ଲକ୍ଷ୍ୟରୁ ଦୂରେଇଛି ଜୀବନ୍ତଖାଦ୍ୟ ପ୍ରଜନନ କେନ୍ଦ୍ର

ବାରଙ୍ଗ,୩।୮(ଡି.ଏନ୍‌.ଏ.): ନନ୍ଦନକାନନର ଶେଷଭାଗ ୧ନଂ ଫାଟକ ପାଖରେ ରହିଛି ଜୀବନ୍ତଖାଦ୍ୟ ପ୍ରଜନନ କେନ୍ଦ୍ର। ଏହି କେନ୍ଦ୍ର ଉପରେ ନନ୍ଦନକାନନର ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ପ୍ରଜାତିର ପ୍ରାଣୀ ନିର୍ଭରଶୀଳ। କେନ୍ଦ୍ରରେ ପ୍ରଜନନ କରାଯାଇ ଆବଶ୍ୟକ ଦେଖି ଜୀବନ୍ତଖାଦ୍ୟ ସବୁ ବିଭିନ୍ନ ପ୍ରାଣୀଙ୍କୁ ଖାଇବାକୁ ଦିଆଯାଏ। କିନ୍ତୁ ଏହି କେନ୍ଦ୍ର ଏବେ ନିଜ ଲକ୍ଷ୍ୟରୁ ବିଚ୍ୟୁତ ହୋଇଥିବା ପରିଲକ୍ଷିତ ହେଉଛି। କେନ୍ଦ୍ରକୁ ପରିଚାଳନା ପାଇଁ ବାର୍ଷିକ ଲକ୍ଷ ଲକ୍ଷ ଟଙ୍କା ବିନିଯୋଗ ସତ୍ତ୍ୱେ ମୂଳ ଲକ୍ଷ୍ୟ ପୂରଣ ଅଦ୍ୟାବଧି ହୋଇପାରି ନାହିଁ। ଠିକାଦାରମାନଙ୍କ ବେପରୁଆ ମନୋଭାବ ଓ ପ୍ରାଣୀମାନଙ୍କ ଖାଦ୍ୟଯୋଗାଣରେ ଅବହେଳା ଯୋଗୁ କର୍ତ୍ତୃପକ୍ଷ କରିଥିବା ପରିକଳ୍ପନା ସାକାର ହୋଇପାରୁ ନାହିଁି। ଇଚ୍ଛାଶକ୍ତିର ଅଭାବ ଯୋଗୁ ପ୍ରଜନନ କେନ୍ଦ୍ରରେ ଆବଶ୍ୟକତା ମୁତାବକ ପ୍ରଜନନ ହୋଇପାରୁ ନାହିଁ। ଫଳରେ ଆବଶ୍ୟକତା ଦେଖି ଜୀବନ୍ତଖାଦ୍ୟ ବାହାରୁ କିଣା ହୋଇ ପ୍ରାଣୀମାନଙ୍କୁ ଦିଆଯାଉଛି।
ସୂଚନା ଅନୁଯାୟୀ, ନନ୍ଦନକାନନରେ ଥିବା ୨୧୩ ଏନକ୍ଲୋଜରରେ ୧୫୬ ପ୍ରଜାତିର ୩୫୧୮ ପ୍ରାଣୀମାନଙ୍କ ପାଇଁ ଦୈନନ୍ଦିନ ଖାଦ୍ୟର ଆବଶ୍ୟକତା ରହିଛି। ଏହିସବୁ ଖାଦ୍ୟ ନନ୍ଦନକାନନର ଯୋଗାଣ ବିଭାଗ ରେଞ୍ଜ ଅଫିସରଙ୍କ ଦାୟିତ୍ୱରେ ରହିଛି। ଏହାପୂର୍ବରୁ ଖାଦ୍ୟ ପାଇଁ ନନ୍ଦନକାନନ ଠିକାଦାରମାନଙ୍କ ଉପରେ ନିର୍ଭର କରୁଥିଲା। ପରେ ଠିକାଦାରଙ୍କ ଅନିୟମିତତା ଯୋଗୁ ପର୍ଯ୍ୟାୟକ୍ରମେ କିଛିକିଛି ଖାଦ୍ୟ ନିଜ ଦାୟିତ୍ୱରେ ରଖିବାର ଯୋଜନା କରିଥିଲା ନନ୍ଦନକାନନ। ପ୍ରଥମେ ଘାସଫାର୍ମ କରି ତୃଣଭୋଜି ପ୍ରାଣୀମାନଙ୍କୁ ଘାସ ଯୋଗାଇଥିଲା। ଦ୍ୱିତୀୟରେ ହରିଣ ଦାନାକୁ ନିଜେ ଓମଫେଡଠାରୁ କ୍ରୟ କରିଥିଲା। ଏହାପରେ ଧଳାମୂଷା, ବିଲାତିମୂଷା, ଠେକୁଆ, ପୋକ, ଗେଣ୍ଡା, କୁକୁଡାଚିଆଁ, ମାଛଜାଆଁଳ ଆଦି ଖାଦ୍ୟକୁ ମଧ୍ୟ ଠିକଦାରମୁକ୍ତ କରାଇବା ସହ ନିଜେ ଯୋଗାଇବାର ନିଷ୍ପତ୍ତି ନେଇଥିଲା। ଏଥିପାଇଁ ନୂଆକରି ଏକ କେନ୍ଦ୍ରର ପରିକଳ୍ପନା କରାଯିବା ସହ ୮ ଜୁଲାଇ ୨୦୧୫ରେ ନନ୍ଦନକାନନର ଶେଷଭାଗ ୧ନଂ ଫାଟକ ପାଖରେ ଜୀବନ୍ତଖାଦ୍ୟ ପ୍ରଜନନ କେନ୍ଦ୍ର ନିର୍ମାଣ ହୋଇଥିଲେ। କେନ୍ଦ୍ର କିଛି ଦିନ ଚାଲିବା ପରେ ଖର୍ଚ୍ଚ ବେଶି ଓ ସତେଜ ଖାଦ୍ୟ ଦେବାରେ ଅବହେଳା ହେବାରୁ ଉତ୍ପାଦନକୁ କମ କରାଗଲା। କେନ୍ଦ୍ରରେ ୫ଟି ପ୍ରକୋଷ୍ଠ ରହିଥିବାବେଳେ ଛୋଟଛୋଟ ୧୬୦ଟି ବାକ୍ସ ରହିଛି। ଏବେ କେବଳ ପୋକ ଓ ଧଳାମୂଷା ପ୍ରଜଜନରେ ସୀମିତ ରହିଛି। ମାଛଯାଆଁଳ ଓ ଠେକୁଆ ପ୍ରଜନନ ପାଇଁ ଅଦ୍ୟାବଧି ଉଦ୍ୟମ ହୋଇ ନ ଥିବାବେଳେ ବିଲାତିମୂଷା, କୁକୁଡାଚିଆଁ ଓ ଗେଣ୍ଡା ଏବେ କିଣାଯାଉଛି। ବିଶେଷକରି ପେଚା, ଛଞ୍ଚାଣ, ଚିଲ, ବିଭିନ୍ନ ପ୍ରଜାତିର ଫିଜାଣ୍ଟ, ଶାଗୁଣା, ଅସୁସ୍ଥ ପ୍ରାଣୀ ଓ ସାପମାନଙ୍କ ଖାଦ୍ୟ ପାଇଁ ଏହି କେନ୍ଦ୍ର କରାଯାଇଛି। କିନ୍ତୁ କେନ୍ଦ୍ରରେ ପ୍ରଜନନ ପାଇଁ ଉଦ୍ୟମ କରାଯାଉ ନ ଥିବାରୁ ଆବଶ୍ୟକ ଖାଦ୍ୟ ଯୋଗାଣ ବିଭାଗ କିଣିି ଆଣୁଥିବାର ଦେଖିବାକୁ ମିଳିଛି। କିନ୍ତୁ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଯୋଗୁ ନନ୍ଦନକାନନକୁ ଅଧିକ ଖର୍ଚ୍ଚ କରିବାକୁ ପଡୁଛି। ଏ ବିଷୟରେ କେନ୍ଦ୍ରର ଦାୟିତ୍ୱରେ ଥିବା ରେଞ୍ଜ ଅଫିସର ରଞନ କୁମାର ମହାନ୍ତ କୁହନ୍ତି, ଏଠାରେ କିଛି ପ୍ରଜନନ ହେଉନାହିଁ। ସବୁ କିଣା ହୋଇଆସୁଛି।


All Right Reserved By Dharitri.Com

ଇସ୍କନ ମନ୍ଦିର ନିକଟରେ ବିକଳ ଚିତ୍ର

ଭୁବନେଶ୍ୱର,୨୪।୮ (ବ୍ୟୁରୋ): ଇସ୍କନ ମନ୍ଦିର ସମ୍ମୁଖରେ ଶୁକ୍ରବାର ଜଳବନ୍ଦୀ ପାଇଁ ସବୁଠୁ ବିକଳ ପରିସ୍ଥିତି ସୃଷ୍ଟି କରିଥିଲା। ମନ୍ଦିର ପରିସର, ଜାତୀୟ ରାଜପଥ ଓ ଓଭରବ୍ରିଜ୍‌ରେ...

ପୋଲିସ ସମ୍ମୁଖରେ ପଞ୍ଜାବୀ ଯୁବକଙ୍କ ପଗଡ଼ି ଖୋଲି ଆକ୍ରମଣ:ପିସିଆର ଭ୍ୟାନ୍‌ ଇନ୍‌ଚାର୍ଜ ନିଲମ୍ବିତ

ଭୁବନେଶ୍ୱର,୧୫-୧(ବ୍ୟୁରୋ)/ କଟକରୋଡ(ଡି.ଏନ୍‌.ଏ.):ଗାଡ଼ି ପାର୍କିଂକୁ ନେଇ ଭଗବାନ ଟାଓ୍ବାର ଟ୍ରେଜରର ପରବିନ୍ଦର ପାଲ୍‌ ସିଂଙ୍କୁ ଆକ୍ରମଣ ହୋଇଛି। ଖବର ପାଇ ସେଠାରେ ପିସିଆର୍‌ ଭ୍ୟାନ୍‌ ପହଞ୍ଚତ୍ଥିଲା। ହେଲେ...

ବିନା ବାଜାରେ ଗଲେ ବର : ୭ ଡିଜେ, ୫ ଜେନେରେଟର ଜବତ

ପୁରୁଣା ଭୁବନେଶ୍ୱର,୮।୭(ଡି.ଏନ.ଏ.): ରାଜଧାନୀରେ ବିନା ବାଜାରେ ରବିବାର ରାତିରେ ବର ଯାଇଥିବା ଦେଖିବାକୁ ମିଳିଛି। ସହରାଞ୍ଚଳରେ ରାତି ୧୦ଟା ପରେ ଡିଜେ ବାଜିବାକୁ ବାରଣ ରହିଛି।...

ବାଲିପାଟଣାରେ ରଥଯାତ୍ରା

ବାଲିପାଟଣା,୫।୭(ଡି.ଏନ୍‌.ଏ.): ବାଲିପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବାଲିପାଟଣା ହାଟରେ ନିର୍ମିତ ଜଗନ୍ନାଥ ମନ୍ଦିରରୁ ଶ୍ରୀ ବିଗ୍ରହ ପହଣ୍ଡି ହୋଇ ମଧ୍ୟାହ୍ନରେ ରଥକୁ...

୧୫ରୁ କମିବ ଶୀତ: ୧୦ ଡିଗ୍ରୀ ତଳେ ୧୧ ସହର

ଭୁବନେଶ୍ୱର,୧୪-୧(ବ୍ୟୁରୋ)-ଆସନ୍ତା ୧୫ ତାରିଖରୁ ଶୀତ ହ୍ରାସ ପାଇବ। ସର୍ବନିମ୍ନ ୩ରୁ ୪ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ। ତେବେ ଆସନ୍ତା ୨୪ ଘଣ୍ଟା ଯାଏ ଅନୁଗୋଳ,...

ବିକାଶରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର, ୨୦ା୭(ବ୍ୟୁରୋ): ବର୍ତ୍ତମାନ ସାରା ଦେଶରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଶାଖା ୧.୪୧ ଲକ୍ଷ ଛୁଇଁଛି। ବ୍ୟାଙ୍କଗୁଡିକ ଦେଶର ୯୫% ଲୋକଙ୍କ ନିକଟରେ ପହଞ୍ଚି ପାରିଛନ୍ତି। ଦେଶର...

ପୁରୀ-ବାରିପଦା ମଧ୍ୟରେ ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ୱର,୫।୧(ବ୍ୟୁରୋ): ନିୟମିତ ଟ୍ରେନ୍‌ରେ ମାତ୍ରାଧିକ ଭିଡ଼ ଯୋଗୁ ପୁରୀଠାରୁ ବାରିପଦାର ଭଞ୍ଜପୁରକୁ ଏକ ସ୍ପେଶାଲ ସାପ୍ତାହିକ ଟ୍ରେନ୍‌ ଚାଲିବ। ପ୍ରତୀକ୍ଷା ତାଲିକା (ଓ୍ବେଟିଂ ଲିଷ୍ଟ)ରେ ରହୁଥିବା...

୩ ବ୍ରାଉନସୁଗାର ବ୍ୟବସାୟୀ ଜେଲ୍‌ ଗଲେ: ୫ ଲକ୍ଷର ବ୍ରାଉନସୁଗାର, ୫ ମୋବାଇଲ ଓ କାର ଜବତ

ଭୁବନେଶ୍ୱର,(ବ୍ୟୁରୋ)/ପାତ୍ରପଡ଼ା, ୨୧।୧୧(ଡି.ଏନ୍‌.ଏ.): ଖଣ୍ଡଗିରି ଥାନା ପୋଲିସ ଓ କ୍ୟୁଏଟି ମିଳିତ ଭାବେ ଚଢ଼ାଉ କରି ୩ଜଣ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନେ ହେଲେ ନୟାପଲ୍ଲୀ...

Leave a comment

Your email address will not be published. Required fields are marked *