Posted inଜାତୀୟ

ଚାଷୀଙ୍କ ପୁଅଙ୍କୁ ଆମେରିକା ପ୍ରଦାନ କରିବ ଗ୍ରେନେଲ୍‌ ପୁରସ୍କାର: ମିଳିବ ୭୦ ଲକ୍ଷ ଟଙ୍କା

ପାଟନା, ୩।୮: ବିହାରରେ ଜଣେ ଚାଷୀଙ୍କ ପୁଅଙ୍କୁ ଉଲ୍ଲେଖନୀୟ ସାମାଜିକ କାର୍ଯ୍ୟ ପାଇଁ ସମ୍ମାନ ଜନକ ଗ୍ରେନେଲ୍‌ ପୁରସ୍କାର ପ୍ରଦାନ କରାଯିବ। ଗୟା ଜିଲାର ହମ୍‌ଜାପୁର ଗାଁର ଶଫିକୁର ରହେମାନ୍‌ଙ୍କୁ ଏଥିପାଇଁ ୭୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଭାରତୀୟ ବୋହୂଙ୍କ ଚୋରା ଚାଲାଣ ତଥା ମହିଳାଙ୍କ ଅଧିକାର ଲାଗି ଶଫିକୁରଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ଏହି ପୁରସ୍କାର ପାଇବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ। ସେ ୧୫ ବର୍ଷ ବୟସରୁ ସାମାଜିକ କାର୍ଯ୍ୟ କରିଆସୁଥିବା କୁହାଯାଉଛି। ସେ ହରିୟାଣା, ରାଜସ୍ଥାନ, ପଞ୍ଜାବ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଆଦି ରାଜ୍ୟରେ ନିଜର ସାମାଜିକ କାର୍ଯ୍ୟ ଜାରି ରଖିଛନ୍ତି। ଦେଶର ତାଙ୍କର ୭୦ଟି ଦଳ ସାମାଜିକ କାର୍ଯ୍ୟରେ ଜଡ଼ିତ ରହିଛନ୍ତି। ୨୦୦୪ରେ ସେ ଦିଲ୍ଲୀରେ ହେଉଥିବା ଗୋତି ଶ୍ରମିକ ବିରୋଧୀ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ। ୨୦୦୬ରେ ସେ ଏମ୍ପପାଓ୍ବାର ପିପଲ ନାମକ ସଂସଥା ଗଠନ କରିଥିଲେ। ସେହିପରି କନ୍ୟା ଶିଶୁ ଭ୍ରୁଣ ହତ୍ୟାକୁ ବିରୋଧ କରି ସେ ଦେଶବ୍ୟାପି ୩ ଶହ କିମି ପଦଯାତ୍ରା କରିଛନ୍ତି। ଇତିମଧ୍ୟରେ ଶଫିକୁର ୫ ହଜାରରୁ ଅଧିକ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିସାରିଥିବା କୁହାଯାଉଛି।


All Right Reserved By Dharitri.Com

ପିଏମ୍‌ କେୟାର୍ସ ଫଣ୍ଡ୍‌କୁ ୧୫୧ କୋଟି ଦାନ ଦେଇଥିବା ରେଲଓ୍ବେ ଶ୍ରମିକଙ୍କଠାରୁ ଆଦାୟ କରୁଛି ଭଡ଼ା: ରାହୁଲ

ନୂଆଦିଲ୍ଲୀ,୪।୫: କରୋନା ସଂକ୍ରମଣକୁ ରୋକିବା ଲାଗି ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ବାହାର ରାଜ୍ୟରେ ଅଟକି ରହିଥିବା ଶ୍ରମିକଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ...

ଭାରତୀୟ ସେନାର ଦୃଢ଼ କାର୍ଯ୍ୟାନୁଷ୍ଠାନ: ପିଓକେରେ ଆତଙ୍କବାଦୀ ଲଞ୍ଚପ୍ୟାଡ୍‌ ଧ୍ୱଂସ

ନୂଆଦିଲ୍ଲୀ, ୧୦ା୯: ଭାରତୀୟ ସେନା କାର୍ଯ୍ୟାନୁଷ୍ଠାନରେ ପିଓକେରେ ଥିବା ପାକ୍‌ ସେନାର ଏକ ଶିବିର ଓ ଆତଙ୍କବାଦୀଙ୍କ ଲଞ୍ଚ୍‌ପ୍ୟାଡ୍‌ ଧ୍ୱଂସ ହୋଇଛି। ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ...

ଆଟେନ୍‌ବରୋଙ୍କୁ ଇନ୍ଦିରା ଗାନ୍ଧୀ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ, ୨୦ା୧୧(ପି.ଟି.) : ବିଶିଷ୍ଟ ପ୍ରକୃତିବାଦୀ ତଥା ପ୍ରସାରକ ଭାବେ ଜଣାଶୁଣା ସାର୍‌ ଡେଭିଡ୍‌ ଆଟେନ୍‌ବରୋଙ୍କୁ ୨୦୧୯ ବର୍ଷର ଇନ୍ଦିରା ଗାନ୍ଧୀ ଶାନ୍ତି, ନିରସ୍ତ୍ରୀକରଣ ଓ...

ଭାଜପା ଟି-ଶାର୍ଟ ପିନ୍ଧି ଆମହତ୍ୟା କଲେ କୃଷକ

ବୁଲ୍‌ଧାନା,୧୪ା୧୦(ଆଇଏଏନ୍‌ଏସ୍‌): ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନକୁ ଆଉ ସପ୍ତାହେ ବାକି ଥିବାବେଳେ ଶାସକ ଭାଜପା ପାଇଁ ଲଜ୍ଜାଜନକ ସ୍ଥିତି ଉପୁଜିଛି। ବୁଲଧାନା ଜିଲାର ଜଣେ ଚାଷୀ ଭାଜପାର...

ଦିଦିଙ୍କ ମନରେ ନାହିଁ ମମତା; ଗରିବଙ୍କୁ ଅଧିକ ଗରିବ କରୁଛନ୍ତି: ମୋଦି

କୋଲକତା, ୨୦।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗରେ ଏକ ନିର୍ବାଚନୀ ସଭାରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ଦିଦିଙ୍କ...

‘ରାଜୀବ ଗାନ୍ଧୀ କିଶାନ ନ୍ୟାୟ ଯୋଜନା’ ଘୋଷଣା କଲେ ଛତିଶଗଡ଼ ସରକାର

ରାୟପୁର,୨୧।୫:ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ରାଜୀବ ଗାନ୍ଧୀଙ୍କ ୨୯ତମ ଶ୍ରାଦ୍ଧ ଦିବସ ଅବସରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଗୁରୁବାର ୫,୭୦୦କୋଟି ଟଙ୍କାର ‘ରାଜୀବ ଗାନ୍ଧୀ...

ଦୁଇ ବ୍ୟକ୍ତିଙ୍କ କଳି ଭିତରେ ଗାଈ ଗଲା କୋର୍ଟ

ଯୋଧପୁର,୧୬।୬: ରାଜସ୍ଥାନ ଯୋଧପୁରର ଲୋକାଲ କୋର୍ଟରେ ଆଶ୍ଚର୍ଯ୍ୟ ହେବା ଭଳି ଏକ ମାମଲା ଦେଖିବାକୁ ମିଳିଛି। ଶନିବାର ଏହି କୋର୍ଟରେ ଏକ ଗାଈକୁ ହାଜର ହେବାକୁ...

ବିଚାରପତି ଦଣ୍ଡାଦେଶ ଶୁଣାଇବା ବେଳେ କୋର୍ଟରେ ବିଷ ପିଇ ଆତ୍ମହତ୍ୟା କଲେ ଅଭିଯୁକ୍ତ

ଜୟପୁର,୩୦।୭:ରାଜସ୍ଥାନର କୋଟାରେ ଜଣେ ଯୁବକ କୋର୍ଟଙ୍କ ଦଣ୍ଡାଦେଶ ଶୁଣିବା ମାତ୍ରେ ହିଁ ବିଷ ପିଇ ଦେଇଥିବା ଜଣାପଡ଼ିଛି। ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି...

Leave a comment

Your email address will not be published. Required fields are marked *