କୁନ୍ଦୁଲି ବଳାତ୍କାର ଘଟଣା : କମିଶନଙ୍କ ରିପୋର୍ଟ ନେଇ ବିରୋଧୀ ଗରମ

ଭୁବନେଶ୍ୱର,୫ା୮(ବ୍ୟୁରୋ): କୁନ୍ଦୁଲି ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହେବାପରେ ବିରୋଧୀଙ୍କ ଟାର୍ଗେଟରେ ରାଜ୍ୟ ସରକାର। କାହାକୁ ସୁରକ୍ଷା ଦେବାକୁ ଏଭଳି ରିପୋର୍ଟ ପ୍ରସ୍ତୁତ କରାଯାଇଛି ବୋଲି ବିରୋଧୀ ପ୍ରଶ୍ନ କରିଥିଲେ। ତଦନ୍ତ କମିଶନ ଗତ ସରକାରଙ୍କୁ ଦେଇଥିବା ରିପୋର୍ଟ ଅନୁଯାୟୀ, କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ରହସ୍ୟମୟ। ପୀଡିତା କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ସେ ନେଇ ଅଧିକ ତଦନ୍ତର ଆବଶ୍ୟକତା ଥିବା କମିଶନ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ଏହି ଘଟଣାରେ ବିରୋଧୀ ଦଳ ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରିଥିଲେ ବୋଲି ମଧ୍ୟ ଦର୍ଶାଇଛନ୍ତି। ଅନ୍ୟପଟେ କମିଶନ ଏହି ତଦନ୍ତ ଶେଷ କରି ୨୦୧୮ ସେପ୍ଟେମ୍ବର ୨୦ରେ ରିପୋର୍ଟ ପ୍ରଦାନ କରିଥିଲେ। ମାତ୍ର ସରକାର ରିପୋର୍ଟ ପାଇ ଏତେଦିନ କାହିଁକି ଚୁପ୍‌ ବସି  ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି।
ଗୃହରେ ରିପୋର୍ଟ ଉପସ୍ଥାପନ ହେବାପରେ ଏହାର ତଦନ୍ତର ଦିଗ ଓ ସତ୍ୟତାକୁ ନେଇ ରବିବାର କଂଗ୍ରେସ ପ୍ରଶ୍ନ ଉଠାଇଛି। ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଆମ ପ୍ରଶାସନ ଏତେ ଦକ୍ଷ ଯେ, ବଳାତ୍କାରର ଅଭିଯୁକ୍ତ କିଏ ଜାଣିପାରିଲା ନାହିଁ। ମାମଲାକୁ ଷ୍ଟେଜ ମ୍ୟାନେଜ କରାଯିବାକୁ ଚେଷ୍ଟା କରାଯାଇଛି। ପୂର୍ବରୁ ବଳାତ୍କାର ତଦନ୍ତ ରିପୋର୍ଟରୁ ବହୁତ କିଛି ହେରଫେର କରାଯାଇଛି। ଏହି ଘଟଣାର ସତ୍ୟତା ଉପରୁ ପରଦା ହଟାଇବାକୁ ହେଲେ ଏହାର ଏସ୍‌ଆଇଟି ତଦନ୍ତ ହେବା ଆବଶ୍ୟକ ବୋଲି ନିରଞ୍ଜନ କହିଛନ୍ତି। ଭାଜପା ନେତା ଖାରବେଳ ସ୍ବାଇଁ କହିଛନ୍ତି, ସରକାର ବର୍ଷକ ଆଗରୁ ରିପୋର୍ଟ ପାଇଥିଲେ ମଧ୍ୟ କାହିଁକି ଚପାଇ କି ରଖିଲେ। ଏହା ମଧ୍ୟ ଏକ ରହସ୍ୟମୟ ଘଟଣା ବୋଲି ସେ କହିଛନ୍ତି। ଭାଜପା ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ସରକାର ଏହି ମାମଲା ଚପାଇ ଦେବାକୁ ଉଦ୍ୟମ କରିଛନ୍ତି। ପ୍ରଥମରୁ ହିଁ ତଦନ୍ତକୁ ଦିଗହରା କରାଯାଇଛି। କାହାକୁ ବଞ୍ଚାଇବା ପାଇଁ ସରକାର ଏମିତି କରିଛନ୍ତି ସ୍ପଷ୍ଟ କରନ୍ତୁ। ଏହି ଘଟଣାର ଅଧିକ ତଦନ୍ତ ହେବାର ଆବଶ୍ୟକତା ଥିବା ହରିଚନ୍ଦନ କହିଛନ୍ତି। ଶାସକ ଦଳ ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ଏହା ଉପରେ କୌଣସି ମତ ରଖିବାକୁ ଚାହୁଁନାହିଁ। ସରକାର ଜନସାଧାରଣଙ୍କ ଦାବିକୁ ସମ୍ମାନ ଜଣାଇ କମିଶନ ବସାଇଥିଲେ। କମିଶନ ତଦନ୍ତ କରିବା ପରେ ସରକାର ବିଧାନସଭାରେ ରିପୋର୍ଟ ଉପସ୍ଥାପିତ କରିସାରିଛନ୍ତି ବୋଲି ସେ କହିଛନ୍ତି।


All Right Reserved By

ରାଜ୍ୟରେ ଆସିବ ନୂଆ ଟେଲି ମେଡିସିନ ନୀତି: ଜିଲା ମୁଖ୍ୟ ଚିକିତ୍ସାଳୟରେ ସେବା ଯୋଗାଇବେ ବିଶେଷଜ୍ଞ

ଭୁବନେଶ୍ୱର,୧ା୯(ବ୍ୟୁରୋ): ରାଜ୍ୟ ସରକାର ଖୁବ୍‌ଶୀଘ୍ର ନୂତନ ଟେଲି ମେଡିସିନ ନୀତି ଆଣିବାକୁ ଯାଉଛନ୍ତି। ରାଜ୍ୟରେ ଟେଲି ମେଡିସିନି ବ୍ୟବସ୍ଥାର ସଫଳ କାର୍ଯ୍ୟକାରିତା ନେଇ ସ୍ବାସ୍ଥ୍ୟ ଓ...

ଏନ୍‌ଟିଏସ୍‌ଇ ସ୍କଲାରଶିପ୍‌ ପରୀକ୍ଷା:ସାନଭି ସନ୍ଦିପିକା କୃତକାର୍ଯ୍ୟ

ତାଳଚେର, ୭|୯(ନି.ପ୍ର.)ଏନ୍‌ଟିପିସି ଦ୍ୱାରା ପରିଚାଳିତ କଣିହାଁ ସ୍ଥିତ ଡିଏଭି ପବ୍ଲିକ ସ୍କୁଲର ମେଧାବୀ ଛାତ୍ରୀ ସାନଭି ସନ୍ଦିପିକା ପ୍ରଧାନ ସର୍ବଭାରତୀୟ ସ୍କଲାରଶିପ୍‌ ପରୀକ୍ଷା ଏନଟିଏସ୍‌ଇରେ କୃତକାର୍ଯ୍ୟ...

ବେଆଇନ ନିର୍ମାଣକୁ ମାଫ୍‌

ଭୁବନେଶ୍ୱର,୬-୯(ବ୍ୟୁରୋ):ବିନା ଅନୁମୋଦନରେ କିମ୍ବା ଅନୁମୋଦନ ସହ ନିୟମ ଉଲ୍ଲଂଘନ କରି ଘର ନିର୍ମାଣ କରିଥିବା ଲୋକମାନଙ୍କ ପାଇଁ ସର୍ବକ୍ଷମା ଯୋଜନା(ଆମେନିଷ୍ଟ ସ୍କିମ୍‌) ଜରିମାନା ରାଶିକୁ ରାଜ୍ୟ...

ପାଠ୍ୟପୁସ୍ତକ, ଔଷଧ ପୋଡ଼ି ଅଭିଯୋଗ: ତଦନ୍ତ ନିର୍ଦ୍ଦେଶ ଦେଲେ ବ୍ଲକ ଶିକ୍ଷା ଅଧିକାରୀ

ଛେଣ୍ଡିପଦା,୧୦ା୭(ସ୍ବ.ପ୍ର.)-ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ରାଜ୍ୟ ସରକାର ମାଗଣାରେ ପାଠ୍ୟ ପୁସ୍ତକ ଯୋଗାଇ ଦେଉଛନ୍ତି। ସେହିପରି ସ୍ବାସ୍ଥ୍ୟର ଯତ୍ନ ପାଇଁ ଆଇରନ ଓ କୃମି...

ଛାତ୍ର ନିଖୋଜ, ଘରୁ ଟ୍ୟୁସନକୁ ବାହାରି ଫେରି ନାହାନ୍ତି

ଓଡଗାଁ, ୫।୯(ସ୍ବ.ପ୍ର.)-ନୟାଗଡ଼ ଜିଲା ଓଡ଼ଗାଁରୁ ବୁଧବାର ସନ୍ଧ୍ୟାରେ ରାଜେନ୍ଦ୍ର କୁମାର ସାହୁ ନାମକ ଜଣେ ଷଷ୍ଠ ଶ୍ରେଣୀର ଛାତ୍ର ନିଖୋଜ ଅଛନ୍ତି। ସେ ନିକଟସ୍ଥ ଗୋଡ଼ିପାଟଣା...

ଓଏଚ୍‌ଆର୍‌ସି ଅଧ୍ୟକ୍ଷ ପଦବୀ ମାମଲା: ହାଇକୋର୍ଟ ଦେଲେ ଡେଡ୍‌ ଲାଇନ

କଟକ ଅଫିସ,୨୩।୭: ଓଡ଼ିଶା ମାନବାଧିକାର କମିଶନ(ଓଏଚ୍‌ଆରସି) ପଦବୀକୁ ନେଇ ବିବାଦ ବଢିବାରେ ଲାଗିଛି। ଏ ସଂକ୍ରାନ୍ତରେ ହାଇକୋର୍ଟ ଡେଡ୍‌ଲାଇନ ଧାର୍ଯ୍ୟ କରିଛନ୍ତି। ଅଗଷ୍ଟ ୫ ସୁଦ୍ଧା...

ଫେରସ୍ତ ମିଳିବ ଜରିମାନା ଟଙ୍କା, ମୋବାଇଲରେ ରଖି ପାରିବେ ଗାଡ଼ି କାଗଜପତ୍ରର କପି

ଭୁବନେଶ୍ୱର,୫।୯(ବ୍ୟୁରୋ): ସେପ୍ଟେମ୍ବର ୧ରୁ ଦେଶବ୍ୟାପି ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରଠାରୁ ଚାଲିଛି ଧରପଗଡ଼। ନିୟମ ଉଲ୍ଲଂଘନକାରୀ ଗଣୁଛନ୍ତି ତଣ୍ଡ। ତେବେ ଏହି...

ଏବିଭିପିର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ, ନୂତନ କାର୍ଯ୍ୟକାରିଣୀ ସଦସ୍ୟ ଘୋଷଣା

ଭୁବନେଶ୍ୱର,୨୯।୭(ବ୍ୟୁରୋ): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଭୁବନେଶ୍ୱର ଶାଖାର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ସୋମବାର ନିଳାଦ୍ରିବିହାର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଉଦ୍‌ଯାପିତ ହୋଇଯାଇଛି।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *