Posted inUncategorized

ରୋଡ଼ ରୋମିଓଙ୍କୁ ଗଛରେ ବାନ୍ଧି ନିସ୍ତୁକ ଛେଚିଲେ ଗାଁଲୋକେ

ବାଲେଶ୍ୱର ଅଫିସ୍‌,୪।୮: ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅନ୍ତର୍ଗତ ଲକ୍ଷ୍ମଣନାଥ ପଞ୍ଚାୟତର ଗୋପ ଗାଁରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଉକ୍ତ ଗାଁର ଲୋକେ ଜଣେ ରୋଡ଼ ରୋମିଓଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ମାରିଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ରାସ୍ତାରେ ଯାଉଥିବା କଲେଜ ଛାତ୍ରୀ ଓ ମହିଳାମାନଙ୍କୁ ଜଣେ ଯୁବକ ଅଶ୍ଳୀଳ ଇଙ୍ଗିତ କରିବା ସହିତ ଅଶୋଭନୀୟ ଆଚରଣ ଦେଖାଉଥିବା ଅଭିଯୋଗ ହୋଇଛି। ତେବେ ଏହାକୁ ଦେଖି ରାସ୍ତାରେ ଯାଉଥିବା ଅନ୍ୟ ଗାଁଲୋକେ ଉକ୍ତ ଯୁବକଙ୍କୁ କାବୁ କରି ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଏହାକୁ ନେଇ ଗାଁରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ତେବେ ସମ୍ପୃକ୍ତ ଯୁବକ ଜଣଙ୍କ ହେଲେ ପଞ୍ଚୁଘୁଣ୍ଟା ଗାଁର ସାହିଲ ଖାନ(୨୩)। ଏହା ପୂର୍ବରୁ ମଧ୍ୟ ସାହିଲ ବହୁଥର ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି।


All Right Reserved By Dharitri.Com

Posted inUncategorized View All

ଲକ୍‌ଡାଉନ୍‌ ବିବାହ: ବର ଘରେ ପହଞ୍ଚିଲେ କନ୍ୟା, ଭିଡିଓ କଲ୍‌ରେ ମାତାପିତା ଦେଲେ ବିଦାୟ

କେରଳରେ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଛି। ବିଗ୍ନେଶ କେ.ଏମ ଏବଂ ଅଞ୍ଜଳି ରଞ୍ଜିଥ ପ୍ରାୟ ବର୍ଷେ ହେବ ବିବାହ ଯୋଜନା କରିଥିଲେ। କିନ୍ତୁ କରୋନା...

ରାସ୍ତାରେ ପାର୍କିଂ କଲେ ଗାଡ଼ି ଟେକିନେବ ପୋଲିସ

ଭୁବନେଶ୍ୱର,୨୬ା୨(ବ୍ୟୁରୋ): ଯେତେ ନିୟମ ହେଉଛି, ଗାଡ଼ି ଚାଳକ ସେତେ ଅମାନିଆ ହେଉଛନ୍ତି। ଫଳରେ ସ୍ମାର୍ଟସିଟି ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି।...

ଫାଙ୍କା ଗୁଳିଚଳାଇ ଫାଇନାନ୍ସ  କର୍ମଚାରୀଙ୍କଠାରୁ ଲୁଟ୍‌

ପରଜଙ୍ଗ, ୧୮ା୫(ଡି.ଏନ.ଏ.)- ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବସୋଇଠାରୁ ମୁକ୍ତାପସି ଯାଇଥିବା ରାସ୍ତାର ରାହାବେରିଣୀ ଗ୍ରାମ ନିକଟରେ ଶୁକ୍ରବାର ଅପରାହ୍ନରେ ଜଣେ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ୍‌...

ଭୁବନେଶ୍ୱର-ଝାରସୁଗୁଡା ବିମାନସେବା ଆରମ୍ଭ

ଭୁବନେଶ୍ୱର,୫।୬: ଭୁବନେଶ୍ୱରରୁ ଝାରୁସୁଗୁଡା ଓ ରାୟପୁରକୁ ବିମାନ ସେବା ବୁଧବାରରୁ ଆରମ୍ଭ ହୋଇଛି। ଭୁବନେଶ୍ୱରୁ ପ୍ରଥମ ବିମାନ ଉଡାଣ ଭରି ଝାରସୁଗୁଡାରେ ପହଞ୍ଚିଛି। ପୁଣି ଝାରସୁଗଡାରୁ...

ରାଶିଫଳ: ବୁଧବାର, ମାର୍ଚ୍ଚ ୪ ତାରିଖ – Daily Horoscope

ମେଷ ସ୍ବଗୃାଭିମୁଖୀ ଧନାଧିପ ଯୋଗୁ ଅର୍ଥଲାଭ ସଙ୍ଗକୁ ବର୍ନ୍ଧୁ ସମ୍ପର୍କରୁ ଖୁସି ରହିବେ। ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା କାମ ଆଶାନୁଯାୟୀ ସମ୍ପନ୍ନ ହେବ।...

୧୯୬ ଦେଶରେ ମାରାଥନ୍‌ ଦୌଡ଼ି ବିଶ୍ୱ ରେକର୍ଡ

ଲଣ୍ଡନ: ସତରେ ଦୃଢ଼ ଇଚ୍ଛାଶକ୍ତି ମଣିଷକୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ। କିଛି କରିବାର ଆକାଂକ୍ଷା ଅସମ୍ଭବକୁ ସମ୍ଭବ କରିଥାଏ। ଇଂଲଣ୍ଡର ନିକ୍‌ ବଟର ଏଭଳି କିଛି...

ରଦି କାଗଜ କାରିଗରୀ

ଓଡ଼ିଶାର ପାରମ୍ପରିକ ହସ୍ତକଳା କାରିଗରି କୌଣସି ଗୋଟିଏ ଗାଁରେ ସୀମିତ ନୁହେଁ, ବରଂ ଦେଶ ବିଦେଶରେ ଏହାର ସ୍ବତନ୍ତ୍ର ପରିଚୟ ରହିଛି। ଯାହା ଫଳରେ ଏହି...

ଖୋର୍ଦ୍ଧାରେ ବନ୍ଦ ସଫଳ

ଖୋର୍ଦ୍ଧା ଅଫିସ,୮।୧: ୧୨ ଦଫା ଦାବିରେ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ପକ୍ଷରୁ ଦିଆଯାଇଥିବା ବନ୍ଦ ପାଳନ ଡାକରା ଖୋର୍ଦ୍ଧାରେ ସଫଳ ହୋଇଛି। କଂଗ୍ରେସ,ସିପିଆଇଏମ୍‌, ଏସ୍‌ଆଇଟିୟୁ ସମେତ...

Leave a comment

Your email address will not be published. Required fields are marked *