Posted inଜାତୀୟ

ପରିବାରର ୫ ସଦସ୍ୟଙ୍କୁ ହତ୍ୟା କରି ଯୁବକ କଲେ ଆତ୍ମହତ୍ୟା: ୧୯ ପୃଷ୍ଠାର ସୁଇସାଇଟ୍‌ ନୋଟ୍‌ ଜବତ

ମୋଗା,୩।୮: ପଞ୍ଜାବର ମୋଗାରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କୁ ହତ୍ୟା କରିବା ପରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡିଛି। ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ସମସ୍ତ ମୃତଦେହକୁ ଜବତ କରିବା ସହ ଉକ୍ତ ଘରୁ ୧୯ ପୃଷ୍ଠାର ଏକ ସୁଇସାଇଟ୍‌ ନୋଟ୍‌ ଜବତ କରିଥିବା କହିଛି। ତେବେ ପଡୋଶୀଙ୍କ ସୂଚନା ମୁତାବକ ସନ୍ଦିପ ସିଂଙ୍କ ଘର ଭିତରୁ ହଠାତ୍‌ ପାଟି ଶୁଭିଥିଲା। ଏହାପରେ ଉକ୍ତ ପରିବାରର ୫ ସଦସ୍ୟ ରକ୍ତଜୁଡୁବୁଡୁ ଭାବେ ପଡିଥିବା ଦେଖି ପଡୋଶୀ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚିବା ବେଳକୁ ସନ୍ଦିପ, ତାଙ୍କ ମାତାପିତା, ଭାଣିଜି, ଭଉଣୀ ଓ ଜେଜେମାଙ୍କ ମୃତ୍ୟୁ ହୋଇ ସାରିଥିଲା। ଗୁରୁତର ଥିବା ତାଙ୍କ ଜେଜେମା’ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସନ୍ଦିପ ପରିବାରର ସମସ୍ତ ସଦସ୍ୟଙ୍କୁ ଗୁଳିକରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ତେବେ ଯାହା ଆଲୋଚନା ହେଉଛି କି ସନ୍ଦିପଙ୍କର ବିବାହ ସ୍ଥିର ହୋଇଥିଲା। ହେଲେ ସେ ଯୌନ ରୋଗରେ ପୀଡିତ ଥିବାରୁ ଏଥିରେ ସେ ରାଜି ହୋଇ ନ ଥିଲେ ଓ ବହୁ ପରିମାଣରେ ମଦ୍ୟପାନ କରିବା ଆରମ୍ଭ କରିଦେଇଥିଲେ। ତେବେ ସେ ହୁଏତ ନିଶାରେ ଥାଇ ଏମିତି କରିଥିବା ଅନୁମାନ କରାଯାଉଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।


All Right Reserved By Dharitri.Com

ଅଯୋଧ୍ୟା ରାୟକୁ ଚ୍ୟାଲେଞ୍ଜ ନିଷ୍ପତ୍ତି

ଲକ୍ଷ୍ନୌ/ନୂଆଦିଲ୍ଲୀ,୧୮ା୧୧(ପି.ଟି./ଆଇଏଏନ୍‌ଏସ୍‌): ସୁପ୍ରିମକୋର୍ଟଙ୍କ ଅଯୋଧ୍ୟା ରାୟ ପରେ ମଧ୍ୟ ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦର ସମାଧାନ ହୋଇପାରି ନାହିଁ। ଏହି ଐତିହାସିକ ରାୟକୁ ସୁନ୍ନି ସେଣ୍ଟ୍ରାଲ...

ବିବିଧତାରେ ଏକତା ଭାରତର ବିଶେଷତା: ମୋଦି

ନୂଆଦିଲ୍ଲୀ,୨୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଦିଲ୍ଲୀର ୧୭୩୪ ଅବୈଧ ବସତିକୁ ବୈଧ କରିଥିବାରୁ ଦିଲ୍ଲୀ ଭାଜପା ପକ୍ଷରୁ ରାମଲୀଳା ମଇଦାନରେ ରବିବାର ଏକ ଧନ୍ୟବାଦ...

ଚିନ୍ମୟାନନ୍ଦଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିବା ଆଇନ ଛାତ୍ରୀ ଗିରଫ

ଶାହଜାହାନପୁର,୨୫।୯: ପୂପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ବାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିବା ଆଇନ ଛାତ୍ରୀଙ୍କୁ ଗିରଫ କରାଯାଇଛି। ପୂର୍ବରୁ ପୀଡ଼ିତାଙ୍କ ୨ ସହଯୋଗୀଙ୍କୁ ଗିରଫ...

ପ୍ରଶାନ୍ତ କିଶୋର ଓ ପଓ୍ବନ ଶର୍ମା ଜେଡିୟୁରୁ ବହିଷ୍କୃତ

ପାଟନା,୨୯।୧: ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ବୁଧବାର ଦଳର ଦୁଇ ବରିଷ୍ଠ ନେତାଙ୍କୁ ବହିଷ୍କୃତ କରିଛନ୍ତି। ଦଳ ବିରୋଧୀ କାର୍ଯ୍ୟ କରିବା...

ଦେଶୀ ଲୁକ୍‌ରେ ନୋବେଲ ପୁରସ୍କାର ଗ୍ରହଣ କଲେ ଅଭିଜିତ୍‌ ବାନାର୍ଜୀ

ଷ୍ଟକହୋମ, ୧୧।୧୨: ସମ୍ପୂର୍ଣ୍ଣ ଭାରତୀୟ ଲୁକ୍‌ରେ ନୋବେଲ ପୁରସ୍କାର ଗ୍ରହଣ କରିଛନ୍ତି ଭାରତୀୟ ମୂଳର ପ୍ରଫେସର ଅଭିଜିତ୍‌ ବାନାର୍ଜୀ। ସେ ଧୋତି ପିନ୍ଧିଥିବାବେଳେ ତାଙ୍କ ସ୍ତ୍ରୀ...

ନିଯୁକ୍ତି ଦେବାକୁ ଚାହୁଁନାହାନ୍ତି ମୋଦି, କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୫ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ ଜେ୍‌ରିଓ୍ବାଲ ଯୁବତୀଯୁବକଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଚାହୁଁନାହାନ୍ତି। ସମାଜରେ ଘୃଣା ବିସ୍ତାର କରିବା ହେଉଛି...

ଗୁଜରାଟ ସୀମାରେ ଚାଇନାକୁ ୫୫ ବର୍ଗ କି.ମି. ଜମି ଦେଲା ପାକିସ୍ତାନ

ନୂଆଦିଲ୍ଲୀ,୧୮-୧୦:ଗୁଜରାଟ ସୀମାରେ ଚାଇନାକୁ ୫୫ ବର୍ଗ କି.ମି. ଜାଗା ଦେଇ ଭାରତର ଚିନ୍ତା ବଢ଼ାଇଦେଇଛି ପାକିସ୍ତାନ। ଗୁଜରାଟ ସୀମାନ୍ତ ହାରାମି ନାଲାରେ ଚାଇନାର ଏକ କମ୍ପାନୀକୁ...

ହେଲମେଟ୍‌ ପିନ୍ଧି ଚାଲିଛି ଗର୍‌ବା ନୃତ୍ୟ

ସୁରତ,୩୦।୯:ଗୁଜରାଟର ସୁରତ ସହରରେ ଏଥର ଭିନ୍ନ ଢଙ୍ଗରେ ନବରାତ୍ର ପୂଜା ଆରମ୍ଭ ହୋଇଛି। ନବରାତ୍ରୀ ଅବସରରେ ବିଭିନ୍ନ ସ୍ଥାନରେ ଗର୍‌ବା କାର୍ଯ୍ୟକ୍ରମାନ ଆୟୋଜନ କରାଯାଉଛି। ଗର୍‌ବାରେ...

Leave a comment

Your email address will not be published. Required fields are marked *