ଅର୍ଶ, ପେଟ ଦରଜ ଦୂର କରେ ଡାଳିମ୍ବ ଚୋପା

ସାଧାରଣତଃ ଆମେ ଫଳ ଖାଇସାରିବା ପରେ ଏହାର ଚୋପା ଫିଙ୍ଗି ଦେଇଥାଉ। ଯେଉଁଥିରେ କି ଔଷଧୀୟ ଗୁଣ ଭରି ରହିଥାଏ। ଏହି ଯେମିତି ଡାଳିମ୍ବ ଖାଇ ଆମେ ଚୋପା ଫିଙ୍ଗି ଦେଉ। କିନ୍ତୁ ଡାଳିମ୍ବ ଚୋପାରେ ଅନେକ ଔଷଧୀୟ ଗୁଣ ରହିଛି। ଯାହାକୁ ଖାଇଲେ ଅର୍ଶ, ଅନିୟମିତ ଋତୁସ୍ରାବ ଏବଂ ପେଟ ଦରଜ ପରି ସମସ୍ୟା ଦୂର ହୋଇଥାଏ।


ଅର୍ଶ : ଡାଳିମ୍ବ ଚୋପାକୁ ଶୁଖାଇ ଏହାକୁ ଗୁଣ୍ଡ କରି ଚାମୁଚେ ପାଣିରେ ମିଶାଇ ପିଇଲେ ଅର୍ଶରୋଗ ଭଲ ହୋଇଥାଏ। ୪ ଭାଗ ଡାଳିମ୍ବ ଚୋପା ଗୁଣ୍ଡରେ ୮ ଭାଗ ଗୁଡ଼ ମିଶାଇ ଗୁଳା କରି ନିଇନ୍ତୁ। ଏହି ଗୁଳାକୁ ନିୟମିତ ଭାବରେ କିଛିଦିନ ଖାଆନ୍ତୁ। ଅର୍ଶରୋଗରୁ ମୁକ୍ତି ପାଇବେ।


ଅନିୟମିତ ଋତୁସ୍ରାବ : ଯେଉଁ ମହିଳାଙ୍କର ଋତୁସ୍ରାବରେ ଅନିୟମିତତା ଦେଖାଦେଉଥାଏ ସେମାନେ ଡାଳିମ୍ବ ଚୋପାକୁ ଶୁଖାଇ ଏହାର ଗୁଣ୍ଡକୁ ପାଣିରେ ମିଶାଇ ସେବନ କଲେ ଲାଭ ମିଳିଥାଏ। ଋତୁସ୍ରାବ ଜନିତ ହେଉଥିବା ପେଟ ଦରଜ ମଧ୍ୟ କମିଥାଏ। ଡାଳିମ୍ବ ଚୋପାର ଗୁଣ୍ଡକୁ ଦହି ସହ ମିଶାଇ ମୁଣ୍ଡରେ ଲଗାଇଲେ କେଶ ନରମ ହେବା ସହ ଚମକ ଆସିଥାଏ।


All Right Reserved By Dharitri.Com

ଏହି ଚା’ ପିଅନ୍ତୁ, ଓଜନ କମ୍‌ କରନ୍ତୁ

ଆଜିକାଲି ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ଓଜନ ବୃଦ୍ଧି ଏକ ବଡ ସମସ୍ୟା ଭାବେ ଉଭା ହୋଇଛି। ଓଜନ କମାଇବା ପାଇଁ ବଜାରରେ ବିଭିନ୍ନ ପ୍ରକାର ଔଷଧ...

ଦୀପାବଳି : ଘରର ସୁଖ ସମୃଦ୍ଧି ଲାଗି ଏସବୁ ବିଷୟ ପ୍ରତି ଦିଅନ୍ତୁ ଧ୍ୟାନ

ଆଲୋକର ପର୍ବ ଦୀପାବଳି। ଏହି ପର୍ବରେ ଘରର ସୁଖ ସମୃଦ୍ଧି ଲାଗି ଅନେକ ବିଷୟ ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ। ଏହି ଦିନରେ ମହାକାଳୀଙ୍କ ପୂଜା...

ଘୁଙ୍ଗୁଡି ହେଉଥିଲେ..

ଅଧିକାଂଶ ବକ୍ତିଙ୍କର ଶୋଇବା ସମୟରେ ନିଶ୍ୱାସ ପ୍ରଶ୍ୱାସରେ ବାଧା ସୃଷ୍ଟି ହୋଇ ଘୁଙ୍ଗୁଡି ହୋଇଥାଏ। ଏହା ଯେକୌଣସି ବୟସର ବ୍ୟକ୍ତିଙ୍କ ନିକଟରେ ଦେଖାଯାଉଥିଲେ ମଧ୍ୟ ବୟସ...

ପିଲାଙ୍କୁ ପ୍ଲେ ସ୍କୁଲରେ ଛାଡ଼ିବା ପୂର୍ବରୁ ଏହିସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ବର୍ତ୍ତମାନ ସମୟରେ ଅଭିଭାବକମାନେ ପିଲାଙ୍କ ପାଠପଢ଼ାକୁ ନେଇ ବେଶି ଚିନ୍ତିତ। ଅପରପକ୍ଷେ କର୍ମବ୍ୟସ୍ତତା କାରଣରୁ ଅନେକେ ସେମାନଙ୍କର ପିଲାଙ୍କୁ ଶୀଘ୍ର ପ୍ଲେ ସ୍କୁଲରେ ଛାଡିଥାନ୍ତି। କାରଣ...

ଶୀତଦିନେ କରନ୍ତୁ ସୂର୍ଯ୍ୟମୁଦ୍ରା

ସାଧାରଣତଃ ଯୋଗ କଲେ ଶରୀର ସୁସ୍ଥ ରହିଥାଏ ବୋଲି ସମସ୍ତଙ୍କୁ ଜଣା। ହେଲେ କେଉଁ ସମୟରେ କେଉଁ ଯୋଗ କରିବା ଉଚିତ୍‌ ତାହା ଯୋଗଗୁରୁଙ୍କ ପରାମର୍ଶରେ...

ଆଣ୍ଠୁଗଣ୍ଠି ସମସ୍ୟା ଦୂର କରେ ଡାଲଚିନି ମିଶା କ୍ଷୀର

ଔଷଧୀୟ ଗୁଣରେ ଭରପୂର୍‌ ଡାଲଚିନ୍‌। ଅନେକ ପ୍ରକାର ରୋଗର ରାମବାଣ ଔଷଧ ଭାବେ ଏହା ପରିଚିତ। କ୍ଷୀରରେ ସାମାନ୍ୟ ଡାଲଚିନି ଗୁଣ୍ଡ ମିଶାଇ ପିଇଲେ ଶରୀରକୁ...

କମ୍ପ୍ୟୁଟର ସାମ୍ନାରେ ଅଧିକ ସମୟ ବସୁଥିଲେ ହୋଇପାରେ ଏହି ସମସ୍ୟା

ଆଜିକାଲି ଅଧିକାଂଶ ଲୋକ ଅଫିସରେ ଅଧିକ ସମୟ କମ୍ପ୍ୟୁଟର ସାମ୍ନାରେ ବସି କାର୍ଯ୍ୟ କରିଥା’ନ୍ତି। ମାତ୍ର ଏହା ଦ୍ୱାରା ଚକ୍ଷୁ ଉପରେ କୁପ୍ରଭାବ ପଡ଼ିଥାଏ। ତେଣୁ...

ଗର୍ଭାବସ୍ଥାରେ ସମସ୍ୟା ଓ ଥାଇରଏଡ୍‌

”ଯେତେବେଳେ ଥାଇରଏଡ୍‌ ଗ୍ରନ୍ଥିରୁ ଯଥେଷ୍ଟ ପରିମାଣର ହରମୋନ୍‌ ଉପତ୍ନ୍ନ ହୋଇ ନ ଥାଏ ସେତେବେଳେ ଏହା ଓଭ୍ୟୁଲେଶନ ସମୟରେ ଡିମ୍ବାଶୟରୁ ଡିମ୍ବାଣୁର ନିଷ୍କାସନ ଏବଂ ପ୍ରଜନନତାକୁ...

Leave a comment

Your email address will not be published. Required fields are marked *