ଦାମୀ ବ୍ୟାଗ୍‌

ଡିଜାଇନର୍‌ ତଥା ବ୍ରାଣ୍ଡେଡ୍‌ ହ୍ୟାଣ୍ଡବ୍ୟାଗ୍‌ର ସଉକ ଅଧିକାଂଶ ମହିଳାଙ୍କ ଭିତରେ ରହିଛି। କିନ୍ତୁ ଏମିତି କିଛି ହ୍ୟାଣ୍ଡବ୍ୟାଗ୍‌ ଅଛି, ଯାହାର ଦାମ୍‌ କାହାକୁ ବି କରିଦେବ ଆଶ୍ଚର୍ଯ୍ୟ ଚକିତ। ଗୋଲ୍ଡ ଓ ଡାଇମଣ୍ଡରେ ସଜେଇ ହୋଇଥିବା ଏମିତି କିଛି ହ୍ୟାଣ୍ଡବ୍ୟାଗ୍‌ ସମ୍ପର୍କରେ…
ମୌଓ୍ବାଡ ୧୦୦୧ ନାଇଟ୍‌ସ ଡାଇମଣ୍ଡ୍‌ ପର୍ସ:ଏହିି ବ୍ୟାଗ୍‌ର ଦାମ୍‌ ୩.୮ମିଲିଅନ୍‌ ଡଲାର। ଏହା ବିଶ୍ୱର ସବୁଠୁ ଦାମୀ ହ୍ୟାଣ୍ଡ୍‌ବ୍ୟାଗ୍‌। ୨୦୧୧ମସିହାରେ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାର୍ଲଡ ରେକର୍ଡରେ ଏହା ସ୍ଥାନ ପାଇଛି। ହାର୍ଟ ଭଳି ଦେଖିବାକୁ ଏହି ବ୍ୟାଗ୍‌ରେ ୩୮୧.୯୨ କ୍ୟାରେଟ୍‌ର ୪, ୫୧୭ଟି ହୀରା ଖଚ୍ଚିତ ହୋଇଛି। ସେଥିରେ ୫୬ଟି ପିଙ୍କ,୧୦୫ଟି ୟେଲୋ ଓ ୪, ୩୫୬ଟି କଲର୍‌ଲେସ ଭାରିଆଣ୍ଟ ଡାଇମଣ୍ଡ ରହିଛି। ୧୦ ଜଣ କୁଶଳୀ କାରିଗର ୮,୮୦୦ ଘଣ୍ଟାରେ ଏହିି ପର୍ସକୁ ତିଆରି କରିଛନ୍ତି।
ହର୍‌ମେସ୍‌ କେଲି ରୋଜ ଗୋଲ୍ଡ: ଏହି ବ୍ୟାଗ ଉପରେ କୁମ୍ଭୀର ଚମଡାର ପ୍ୟାଚ୍‌ ଭଳି କାରୁକାର୍ଯ୍ୟ କରାଯାଇଛି। ହର୍‌ମେସ ଓ ଜୁଏଲର ପିୟର୍ସ ହାର୍ଡିଙ୍କ ମିଳିତ ଉଦ୍ୟମରେ ଏହାକୁ ତିଆରି କରାଯାଇଛି। ଏଥିରେ ୧,୧୬୦ଟି ଡାଇମଣ୍ଡ୍‌ ଖଚ୍ଚିତ ହୋଇଛି। ଏହାର ମୂଲ୍ୟ ୨ ମିଲିଅନ ଡଲାର।
ହର୍‌ମେସ ବିର୍‌କିନ ବ୍ୟାଗ୍‌: ଜାପାନିଜ୍‌ ଡିଜାଇନର୍‌ ଗିଞ୍ଜା ଟନକା ଦ୍ୱାରା ପ୍ରସ୍ତୁତ ଏହି ବ୍ୟାଗ୍‌ର ଦାମ୍‌ ୧.୯ ମିଲିଅନ ଡଲାର । ବ୍ୟାଗ୍‌ର ବଡିକୁ ୧୦୦ ପ୍ରତିଶତ ପ୍ଲାଟିନମ୍‌ରେ ତିଆରି କରାଯାଇଛି। ଏଥିରେ ୨୦୦୦ଟି ହୀରା ଖଞ୍ଜା ଯାଇଛି। ନାସ୍‌ପାତି ଆକାରର ୮ କ୍ୟାରେଟ୍‌ର ସିମରିଂ ଡାଇମଣ୍ଡ ମଧ୍ୟ ଲଗାଯାଇଛି। ଘଣ୍ଟାବ୍ୟାଣ୍ଡ୍‌ ଆକାରରେ ଖଞ୍ଜାଯାଇଥିବା ହୀରାକୁ ବ୍ରେସଲେଟ କିମ୍ବା ନେକ୍‌ଲେସ ଭାବେ ବ୍ୟବହାର କରିହେବ।
ହରମେସ ଚେନ୍‌ଡ୍‌ ଆଙ୍କର୍‌ ବ୍ୟାଗ: ଚେନ୍‌ ଗୁଡିକ ଛନ୍ଦାଛନ୍ଦି ହୋଇ ରହିଥିବା ଭଳି ଡିଜାଇନର ଏହି ବ୍ୟାଗରେ ୧,୧୬୦ଟି ଡାଇମଣ୍ଡ ଖଞ୍ଜା ହୋଇଛି। ପିରି ହାର୍ଡିଙ୍କ ଦ୍ୱାରା ଡିଜାଇନଡ୍‌ ଏହି ବ୍ୟାଗର ମାତ୍ର ତିନିଟି କଲେକସନ ରହିଛି। ଏହାର ଦାମ୍‌ ୧.୪ ମିଲିଅନ ଡଲାର।
ଲାନା ମାର୍କ୍ସ
କ୍ଲିଓପାର୍ଟା କ୍ଲଚ୍‌୍‌: ଲାନା ମାର୍କ କମ୍ପାନୀ ବର୍ଷକୁ କେବଳ ଗୋଟିଏ କ୍ଲିଓପାର୍ଟା ବ୍ୟାଗ ତିଆରି କରେ। ତାହାର ଡିଜାଇନ ଓ କଲର୍‌ ଅଲଗା ରହେ। ମେଟାଲିକ୍‌ ସିଲ୍‌ଭର୍‌ ରଙ୍ଗର କୁମ୍ଭୀର(ଆମେରିକାରେ ଦେଖାଯାନ୍ତି) ଚମଡାରେ ଏହି ବ୍ୟାଗ ତିଆରି କରାଯାଏ। ଏଥିରେ ୧୮ କ୍ୟାରେଟ୍‌ର ହ୍ବାଇଟ ଗୋଲ୍ଡରେ ୧,୫୦୦ ବ୍ଲାକ୍‌ ଓ ହ୍ବାଇଟ ଡାଇମଣ୍ଡ ଖଞ୍ଜାଯାଇଛି। ଏହି ବ୍ୟାଗ୍‌ର ମୂଲ୍ୟ ୪ ଲକ୍ଷ ଡଲାର ।
ନିଲୋଟିକସ କ୍ରୋକୋଡାଇଲ ହିମାଳୟା ବିର୍କିନ:କୁମ୍ଭୀର ଚମଡାରେ ଏହି ବ୍ୟାଗ ପ୍ରସ୍ତୁତ କରାଯାଇଛି। ଏହି ବ୍ୟାଗ୍‌ ଉପରେ ହିମାଳୟର ପର୍ବତ ଶିଖରରେ ଆଚ୍ଛାଦିତ ଧଳା ବରଫର ଛବିକୁ ଡିଜାଇନ କରାଯାଇଛି। ଏଥିରେ ୧୮ କ୍ୟାରେଟ ଗୋଲ୍ଡରେ ୨୪୦ଟି ଡାଇମଣ୍ଡ ଖଞ୍ଜାଯାଇଛି। ଦାମ୍‌ ରହିଛି ପ୍ରାୟ ୩୭୯,୦୦୦ ଡଲାର।
ଚାନେଲ ‘ଡାଇମଣ୍ଡ୍‌ ଫର୍‌ଏଭର’
ହ୍ୟାଣ୍ଡ ବ୍ୟାଗ୍‌:
ଏହି ବ୍ୟାଗ୍‌ର ଦାମ୍‌ ୨୬୧,୦୦୦ ଡଲାର। ୧୮ କ୍ୟାରେଟର ହ୍ବାଇଟ ଗୋଲ୍ଡରେ ମୋଟ୍‌ରେ ୩.୫୬ କ୍ୟାରେଟ୍‌ର ୩୩୪ଟି ହୀରା ଲଗାଯାଇଛି। ବ୍ୟାଗର ସୋଲ୍‌ଡର ଷ୍ଟ୍ରାପ ୧୮ କ୍ୟାରେଟ ହ୍ବାଇଟ୍‌ ଗୋଲ୍ଡ ଚେନରେ ତିଆରି ହୋଇଛି, ଯାହାକୁ ସହଜରେ ବାହାର କରିହେବ। ଚାନେଲର ଏଭଳି ମାତ୍ର ୧୩ଟି ବ୍ୟାଗ ରହିଛି।
ଫୁକସିଆ ଡାଇମଣ୍ଡ-ଷ୍ଟଡେଡ୍‌ ହର୍‌ମେସ ବିର୍‌କିନ ବ୍ୟାଗ୍‌: ଏହି ବ୍ୟାଗରେ ୧୮ କ୍ୟାରେଟର ହ୍ବାଇଟ୍‌ ଗୋଲ୍ଡ ଓ ଡାଇମଣ୍ଡ୍‌ର କାରୁକାର୍ଯ୍ୟ ହୋଇଛି। ଏହାର ଦାମ୍‌-୨୨୨,୦୦୦ ଡଲାର।


All Right Reserved By Dharitri.Com

ଏଲିଜାବେଥ୍‌ ଦ୍ୱିତୀୟଙ୍କ ଜୟନ୍ତୀ

ଲଣ୍ଡନ, ୯।୬: କୁଇନ୍‌ ଏଲିଜାବେଥ୍‌ ଦ୍ୱିତୀୟଙ୍କ ୯୩ତମ ଜୟନ୍ତୀ ସରକାରୀ ଭାବେ ଶନିବାର ପାଳିତ ହୋଇଛି। ରାଣୀଙ୍କୁ ସମ୍ମାନ ପ୍ରଦର୍ଶନ ନିମନ୍ତେ ଓ୍ବେଷ୍ଟମିନ୍‌ଷ୍ଟରଠାରେ ଅଶ୍ୱାରୋହୀ ସୈନ୍ୟଙ୍କ...

ଲଞ୍ଚ ବ୍ରେକ୍‌ଫାଷ୍ଟ ବଦଳରେ ବେବି ପାଉଡ଼ର ଖାଉଛନ୍ତି ଏହି ମହିଳା

ଖାଦ୍ୟକୁ ନେଇ କାହାର କେମିତି ରୁଚି ଥାଏ। ପ୍ରାୟ ସମସ୍ତେ ସୁସ୍ବାଦୁ ଖାଦ୍ୟ ଖାଇବାକୁ ପସନ୍ଦ କରୁଥିବା ବେଳେ ଆଉ କେହି କେହି ସ୍ବାସ୍ଥ୍ୟପ୍ରଦ ଖାଦ୍ୟକୁ...

ସିନ୍ଧୁ ନଦୀରେ ବେକେ ପାଣିରେ ବୁଡ଼ି ଯୁବକ କଲେ ରିପୋର୍ଟିଂ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଇସଲାମାବାଦ୍‌,୨୮।୭: ଏବେ ସୋସିଆଲ୍‌ ମିଡ଼ିଆରେ ରିପୋର୍ଟିଂ କରୁଥିବା ଜଣେ ଯୁବକଙ୍କ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯୁବକ ଜଣକ ହେଉଛନ୍ତି ଅଜଦର ହୁସେନ୍‌। ସେ ପାକିସ୍ତାନର...

ବିବାହକୁ ଡରି ଘରୁ ପଳାଇଯାଇଥିବା ମାଣ୍ଡେଲା ଶେଷରେ ୩ ଜଣଙ୍କୁ ବିବାହ କରିଥିଲେ

କେପ୍‌ ଟାଉନ୍‌,୧୮।୭: ବର୍ଣ୍ଣ ବୈଶମ୍ୟକୁ ନେଇ ସ୍ବର ଉତ୍ତୋଳନ କରିଥିବା ଦକ୍ଷିଣ ଆଫିକ୍ରାର ନେତା ନେଲସନ ମାଣ୍ଡେଲା ଘରେ ଘରେ ବେଶ୍‌ ପରିଚିତ। ତାଙ୍କୁ ‘ଚାମ୍ପିୟନ...

ସର୍ଭିଲାନ୍ସ ଜରିଆରେ ପ୍ରିଭେସି ଉଲ୍ଲଂଘନ

ଅଦୃଶ୍ୟ ରାକ୍ଷସ କରୋନା ବିଶ୍ୱର ୨୦୯ ରାଷ୍ଟ୍ରକୁ କବଳିତ କରିଛି। ଏହି ଘାତକ ଭୂତାଣୁ ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ଦେଶ ଭିନ୍ନ ଭିନ୍ନ ପନ୍ଥା...

ମଙ୍ଗଳରେ ଅମ୍ଳଜାନ

ଓ୍ବାଶିଂଟନ: ଲାଲ୍‌ ଗ୍ରହ ମଙ୍ଗଳରେ ଅମ୍ଳଜାନ ଅଛି। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା) ଏପରି ଦାବି କରିଛି। ମଙ୍ଗଳରେ ଜୀବନ ଖୋଜୁଥିବା ନାସାର ରୋଭର...

ୟୁରୋପ ଜାଣୁ ଚାଇନା କ’ଣ

ୟୁରୋପର ଜନସାଧାରଣ, ୟୁରୋପର ରାଜନେତା କିମ୍ବା ବ୍ୟବସାୟୀମାନେ କେହି ବି ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ଧମକକୁ ସମ୍ପୂର୍ଣ୍ଣ ଭାବେ ବୁଝିପାରୁନାହାନ୍ତି। ଯଦିଓ ଏକଚ୍ଛତ୍ରବାଦୀ ଜିନ୍‌ପିଙ୍ଗ୍‌...

ପୃଥିବୀ ପାଇଁ ମାଡ଼ି ଆସୁଛି ବିପଦ: ଆଣ୍ଟାର୍କଟିକାରୁ ଭାଙ୍ଗିଲା ବିରାଟ ହିମଖଣ୍ଡ

ଓ୍ବାଶିଂଟନ,୨।୧୦: ପୃଥିବୀ ଉପରେ ବିପଦ ମାଡ଼ି ଆସୁଛି। ଆଣ୍ଟାର୍କଟିକାରୁ ଏକ ବିରାଟ ହିମଖଣ୍ଡ ଭାଙ୍ଗି ଯାଇଛି। ଏହାର କ୍ଷେତ୍ରଫଳ ଭାରତର ରାଜଧାନୀ ଦିଲ୍ଲୀଠାରୁ ମଧ୍ୟ ବଡ଼...

Leave a comment

Your email address will not be published. Required fields are marked *