Posted inଖେଳ

ଦ୍ୱିତୀୟ ଅନ୍‌ଅଫିସିଆଲ ଟେଷ୍ଟ: ଭାରତ-ଏ’ର ସହଜ ବିଜୟ

ପୋର୍ଟ ଅଫ୍‌ ସ୍ପେନ୍‌,୪।୮(ପି.ଟି.)- ଅଫ୍‌ ସ୍ପିନର କ୍ରିଷ୍ଣାପ୍ପା ଗୋଥାମଙ୍କ ୫ ଉଇକେଟ ସଫଳତା ଏବଂ ମୟଙ୍କ ଅଗ୍ରଓ୍ବାଲ, ପ୍ରିୟଙ୍କ ପଞ୍ଜଲ, ଅଭିମନ୍ୟୁ ଈଶ୍ୱରନ ଓ ଅନମୋଲପ୍ରୀତ୍‌ ସିଂଙ୍କ ଅର୍ଦ୍ଧଶତକ ବଳରେ ଭାରତ-ଏ ଏଠାରେ ଅନୁଷ୍ଠିତ ୨ୟ ଅନ୍‌ଅଫିସିଆଲ ମ୍ୟାଚ୍‌ରେ ଘରୋଇ ଓ୍ବେଷ୍ଟଇଣ୍ଡିଜ-ଏ’କୁ ୭ ଉଇକେଟ୍‌ରେ ପରାସ୍ତ କରିଛି। ଏଥିସହ ହନୁମା ବିହାରୀଙ୍କ ନେତୃତ୍ୱାଧୀନ ଭାରତ-ଏ ୩ ମ୍ୟାଚ୍‌ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ କବ୍‌ଜା କରିନେଇଛି। ପୂର୍ବରୁ ଭାରତ-ଏ ପ୍ରଥମ ମ୍ୟାଚ୍‌କୁ ୬ ଉଇକେଟ୍‌ରେ ଜିତିଥିଲା। ସିରିଜର ଅନ୍ତିମ ତଥା ୩ୟ ମ୍ୟାଚ୍‌ ଅଗଷ୍ଟ ୯ରୁ ତ୍ରିନିଦାଦରେ ଆରମ୍ଭ ହେବ।
ଟସ୍‌ ଜିତି ଓ୍ବେଷ୍ଟଇଣ୍ଡିଜ୍‌-ଏ ପ୍ରଥମ ଇନିଂସରେ ୧୧୩ ଓଭରରେ ୩୧୮ ରନ କରି ଅଲଆଉଟ ହୋଇଛି। ଜବାବରେ ଭାରତ-ଏ ଆଶାନୁରୂପ ବ୍ୟାଟିଂ କରି ନ ପାରି ୪୭ ଓଭରରେ ୧୯୦ ରନକରି ଅଲଆଉଟ ହୋଇଛି। ଫଳରେ ପ୍ରଥମ ଇନିଂସରେ ଭାରତ-ଏ ୧୨୮ ରନ ପଛରେ ପଡିଥିଲା। ତେବେ ଭାରତୀୟ ବୋଲର ଉନ୍ନତ ବୋଲିଂ କରି ଓ୍ବେଷ୍ଟଇଣ୍ଡିଜ-ଏ’କୁ ୨ୟ ଇନିଂସରେ ବଡ଼ ସ୍କୋର ହାସଲ କରିବାକୁ ସୁଯୋଗ ଦେଇ ନ ଥିଲା। ଦ୍ୱିତୀୟ ଇନିଂସରେ ଓ୍ବେଷ୍ଟଇଣ୍ଡିଜ-ଏ ୩୯.୫ ଓଭରରେ ମାତ୍ର ୧୪୯ ରନ କରି ଅଲଆଉଟ ହୋଇଥିଲା। ଫଳରେ ଭାରତ-ଏ ସମ୍ମୁଖରେ ୨୭୮ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଜବାବରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଭାରତ-ଏ ଶୁକ୍ରବାର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୫୦ ଓଭରରେ ୩ ଉଇକେଟ ହରାଇ ୧୮୫ ରନ ସଂଗ୍ରହ କରିଥିଲା। ଅନ୍ତିମ ଦିବସରେ ଶନିବାର ଭାରତ-ଏ ଆଉ କୌଣସି ଉଇକେଟ୍‌ ନ ହରାଇ ବିଜୟ ପାଇଁ ଆବଶ୍ୟକ ୯୩ ରନ ସଂଗ୍ରହ କରିନେଇଥିଲା। ଦୁଇ ଓପନର ମୟଙ୍କ (୮୧ ରନ) ଓ ପ୍ରିୟଙ୍କ ପଞ୍ଚଲ (୬୮) ଓପନିଂ ଯୋଡିରେ ୧୫୦ ରନ କରି ଦଳକୁ ଜବରଦସ୍ତ ଆରମ୍ଭ ପ୍ରଦାନ କରିଥିଲେ। ହନୁମା ବିହାରୀ ୧ ରନ କରି ଆଉଟ୍‌ ହୋଇଥିବାବେଳେ ଈଶ୍ୱରନ ୬୨ ଓ ଅନ୍‌ମୋଲପ୍ରୀତ୍‌ ସିଂ ୫୧ ରନ୍‌ କରି ଅପରାଜିତ ରହିଥିଲେ। ବୋଲିଂରେ ଓ୍ବେଷ୍ଟଇଣ୍ଡିଜ-ଏ ତରଫରୁ ହୋଲ୍ଡର ୨ ଓ ରେଇଫର ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୧୨/୪ ରୁ ଖେଳ ଆରମ୍ଭ କରି ଓ୍ବେଷ୍ଟଇଣ୍ଡିଜ-ଏ ଅଲ୍‌ଆଉଟ ହୋଇଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ସୁନୀଲ ଆମ୍ବ୍ରିସ ଓ ଜେରମାଇନ ବ୍ଲାକଉଡ୍‌ ଯଥାକ୍ରମେ ୭୧ ଓ ୩୧ ରନ କରି ଆଉଟ ହୋଇଥିଲେ। ରୋମାରିଓ ଶେଫେର୍ଡ ୧୬ ରନ କରି ଅପରାଜିତ ରହିଥିତ୍ଲେ। ଓପନର କ୍ରେଗ ବ୍ରାଥଓ୍ବେଟ ୧୦ ରନ କରିଥିଲେ। ବାକି ୭ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଦ୍ୱିତୀୟ ଇନିଂସରେ ଭାରତ-ଏ ପକ୍ଷରୁ କ୍ରିଷ୍ଣାପ୍ପା ଗୋଥାମ ସର୍ବାଧିକ ୫, ଏସ୍‌. ସନ୍ଦୀପ ଓ୍ବାରିୟର ୩ ଓ ମହମ୍ମଦ ସିରାଜ ଓ ଶିବମ୍‌ ଦୁବେ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଓ୍ବେଷ୍ଟଇଣ୍ଡିଜ୍‌-ଏ ପ୍ରଥମ ଇନିଂସ: ୧୧୩ ଓଭରରେ ୩୧୮ ଅଲଆଉଟ।
ଭାରତ-ଏ ପ୍ରଥମ ଇନିଂସ: ୪୭ ଓଭରରେ ୧୯୦ ଅଲଆଉଟ।
ଓ୍ବେଷ୍ଟଇଣ୍ଡିଜ-ଏ ଦ୍ୱିତୀୟ ଇନିଂସ: ୩୯.୫ ଓଭରରେ ୧୪୯ ଅଲଆଉଟ
(ଅମ୍ବ୍ରିଶ- ୭୧, ବ୍ଲାକ୍‌ଉଡ- ୩୧, ଗୋଥାମ- ୫/୧୭, ଓ୍ବାରିୟର- ୩/୪୩)।
ଭାରତ-ଏ ଦ୍ୱିତୀୟ ଇନିଂସ: ୭୯.୧ ଓଭରରେ ୨୮୧/୩
(ଅଗ୍ରଓ୍ବାଲ- ୮୧, ପଞ୍ଚଲ- ୬୮, ଈଶ୍ୱରନ ୬୨, ଅନ୍‌ମୋଲପ୍ରୀତ୍‌ ୫୧, ହୋଲ୍ଡର- ୨/୩୪)।


All Right Reserved By

Posted inଖେଳ

ବାଲାଂଦେଶ ବିପକ୍ଷରେ ଶତକ ମାରି ଗାଙ୍ଗୁଲିଙ୍କ ରେକର୍ଡ ଭାଙ୍ଗିଲେ ରୋହିତ ଶର୍ମା

ବର୍ମିଂହାମ, ୧।୭(ପି.ଟି.)- ଚଳିତ ଆଇସିସି ବିଶ୍ୱକପରେ ପୁଣି ଥରେ ଶତକ ଅର୍ଜନ କରିଛନ୍ତି ହିଟ୍‌ମ୍ୟାନ୍‌ ରୋହିତ ଶର୍ମା। ବାଲାଂଦେଶ ବିପକ୍ଷରେ ଏଜବାଷ୍ଟନ ଗ୍ରାଉଣ୍ଡରେ ଖେଳାଯାଉଥିବା ମ୍ୟାଚରେ...

ବ୍ରୋଞ୍ଜ ପଦକ ପାଇଁ ଲଢିବ ଭାରତୀୟ କମ୍ପାଉଣ୍ଡ ଟିମ୍‌

ଆଣ୍ଟାଲ୍ୟା (ତୁର୍କୀ), ୨୪ା୫ (ପି.ଟି.)-ଭାରତୀୟ ପୁରୁଷ ଓ ମହିଳା କମ୍ପାଉଣ୍ଡ ଟିମ୍‌ ଏଠାରେ ଚାଲିଥିବା ଆର୍ଚେରୀ ଓ୍ବାଲର୍‌ଡ କପ୍‌ ଷ୍ଟେଜ୍‌-୩ ବ୍ରୋଞ୍ଜ୍‌ ପଦକ ପ୍ଲେ-ଅଫ୍‌ରେ ପ୍ରବେଶ...

ଆଉଟ୍‌ ନ ହେବା ସତ୍ତ୍ୱେ ପ୍ୟାଭିଲିଅନ ଫେରିଲେ ଯୁବି

ନୂଆଦିଲ୍ଲୀ,୨୬।୭- ଯୁବରାଜ ସିଂ (ଯୁବି) ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ପ୍ରଥମ ଥର ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ ଖେଳିଛନ୍ତି। ଗ୍ଲୋବାଲ ଟି୨୦ କାନାଡା ଲିଗ୍‌ ଦ୍ୱିତୀୟ...

ବେଙ୍ଗାଲୁରୁ ବୁଲ୍ସ ବିଜୟୀ

ଚେନ୍ନାଇ, ୧୮ା୮ (ପି.ଟି.)- ଚଳିତ ପ୍ରୋ-କବାଡ଼ି ଲିଗ୍‌ରେ ଶନିବାର ବେଙ୍ଗାଲୁରୁ ବୁଲ୍ସ ୩୨-୨୧ରେ ତାମିଲ ଥଲାଇଭାସକୁ ହରାଇ ଦେଇଛି। ଏହି ବିଜୟ ଦ୍ୱାରା ଦଳ ୮ଟି...

ଆଇସିସି ବିଶ୍ୱକପ୍‌: ଇଂଲଣ୍ଡର ସହଜ ବିଜୟ

କାର୍ଡିଫ, ୯ା୬- ସ୍ଥାନୀୟ ସୋଫିଆ ଗାର୍ଡେନଠାରେ ଚଳିତ ଆଇସିସି ବିଶ୍ୱକପ୍‌ ଟୁର୍ନାମେଣ୍ଟର ଏକ ମ୍ୟାଚରେ ଜାସନ ରୟଙ୍କ ଆକର୍ଷଣୀୟ ୧୫୩ ରନ ଏବଂ ଜୋସ୍‌ ବଟଲରଙ୍କ...

ଧୋନୀ ଆଉ କ୍ରିକେଟ ଖେଳନ୍ତୁ, ଚାହୁଁନାହାନ୍ତି ମାତାପିତା

ରାଞ୍ଚି, ୧୮।୭: ଆଇସିସି ବିଶ୍ୱକପରେ ଭାରତ ସେମିଫାଇନାଲରୁ ବିଦା ହେବା ପରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ କ୍ରିକେଟ ଭବିଷ୍ୟତକୁ ନେଇ...

ପାକିସ୍ତାନ ବିଶ୍ୱକପ୍‌ ଦଳରେ ଅମିର, ଓ୍ବାହବ

ଇସ୍‌ଲାମବାଦ,୨୦।୫- ଇଂଲଣ୍ଡରେ ଖେଳାଯିବାକୁ ଥିବା ଆଇସିସି ବିଶ୍ୱକପ୍‌ ଲାଗି ପିସିବି ୧୫ ଜଣିଆ ପାକିସ୍ତାନ ଦଳ ଘୋଷଣା କରିଛି। ଏହି ଦଳରେ ମହମ୍ମଦ ଅମିର, ଓ୍ବାହବ...

ଏହି ଖେଳାଳିଙ୍କୁ ହୋଇଛି ବ୍ରେନ୍‌ ଟ୍ୟୁମର୍‌:କହିଲେ, ଯୁବରାଜଙ୍କ ଭଳି ରୋଗ ସହ ଲଢିବି

ଢାକା,୧।୧୦: ବାଲାଂଦେଶର ବାମହାତୀ ସ୍ପିନର୍‌ ମୋଶରଫ ହୁସେନ୍‌ ମାରାତ୍ମକ ରୋଗ ବ୍ରେନ୍‌ ଟ୍ୟୁମର୍‌ ସହ ଲଢୁଛନ୍ତି। ଭାରତର ପୂର୍ବତନ ଖେଳାଳି ଯୁବରାଜ ସିଂଙ୍କ ପରି ରୋଗ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *