୨୦୧୮ରେ ବିଶ୍ୱର ବୃହତ ଅର୍ଥନୀତି;୫ରୁ ୭କୁ ଖସିଲା ଭାରତ

ନୂଆଦିଲ୍ଲୀ,୩-୮: ଅର୍ଥନୀତି କ୍ଷେତ୍ରରେ ମୋଦି ସରକାରଙ୍କୁ ଜୋର୍‌ ଝଟକା ଲାଗିଛି। ୨୦୨୪-୨୫ ସୁଦ୍ଧା ୫ ଲକ୍ଷ କୋଟି ଡଲାର ସହ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି ହେବ ବୋଲି ସ୍ବପ୍ନ ଦେଖୁଥିବା ଭାରତ ୨୦୧୮ରେ ୭ମ ସ୍ଥାନକୁ ଖସିଯାଇଛି। ଜିଡିିପି ହିସାବକୁ ନେଇ ବିଶ୍ୱବ୍ୟାଙ୍କ ପକ୍ଷରୁ ପ୍ରସ୍ତୁତ ତାଲିକା ଅନୁଯାୟୀ ୨୦୧୭ରେ ଭାରତ ୫ମ ସ୍ଥାନରେ ଥିଲା। ଅର୍ଥନୀତି ଧିମା ହେବା କାରଣରୁ ଦେଶ ହାସଲ କରିଥିବା ଗୌରବ ହରାଇଛି। ବିଶ୍ୱବ୍ୟାଙ୍କ ତଥ୍ୟ ଅନୁଯାୟୀ, ୨୦୧୮ ବର୍ଷରେ ବ୍ରିଟେନ ଓ ଫ୍ରାନ୍ସର ଅର୍ଥନୀତି ଭାରତ ତୁଳନାରେ ଅଧିକ ଅଭିବୃଦ୍ଧି ହାସଲ କରିଛି। ଏହି କାରଣରୁ ଏହି ଦୁଇଦେଶ ୧ ପାଦ ଉପରକୁ ଉଠି ଆସିଛନ୍ତି। ବ୍ରିଟେନ ୫ମ ସ୍ଥାନକୁ ଉନ୍ନୀତ ହୋଇଥିବା ବେଳେ ଫ୍ରାନ୍ସ ୬ଷ୍ଠା ସ୍ଥାନକୁ ଉଠି ଆସିଛି। ଫଳସ୍ବରୂପ ଭାରତ ୫ମରୁ ୭ମ ସ୍ଥାନକୁ ଖସିଯାଇଛି। ତେବେ ଜିଡିପି ଦୃଷ୍ଟିରୁ ଆମେରିକା ଶୀର୍ଷ ସ୍ଥାନ ବଜାୟ ରଖିଛି। ତଥ୍ୟ ଅନୁଯାୟୀ, ଭାରତର ଅର୍ଥନୀତି ୨୦୧୮ ବର୍ଷରେ ମାତ୍ର ୩.୦୧ ପ୍ରତିଶତ ହାରରେ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ୨୦୧୭ରେ ଏହି ଅଭିବୃଦ୍ଧି ହାର ୧୫.୨୩ ପ୍ରତିଶତ ରହିଥିଲା। ଏଭଳି ଭାବେ ବ୍ରିଟେନର ଅର୍ଥନୀତି ୨୦୧୮ରେ ୬.୮୧ପ୍ରତିଶତ ବଢ଼ିଥିବା ବେଳେ ୨୦୧୭ରେ ଏହି ବୃଦ୍ଧି ମାତ୍ର ୦.୭୫% ରହିଥିଲା। ଫ୍ରାନ୍ସ ଅର୍ଥନୀତି ଉପରେ ଦୃଷ୍ଟି ଦେଲେ ଜଣାପଡୁଛି ଯେ, ଏହା ଆଲୋଚ୍ୟ ବର୍ଷରେ ୭.୩୩% ହାରରେ ବୃଦ୍ଧି ପାଇଛି। ଏହା ୨୦୧୭ରେ ମାତ୍ର ୪.୮୫% ହାରରେ ବଢ଼ିଥିଲା। ଏଭଳି ଦେଖିଲେ ଭାରତର ଅର୍ଥନୀତି ୨୦୧୭ ତୁଳନାରେ ୨୦୧୮ରେ ଅତ୍ୟନ୍ତ ଧିମା ହୋଇଥିଲା। ଫଳସ୍ବରୂପ ଏହାର ର଼୍ୟାଙ୍କିଙ୍ଗ ହ୍ରାସ ପାଇଛି। ବିଶ୍ୱବ୍ୟାଙ୍କର ସଦ୍ୟତମ ତଥ୍ୟ ଅନୁଯାୟୀ ବ୍ରିଟେନର ଅର୍ଥନୀତି ବୃଦ୍ଧି ପାଇ ୨.୮୨ ଲକ୍ଷ କୋଟି ଡଲାର ହୋଇଥିବା ବେଳେ ଫ୍ରାନ୍ସର ୨.୭୮ ଲକ୍ଷ କୋଟି ଡଲାରରେ ପହଞ୍ଚତ୍ୟାଇଛି। ଅନ୍ୟପକ୍ଷରେ ଭାରତର ଜିଡିପି ଏହି ଅବଧିରେ ୨.୭୩ ଲକ୍ଷ କୋଟି ଡଲାର ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ୨୦୧୭ ବର୍ଷରେ ଭାରତ(ପ୍ରାୟ ୧୮ ହଜାର ନିୟୁତ କୋଟି ଟଙ୍କା) ୫ମ ସ୍ଥାନରେ ରହିଥିଲା। ସେତେବେଳେ ବ୍ରିଟେନ ୬ଷ୍ଠ ଓ ଫ୍ରାନ୍ସ ୭ମ ସ୍ଥାନରେ ରହିଥିଲା। ଅର୍ଥନୀତିଜ୍ଞଙ୍କ ମତରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଦୁର୍ବଳ ହେବା କାରଣରୁ ଭାରତର ସ୍ଥାନ ହ୍ରାସ ପାଇଛି। ୨୦୧୭ରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୩% ବୃଦ୍ଧି ପାଇଥିଲା। ଅନ୍ୟପକ୍ଷରେ ୨୦୧୮ରେ ଟଙ୍କା ୫% ହ୍ରାସ ପାଇଛି।


All Right Reserved By Dharitri.Com

ଏୟାର ଇଣ୍ଡିଆ ଘରୋଇକରଣ ଲାଗି ସଜବାଜ

ନୂଆଦିଲ୍ଳୀ,୨୮-୧: ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଘରୋଇକରଣ ଲାଗି ସରକାର ପ୍ରଥମଥର ପ୍ରଚେଷ୍ଠାରେ ବିଫଳ ହେବା ପରେ ପୁଣି ଥରେ ଏନେଇ ମନ ବଳାଇଛନ୍ତି।...

୫୯ ମିନିଟରେ ମିଳିବ ରିଟେଲ ଋଣ

ନୂଆଦିଲ୍ଲୀ,୭-୮: ଦେଶର ଅର୍ଥନୀତିକୁ ଗତିଶୀଳ କରିବାକୁ ହେଲେ ଚାହିଦା ବୃଦ୍ଧି କରିବାକୁ ହେବ। ଏହାକୁ ଦୃଷ୍ଟିରେ ରଖି ସରକାର ମାତ୍ର ୫୯ ମିନିଟରେ ରିଟେଲ ଋଣ...

ୟୁବିଆଇର ଗ୍ରାହକ ସମ୍ମିଳନୀ

ଭୁବନେଶ୍ୱର,୨୪।୭:ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ) ପକ୍ଷରୁ ଅର୍ଦ୍ଧବାର୍ଷିକୀ ଗ୍ରାହକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସାରା ଦେଶରେ ଥିବା ବ୍ୟାଙ୍କର ଶାଖାଗୁଡିକରେ ଏହା ଆୟୋଜନ କରାଯାଇଥିଲା।...

ବଢ଼ିବ ଚିନି ଦାମ: ଉତ୍ପାଦନ କମିଛି ୨୨ ପ୍ରତିଶତ

ନୂଆଦିଲ୍ଲୀ,୪।୩: ଚଳିତ ବର୍ଷ ଦେଶରେ ଚିନି ଉତ୍ପାଦନ ୨୨ ପ୍ରତିଶତ କମିଛି। ଗତ ୫ ମାସ ଧରି ଏଭଳି ସ୍ଥିତି ଜାରି ରହିଛି। ତେଣୁ ଆଗାମୀ...

ବିମାନ ଯାତ୍ରା ଭଡ଼ା ଉପରେ ନଜର ରଖିବ ଡିଜିଟିଏ

ନୂଆଦିଲ୍ଲୀ,୧୭-୪: ଜେଟ୍‌ ଏୟାରଓ୍ବେଜରେ ସଙ୍କଟ ଦେଖାଦେବା ପରେ ବିମାନ କ୍ଷେତ୍ରରେ ଟିକେଟ ମୂଲ୍ୟ ଆକାଶଛୁଆଁ ହେଲାଣି। ଏହାଦ୍ୱାରା ଯାତ୍ରୀମାନେ ସିଧାସଳଖ ପ୍ରଭାବିତ ହେବା ସହିତ ସରକାରଙ୍କ...

ଗ୍ଲୋବାଲ ଇନୋଭେଶନ ଇଣ୍ଡେକ୍ସ ତାଲିକା: ୫ ସ୍ଥାନ ଫାଇଦା ସହ ୫୨ରେ ଭାରତ

ନୂଆଦିଲ୍ଲୀ,୨୫-୭: ଏନ୍‌ଡିଏ ସରକାରଙ୍କ ବିଭିନ୍ନ ପଦକ୍ଷେପ ଯୋଗୁ ଗ୍ଲୋବାଲ ଇନୋଭେଶନ ଇଣ୍ଡେକ୍ସ(ଜିଆଇଆଇ) ତାଲିକାରେ ଭାରତର ସ୍ଥାନରେ କ୍ରମାଗତ ସୁଧାର ହେଉଛି। ୨୦୧୫ରେ ୮୧ତମ ସ୍ଥାନରେ ଥିବା...

ଏଫ୍‌ଡି ସୁଧ ହାର କମାଇଲା ଏସ୍‌ବିଆଇ

ନୂଆଦିଲ୍ଲୀ,୨୪-୮: ଦେଶର ସର୍ବବୃହତ ବ୍ୟାଙ୍କ ଏସ୍‌ବିଆଇ ଏଫ୍‌ଡି ଉପରେ ସୁଧ ହାର ହ୍ରାସ ଘୋଷଣା କରିଛି। ଏଣିକି ସମସ୍ତ ପ୍ରକାର ଏଫ୍‌ଡି ଉପରେ ସୁଧ ହାର...

ଜିଏସ୍‌ଟି ସଂଗ୍ରହ ୯୧,୯୧୬ କୋଟି ଟଙ୍କାକୁ ହ୍ରାସ

ନୂଆଦିଲ୍ଲୀ,୨-୧୦: ସେପ୍ଟେମ୍ବରରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ସଂଗ୍ରହ ପରିମାଣ ୯୧,୯୧୬ କୋଟି ଟଙ୍କାକୁ ହ୍ରାସ ଘଟିଛି। ଜିଏସ୍‌ଟି ସଂଗ୍ରହ ୧୯ ମାସର ସର୍ବନିମ୍ନ ସ୍ତରକୁ...

Leave a comment

Your email address will not be published. Required fields are marked *