ଶ୍ରେଣୀଗୃହ ଅଭାବ, ବାରଣ୍ଡାରେ ପାଠପଢ଼ା

ତିହିଡ଼ି, ୪।୮ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ କୋହ୍ଲ ମଧ୍ୟଇଂରାଜୀ (ଏମ୍‌ଇ) ସ୍କୁଲରେ ଶ୍ରେଣୀଗୃହ ଅଭାବ ଦେଖାଦେଇଛି। ଫଳରେ ଛାତ୍ରୀଛାତ୍ର ବାରଣ୍ଡାରେ ବସି ପାଠ ପଢୁଛନ୍ତି। ବର୍ଷା ହେଲେ ଛାତ୍ରୀଛାତ୍ର ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ପ୍ରଧାନଶିକ୍ଷୟିତ୍ରୀ କଳ୍ପନା ନାୟକ ବିଭିନ୍ନ ସମୟରେ ଏ ସମ୍ପର୍କରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହେଉଛି। ଏହାକୁ ନେଇ ସ୍କୁଲ ପରିଚାଳନା କମିଟି ସଦସ୍ୟ ଏବଂ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
୧୯୫୯ ମସିହାରେ ସ୍ଥାପିତ ଏହି ସ୍କୁଲରେ ୩ଟି ଶ୍ରେଣୀରେ ମୋଟ ୨୮୭ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ପୂର୍ବରୁ ସ୍କୁଲରେ ୬ଷ୍ଠ ଓ ୭ମ ଦୁଇଟି ଶ୍ରେଣୀ ଥିଲା। ସରକାରଙ୍କ ନୂତନ ଶିକ୍ଷାନୀତି ଅନୁଯାୟୀ ୮ମ ଶ୍ରେଣୀ ସ୍କୁଲ ସହ ସଂଯୋଗ ହୋଇଥିଲା। ଅଧିକ ଶ୍ରେଣୀ ଲାଗି ଗୃହ ଅଭାବରୁ ଶିକ୍ଷାଦାନ ନେଇ ସମସ୍ୟା ଉପୁଜିଥିଲା। ସ୍କୁଲର ଭିତ୍ତିଭୂମିକୁ ନ ସଜାଡ଼ି ଅଧିକ ଶ୍ରେଣୀ ଯୋଡ଼ିଦେବା ଯୋଗୁ ଏହା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଥିଲା। ସ୍କୁଲ ଅଫିସ ଗୃହକୁ ବାଦ୍‌ ଦେଲେ ୩ଟି ଶ୍ରେଣୀଗୃହ ରହିଛି। ଏତେସଂଖ୍ୟକ ପିଲାଙ୍କୁ ଶିକ୍ଷାଦାନ ପାଇଁ ଏହି ଶ୍ରେଣୀଗୃହ ଯଥେଷ୍ଟ ହୋଇପାରୁ ନାହିଁ। ଫଳରେ ପିଲାମାନେ ବାରଣ୍ଡାରେ ବସି ପଢ଼ିବାକୁ ବାଧ୍ୟ ହେଉଛନ୍ତି। ଏପରି ସ୍ଥଳେ ନୂତନ ଶ୍ରେଣୀଗୃହ ନିର୍ମାଣ ସକାଶେ ଅନୁଦାନ ବ୍ୟବସ୍ଥା କରିବାକୁ ଦାବି ହୋଇଛି। ଏହାଛଡ଼ା ଅଷ୍ଟମ ଶ୍ରେଣୀ ପାଇଁ ବିଜ୍ଞାନ ଶିକ୍ଷକ ପଦବୀ ଖାଲି ପଡ଼ିଛି। ତୁରନ୍ତ ଏହି ପଦବୀ ପୂରଣ ନିମନ୍ତେ ଦାବି କରାଯାଇଛି। ଅପରପକ୍ଷେ ସ୍କୁଲର ଉନ୍ନତି ପାଇଁ କମ୍ପୋଜିଟ୍‌ ଗ୍ରାଣ୍ଟ ଭାବେ ଚଳିତବର୍ଷ ପ୍ରତ୍ୟେକ ସ୍କୁଲକୁ ପିଲାସଂଖ୍ୟା ଅନୁଯାୟୀ ଅର୍ଥ ଯୋଗାଇ ଦିଆଯାଇଛି। ଏହି ସ୍କୁଲକୁ ପିଲା ସଂଖ୍ୟା ଅନୁସାରେ ୭୫ ହଜାର ଟଙ୍କା ମିଳିବା କଥା। ମାତ୍ର ୭୫୦୦ଟଙ୍କା ମିଳିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍କୁଲର ପିଲା ସଂଖ୍ୟା ଅନୁଯାୟୀ ଆଉ ୨ଟି ଶ୍ରେଣୀଗୃହ ପାଇଁ ଅନୁଦାନ ଯୋଗାଇ ଦିଆଗଲେ ଶିକ୍ଷାଦାନରେ ସମସ୍ୟା ଉପୁଜିବ ନାହିଁ ବୋଲି ପ୍ରଧାନଶିକ୍ଷୟିତ୍ରୀ ନାୟକ କହିଛନ୍ତି। ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ଉଦୟନାରାୟଣ ଦାଶଙ୍କୁ ପଚାରିବାରୁ ଶ୍ରେଣୀଗୃହ ଅଭାବ ଥିବା ସ୍କୁଲ ସମ୍ପର୍କରେ ବିଡିଓଙ୍କୁ ଅବଗତ କରାଯାଇଛି, ସରକାରୀ ଅନୁଦାନ ଆସିଲେ ଶ୍ରେଣୀଗୃହ ନିର୍ମାଣ କରାଯିବ ବୋଲି କହିଛନ୍ତି।


All Right Reserved By Dharitri.Com

ପୋସ୍କୋ ପରେ ଜେଏସ୍‌ଡବ୍ଲ୍ୟୁ ବିରୋଧରେ ଶାଣିତ ହେଲାଣି ସ୍ବର: ଜନଶୁଣାଣିକୁ ବିରୋଧ କରିବାକୁ ନିଷ୍ପତ୍ତି

ଜଗତ୍‌ସିଂହପୁର ଅଫିସ/କୁଜଙ୍ଗ,୩୦।୧୦(ସ୍ବ.ପ୍ର.): ଓଡ଼ିଶାରୁ ପୋସ୍କୋ ବିଦାୟ ନେବା ପରେ କମ୍ପାନୀ ପାଇଁ ଜଗତ୍‌ସିଂହପୁର ଜିଲାର ଢିଙ୍କିଆ ଚାରି ଦେଶର ଯେଉଁ ଜମି ଅଧିଗୃହିତ ହୋଇଥିଲା, ତା’...

ସତ ହେଲା ପିଲାଦିନର ସ୍ବପ୍ନ

ଆରଡ଼ି, ୧୦।୯ (ଡି.ଏନ.ଏ.) – ବାହାରକୁ ଯାଇ କାମ କରିବା ଅପେକ୍ଷା ନିଜ ଗଁାରେ ଆତ୍ମନିର୍ଭରଶୀଳ ହୋଇ ରହିବାକୁ ପିଲାଦିନେ ସ୍ବପ୍ନ ଦେଖିଥିଲେ ବିଜୟ ଦାଶ।...

ଯୌତୁକ ଜନିତ ବଧୂହତ୍ୟା ଅଭିଯୋଗ, ସ୍ବାମୀ ଅଟକ

କୁଜଙ୍ଗ,୮ା୧(ଡି.ଏନ.ଏ.):କୁଜଙ୍ଗ ଥାନା ଅଧୀନ ଅରଖିଆ ଗ୍ରାମରେ ଯୌତୁକ ଜନିତ ବଧୂହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ଅଧିକ ଯୌତୁକ ନ ଆଣିବାରୁ ଗ୍ରାମର ସୁଦାମ ସେଠୀଙ୍କ ସ୍ତ୍ରୀ...

ନିଶା ଦେଇ ଛାତ୍ରଙ୍କୁ ଅପହରଣ ଉଦ୍ୟମ

ବ୍ରହ୍ମପୁର ଅଫିସ , ୨୮ା୭-ଟିଉସନରୁ ଘରକୁ ଫେରୁଥିବା ବେଳେ ଶନିବାର ରାତି ପ୍ରାୟ ୯ରେ ଜଣେ ଛାତ୍ରଙ୍କୁ ନିଶାଦେଇ ଅପହରଣ ଉଦ୍ୟମ କରାଯାଇଛି। ଛାତ୍ର ଜଣଙ୍କ...

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ବିଦ୍ୟାଳୟରେ ଉତ୍ତେଜନା

ବାରିପଦା ଅଫିସ,୧୮ା୧୦- ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଧୀନ ଏକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜନୈକା ଷଷ୍ଠ ଶ୍ରେଣୀର ଛାତ୍ରୀଙ୍କୁ ସେହି ବିଦ୍ୟାଳୟର...

ମାଡ଼ିଗଲା କାର୍‌: ଜଣେ ମୃତ, ଶିଶୁ ସମେତ ୫ ଗୁରୁତର

ଫୁଲବାଣୀ ଅଫିସ,୭ା୬- ଫୁଲବାଣୀ ସହର ନାରାୟଣୀ ମନ୍ଦିର ଛକ ପାଖରେ ଏକ କାର ରାସ୍ତାରେ ଚାଲି ଚାଲି ଯାଉଥିବା ୬ଜଣ ଲୋକଙ୍କ ଉପରେ ମାଡି ଯାଇଛି।...

ବିଦ୍ୟୁତ ସଂସ୍ପର୍ଶରେ ଆସି ଲାଇନମ୍ୟାନ ଆହତ

ଭଦ୍ରକ ଅଫିସ,୨୬।୧୦: ଭଦ୍ରକ ଚରମ୍ପାରେ ଶନିବାର ସକାଳେ ଜଣେ ଠିକା କର୍ମଚାରୀ ବିଦ୍ୟୁତ ସଂସ୍ପର୍ଶରେ ଆସି ଆହତ ହୋଇଥିବା ଜଣାପଡ଼ିଛି। ଚରମ୍ପା ନିକଟରେ ଥିବା ଏକ...

ପାଇଖାନା ଘରେ ବିତୁଛି ଜୀବନ: ସଂସାର ପଥରେ ୪ ଛୁଆଙ୍କୁ ଧରି ଏକାକୀ

କେନ୍ଦୁଝର, ୨୮ା୭(ସ୍ବ.ପ୍ର.)-ସରକାର ଗରୀବ ଗୃହ ହୀନ ଲୋକଙ୍କୁ ବିଭିନ୍ନ ଆବାସିକ ଯୋଜନାରେ ଘର ପ୍ରଦାନ କରିଲେ ହେଁ ବହୁ ଗରିବ ଲୋକ ଏଥିରୁ ବଞ୍ଚିତ ରହୁଛନ୍ତି।...

Leave a comment

Your email address will not be published. Required fields are marked *