Posted inଖେଳ

ଇଂଲଣ୍ଡ ପ୍ରଥମ ଇନିଂସ ଅଗ୍ରଣୀ

ବର୍ମିଂହାମ,୪।୮(ଏଏଫ୍‌ପି)- ଅଷ୍ଟ୍ରେଲିଆ ବିପକ୍ଷ ଆଶେସ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଇଂଲଣ୍ଡ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଛି। ସ୍ଥାନୀୟ ଏଜ୍‌ବାଷ୍ଟନ ଗ୍ରାଉଣ୍ଡରେ ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ଅଭିଜ୍ଞ ଷ୍ଟିଭ୍‌ ସ୍ମିଥ୍‌ଙ୍କ ୧୪୪ ରନର ଶତକ ସହାୟତାରେ ୮୦.୪ ଓଭରରେ ୨୮୪ ରନ କରି ଅଲଆଉଟ ହୋଇଥିଲା। ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସରେ ତୃତୀୟ ଦିନ ଚା’ପାନ ବିରତି ସୁଦ୍ଧା ୧୩୫. ୫ ଓଭରରେ ୩୭୪ ରନ କରି ଅଲଆଉଟ ହୋଇ ୯୦ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରଥିଲା। ଦ୍ୱିତୀୟ ଇନିଂସ ଆରମ୍ଭ କରି ଅଷ୍ଟ୍ରେଲିଆ ଶନିବାର ଖେଳ ଶେଷ ସୁଦ୍ଧା ୩୧ ଓଭରରେ ୩ ଉଇକେଟ ହରାଇ ୧୨୪ ରନ ସଂଗ୍ରହ କରିଛି। ଫଳରେ ୭ ଉଇକେଟ ହାତରେ ରଖି ଅଷ୍ଟ୍ରେଲିଆ ୩୪ ରନରେ ଅଗ୍ରଣୀ ହାସଲ କରିଛି। ଓପନର କାମେରନ ବ୍ୟାଙ୍କ୍ରଫ୍ଟ ୭, ଡେଭିଡ ଓ୍ବାର୍ନର ୮, ଉସମାନ ଖ୍ବାଜା ୪୦ ରନ କରି ଆଉଟ ହୋଇଥିବା ବେଳେ ଷ୍ଟିଭ୍‌ ସ୍ମିଥ୍‌ ୪୬ ଓ ଟ୍ରାଭିସ୍‌ ହେଡ ୨୧ ରନ କରି ଅପରାଜିତ ରହିଛନ୍ତି। ବୋଲିଂରେ ଇଂଲଣ୍ଡ ତରଫରୁ ଷ୍ଟୁଆର୍ଟ ବ୍ରଡ, ମୋଇନ ଅଲି ଓ ବେନ୍‌ ଷ୍ଟୋକ୍ସ ଗୋଟିଏ ଲେଖାଏ ଉଇକେଟ ହାସଲ କରିଛନ୍ତି।
ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୨୬୭/୪ରୁ ଇଂଲଣ୍ଡ ଖେଳ ଆରମ୍ଭ କରି ଅଲଆଉଟ୍‌ ହୋଇଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ବନର୍‌ସ ୧୨୫ରୁ ଖେଳ ଆରମ୍ଭ କରି ଆଉ ମାତ୍ର ୮ ରନ ଅଧିକ ସଂଗ୍ରହ କରି ଅଭିଜ୍ଞ ସ୍ପିନର ନାଥନ ଲିୟନଙ୍କ ବଲରେ ଉଇକେଟକିପର ଟିମ୍‌ ପେନ୍‌ଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ସେହିପରି ୩୮ ରନରୁ ଖେଳ ଆରମ୍ଭ କରି ବେନ୍‌ ଷ୍ଟୋକ୍ସ ୫୦ ରନର ଅର୍ଦ୍ଧଶତକୀୟ ପାଳି ଖେଳି ପ୍ୟାଟ୍‌ କୁମିନ୍ସଙ୍କ ବଲ୍‌ରେ ପେନ୍‌ଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ପାଖାପାଖି ୮ ଘଣ୍ଟା ବ୍ୟାଟିଂ କରି ବନର୍‌ସ ୩୧୨ଟି ବଲ୍‌ର ସମ୍ମୁଖୀନ ହୋଇ ୧୭ଟି ଚୌକା ମାରି ୧୩୩ ରନର ଶତକୀୟ ପାଳି ଖେଳିବା ସହ ଇଂଲଣ୍ଡର ଟପ୍‌ ସ୍କୋରର ସାବ୍ୟସ୍ତ ହୋଇଥିଲେ। ଏଥିସହିତ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ଅର୍ଜନ କରିଛନ୍ତି। ଲଞ୍ଚ୍‌ ପୂର୍ବରୁ ଇଂଲଣ୍ଡ ୪ ରନରେ ୩ ଉଇକେଟ ହରାଇଥିଲା। ନବମ ଉଇକେଟରେ ଷ୍ଟୁଆର୍ଟ ବ୍ରଡ ଓ କ୍ରିସ ଓ୍ବକ୍ସ ୬୫ ରନ ସଂଗ୍ରହ କରି ଦଳର ସ୍କୋରକୁ ଆଗକୁ ବଢାଇଥିଲେ। ଓ୍ବକ୍ସ ୩୭ ରନ କରି ଶେଷପର୍ଯନ୍ତ ଅପରାଜିତ ରହିଥିଲେ। ବ୍ରଡ ଉପଯୋଗୀ ୨୯ ରନ ସଂଗ୍ରହ କରିଥିଲେ। ପୂର୍ବରୁ ରୁଟ୍‌ ୫୭ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ତେବେ ବାକି ବ୍ୟାଟ୍ସମ୍ୟାନ ଆଶାନୁରୂପ ପ୍ରଦର୍ଶନ କରି ନ ଥିଲେ। କାଫ୍‌ ଇଞ୍ଜୁରି ସତ୍ତ୍ୱେ ବ୍ୟାଟିଂ କରିବାକୁ ଆସିଥିବା ଜେମ୍ସ ଆଣ୍ଡରସନ ୩ ରନ କରିଥିବା ବେଳେ ଲିୟନଙ୍କ ବଲ୍‌ରେ ପ୍ୟାଟ କୁମିନ୍ସଙ୍କୁ କ୍ୟାଚ୍‌ ଦେଇ ଶେଷ ବ୍ୟାଟ୍ସମ୍ୟାନ ଭାବେ ପ୍ୟାଭିଲିୟନ ଫେରିଥିଲେ। ଏହାପୂର୍ବରୁ ଜନ୍ନି ବେୟାରଷ୍ଟୋ ୮ ରନ କରି ପିଟର ସିଡଲଙ୍କ ବଲ୍‌ରେ ଓ୍ବାର୍ନରଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ କୁମିନ୍ସ ଓ ଲିୟନ ୩ଟି ଲେଖାଏ, ପାଟିନସନ ଓ ସିଡଲ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ: ୮୦.୪ ଓଭରରେ ୨୮୪ ଅଲଆଉଟ।
ଇଂଲଣ୍ଡ ପ୍ରଥମ ଇନିଂସ: ୧୩୫.୫ ଓଭରରେ ୩୭୪ ଅଲଆଉଟ
(ବନର୍‌ସ- ୧୩୩, ରୁଟ୍‌- ୫୭, ଷ୍ଟୋକ୍ସ- ୫୦, ଓ୍ବକ୍ସ- ୩୭*, ବ୍ରଡ୍‌-୨୯, କୁମିନ୍ସ- ୩/୮୪, ଲିୟନ- ୩/୧୧୨, ପାଟିନସନ- ୨/୮୨, ସିଡଲ- ୨/୫୨ )।
ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ: ୩୧ ଓଭରରେ ୧୨୪/୩।


All Right Reserved By

Posted inଖେଳ

ଆଲଜେରିଆକୁ ଦ୍ୱିତୀୟ ଆଫ୍ରିକା କପ୍‌

କାଇରୋ,୨୧ା୭(ପି.ଟି.): ବାଗ୍‌ଦାଦ୍‌ ବୈନେଦଜାଙ୍କ ପ୍ରାରମ୍ଭିକ ଗୋଲ ଜରିଆରେ ଆଲଜେରିଆ ଆଫ୍ରିକା କପ୍‌ ଅଫ ନେସନସ ଟୁର୍ନାମେଣ୍ଟର ଦ୍ୱିତୀୟ ଟାଇଟଲ ହାସଲ କରିଛି। ଫାଇନାଲ ମ୍ୟାଚ୍‌ରେ ଏହି...

କାନାଡାରେ ଖେଳିବେ ପ୍ରତିଭାଶାଳୀ ଭାରତୀୟ ମହିଳା ଫୁଟ୍‌ବଲର

ନୂଆଦିଲ୍ଲୀ,୧୦।୮- ଚଳିତବର୍ଷର ସାଫ ମହିଳା ଫୁଟ୍‌ବଲ ଚାମ୍ପିୟନଶିପ୍‌ରେ ଗୋଲ ପୋଷ୍ଟଠାରୁ ୪୦ ଫିଟ୍‌ ଦୂରରୁ ଫ୍ରି କିକ୍‌ ଜରିଆରେ ସ୍କୋର କରି ଡାଲିମା ଚିବର ସୋସିଆଲ...

‘ଫିଟ୍‌ ରହିଲେ ବିଶ୍ୱକପ୍‌ର ସମସ୍ତ ମ୍ୟାଚ୍‌ ଖେଳିବି’

ଲଣ୍ଡନ,୧୬ା୬(ପିଟି): ଅଷ୍ଟ୍ରେଲିଆ ଦଳ ଚଳିତ ବିଶ୍ୱକପ୍‌ରେ ୫ ମ୍ୟାଚ୍‌ରୁ ୪ ବିଜୟ ସହ ସର୍ବାଧିକ ୮ ପଏଣ୍ଟ ଅର୍ଜନ କରି ଶୀର୍ଷରେ ରହିଛି। ଏଭଳି ସ୍ଥିତିରେ...

ଆମ୍ବପୁର ପ୍ରିମିୟର ଲିଗ୍‌, ଡେୟାରଡେଭିଲ୍ସ ଚାମ୍ପିୟନ

ପାତ୍ରପୁର,୩୦।୫(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ଆମ୍ବପୁର ଠାରେ ଆଇପିଏଲ ଢାଞ୍ଚାରେ ଚାଲିଥିବା ଆମ୍ବପୁର ପ୍ରିମିୟର ଲିଗ୍‌ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ଗ୍ରାମର ମୃତ ଯୁବକ ରୁଦ୍ର ପ୍ରଧାନଙ୍କ...

ଟିଭି ନଷ୍ଟ କଲେ ପାକିସ୍ତାନ ପ୍ରଶଂସକ

ମାଞ୍ଚେଷ୍ଟର,୧୭।୬- ସ୍ଥାନୀୟ ଓଲ୍ଡ ଟାଫୋର୍ଡଠାରେ ଭାରତୀୟ ଦଳ ବିଶ୍ୱକପ୍‌ ମ୍ୟାଚ୍‌ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୮୯ ରନ୍‌ର ବୃହତ୍‌ ବ୍ୟବଧାନରେ ହରାଇ ଦେଇଛି। ବିଶ୍ୱକପ୍‌ ଇତିହାସରେ ଏହା...

ବଲିଉଡ୍‌ରେ ଡେବ୍ୟୁ କରିବେ ଟିକ୍‌ ଟକ୍‌ ଷ୍ଟାର

ମୁମ୍ବାଇ,୧୦।୯: ଭାରତୀୟ କ୍ରିକେଟ ଜଗତରେ ନିଜର ଦମ୍‌ଦାର ପ୍ରଦର୍ଶନ ପାଇଁ ଜଣାଯାଉଥିବା ବିରାଟ କୋହଲିଙ୍କ ଭଳି ଦେଖାଯାଉଥିବା ଟିକ୍‌ ଟକ୍‌ ଷ୍ଟାର ଗୌରବ ଆରୋରା ଏବେ...

ଡୋପ୍‌ ଟେଷ୍ଟରେ ବିଫଳ ହେଲେ ଗୋମତୀ

ନୂଆଦିଲ୍ଲୀ, ୨୨ା୫ (ପି.ଟି.)-ଗତମାସରେ ଅନୁଷ୍ଠିତ ଏସିଆନ ଚାମ୍ପିୟନଶିପ୍‌ ୮୦୦ମିଟର ରେସ୍‌ରେ ସ୍ବର୍ଣ୍ଣ ଜିତିଥିବା ଗୋମତୀ ମାରିମୁଥୁ ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି। ତାଙ୍କୁୁ ମଙ୍ଗଳବାର ତୁରନ୍ତ...

ଡୋନାଲ୍ଡ, ଲିଲି, ଓ୍ବାକରଙ୍କଠାରୁ ଆଗରେ ବୁମରା

ନୂଆଦିଲ୍ଲୀ,୪।୯: ଭାରତୀୟ ପେସର ଯଶପ୍ରୀତ ବୁମରା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦୁଇଟି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ନିଜର ସମ୍ପୂର୍ଣ୍ଣ କ୍ଲାସ ଦେଖାଇଛନ୍ତି। ଏକ ହ୍ୟାଟ୍ରିକ ସହ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *