ଦୃଢ ଇଚ୍ଛାଶକ୍ତି, ଆତ୍ମବିଶ୍ୱାସ ଜଗନ୍ନାଥଙ୍କୁ କରିଛି ସକ୍ଷମ

ସୋନପୁର, ୫।୮(ନି.ପ୍ର) ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଦଶରାଜପୁର ଗାଁର ଜଗନ୍ନାଥ ଦାସ(୪୬)। ଆଖିକୁ ଭଲ ଦେଖା ଯାଉନି। ଗୋଡ ଓ ହାତ ଥରୁଛି। ତଳେ ଗୋଡ ଭଲ ଭାବେ ଲାଗୁନି। କିନ୍ତୁ ଦୃଢ ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ବଳରେ ଦିବ୍ୟାଙ୍ଗ ଜଗନ୍ନାଥ ନିଜକୁ ସକ୍ଷମ ବୋଲି ସମାଜରେ ପ୍ରମାଣିତ କରି ପାରିଛନ୍ତି। ନିଜସ୍ବ ଉଦ୍ୟମରେ ସେ ରୋଜଗାରକ୍ଷମ ହୋଇ ପାରିଛନ୍ତି। ନିମ୍ନା ଛକରେ ସାଇକେଲ ଦୋକାନଟିଏ କରିଛନ୍ତି। ସାଇକେଲ ମରାମତି କରି ଓ ପାଟର୍‌ସ ବିକି ସେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଜଣେ ଦିବ୍ୟାଙ୍ଗ ହୋଇ ସାଧାରଣ ଲୋକଙ୍କ ପାଇଁ ସେ ଉଦାହରଣ ହୋଇଛନ୍ତି।
ଜନ୍ମରୁ ଜଗନ୍ନାଥ ଠିକ୍‌ ଥିଲେ। ପାଠ ପଢିବା ସମୟରେ ସାଧାରଣ ପିଲାଙ୍କ ଭଳି ସବୁ କାମ କରି ପାରୁଥିଲେ। ପ୍ରତିଦିନ ନିଜ ଗାଁରୁ ଉଲୁଣ୍ଡାକୁ ସାଇକେଲରେ ପାଠ ପଢିବାକୁ ଯାଉଥିଲେ। ହେଲେ ମାଟ୍ରିକ୍‌ ପଢୁଥିବା ସମୟରେ ୧୬ବର୍ଷ ବୟସରେ ସଡ଼କ ଦୁର୍ଘଟଣା ତାଙ୍କ ଜୀବନର ଗତିପଥ ବଦଳାଇ ଦେଲା। ସେ ଦିବ୍ୟାଙ୍ଗ ହୋଇଗଲେ। ତାଙ୍କ ପାଠପଢାରେ ଡୋରି ବନ୍ଧା ହେଲା। କିଛି ଦିନ ପରେ ନିଜ ମନକୁ ସେ ଦୃଢ କଲେ। ନିମ୍ନାରେ ଜଣେ ବ୍ୟକ୍ତିଙ୍କ ଘର କାନ୍ଥରେ ଛାଉଣି କରି ସାଇକେଲ ମରାମତି କାମ ଆରମ୍ଭ କଲେ। ଏ ପର୍ଯ୍ୟନ୍ତ ସେହି କାର୍ଯ୍ୟକୁ ହିଁ ସେ ଆଦରି ନେଇଛନ୍ତି। ଜଗନ୍ନାଥ ଅବିବାହିତ। ଇତିମଧ୍ୟରେ ତାଙ୍କ ମା ଓ ବାପାଙ୍କ ଦେହାନ୍ତ ହୋଇଛି। ସେ ନିଜ ବଡ ଭାଇଙ୍କ ଘରେ ରହୁଛନ୍ତି। ସରକାରୀ ସହାୟତା ବୋଲି କେବଳ ମାସିକ ଭିନ୍ନକ୍ଷମ ଭତ୍ତା ମିଳୁଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କିମ୍ବା ବ୍ୟବସାୟ ପାଇଁ ସହାୟତା ମିଳିନି। ଏହି ଯୋଜନା ଉଦ୍ୟମୀ ଦିବ୍ୟାଙ୍ଗଙ୍କ ପାଇଁ ଅପହଞ୍ଚ ହୋଇପଡିଛି। ଜଗନ୍ନାଥ କୁହନ୍ତି, ପୂର୍ବରୁ ଦୋକାନ ଭଲ ଚାଲୁଥିଲା। ଜଣେ ସହାୟକ ରଖି ସାଇକେଲ ମରାମତି କରୁଥିଲେ। ଭଲ ରୋଜଗାର ହେଉଥିଲା। ଏବେ ବ୍ୟବସାୟ ମାନ୍ଦା। ସହାୟକଙ୍କୁ ଦରମା ଦେଇପାରୁନି, କି ପାଟର୍‌ସ କିଣି ପାରୁନି । ଅର୍ଥାଭାବରୁ ଚଳିବା କଷ୍ଟକର ହେଉଛି। ବ୍ୟବସାୟ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ରାଶି ମିଳିଲେ ମୁଁ ସ୍ବାବଲମ୍ବୀ ହୋଇପାରନ୍ତି। ଏ ସମ୍ପର୍କରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ଥାଟି କୁହନ୍ତି, ନିଜସ୍ବ ଉଦ୍ୟମରେ ଜଗନ୍ନାଥ ରୋଜଗାରକ୍ଷମ ହୋଇପାରିବା ଖୁବ୍‌ ବଡ କଥା। ସେ ସରକାରୀ ସହାୟତା ପାଇଁ ଆବେଦନ କରନ୍ତୁ। ପ୍ରଶାସନ ତାଙ୍କୁ ନିଶ୍ଚିତ ସହାୟତା ଯୋଗାଇ ଦେବ।


All Right Reserved By Dharitri.Com

ଗଞ୍ଜେଇ ଗଛ ନଷ୍ଟବେଳେ ଉତ୍ତେଜନା

ଧରାକୋଟ,୨୩ା୧୧(ଡି.ଏନ୍‌.ଏ.)-ଧରାକୋଟ ବ୍ଲକ ବଡ଼ଗଡ଼ ଥାନା ଅଧିନସ୍ଥ ବାହାରପୁର ପଞ୍ଚାୟତର ଖଜୁରିପଦା ଗ୍ରାମ ନିକଟସ୍ଥ ପାହାଡ଼ ପାଦଦେଶରେ ବ୍ୟାପକ ଗଞ୍ଜେଇ ଚାଷ କରାଯାଇଛି। ଶୁକ୍ରବାର ସକାଳୁ ଆସିକା...

ଆଦିବାସୀ ସଂସ୍କୃତି ପରମ୍ପରା ଏବଂ କ୍ରୀଡା ସାମଗ୍ରୀ ବଣ୍ଟନ

ଲେଫ୍ରିପଡା,୨୯।୧୧(ଡି.ଏନ.ଏ) -ସୁନ୍ଦରଗଡ଼ ସ୍ବତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଲେଫ୍ରିପଡା ବ୍ଲକ୍‌ କାର୍ଯ୍ୟାଳୟଠାରେ ଆଦିବାସୀ ସଂସ୍କୃତି ପରମ୍ପରା ଏବଂ କ୍ରୀଡା ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ...

ଆମ୍ବପୁଆରେ ମଦ ଦୋକାନକୁ ବିରୋଧ

ବ୍ରହ୍ମପୁର ଅଫିସ୍‌,୨ା୧୧-ଆମ୍ବପୁଆରେ ଏକ ମଦ ଦୋକାନ ଖୋଲିବାକୁ ଅବକାରୀ ବିଭାଗ ତରଫରୁ ଅନୁମତି ଦିଆଯାଇଛି। ଏହାକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ୩୯ ଏବଂ ୪୦ ନମ୍ବର...

ଅଙ୍ଗଦାନ ମହାଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ

ଟିଟିଲାଗଡ଼, ୩୧।୮(ଡି.ଏନ.ଏ.): ରାଜ୍ୟ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ଅଙ୍ଗଦାନ ମହାଦାନ ସଚେତନତା କାର୍ଯ୍ୟକ୍ରମକୁ ଶନିବାର ପତକା...

ଗୁରୁବାର ରାଜ୍ୟପାଳଙ୍କ ଦିନିକିିଆ ଗଞ୍ଜାମ ଗସ୍ତ

ଛତ୍ରପୁର,୨୬।୬(ଡି.ଏନ୍‌.ଏ): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଗୁରୁବାର ଦିନିକିଆ ଗଞ୍ଜାମ ଗସ୍ତ କାର୍ଯ୍ୟକ୍ରମ ରହିଛି । ଏ ନେଇ ବୁଧବାର ଛତ୍ରପୁରସ୍ଥିତ ଜିଲା ସୂଚନା ଓ...

ପୁଣି ବିବାଦରେ ଜିଲା ମୁଖ୍ୟ ଚିକିତ୍ସାଳୟ: ବେଡ୍‌ରୁ ରୋଗୀ ଗାଏବ

ଅନୁଗୋଳ ଅଫିସ, ୧୯।୯ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ରୋଗୀ ଅଙ୍ଗାରବନ୍ଧ ଗ୍ରାମର ଟିଙ୍କାରୁ ନାଏକ (୨୦) ହଠାତ୍‌ କେଉଁଆଡ଼େ ଚାଲିଯାଇଥିବା ପରିବାର...

୧୫ ଚୋରା ବାଇକ୍‌ ଜବତ, ୩ ଗିରଫ

ଖୋର୍ଦ୍ଧା ଅଫିସ,୨୦।୧୦: ଖୋର୍ଦ୍ଧା ଜିଲାର ବାଣପୁର ଥାନା ପୋଲିସ ୧୫ ଚୋରା ବାଇକ୍‌ ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ...

ସୌଭାଗ୍ୟ ଜ୍ୟୋତି ବିଦ୍ୟୁତ୍‌ ଯୋଜନା ଫେଲ୍‌

ଗୋଲାମୁଣ୍ଡା,୨୩।୮ (ଡି.ଏନ.ଏ.)-କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକରେ ସୌଭାଗ୍ୟ ଜ୍ୟୋତି ବିଦ୍ୟୁତ୍‌ ଯୋଜନା ଫେଲ ମାରୁଛି। ଗୋଲାମୁଣ୍ଡା ବ୍ଲକ ଅଧୀନ ଚପ୍ରିଆ ଗଁାରେ ଦୀର୍ଘ ଏକ ବର୍ଷ...

Leave a comment

Your email address will not be published. Required fields are marked *