ବିଦ୍ୟୁତ୍‌ ଉତ୍ପାଦନ ପାଇଁ କୋଇଲା ମିଳୁନି: ଏନ୍‌ଟିପିସିର ୪, ଟିଟିପିଏସ୍‌ର ୫ ୟୁନିଟ୍‌ ବନ୍ଦ

ତାଳଚେର,୪ା୮ (ନି.ପ୍ର.)-ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣି ଦୁର୍ଘଟଣା ପରେ ଜାରି ରହିଥିବା ଆନ୍ଦୋଳନ ଯୋଗୁ ତାଳଚେର କୋଲ୍‌ ଫିଲଡ୍ସରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଫଳରେ ଏହାର ସିଧାସଳଖ ପ୍ରଭାବ ୩୦୦୦ ମେଗାୱାଟ୍‌ ବିଶିଷ୍ଟ ମହାରତ୍ନ କମ୍ପାନୀ କଣିହଁାସ୍ଥିତ ଏନ୍‌ଟିପିସି ଓ ଏହା ଅଧୀନରେ ଥିବା ଟିଟିପିଏସ୍‌ ଉପରେ ପଡ଼ିଛି। କୋଲ୍‌ ଫିଲଡ୍ସରୁ ଉତ୍ତୋଳନ ଓ ପରିବହନ ହୋଇପାରୁ ନ ଥିବାରୁ ଏହି ଦୁଇ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ରରେ ଗୁରୁତର କୋଇଲା ସଙ୍କଟ ସୃଷ୍ଟି ହୋଇଛି। ଏଥିଯୋଗୁ ଶନିବାର ଏନ୍‌ଟିପିସିର ଗୋଟିଏ ବିଦ୍ୟୁତ୍‌ ଉତ୍ପାଦନ ୟୁନିଟ୍‌କୁ ବନ୍ଦ ରଖାଯାଇଛି। ଏହାକୁ ମିଶାଇ ପ୍ରକଳ୍ପର ମୋଟ୍‌ ୪ଟି ୟୁନିଟ୍‌ ବନ୍ଦ ହେଲାଣି। ସେହିପରି ଟିଟିପିଏସ୍‌ର ୫ଟି ୟୁନିଟ୍‌ ଶୁକ୍ରବାରଠାରୁ ବନ୍ଦ ରହିଛି।
ଏନ୍‌ଟିପିସିରେ ଥିବା ମୋଟ୍‌ ୬ଟି ୟୁନିଟ୍‌ରୁ ଦୈନିକ ୩ ହଜାର ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଉତ୍ପାଦିତ ହୋଇଥାଏ। ଏଥିପାଇଁ ଦିନକୁ ୫୫ ହଜାର ମେଟ୍ରିକ୍‌ ଟନ୍‌ କୋଇଲା ଆବଶ୍ୟକ ପଡ଼ିଥାଏ। ଗତ ମାସ ୨୩ ତାରିଖ ଭରତପୁର ଖଣି ଦୁର୍ଘଟଣା ପରଠାରୁ ଏନ୍‌ଟିପିସିକୁ କୋଇଲା ଯୋଗାଣ ହୋଇପାରୁ ନାହିଁ। ପ୍ରକଳ୍ପ ଷ୍ଟକୟାର୍ଡରେ ମଧ୍ୟ ଆଉ ଅଧିକ କୋଇଲା ନାହିଁ। ଫଳରେ କର୍ତ୍ତୃପକ୍ଷ ପ୍ଲାଣ୍ଟର ୧, ୪ ଓ ୫ ନମ୍ବର ୟୁନିଟ୍‌କୁ ଗତ ୨୯ ତାରିଖରୁ ବନ୍ଦ ରଖିଛନ୍ତି। ବାହାରୁ କୋଇଲା ଯୋଗାଡ଼ କରି ବାକି ୩ଟି ୟୁନିଟ୍‌ ଚଳାଯାଉଥିଲେ ବି ଶନିବାର ୨ ନମ୍ବର ୟୁନିଟ୍‌କୁ ବନ୍ଦ ରଖାଯାଇଛି। ଆବଶ୍ୟକ ପରିମାଣର କୋଇଲା ନ ମିଳିଲେ ଅବଶିଷ୍ଟ ୨ ୟୁନିଟ୍‌କୁ ମଧ୍ୟ ବନ୍ଦ କରିବାକୁ କର୍ତ୍ତୃପକ୍ଷ ବାଧ୍ୟହେବେ ବୋଲି ଜଣାପଡିଛି। ମୋଟ୍‌ ୪ଟି ୟୁନିଟ୍‌ ବନ୍ଦ ହୋଇଯାଇଥିବାରୁ ବିଦ୍ୟୁତ୍‌ ଉପତ୍ାଦନ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ସେହିପରି ୪୬୦ ମେଗାୱାଟ୍‌ ବିଶିଷ୍ଟ ଟିଟିପିଏସ୍‌ରେ ୬ଟି ୟନିଟ୍‌ ରହିଛି। ଏହା ଚାଲିବା ପାଇଁ ଦୈନିକ ୯ ହଜାର ମେଟ୍ରିକ ଟନ୍‌ କୋଇଲା ଆବଶ୍ୟକ। କିନ୍ତୁ ଏଠାରେ ମଧ୍ୟ ସମାନ ପରିସ୍ଥିତି ଯୋଗୁ ୧, ୨, ୩, ୪ ଓ ୫ ନମ୍ବର ୟୁନିଟ୍‌କୁ ବନ୍ଦ କରି ଦିଆଯାଇଛି।


All Right Reserved By Dharitri.Com

ବ୍ରହ୍ମପୁରର ୨ ଛାତ୍ରଙ୍କ ଉଦ୍ୟମ: ମଙ୍ଗଳରେ ଜୀବନ ସନ୍ଧାନ ପ୍ରୟାସ

ବ୍ରହ୍ମପୁର ଅଫିସ୍‌,୨୦ା୧୧- ମଙ୍ଗଳରେ ଜୀବନ ସନ୍ଧାନକୁ ନେଇ ବିଭିନ୍ନ ଦେଶର ବୈଜ୍ଞାନିକମାନେ ଗବେଷଣା ଚଳାଇଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ସଫଳତା ମିଳିପାରି ନାହିଁ। ତେବେ...

ଜବାହରଚୌକ ପ୍ରତିଷ୍ଠାନ ପାଳିବ ପ୍ଲାଟିନମ୍‌ ଜୁବିଲି: ଛାମୁଣ୍ଡିଆରୁ କଂକ୍ରିଟ୍‌ ମଣ୍ଡପ

ଢେଙ୍କାନାଳ ଅଫିସ, ୧୬।୧୦-ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା ଉତ୍ସବର ୨ନଂ. ମେଢ଼ ଜବାହରଚୌକ ପୂଜା ପ୍ରତିଷ୍ଠାନ ୭୫ବର୍ଷ ପୂର୍ତ୍ତି ଅବସରରେ ଚଳିତବର୍ଷ ପ୍ଲାଟିନମ୍‌ ଜୁବିଲି ଉତ୍ସବ ପାଳନ...

ପୀଡ଼ିତା ନାବାଳିକାଙ୍କୁ କଟକ ସ୍ଥାନାନ୍ତର

ଭଦ୍ରକ ଅଫିସ,୧୮ା୪ : ଗ୍ରାମାଞ୍ଚଳ ଥାନା ଅଧୀନରେ ଘଟିଥିବା ନାବାଳିକା ବଳାତ୍କାର ଓ ହତ୍ୟା ଉଦ୍ୟମ ମାମଲାରେ ପୀଡିତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି...

ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବାଇକ୍‌: ଚାଳକ ମୃତ

ପବିତ୍ରନଗର, ୭।୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ସମଲ ଥାନା ପବିତ୍ରନଗର ନିକଟ ସମାକୋଇ ପୋଲ ନିକଟରେ ଏକ ବାଇକ ଭାରସାମ୍ୟ ହରାଇ ରାସ୍ତା ତଳକୁ...

ଋଷିକୂଲ୍ୟାରେ ସତର୍କ ସୂଚନାଠାରୁ ଊର୍ଦ୍ଧ୍ୱରେ ପ୍ରବାହିତ ହେଉଛି ଜଳ

ପୁରୁଷୋତ୍ତମପୁର,୭।୯(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୀର୍ଘ ୪ଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ସମସ୍ତ ଅଞ୍ଚଳ ଜଳାର୍ଣ୍ଣବ ହୋଇପଡ଼ିଛି। ଏଠାରେ...

୭ ମନ୍ଦିରରେ ବିଗ୍ରହ ପ୍ରତିଷ୍ଠା ହେବ

ଭଞ୍ଜନଗର,୨୮।୫(ଡି.ଏନ.ଏ)- ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭଞ୍ଜନଗର ବେଲେଶ୍ୱେର ଶୈବପୀଠରେ ଆଜକୁ ୪ଦିନ ହେବ ୭ ମନ୍ଦିର ପ୍ରତିଷ୍ଠା ଉସତ୍ବ ଚାଲିଛି। ବୁଧବାର ଉଦ୍‌ଯାପିତ ହେବ। ବୁଧବାର...

ବିଭିନ୍ନ ଶିକ୍ଷାନୁଷ୍ଠାନରେ ଜନ୍ମାଷ୍ଟମୀ : କୃଷ୍ଣବଳରାମ ବେଶରେ ଛାତ୍ରୀଛାତ୍ର

କର୍ଲାମୁଣ୍ଡା,୨୩।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦରସ୍ଥିତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶୁକ୍ରବାର ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ...

କଳାଗ୍ରାମ ‘କୁଞ୍ଜବନଗଡ’ ଲୋକାର୍ପିତ

ଦଶପଲ୍ଲା,୩ା୧୦ (ଡି.ଏନ.ଏ.): ନୟାଗଡ଼ ଜିଲା ଦଶପଲ୍ଲାର କୁଞ୍ଜବନଗଡକୁ ରାଜ୍ୟ ସରକାର ଲୋକକଳା ଗ୍ରାମର ମାନ୍ୟତା ଦେବା ପରେ ବୁଧବାର ଏକ ଉତ୍ସବରେ ଏହା ଆନୁଷ୍ଠାନିକ ଭାବେ...

Leave a comment

Your email address will not be published. Required fields are marked *