ଯୋଡାରେ ରାଜ୍ୟ ନଗର ଉନ୍ନୟନ ସଂସ୍ଥାର ଅତିରିକ୍ତ ନିର୍ଦ୍ଦେଶକ:କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ ତଦାରଖ କଲେ

ଯୋଡ଼ା,୩।୮(ଡି.ଏନ.ଏ.)- ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଉପଶାସନ ସଚିବ ତଥା ରାଜ୍ୟ ନଗର ଉନ୍ନୟନ ସଂସ୍ଥାର ଅତିରିକ୍ତ ନିର୍ଦ୍ଦେଶକ ସାରଦା ପ୍ରସାଦ ପଣ୍ଡା ଶୁକ୍ରବାର କେନ୍ଦୁଝର ଜିଲା ଯୋଡା ଗସ୍ତରେ ଆସି ପୌରପାଳିକାରେ ନିର୍ମାଣଧୀନ ଥିବା କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ କାର୍ଯ୍ୟ ତଦାରଖ କରିଥିଲେ। ସେ ପୂର୍ବାହ୍ନରେ ପ୍ଲାଣ୍ଟ ପରିଦର୍ଶନ କରିବା ପରେ ଯୋଡା ପୌରାଞ୍ଚଳର ବସ୍ତି , ହଟିଂ ଅଞ୍ଚଳରେ ମଇଳା, ଆବର୍ଜନା କିପରି ଘରେ ଜମା ନ ରହିବ, ପୌରପାଳିକା ପକ୍ଷରୁ ନିୟୋଜିତ ଗାଡି କିପରି ଆବର୍ଜନା ସଂଗ୍ରହ କରି ପ୍ଲାଣ୍ଟକୁ ନେବ ଏ ନେଇ ପୌରପାଳିକା କାର୍ଯ୍ୟାଳୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ ସହ ଆଲୋଚନା କରିଥିଲେ ା ବର୍ଜ୍ୟବସ୍ତୁ ପରିଚାଳନା ନେଇ ସମଗ୍ର ରାଜ୍ୟରେ ପ୍ରଥମ ଥର ଯୋଡାରେ ଏହି ପ୍ଲାଣ୍ଟ ସ୍ଥାପନ କରାଯାଉଛି ା ଏଣୁ ଯୋଡାର ଜନସାଧାରଣ ଓ ବରିଷ୍ଠ ନାଗରିକଙ୍କ ସହଯୋଗରେ ସହରକୁ ସ୍ବଛ ସୁନ୍ଦର କରି ଗଢ ତୋଳିବା ଲାଗି ସଚେତନତା ସୃଷ୍ଟି କରିବା ଜରୁରୀ ବୋଲି ଅତିରିକ୍ତ ନିର୍ଦ୍ଦେଶକ ସାରଦା ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ ା ଆସନ୍ତା ୧୫ ତାରିଖରେ ବାଚୁ ହଟିଂଠାରେ ନିର୍ମାଣ ହୋଇଥିବା କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟର ଶୁଭାରମ୍ଭ କରାଯିବ ବୋଲି କାଯର୍‌ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ସୂଚନା ଦେଇଥିଲେ ା


All Right Reserved By Dharitri.Com

ହାତୀର ସ୍ବାସ୍ଥ୍ୟବସ୍ଥାରେ ସୁଧାର ନାହିଁ, ଜାରି ରହିଛି ଚିକିତ୍ସା

କେନ୍ଦୁଝର, ୧।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଭୂୟାଁ ଓ ଜୁଆଙ୍ଗ ପିଢ଼ ରେଞ୍ଜ ଅନ୍ତର୍ଗତ ଉପରସୁମଠ ଗ୍ରାମ ଜଙ୍ଗଲରେ ଗତ ୪ ଦିନ ହେବ ଅସୁସ୍ଥ ହୋଇ...

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପେନ୍‌ସନ୍‌ଭୋଗୀଙ୍କ ବିକ୍ଷୋଭ

କେନ୍ଦୁଝର,୧୩।୩(ସ୍ବ.ପ୍ର.): ଇପିଏଫ୍‌ ପେନ୍‌ସନ୍‌ ଆସୋସିଏଶନ କେନ୍ଦୁଝର ଶାଖା ପକ୍ଷରୁ ୩ ଦଫା ଦାବିରେ ଶୁକ୍ରବାର ବିକ୍ଷୋଭ କରାଯାଇଛି। ଟେଲିଫୋନ୍‌ ଭବନ ଛକରୁ ପେନସନ୍‌ଧାରୀମାନେ ଏକ ଶୋଭାଯାତ୍ରାରେ...

ଅଙ୍ଗନଓ୍ବାଡ଼ି ଶିଶୁଙ୍କୁ ମାଡ଼ ଘଟଣା : କେନ୍ଦ୍ର ପରିଦର୍ଶନ କଲେ ବିଧାୟକ

ଆନନ୍ଦପୁର,୬।୧୧(ସ୍ବ.ପ୍ର..): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଞ୍ଚାୟତ ଶିବନାରାୟଣପୁର ୧ନଂ. ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଘଟିଥିବା ଏକ ଅଭାବନୀୟ ଘଟଣାର ଭିଡିଓ ଭାଇରାଲ ପରେ...

୪ ଲକ୍ଷ ଲୁଟ୍‌ ଘଟଣା : ଅଭିଯୁକ୍ତ କୋର୍ଟ ଚାଲାଣ

ବଡ଼ବିଲ,୧୫।୯(ସ୍ବ.ପ୍ର.) : କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ଶ୍ରୀଜଗନ୍ନାଥ ଷ୍ଟିଲ ଆଣ୍ଡ୍‌ ପାୱାର ଲିଃ କାରଖାନାର ପାର୍କିଂସ୍ଥଳୀର ପରିବହନକାରୀ ମା’ ସନ୍ତୋଷୀ ଟ୍ରାନ୍ସପୋର୍ଟ...

ନିଦ ହଜାଇଛି ଦନ୍ତା: ବନ ବିଭାଗ ନାକେଦମ

ତେଲକୋଇ, ୮।୧(ଡି.ଏନ.ଏ.)-ତେଲକୋଇ ବନାଞ୍ଚଳ ଅଧୀନ ବିମଳା ଫରେଷ୍ଟ ବିଟ ଅନ୍ତର୍ଗତ ଭୀମକାଣ୍ଡ, ଆକୁଳ, ସିରିଗିଡା, ବିମଳା ଓ ରାଇସୁଆଁ ଆଦି ପଞ୍ଚାୟତ ଗୁଡିକରେ ବଣୁଆ ହାତୀଙ୍କର...

ଘରେ ଏକୁଟିଆ ପାଇ ମହିଳାଙ୍କୁ ବଳାତ୍କାର, ଅଭିଯୁକ୍ତକୁ ଗିରଫ କଲା ଦୈତାରୀ ଥାନା ପୋଲିସ

କେନ୍ଦୁଝର,୨୦।୧୧(ସ୍ବ.ପ୍ର.): ଜଣେ ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଦୈତାରୀ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସେ ହେଲେ ସିକନ ପିଙ୍ଗୁଆ। ପୋଲିସ ଅଭିଯୋଗ...

ପରିବହନକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌, ଥାନାରେ ଏତଲା

ଯୋଡ଼,୨୮।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ କମାରଯୋଡାଠାରେ ଲୁହାପଥର ପିଲେଟ ପରିବହନକୁ କେନ୍ଦ୍ର କରି ମାରପିଟ୍‌ ହୋଇଛି। ଏ ନେଇ ଥାନାରେ ଏତଲା ହୋଇଥିବା...

‘କରୋନା’ ପାଇଁ ଘଟଗାଁ ତାରିଣୀ ମନ୍ଦିରରେ କଟକଣା

କେନ୍ଦୁଝର, ୧୯ା୩(ଡି.ଏନ.ଏ.)-କରୋନା ପାଇଁ ଘଟଗାଁ ମା’ ତାରିଣୀ ମନ୍ଦିରରେ କଟକଣା ଜାରି କରାଯାଇଛି। ବୁଧବାର ଦିନ ଜିଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ...

Leave a comment

Your email address will not be published. Required fields are marked *