ ସମୁଦ୍ରରେ ଉଚ୍ଚ ଜୁଆର ଆସିଛି। ଯାହା ଫଳରେ ବର୍ଷାପାଣି ନିଷ୍କାସନରେ ସମସ୍ୟା ସୃଷ୍ଟି ହୋଇଛି। ମିଠି ନଦୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରୁ ବିପନ୍ନମାନଙ୍କୁ ରିଲିଫ କ୍ୟାମ୍ପକୁ ନିଆଯାଇଛି। ସେମାନଙ୍କୁ ଖାଦ୍ୟ ପ୍ୟାକେଟ ଓ ପାଣି ଯୋଗାଇ ଦିଆଯାଇଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି। ବାର୍ଭି ଏବଂ ଉଲାସ ନଦୀକୂଳିଆ ଅଞ୍ଚଳର ଲୋକମାନଙ୍କୁ ନିରାପଦ ସ୍ଥାନକୁ ଚାଲିଯିବା ପାଇଁ ଠାଣେ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଠାଣେ, ରତ୍ନଗିରି ଓ ପୁଣେରେ ସୋମବାର ସ୍କୁଲ କଲେଜ ଛୁଟି କରିଦିଆଯାଇଛି।


All Right Reserved By

ଜୁଳୁଜୁଳିଆ ପୋକ ଦେଉଛି ପେଟକୁ ଦାନା

ପୁଣେ,୨୬।୬: ଲୋକେ ରାତିରେ ଘରେ ବସି ଟିଭି ଅଥବା ମୋବାଇଲ୍‌ରେ ବ୍ୟସ୍ତ ଥିବାବେଳେ ପୁଣେର ରାଜମାଛି ଅଞ୍ଚଳର ଗ୍ରାମବାସୀ ପ୍ରାକୃତିକ ଲାଇଟ୍‌ ଶୋ’ ଆୟୋଜନ କରିଥାନ୍ତି।...

ଗିରଫ ହେବେ ଥରୁର

କୋଲକାତା,୧୩।୮: ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କ ନାଁରେ ଏକ ଗିରଫ ପରଓ୍ବାନା ଜାରି କରାଯାଇଛି। କୋଲକତା ମାଜିଷ୍ଟ୍ରେଟ୍‌ ମେଟ୍ରୋପଲିଟାନ୍‌ କୋର୍ଟ ଥରୁରଙ୍କ ନାଁରେ ଏହି...

ନାବାଳିକା ବଳାତ୍କାର ଅଭିଯୁକ୍ତଙ୍କୁ ପିଟି ପିଟି ମାରିଦେଲେ ଉତ୍ତ୍ୟକ୍ତ ଲୋକେ

ଜଲନ୍ଧର,୩।୬: ଜଲନ୍ଧର ସହରରେ ୮ବର୍ଷର ନାବାଳିକା ସହ ବଳାତ୍କାର କରିଥିବା ଅଭିଯୁକ୍ତଙ୍କୁ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ପିଟି ପଟି ମାରି ଦେଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ,...

ସିବିଆଇକୁ ୭୮୧ କୋଟିରୁ ଅଧିକ ଅର୍ଥ

ନୂଆଦିଲ୍ଲୀ, ୬।୭: ବିଭିନ୍ନ ହାଇ ପ୍ରୋଫାଇଲ ତଥା ସମ୍ବେଦନଶୀଳ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଚଳିତ ବଜେଟରେ ୭୮୧.୦୧ କୋଟି ଟଙ୍କାର...

ଶେଷ ପର୍ଯ୍ୟାୟ ଭୋଟ ଲାଗି ପ୍ରଚାର ଜୋର୍‌ଦାର

ନୂଆଦିଲ୍ଲୀ,୧୬ା୫: ଲୋକ ସଭା ନିର୍ବାଚନର ଚୂଡାନ୍ତ ପର୍ଯ୍ୟାୟ ମତଦାନ ଆସନ୍ତା ରବିବାର ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପ୍ରଚାର ଜୋରଦାର ହୋଇଛି। ବିଭିନ୍ନ ରାଜନୈତିକ ଦଳ...

ପ୍ରିୟଙ୍କା ହୁଅନ୍ତୁ କଂଗ୍ରେସ ଅଧ୍ୟକ୍ଷ: ଶତ୍ରୁ

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନ ଥିବା ବେଳେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଂଗ୍ରେସ ଅଧ୍ୟକ୍ଷ...

ଜେଟଲୀଙ୍କୁ କ୍ଷମା ମାଗିଥିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅରୁଣ ଜେଟଲୀ ଆଉ ଆମ ଗହଣରେ ନାହାଁନ୍ତି ସତ। ହେଲେ ତାଙ୍କର କିଛି କାର୍ଯ୍ୟ ଏବେବି...

ଭେଣ୍ଟିଲେଟରରୁ ଇସିଏମ୍‌ଓକୁ ଗଲେ ଜେଟଲୀ

ନୂଆଦିଲ୍ଲୀ,୧୭।୮: ରାଜଧାନୀ ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌ ସାଇନସେସ୍‌(ଏମ୍ସ)ରେ ଚିକିତ୍ସାଧୀନ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଶନିବାର ଭେଣ୍ଟିଲେଟରରୁ ଇସିଏମ୍‌ଓ ବା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *