Posted inପୁରୀ

ପ୍ଲାଷ୍ଟିକମୁକ୍ତ ପୁରୀ ଅଭିଯାନ: ଖଲିପତ୍ର ଥାଳି, କପଡ଼ା ବ୍ୟାଗ ବ୍ୟବହାରକୁ ଗୁରୁତ୍ୱ

ପୁରୀ ଅଫିସ, ୩।୮: ପର୍ଯ୍ୟଟନ ସହର ପୁରୀ। ଏଠାକୁ ଦୈନିକ ଦେଶ ବିଦେଶର ପର୍ଯ୍ୟଟକ ଆସୁଛନ୍ତି। ତେଣୁ ସହରକୁ ସ୍ବଚ୍ଛ ଓ ପରିଷ୍କାର ରଖିବାକୁ ହେବ। ଏଭଳି ଅଭିଯାନ ଆରମ୍ଭ କରିଛି ଜିଲା ପ୍ରଶାସନ। ‘ମୋ ବିଚ୍‌’ ଅଭିଯାନରେ ବେଳାଭୂମି ସଫେଇ ଜାରି ରଖିଥିବା ବେଳେ ଏବେ ପ୍ଲାଷ୍ଟିକ ଓ ପଲିଥିନମୁକ୍ତ ପୁରୀ ପାଇଁ ଉଦ୍ୟମ ଆରମ୍ଭ କରିଛି। ଏଣେତେଣେ କିପରି ଅଳିଆ ଆବର୍ଜନା ନ ପଡ଼ିବ ସେଥିଲାଗି ଶୁକ୍ରବାର ଟାଉନ ହଲ୍‌ ପରିସରରେ ଜିଲାପାଳ ବଲୱନ୍ତ ସିଂ ହୋଟେଲ ବ୍ୟବସାୟୀ, ବଡ ଦୋକାନୀ ଏବଂ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଛନ୍ତି। ହୋଟେଲ ଏବଂ କଲ୍ୟାଣ ମଣ୍ଡପରେ ପ୍ଲାଷ୍ଟିକ ଥାଳି ବଦଳରେ ଖଲିପତ୍ର ଥାଳି ବ୍ୟବହାର ପାଇଁ ଜିଲାପାଳ ପରାମର୍ଶ ଦେଇଛନ୍ତି।
ବର୍ଜ୍ୟବସ୍ତୁ ପରିଚାଳନା-୨୦୧୬ ଆଇନକୁ ଏଣିକି କଡ଼ାକଡ଼ି ଭାବେ ପାଳନ କରାଯିବ। ଅଧିକ ଆବର୍ଜନା ଅର୍ଥାତ୍‌ ଦୈନିକ ୧୦୦ କିଗ୍ରାରୁ ଅଧିକ ଆବର୍ଜନା ବାହାରୁଥିବା ହୋଟେଲ, ଦୋକାନୀ କିମ୍ବା ସଂସ୍ଥା ସେମାନଙ୍କ ନିଜସ୍ବ ଖର୍ଚ୍ଚରେ ପ୍ଲାଣ୍ଟ ବସାଇ ଏହାକୁ କମ୍ପୋଷ୍ଟ କରିବେ। ଆବର୍ଜନାକୁ ପୃଥକୀକରଣ କରିବା ପରେ ଖତ ତିଆରି କରିବେ। ସେହିପରି ପଲିଥିନ ମହଜୁଦକାରୀଙ୍କ ଉପରେ ଚଢାଉ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପଲିଥିନ ପ୍ରସ୍ତୁତ କରୁଥିବା କମ୍ପାନୀର ନାମ ପ୍ରିଣ୍ଟ ଥାଇ ଯଦି ସହରରେ ଏହାର ବହୁଳ ବ୍ୟବହାର ହୁଏ ତେବେ ଆବର୍ଜନା ଉଠାଇବା ଖର୍ଚ୍ଚ ପରିମାଣ ସେହି ସେହି ସଂସ୍ଥାଠାରୁ ଆଦାୟ କରାଯିବ। ନିର୍ଦ୍ଦିଷ୍ଟ ସଂସ୍ଥା ଦ୍ୱାରା ପ୍ରତ୍ୟେକ ଘରୁ ଆବର୍ଜନା ସଂଗ୍ରହ କରାଯିବ। ସହରବାସୀଙ୍କୁ ଉକ୍ତ ଅଭିଯାନରେ ସାମିଲ କରିବା ପାଇଁ ୧ମାସ ଧରି ଏଥିଲାଗି ସଚେତନତା ସୃଷ୍ଟି କରାଯିବ। କାଗଜ ଠୁଙ୍ଗା, ଖଲିପତ୍ର ଥାଳି ଏବଂ କପଡ଼ା ବ୍ୟାଗ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବା ସହ ଏଥିଲାଗି ସମ୍ପୃକ୍ତ ବ୍ୟବସାୟୀଙ୍କୁ ପ୍ରୋତ୍ସାହିତ କରାଯିବ। ପ୍ରାଥମିକ ସର୍ଭେ ପରେ ବିଭିନ୍ନ ୱାର୍ଡରେ ଆବର୍ଜନା ସଂଗ୍ରହ ଗାଡ଼ି ବୁଲିବ ବୋଲି ଆଲୋଚନା ହୋଇଛି । ଏହି ବୈଠକରେ ପୁରୀ ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଜିଲାପାଳ କହିଛନ୍ତି, କଠିନ ବର୍ଜ୍ୟବସ୍ତୁ ପରିଚାଳନା ପଲିସି ପରିବର୍ତ୍ତନ ହେବାକୁ ଯାଉଛି। ପୂର୍ବରୁ ଏକ ସଂସ୍ଥା ଅଳିଆ ଆବର୍ଜନା ନେଇ ଗୋଟିଏ ଜାଗାରେ ପକାଉଥିଲା। ଏବେ ଯେଉଁ ନୂଆ ନିୟମ ଆସିବ ସେଥିରେ ୪/୫ ହଜାର ଘରକୁ ନେଇ ଗୋଟିଏ ପ୍ଲାଣ୍ଟ ବସାଯିବ। ଆବର୍ଜନାଗୁଡ଼ିକ କମ୍ପୋଷ୍ଟ କରାଯିବ। ଯେଉଁଗୁଡ଼ିକ କମ୍ପୋଷ୍ଟ ହୋଇପାରିବ ନାହିଁ ଅର୍ଥାତ୍‌ ପ୍ଲାଷ୍ଟିକ ଭଳି ଆବର୍ଜନା ବିକ୍ରି ହେବ। ପ୍ରତ୍ୟେକ ଘର ଏବଂ ପରିବାରକୁ ଆବର୍ଜନା ପୃଥକ୍‌ କରି ରଖିବା ଲାଗି ସଚେତନ କରାଯିବ। ସେହିପରି ଯେଉଁ ହୋଟେଲ, ବଡ଼ ବ୍ୟବସାୟୀ ବା ସଂସ୍ଥାରୁ ଦୈନିକ ୧୦୦ କେଜିରୁ ଅଧିକ ଆବର୍ଜନା ବାହାରୁଥିବ ସେମାନେ ତାଙ୍କ ନିଜ କ୍ୟାମ୍ପ ପରିସରରେ କମ୍ପୋଷ୍ଟ ପ୍ଲାଣ୍ଟ କରିବେ।ଏଥିପାଇଁ ସେମାନଙ୍କୁ ୨/୩ ମାସ ସମୟ ଦିଆଯାଇଛି। ଏହି ସମୟ ମଧ୍ୟରେ ପୌରସଂସ୍ଥା ସେମାନଙ୍କଠାରୁ ଆବର୍ଜନା ସଂଗ୍ରହ କରିବା ଲାଗି ଏକ୍ସପ୍ରେସ୍‌ ସର୍ଭିସ ଦେବ। ସେମାନେ କଲ୍‌ କଲେ ସଙ୍ଗେ ସଙ୍ଗେ ତାଙ୍କ ପାଖରେ ଗାଡ଼ି ପହଞ୍ଚତ୍ବ। ସେମାନେ ଆବର୍ଜନା ସେହି ଗାଡ଼ିିରେ ଦେବେ। ହୋଟେଲଗୁଡ଼ିକରୁ ବାହାରୁଥିବା ଅଳିଆ ଆବର୍ଜନା ଯେପରି ବାହାରେ ନ ପଡିବ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି। ସମସ୍ତେ ଏଥିରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜିଲାପାଳ ପ୍ରକାଶ କରିଛନ୍ତି।


All Right Reserved By Dharitri.Com

ମୁଖ୍ୟ ଚିକିତ୍ସାଳୟରେ ସୁଧୁରୁନି ସ୍ବାସ୍ଥ୍ୟସେବା: ଫନୀ ପରଠାରୁ ଲିଫ୍ଟ ଅଚଳ, ନିୟମିତ ହେଉନି ସଫେଇ

ପୁରୀ ଅଫିସ,୧୯ା୧: ମୋ ସରକାର ଯୋଜନାରେ ସ୍ବାସ୍ଥ୍ୟସେବାକୁ ପ୍ରାଥମିକତା ଦେଉଛନ୍ତି ରାଜ୍ୟ ସରକାର। ମାତ୍ର ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ରେ ଏହାର କୌଣସି ପ୍ରଭାବ...

ଭକ୍ତଙ୍କ ବିଶ୍ୱାସ ସହ ଖେଳ: ଅଙ୍ଗାର ପରେ ଚାଉଳ, ପନିପରିବା ମାନକୁ ନେଇ ଉଠିଲା ପ୍ରଶ୍ନ

ପୁରୀ ଅଫିସ,୨୪ା୧:ଶ୍ରୀମନ୍ଦିର ଭିତରକୁ ଯାଉଛି ବାହାର ଅଙ୍ଗାର। ଏହି ଅଙ୍ଗାରରେ ରୋଷଘରେ ପ୍ରସ୍ତୁତ ହେଉଛି ମହାପ୍ରସାଦ। ଏ ନେଇ ଗତ ଡିସେମ୍ବର ୧୮ତାରିଖ ଛତିଶା ନିଯୋଗ...

ଉଜୁଡ଼ା ପୁରୀକୁ ସଜାଡ଼ିବାକୁ ଉଦ୍ୟମ

ପୁରୀ ଅଫିସ, ୨୪।୮: ମେ ୩ ତାରିଖ। ବାତ୍ୟା ଫନୀରେ ଉଜୁଡ଼ି ଯାଇଥିଲା ପର୍ଯ୍ୟଟନ ସହର ପୁରୀ। ସବୁଠି ଥିଲା ହା ହତାଶର ଚିତ୍ର। ହେଲେ...

ଶ୍ରୀଜଗନ୍ନାଥ ବଲ୍ଲଭ ମଠ : ୧୬ କୋଟିର ଅନିୟମିତତା ଅଭିଯୋଗ

ପୁରୀ ଅଫିସ, ୭ା୮: ଶ୍ରୀମନ୍ଦିର ରୀତିନୀତି ସହିତ ଜଡ଼ିତ ଶ୍ରୀଜଗନ୍ନାଥ ବଲ୍ଲଭ ମଠ। ଏହି ମଠର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବାବଦରେ ପ୍ରାୟ ୧୬କୋଟି ଟଙ୍କାର...

ବ୍ରହ୍ମଗିରିରେ ସେସୁର ବିଦ୍ୟୁତ୍‌ କାଟ୍‌ ଆରମ୍ଭ: ୧୦ଜଣଙ୍କ ଲାଇନ୍‌ କଟିଲା

ବ୍ରହ୍ମଗିରି,୧୮ା୧(ଡି.ଏନ.ଏ): ବ୍ରହ୍ମଗିରି ଅଞ୍ଚଳରେ ବକେୟା ବିଦ୍ୟୁତ ବିଲ୍‌ ପୈଠ କରି ନ ଥିବା ଗ୍ରାହକଙ୍କର ବିଦ୍ୟୁତ୍‌ କାଟ୍‌ ଶୁକ୍ରବାରଠାରୁ ଆରମ୍ଭ କରିଛି ସେସୁ। ପ୍ରଥମେ ବ୍ୟବସାୟିକ...

୩ ପଞ୍ଚାୟତର ୧୨ ଗ୍ରାମ ଜଳମଗ୍ନ: ବନ୍ୟାଞ୍ଚଳ ବୁଲି ଦେଖିଲେ ବିଧାୟକ, ତହସିଲଦାର

କଣାସ,୧୧।୯(ସ୍ବ.ପ୍ର./ଡି.ଏନ୍‌.ଏ.):  ପୁରୀ ଜିଲା କଣାସ ବ୍ଲକରେ ଗତ ଦୁଇଦିନ ଧରି ବନ୍ୟାଜଳର ପ୍ରଭାବ ବଢୁଥିବାରୁ ଦୋକନ୍ଦା, ବଡାସ, ଗଡବଳଭଦ୍ରପୁର ପଞ୍ଚାୟତର ୧୨ଟି ଗ୍ରାମ ସମ୍ପୂର୍ଣ୍ଣ ଜଳମଗ୍ନ...

ପ୍ରେମରେ ବିଫଳ ହେବା ପରେ ଲାଇଭ ଭିଡିଓ କରି ଛାତ୍ରଙ୍କ ଆତ୍ମହତ୍ୟା

ପୁରୀ ଅଫିସ,୨୭।୧୧: ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ (ଆରଏସ୍‌ଏସ୍‌)ର ପେଣ୍ଟକଟା ସ୍ଥିତ ବାଲ୍ମିକୀ ଛାତ୍ରାବାସରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ବୁଧବାର ଉଦ୍ଧାର କରାଯାଇଛି। ମୃତ ଛାତ୍ର...

ପୁରୀରେ ପୁଣି ଉଚ୍ଛେଦ ଆରମ୍ଭ: ଏଥର ମହୋଦଧି ମାର୍କେଟ କମ୍ପ୍ଲେକ୍ସ

ପୁରୀ ଅଫିସ, ୨୯।୧୦: ପୁରୀରେ ପୁଣି ଆରମ୍ଭ ହୋଇଛି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା। ମଙ୍ଗଳବାର ମୋଚିସାହି ଛକରେ ଥିବା ମହୋଦଧି ମାର୍କେଟ କମ୍ପ୍ଲେକ୍ସ ଭଙ୍ଗାଯାଉଛି। ପୂର୍ବରୁ...

Leave a comment

Your email address will not be published. Required fields are marked *