ଟ୍ରେଡ୍‌ ଓ୍ବାର୍‌ ଘନୀଭୁତ;ଚାଇନା ସାମଗ୍ରୀରୁ ୧୦% ଚାର୍ଜ ଆଦାୟ କରିବ ଆମେରିକା

ଓ୍ବାଶିଂଟନ,୩-୮: ଚାଇନାରୁ ଆସୁଥିବା ଅତିରିକ୍ତ ୩୦୦ ବିଲିୟନ ଡଲାର(୨୧ ଲକ୍ଷ କୋଟି ଟଙ୍କା) ସାମଗ୍ରୀ ଉପରେ ଆମେରିକା ସେପ୍ଟେମ୍ବର ପହିଲାରୁ ୧୦ ପ୍ରତିଶତ ଚାର୍ଜ(ଇମ୍ପୋର୍ଟ ଟାରିଫ) ଆଦାୟ କରିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଘୋଷଣା କରିଛନ୍ତି। ଫଳରେ ଆମେରିକା ଓ ଚାଇନା ମଧ୍ୟରେ ଟ୍ରେଡ୍‌ ଓ୍ବାର୍‌ ଆହୁରି ଘନୀଭୁତ ହେବ ବୋଲି ଆଶାକରାଯାଉଛି। ଚାଇନା ରାଷ୍ଟ୍ରପତି ଜି.ଜିନପିଙ୍ଗ ଯଥାଶୀଘ୍ର ବାଣିଜ୍ୟ ଚୁକ୍ତି ପାଇଁ ରାଜି ନ ହେଲେ ଆମେରିକା ଆହୁରି ଟାରିଫ ବୃଦ୍ଧି କରିବ ବୋଲି ଟ୍ରମ୍ପ ଧମକ ଦେଇଛନ୍ତି। ଏହି ଖବର ପ୍ରଚାରିତ ହେବା ମାତ୍ରେ ବିଶ୍ୱ ଷ୍ଟକ୍‌ ବଜାର ଏବଂ ଅନ୍ତର୍ଜାତୀୟ ତୈଳ ବଜାରରେ ହ୍ରାସ ପରିଲକ୍ଷିତ ହୋଇଛି। ଟ୍ରମ୍ପଙ୍କ ଘୋଷଣା ପରେ ଚାଇନାରୁ ଆସୁଥିବା ପ୍ରାୟ ସମସ୍ତ ସାମଗ୍ରୀ ଉପରେ ଆମେରିକା ଟାରିଫ ବୃଦ୍ଧି କରିଛି। ଟ୍ରେଡ୍‌ ଓ୍ବାର୍‌କୁ ଶେଷ କରିବା ଲକ୍ଷ୍ୟରେ ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଆଲୋଚନା ବିଫଳ ହେବାର ଯଥେଷ୍ଟ ସମ୍ଭାବନା ଦେଖାଦେଇଛି। ରେଟିଂ ଏଜେନ୍ସି ମୁଡିଜ୍‌ ପକ୍ଷରୁ କୁହାଯାଇଛି ଯେ, ଟ୍ରମ୍ପଙ୍କ ସଦ୍ୟତମ ଘୋଷଣା ଦ୍ୱାରା ବିଶ୍ୱ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପଡିବାକୁ ଯାଉଛି।


All Right Reserved By Dharitri.Com

ବିଏସ୍‌ଏନ୍‌ଏଲ୍‌ ଭିଆର୍‌ଏସ୍‌ ଲାଗି ୪୦ ହଜାରରୁ ଉର୍ଦ୍ଧ୍ୱ ଆବେଦନ

ନୂଆଦିଲ୍ଲୀ,୯-୧୧: ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) କର୍ମଚାରୀଙ୍କ ଲାଗି ନିକଟରେ ଆସିଥିବା ସ୍ବେଚ୍ଛାକୃତ ଅବସର ଯୋଜନା(ଭିଆର୍‌ଏସ୍‌)ର ଲାଭ ନେବାକୁ ବର୍ତ୍ତମାନ ସୁଦ୍ଧା ୪୦ ହଜାରରୁ ଉର୍ଦ୍ଧ୍ୱ...

ଶକ୍ତି ବିତରଣ କମ୍ପାନୀଙ୍କ୨୭ ହଜାର କୋଟି ଟଙ୍କାର କ୍ଷତି

ନୂଆଦିଲ୍ଲୀ,୩୦-୧୨: ଦେଶର ବିଦ୍ୟୁତ ବିତରଣ କରୁଥିବା କମ୍ପାନୀଗୁଡିକ ୨୦୧୮-୧୯ ଆର୍ଥତ୍କ ବର୍ଷରେ ୨୭,୦୦୦ କୋଟି ଟଙ୍କାର କ୍ଷତି ସହିଥିବା ଶକ୍ତି ମନ୍ତ୍ରୀ ଆର୍‌.କେ. ସିହ୍ନା କହିଛନ୍ତି।...

ସୌଦି ଆରବର ଆରାମ୍‌କୋ ତୈଳ ଭଣ୍ଡାରରେ ଡ୍ରୋନ ଆକ୍ରମଣ; ମହଙ୍ଗା ହୋଇପାରେ ଅଶୋଧିତ ତେଲ ଦର

ନୂଆଦିଲ୍ଲୀ,୧୬।୯: ସୌଦି ଆରବର ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଆରାମ୍‌କୋର ଅବକିକ୍‌ ଓ ଖୁରେସରେ ଥିବା ଦୁଇଟି ତୈଳ ଭଣ୍ଡାର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଫଳରେ ସେଠାରେ...

ନରେଶ ଗୋୟଲଙ୍କୁ ଆଇଟି ସମନ

ନୂଆଦିଲ୍ଲୀ,୧୬-୬: ଜେଟ୍‌ ଏୟାରଓ୍ବେଜ୍‌ର ପ୍ରମୋଟର ନରେଶ ଗୋୟଲଙ୍କ କଥିତ ଟିକସ ଫାଙ୍କି ମାମଲାରେ ଜେରା ପାଇଁ ଆୟକର(ଆଇଟି) ବିଭାଗ ପକ୍ଷରୁ ସମନ ଜାରି କରାଯାଇଛି। କମ୍ପାନୀ...

କେନ୍ଦ୍ରକୁ ଓଡ଼ିଶାର ଅନୁରୋଧ ;ଏଫ୍‌ସିଆରଏ ମଞ୍ଜୁରୀ ତ୍ୱରାନ୍ବିତ କର

ନୂଆଦିଲ୍ଲୀ,୧୪-୫: ବାତ୍ୟା ଫନୀ ଯୋଗୁ ଓଡ଼ିଶାର ନାହିଁ ନ ଥିବା କ୍ଷତି ହୋଇଛି। ରାଜ୍ୟରେ ଥଇଥାନ ଓ ପୁନରୁଦ୍ଧାର ଲାଗି ଦେଶର ବିଭିନ୍ନ ପ୍ରାନ୍ତରରୁ ସହାୟତା...

୧୩ରୁ ସିଆଇଆଇ ଏଣ୍ଟରପ୍ରାଇଜ ଓଡ଼ିଶା

ଭୁବନେଶ୍ୱର,୯-୧୧: କନଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ(ସିଆଇଆଇ) ପକ୍ଷରୁ ଏଣ୍ଟରପ୍ରାଇଜ ଓଡ଼ିଶା ଚଳିତ ମାସ ୧୩ରୁ ୧୬ ଯାଏ ସ୍ଥାନୀୟ ପ୍ରଦର୍ଶନୀ ପଡିଆଠାରେ ଅନୁଷ୍ଠିତ ହେବ। ଏହାର...

ଶୀର୍ଷ ୬ କମ୍ପାନୀଙ୍କ ବଜାର ପୁଞ୍ଜୀକରଣ ୯୮,୫୦୨ କୋଟି ବୃଦ୍ଧି

ନୂଆଦିଲ୍ଲୀ,୨୧-୪: ଦେଶର ସବୁଠାରୁ ମୂଲ୍ୟବାନ କମ୍ପାନୀଙ୍କ ମଧ୍ୟରେ ୬ଟିର ବଜାର ପୁଞ୍ଜୀକରଣ ଗତ ସପ୍ତାହରେ ୯୮,୫୦୨.୪୭ କୋଟି ଟଙ୍କା ବଢ଼ିଛି। ତନ୍ମଧ୍ୟରୁ ଆଇଟି ସେକ୍ଟରରେ ଅଗ୍ରଣୀ...

ଯାନ ମୂଲ୍ୟ ବଢାଇ ପାରେ ହୋଣ୍ଡା କାର୍‌ସ

ନୂଆଦିଲ୍ଲୀ,୧୭-୬: ହୋଣ୍ଡା କାର୍‌ସ ଇଣ୍ଡିଆ ଆସନ୍ତା ମାସଠାରୁ ଏହାର ବିଭିନ୍ନ ମଡେଲ ଯାନ ଉପରେ ମୂଲ୍ୟ ବଢାଇବା ନେଇ ବିଚାର କରୁଛି। କମ୍ପାନୀ ଏହାର ବିଭିନ୍ନ...

Leave a comment

Your email address will not be published. Required fields are marked *