ଲକ୍ଷାଧିକ ଟଙ୍କାର ଗୁଟ୍‌ଖା, ସରଞ୍ଜାମ ଜବତ, ମାଲିକଙ୍କ ସମେତ ୪ ଗିରଫ

ବ୍ରହ୍ମପୁର ଅଫିସ,୪ା୮-ବଡବଜାର ପୋଲିସ ଶନିବାର ଅପରାହ୍ନରେ ବେଆଇନ ଭାବେ ପ୍ରସ୍ତୁତ ହେଉଥିବା ଗୁଟ୍‌ଖା କାରଖାନାରେ ଚଢାଉ କରିଥିଲା। ପୋଲିସ ଶାର୍ଗୁଣା ସାହିରେ ଥିବା ଏକ ଦୁଇ ମହଲା ଘରୁ ୧.୭୨ ଲକ୍ଷ ଟଙ୍କାର ଗୁଟ୍‌ଖା ଓ ଏଥିରେ ବ୍ୟବହୃତ ପ୍ରସ୍ତୁତି ସାମଗ୍ରୀ ଜବତ କରିବା ସହ ନଂ.୧୨୨/୧୯ରେ ଏକ ମାମଲା ରୁଜୁ କରିଛି। ଘଟଣାସ୍ଥଳରୁ ବେଆଇନ ଭାବେ ପ୍ରସ୍ତୁତ ହୋଇ ବଜାରକୁ ବିକ୍ରି ପାଇଁ ଗଛିତ ଥିବା ୪୨ ବସ୍ତା ଗୁଟ୍‌ଖା, ୨ଟି ପ୍ୟାକିଂ ମେଶିନ ଓ ବିଭିନ୍ନ ବ୍ରାଣ୍ଡର ପଲିଥିନ ଆଦି ଜବତ କରିଥିଲା। ମାଲିକ ନାରାୟଣ ସାହୁ, ତାଙ୍କ ଭାଇ ଟୁକୁନା ଏବଂ ଗୁଟ୍‌ଖା କାରଖାନାରେ କାମ କରୁଥିବା ୨ ଜଣ କର୍ମଚାରୀ ଉତ୍ତମ କୁମାର ସାହୁ ଓ ଶିବରାମ ସାହୁଙ୍କୁ ଗିରଫ କରାଯାଇଥିବା ନେଇ ଥାନାଧିକାରୀ ପ୍ରଶାନ୍ତ କୁମାର ଭୂପତି ସୂଚନା ଦେଇଛନ୍ତି।
ଯେ, ଶାର୍ଗୁଣା ସାହି ୪ର୍ଥ ଲେନ୍‌ର ନାରାୟଣ ଏକ ୨ ମହଲା ଘରେ ବେଆଇନ ଭାବେ ଗୁଟ୍‌ଖା ପ୍ରସ୍ତୁତ କରୁଥିବା ପୋଲିସ ଖବର ପାଇଥିଲା। ଥାନାଧିକାରୀ ଏବଂ ତାଙ୍କ ଟିମ୍‌ ଶନିବାର ଉକ୍ତ କାରଖାନାରେ ଚଢାଉ କରିଥିଲେ। ରବିବାର ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ଭୂପତି ସୂଚନା ଦେଇଛନ୍ତି।


All Right Reserved By Dharitri.Com

ମୋଟର ଚାଳକଙ୍କୁ ସହାୟତା ପାଇଁ ସଚିବଙ୍କୁ ଚିଠି

ଦାରିଙ୍ଗବାଡ଼ି,୮।୪(ଡି.ଏନ.ଏ.)- ଲକ୍‌ଡାଉନ ପରେ କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ସ୍ତରରେ ମୋଟର ଚାଳକମାନେ ଏବେ ଘରେ ବସିଛନ୍ତି। ଗାଡ଼ିମୋଟର ବନ୍ଦ ଯୋଗୁ ମାଲିକମାନେ କିଛିଦିନ ପାଇଁ...

ନାଳରେ ବୁଢ଼ି ଛାତ୍ର ମୃତ

ଧାରକୋଟ,୩।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧାରକୋଟ ଥାନା ଅନ୍ତର୍ଗତ ଶରଧାପୁର ହାଇସ୍କୁଲସ୍ଥିତ କେଞ୍ଚୁଆ ନାଳଡିଆଁ ଶଙ୍ଖଠାରେ ଥିବା ନାଳରେ ଭାସିଯାଇ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ...

୩୫ କୁଇଣ୍ଟାଲ ଗଞ୍ଜେଇ ଜବତ, ୪ ଗିରଫ

ସୋରଡା,୧୨ା୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ବଡଗଡ଼ ପୋଲିସ ଗୁରୁବାର ଏକ ବଡଧରଣର ଗଞ୍ଜେଇ ଚୋରାଚାଲାଣ ଉଦ୍ୟମ ପଣ୍ଡ କରିଛି। ଯାଞ୍ଚବେଳେ ୪୦୭ ଟ୍ରକ୍‌, ପିକ୍‌ଅପ୍‌, ବୋଲେରୋ ଓ...

ଏନ୍‌ଟିଏସ୍‌ଇ ସ୍କଲାରଶିପ୍‌ ପରୀକ୍ଷା:ସାନଭି ସନ୍ଦିପିକା କୃତକାର୍ଯ୍ୟ

ତାଳଚେର, ୭|୯(ନି.ପ୍ର.)ଏନ୍‌ଟିପିସି ଦ୍ୱାରା ପରିଚାଳିତ କଣିହାଁ ସ୍ଥିତ ଡିଏଭି ପବ୍ଲିକ ସ୍କୁଲର ମେଧାବୀ ଛାତ୍ରୀ ସାନଭି ସନ୍ଦିପିକା ପ୍ରଧାନ ସର୍ବଭାରତୀୟ ସ୍କଲାରଶିପ୍‌ ପରୀକ୍ଷା ଏନଟିଏସ୍‌ଇରେ କୃତକାର୍ଯ୍ୟ...

ଆର୍ଥତ୍କ ଜନଗଣନା ନେଇ ଦିନିକିଆ କର୍ମଶାଳା

ନୂଆପଡା ଅଫିସ,୨୭ା୮ ସ୍ଥାନୀୟ ଜିଲାପାଳଙ୍କ ସଭାଗୃହରେ ୭ମ ଆର୍ଥତ୍କ ଜନଗଣନା ସମ୍ପର୍କୀତ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲାପାଳ ସୀତାରାମ...

ଅସ୍ତିତ୍ୱ ହରାଉଛି ରତ୍ନଚିରା

ସାକ୍ଷୀଗୋପାଳ,୧୮ା୪(ଡି.ଏନ.ଏ.): ସତ୍ୟବାଦୀ ଅଞ୍ଚଳର ଜୀବନଧାରା ଭାବେ ପରିଚିତ ରନତ୍ଚିରା ନଦୀ ଏବେ ଅସ୍ତିତ୍ୱ ହରାଇଛି। ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର ଅଭାବରୁ ଏହି ନଦୀ ପୋତି...

ଗୋଷ୍ଠୀ ସଂଘର୍ଷ, ୫ ଆହତ

ପାତ୍ରପୁର,୨୦ା୫(ଡି.ଏନ୍‌.ଏ.)- ଜରଡ଼ା ଥାନା ଗୋପାଳପଲ୍ଲୀ ଗ୍ରାମରେ ସୋମବାର ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଉଭୟ ପକ୍ଷରୁ ୫ ଜଣ...

ପୋଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ

ବ୍ରହ୍ମପୁର ଅଫିସ,୨୩ା୫: ଟାଉନ ଥାନାରୁ ବୁଧବାର ମଧ୍ୟାହ୍ନରେ ପୋଲିସକୁ ଚକ୍‌ମା ଦେଇ ଜଣେ ଅଭିଯୁକ୍ତ ଚମ୍ପଟ ମାରିଛନ୍ତି । ସେ ହେଲେ ମହମ୍ମଦ ଇମରାନ। ଏକ...

Leave a comment

Your email address will not be published. Required fields are marked *