Posted inଖେଳ

ପାକିସ୍ତାନରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବେ ଶ୍ରୀଲଙ୍କା ପ୍ରତିନିଧି

କରାଚୀ,୩।୮(ପିଟି)- ଶ୍ରୀଲଙ୍କା କ୍ରିକେଟର ଦୁଇଜଣିଆ ପ୍ରତିନିଧି ଦଳ ବୁଧବାର ପାକିସ୍ତାନ ଗସ୍ତ କରିବେ। ସେମାନେ ସେଠାକାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବେ। ସେମାନଙ୍କ ନିଷ୍ପତ୍ତି ଉପରେ ଆସନ୍ତା ଅକ୍ଟୋବରରେ ହେବାକୁ ଥିବା ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ସିରିଜ୍‌ର ଭାଗ୍ୟ ନିର୍ଦ୍ଧାରଣ ହେବ। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଧ୍ୟକ୍ଷ ଈଶାନ ମାନି କହିଛନ୍ତି, ଶ୍ରୀଲଙ୍କା କ୍ରିକେଟର ପ୍ରତିନିଧି ଦଳ କରାଚୀ, ଲାହୋର ଓ ଇସ୍‌ଲାମାବାଦ ଭେନ୍ୟୁ ଏବଂ ଦଳୀୟ ହୋଟେଲର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବେ। ଏହାବାଦ୍‌ ସେମାନେ ପୋଲିସ ଓ ସୁରକ୍ଷା ବ୍ୟବସ୍ଥାରେ ନିଯୁକ୍ତ ହେବାକୁ ଥିବା ଅଫିସିଆଲଙ୍କ ସହ ବୈଠକରେ ଯୋଗଦେବେ। ଉଲ୍ଲେଖଥାଉ କି, ୨୦୦୯ରେ ଶ୍ରୀଲଙ୍କା ଦଳ ଉପରେ ଆତଙ୍କବାଦୀ ଆକ୍ରମଣରେ କୌଣସି ବଡ଼ ଦଳ ପାକିସ୍ତାନ ଗସ୍ତ କରୁ ନାହାନ୍ତି। ଶ୍ରୀଲଙ୍କା ଦଳ ପିସିବିର ଅନୁରୋଧ ରକ୍ଷା କରିବ ବୋଲି ମାନି ଆଶା ପ୍ରକଟ କରିଛନ୍ତି। ଏବେ ପିସିବି ଅନ୍ୟ ବୋର୍ଡଙ୍କୁ ବୁଝାଇବାକୁ ଉଦ୍ୟମ କରିବ।


All Right Reserved By Dharitri.Com

Posted inଖେଳ View All

ପହଞ୍ଚିଲା ଦକ୍ଷିଣ ଆଫ୍ରିକା ଦଳ

ନୂଆଦିଲ୍ଲୀ,୭।୯(ପିଟି)- ଉଇକେଟକିପର ବ୍ୟାଟ୍ସମ୍ୟାନ କୁଇଣ୍ଟନ ଡି’କକ୍‌ଙ୍କ ନେତୃତ୍ୱାଧୀନ ଦକ୍ଷିଣ ଆଫ୍ରିକା ଦଳ ଶନିବାର ଭାରତରେ ପହଞ୍ଚିଛି। ଭାରତ ଫେରି ମୁଁ ଉତ୍ସାହିତ ଅଛି। ପୁଣି କ୍ରିକେଟ...

ପ୍ରଥମ ଥର ଭାରତୀୟ ଦଳରେ ୩ ରାଜସ୍ଥାନ ଖେଳାଳି

ଜୟପୁର,୨୨।୭-ଓ୍ବେଷ୍ଟଇଣ୍ଡିଜ ଗସ୍ତ ଲାଗି ଭାରତୀୟ ଦଳ ଘୋଷଣା ହୋଇସାରିଛି। ଏହି ଦଳରେ ପ୍ରଥମ ଥର ପାଇଁ ୩ ଜଣ ରାଜସ୍ଥାନ ଖେଳାଳି ସ୍ଥାନ ପାଇଛନ୍ତି। ବାମହାତୀ...

ଅଭ୍ୟାସ ବେଳେ ବିଜୟ ଶଙ୍କର ଆହତ: ଛାଡ଼ିବାକୁ ପଡିଲା ଟ୍ରେନିଂ ସେସନ

ସାଉଥାମ୍ପଟନ,୨୧।୬(ପି.ଟି.)- ଟିମ୍‌ ଇଣ୍ଡିଆର ଆଘାତ ସମସ୍ୟା ବଢ଼ିବାରେ ଲାଗିଛି। ଏହାର ସଦ୍ୟତମ ଶିକାର ହୋଇଛନ୍ତି ଅଲରାଉଣ୍ଡର ବିଜୟ ଶଙ୍କର। ବୁଧବାର ଅଭ୍ୟାସ ଅବସରରେ ସେ ଆହତ...

ଜେଭ୍‌ରେଭ୍‌ଙ୍କ ସଂଘର୍ଷପୂର୍ଣ୍ଣ ବିଜୟ

ପ୍ୟାରିସ, ୨୯ା୫ (ଏଏଫ୍‌ପି)- ଫ୍ରେଞ୍ଚ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାରେ ୫ମ ସିଡ୍‌ ତଥା ଜର୍ମାନ ଖେଳାଳି ଆଲେକ୍‌ଜାଣ୍ଡର ଜେଭ୍‌ରେଭ୍‌ ସଂଘର୍ଷପୂର୍ଣ୍ଣ ବିଜୟ ସହ ଦ୍ୱିତୀୟ...

କ୍ୟାନ୍ସର ରୋଗୀଙ୍କ ପାଇଁ କାମ କରିବେ ଯୁବରାଜ

ଚଣ୍ଡିଗଡ, ୧୧।୬: ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ଯୁବରାଜ ସିଂହ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୧୯ ବର୍ଷ ଧରି କ୍ରିକେଟ ଜଡିତ ଥିବା...

ଭାରତୀୟ ଦଳର ଖେଳୁଆଡ଼ ମନୋଭାବ ଉପରେ ପ୍ରଶ୍ନ ଉଠାଇଲେ ୟୁନିସ

ଲଣ୍ଡନ,୧।୭(ପି.ଟି.)- ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳ ୩୧ ରନ୍‌ରେ ଇଂଲଣ୍ଡଠାରୁ ପରାଜୟବରଣ କରିଛି। ଏଥିନେଇ ପୂର୍ବତନ ପାକିସ୍ତାନ ଅଧିନାୟକ ଓ୍ବାକର ୟୁନିସ ଟିମ୍‌ ଇଣ୍ଡିଆର ଖେଳୁଆଡ଼...

ନୂଆ କୋଚ୍‌ ଚୟନ ଦୌଡ଼ରେ ଆଡହକ କମିଟି ସବୁଠାରୁ ଆଗରେ; ପରବର୍ତ୍ତୀ ଶୁଣାଣି ପରେ ଅନ୍ତିମ ନିଷ୍ପତ୍ତି ନିଆଯିବ

ନୂଆଦିଲ୍ଲୀ,୧୮।୭(ପି.ଟି.)- ପୂର୍ବତନ ଅଧିନାୟକ କପିଳଦେବଙ୍କ ଅଧ୍ୟକ୍ଷତାରେ ଗଠିତ ଆଡ୍‌ହକ୍‌ କମିଟି ଟିମ୍‌ ଇଣ୍ଡିଆର ନୂଆ କୋଚ୍‌ ନିଯୁକ୍ତ କରିବା ପ୍ରକ୍ରିୟା ଦୌଡ଼ରେ ସବୁଠାରୁ ଆଗରେ ରହିଛି।...

ଚେନ୍ନାଇ-ମୁମ୍ବାଇ ରୋମାଞ୍ଚକ ମୁକାବିଲା ଆଜି

ଚେନ୍ନାଇ, ୨୬।୪(ପି.ଟି.)- ଆଇପିଏଲ୍‌ରେ ଶୁକ୍ରବାର ସନ୍ଧ୍ୟାରେ ଏକ ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ ଦେଖିବାକୁ ମିଳିବ। ତିନିଥର ଲେଖାଏ ଟାଇଟଲ ଜିତିଥିବା ଚେନ୍ନାଇ ସୁପର୍‌ କିଙ୍ଗ୍ସ ଓ ମୁମ୍ବାଇ...

Leave a comment

Your email address will not be published. Required fields are marked *