Posted inUncategorized

ନମ୍ବର ୪ ହେଉଛି ମୋ ଫେଭରାଇଟ୍‌: ରାହାନେ

କୋଲକାତା, ୪।୮(ପି.ଟି.)- ବିଶ୍ୱକପ୍‌ ପାଇଁ ଚୟନକର୍ତ୍ତାଙ୍କ ଦ୍ୱାରା ଅଣଦେଖାର ଶିକାର ହୋଇଥିବା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରହାନେ ଆଗାମୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରଜରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ। ଗତ ମେ ଓ ଜୁଲାଇରେ ୮ଟି କାଉଣ୍ଟି ଚାମ୍ପିୟନଶିପ୍‌ ମ୍ୟାଚ୍‌ ଖେଳିଥିବା ରାହାନେ ବ୍ୟାଟିଂ କ୍ରମର ୪ ନମ୍ବର ସ୍ଥାନ ତାଙ୍କର ଫେଭରାଇଟ ବୋଲି କହିଛନ୍ତି। ଟେଷ୍ଟ ଦଳର ଉପ-ଅଧିନାୟକ ଭାବେ ନିଯୁକ୍ତ ହୋଇଥିବା ରାହାନେ ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ କରିବା ପୂର୍ବରୁ ରାହୁଲ ଡ୍ରାଭିଡଙ୍କ ତତ୍ତ୍ୱାବଧାନରେ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ରେ ପ୍ରସ୍ତୁତି ଚଳାଇଛନ୍ତି। ମୁମ୍ବାଇରେ ପ୍ରବଳ ବର୍ଷା ହେଉଥିବାରୁ ବେଙ୍ଗାଲୁରୁରେ ସେ ଫିଟ୍‌ନେସ୍‌ ନେଇ ପ୍ରସ୍ତୁତି ଜାରି ରଖିଛନ୍ତି। ଆଉଟ୍‌ଡୋର ଟ୍ରେନିଂ ପାଇଁ ବେଙ୍ଗାଲୁରୁ ଶ୍ରେଷ୍ଠ ସ୍ଥାନ। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ ପ୍ରସ୍ତୁତି ଚଳାଇଛି ବୋଲି କୋଲକାତାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।


All Right Reserved By Dharitri.Com

Posted inUncategorized View All

ଲିସା କେଟଲୀ ଇଂଲଣ୍ଡ ମହିଳା କୋଚ୍‌

ଲଣ୍ଡନ, ୩୧।୧୦(ଏଏଫ୍‌ପି)- ପୂର୍ବତନ ଅଷ୍ଟ୍ରେଲୀୟ ମହିଳା କ୍ରିକେଟର ଲିସା କେଟଲୀଇଂଲଣ୍ଡ ମହିଳା ଦଳର ଫୁଲ ଟାଇମ୍‌ କୋଚ୍‌ ହିସାବରେ ନିଯୁକ୍ତ ପାଇଛନ୍ତି। ସେ ପ୍ରଥମ ମହିଳା...

ଏହି ଗାଁରେ ଚଳେନି ଭାରତ ସରକାରଙ୍କ ଆଇନ…

ଭାରତରେ ରହିଛି ଏପରି ଏକ ଗାଁ ଯେଉଁଠି ଦେଶର ଆଇନ ବ୍ୟବସ୍ଥା ଚଳି ନ ଥାଏ। ହିମାଚଳପ୍ରଦେଶର କୁଲ୍ଲୁ ନିକଟରେ ଥିବା ଏହି ଗାଁର ନାମ...

ବିବାଦରେ ଶ୍ରୀମନ୍ଦିର ଫୁଲ ସଜ୍ଜା: ଜୟ ବିଜୟ ମୂର୍ତ୍ତି ଉପରେ ଚଢ଼ିଲେ କାରିଗର

ପୁରୀ ଅଫିସ,୩ା୭: ପ୍ରଥମ ଥର ପାଇଁ ଦିଲ୍ଲୀର ଜଣେ ଭକ୍ତ କେ.କେ. ଶର୍ମା ମହାପ୍ରଭୁଙ୍କ ପ୍ରତି ସେବା ଓ ସମର୍ପଣ ଭାବ ରଖି ଆଗେଇ ଆସିଛନ୍ତି।...

୧୩ରେ ବିଧାୟକମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୦।୯(ବ୍ୟୁରୋ) – ଚଳିତ ମାସ ୧୩ ଏବଂ ୧୪ ତାରିଖରେ ଓଡ଼ିଶା ବିଧାନସଭାର ନବନିର୍ବାଚିତ ସଦସ୍ୟାସଦସ୍ୟମାନଙ୍କର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଲୋକସଭା ସଚିବାଳୟ...

ବଗଦାଦିଙ୍କ ମୃତ୍ୟୁର ଖେଳ: ଟ୍ରମ୍ପ୍‌ ଦେଖିଲେ ଲାଇଭ୍‌

ଓ୍ବାଶିଂଟନ,୨୮।୧୦: ଆଇଏସ୍‌ ଆତଙ୍କବାଦୀ ଅବୁ ବକର ଅଲ୍‌ ବଗଦାଦିଙ୍କ ମୃତ୍ୟୁ ଘଟିଛି। ସିରିୟାରେ ଜାରି ରହିଥିବା ମିଳିତ ସର୍ଚ୍ଚ ଅପରେଶନ୍‌ରେ ଏଭଳି ହୋଇଥିବା ଆମେରିକା ରାଷ୍ଟ୍ରପତି...

Leave a comment

Your email address will not be published. Required fields are marked *