Posted inଖେଳ

ଇଟାଲିଆନ ଓପନ:କୋର୍ଟ ଉପରେ କିର୍ଗିଅସଙ୍କ କାଣ୍ଡ

ରୋମ, ୧୭|୫- ଅଷ୍ଟ୍ରେଲିଆନ୍‌ ଟେନିସ ଖେଳାଳି ନିକି କିର୍ଗିଅସଙ୍କୁ ଏଠାରେ ଚାଲିଥିବା ଇଟାଲିଆନ ଓପନ ଟୁର୍ନାମେଣ୍ଟର ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍‌ ମଝିରୁ ବିଦା କରାଯାଇଛି। ଗୁରୁବାର ନରଓ୍ବେର କ୍ୟାସପର ରୁଡଙ୍କ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ର ୩ୟ ସେଟ୍‌ ବେଳେ ଅଣଖେଳୁଆଡ଼ ମନୋଭାବ ଯୋଗୁ କିର୍ଗିଅସଙ୍କୁ ଅମ୍ପାୟର ତାଗିଦ କରିବା ସହ ଏକ ପେନାଲ୍ଟି ଗେମ୍‌ ଦେଇଥିଲେ। ଏଥିରେ ବିଶ୍ୱର ୩୬ତମ ର଼୍ୟାଙ୍କ ଖେଳାଳି ଅତ୍ୟନ୍ତ ଉତ୍ତ୍ୟକ୍ତ ହୋଇଯାଇଥିଲେ। ସେ ଗ୍ରାଉଣ୍ଡ ଉପରେ ର଼୍ୟାକେଟ ଫିଙ୍ଗିବା ସହ ପାଣି ବୋତଲକୁ କିକ୍‌ କରିଥିଲେ। ଏହାପରେ ଚେୟାର ଉଠାଇ କୋର୍ଟ ମଝିକୁ ଫିଙ୍ଗିଥିଲେ। ଏଭଳି କାଣ୍ଡ ଯୋଗୁ ୨୪ ବର୍ଷୀୟ ଖେଳାଳିଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ମ୍ୟାଚ୍‌ରେ ବାଧାସୃଷ୍ଟି ହେବା ସୁଦ୍ଧା ୬-୩, ୬-୭(୫), ୨-୧ ସେଟ୍‌ରେ ଆଗୁଆ ଥିବା ପ୍ରତିପକ୍ଷ ରୁଡ୍‌ ୩ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେ ପରବର୍ତ୍ତୀ ମ୍ୟାଚ୍‌ରେ ଜୁଆନ ମାର୍ଟିନ ଡେଲ ପୋଟ୍ରୋଙ୍କୁ ଭେଟିବେ।


All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କୁ ପଛରେ ପକାଇବେ ରୋହିତ

ନୂଆଦିଲ୍ଲୀ,୩।୧୧- ସ୍ଥାନୀୟ ଅରୁଣ ଜେଟଲି ଷ୍ଟାଡିୟମରେ ବାଂଲାଦେଶ ବିପକ୍ଷରେ ରବିବାର ଖେଳାଯିବାକୁ ଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ କାମଚଳା ଭାରତୀୟ ଅଧିନାୟକ ରୋହିତ ଶର୍ମା ନିଜ...

ଜାତୀୟ କ୍ରୀଡ଼ା ପୁରସ୍କାର: ଚୟନ କମିଟିରେ ମେରୀକମ୍‌, ବାଇଚୁଙ୍ଗ୍‌

ନୂଆଦିଲ୍ଲୀ, ୮।୮ (ପି.ଟି.)- ଚଳିତ ବର୍ଷ ଜାତୀୟ କ୍ରୀଡ଼ା ପୁରସ୍କାର ଚୟନ ଲାଗି ଗୋଟିଏ ମାତ୍ର କମିଟି ଗଠନ କରାଯାଇଛି। ଯେଉଁଥିରେ ୬ଥର ବିଶ୍ୱ ଟାଇଟଲ...

ଶ୍ରୀଲଙ୍କା ଟୁର୍‌ ଅଧାରୁ ଫେରିଲା ଇଂଲଣ୍ଡ

ଲଣ୍ଡନ, ୧୪ା୩ (ପି.ଟି.)-କରୋନା ଭାଇରସ୍‌ଜନିତ କାରଣରୁ ଶ୍ରୀଲଙ୍କା ଗସ୍ତରେ ଥିବା ଇଂଲଣ୍ଡ କ୍ରିକେଟ ଦଳ ଏହାର ଟୁର୍‌ ବାତିଲ କରିଛି। ଇଂଲଣ୍ଡ କ୍ରିକେଟ ଦଳ କଲମ୍ବୋଠାରେ...

ଭାରତର ଦମଦାର ବିଜୟ

ଅକ୍‌ଲାଣ୍ଡ,୨୪।୧- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳ ଦମଦାର ବିଜୟ ହାସଲ କରିଛି। ଘରୋଇ ଦଳ ଦ୍ୱାରା ଧାର୍ଯ୍ୟ ୨୦୩ ରନ୍‌ର ବିଶାଳ ବିଜୟ...

ବିସିସିଆଇ ଏବେ ସିଏଫ୍‌ଓ ନିଯୁକ୍ତି କରିବନି

ନୂଆଦିଲ୍ଲୀ,୨୦।୫(ପି.ଟି.): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏବେ ନୂଆ ଚିଫ୍‌ ଫାଇନାନ୍‌ସିଆଲ ଅଫିସର (ସିଏଫ୍‌ଓ) ନିଯୁକ୍ତି କରିବାର ସମ୍ଭାବନା ନାହିଁ। ୬ ମାସ ପୂର୍ବରୁ...

ଦକ୍ଷିଣ ଆଫ୍ରିକା ଅଧିନାୟକ ପଦରୁ ଡୁପ୍ଲେସିଙ୍କ ଇସ୍ତଫା

ଜୋହାନ୍ସବର୍ଗ, ୧୭।୨(ପି.ଟି.)- ଦକ୍ଷିଣ ଆଫ୍ରିକା ଅଧିନାୟକ ପଦରୁ ବରିଷ୍ଠ ବ୍ୟାଟ୍ସମ୍ୟାନ ଫାଫ୍‌ ଡୁପ୍ଲେସି ଇସ୍ତଫା ଦେଇଛନ୍ତି। ସେ ୩ଟି ଫର୍ମାଟର ନେତୃତ୍ୱରୁ ଓହରିଯାଇଛନ୍ତି। ପରବର୍ତ୍ତୀ ପିଢିକୁ...

ଏଟିକେରୁ ଖେଳିବେ ଆନାସ

କୋଲକାତା, ୫।୭ (ପି.ଟି.)- ଇଣ୍ଡିଆନ ସୁପର ଲିଗ୍‌ର ଆସନ୍ତା ସିଜନ ପାଇଁ ପୂର୍ବତନ ଚାମ୍ପିୟନ ଏଟିକେ ଶୁକ୍ରବାର ପୂର୍ବତନ ଭାରତୀୟ ଡିଫେଣ୍ଡର ଆନାସ ଏଦାଥୋଡିକାଙ୍କୁ ଅନୁବନ୍ଧିତ...

ବିସିସିଆଇ ଦେଲା ୫୧କୋଟି

ନୂଆଦିଲ୍ଲୀ, ୨୯ା୩ (ପି.ଟି.)- କୋଭିଡ୍‌-୧୯ ମହାମାରୀ ମୁକାବିଲା ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶନିବାର ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୧କୋଟି ଟଙ୍କା ଦାନ...

Leave a comment

Your email address will not be published. Required fields are marked *