ନାବାଳକଙ୍କ ଗୋଡ଼ରେ ବେଡ଼ି ପକାଇ ନିର୍ଯାତନା

ଭୁବନେଶ୍ୱର,୩।୮(ବ୍ୟୁରୋ): ଭୁବନେଶ୍ୱର ରେଳଷ୍ଟେଶନରେ ଜଣେ ନାବାଳକଙ୍କୁ ଗୋଡ଼ରେ ଲୁହା ବେଡ଼ି ପଡ଼ିଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଚାଇଲ୍ଡ ଲାଇନ ସଦସ୍ୟମାନେ ତାଙ୍କୁ ଗୁରୁବାର ଉଦ୍ଧାର କରିଥିଲେ। ତାଙ୍କ ବୟସ ୧୬ ବର୍ଷ ହୋଇଥିବାବେଳେ ସେ ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ଚାଇଲ୍ଡ ଲାଇନ ସଦସ୍ୟମାନେ କଟର ଦ୍ୱାରା ଲୁହା ବେଡ଼ି କାଟି ଖୋଲିଥିଲେ। ଦେହରେ ମାଡ଼ ଓ କିଛି କ୍ଷତ ଚିହ୍ନ ଥିବାରୁ ତାଙ୍କୁ ଚିକିତ୍ସା କରାଯାଇଛି। ହେଲେ ତାଙ୍କର ଏଭଳି ଅବସ୍ଥା ପାଇଁ ବାପା ଓ ଭାଇଙ୍କୁ ଦାୟୀ କରିଛନ୍ତି ନାବାଳକ ଜଣକ।
ଚାଇଲ୍ଡ ଲାଇନ୍‌ ସଦସ୍ୟଙ୍କୁ ନାବାଳକଙ୍କ କହିବା ମୁତାବକ, ତାଙ୍କ ପରିବାର କହିଲେ ବାପା, ମା’ ଓ ବଡ଼ ଭାଇ। ବାପା ଓ ମା’ ମୁଢି ବ୍ୟବସାୟ କରି ପରିବାର ଚଳାନ୍ତି। ହେଲେ ଛୋଟ ଛୋଟ କଥାକୁ ନେଇ ବାପା ଓ ବଡ଼ ଭାଇ ତାଙ୍କୁ ନିର୍ଘାତ ବାଡ଼ାନ୍ତି। ଫଳରେ ଭୟରେ ସେ ଅନେକ ଥର ଘର ଛାଡ଼ି ଚାଲିଯିବାକୁ ଉଦ୍ୟମ କରିଥିଲେ। ତେଣୁ ବାପା ଓ ଭାଇ ତାଙ୍କ ଗୋଡ଼ରେ ବେଡ଼ି ପକାଇବା ସହ ବେକକୁ କୁକୁର ଚେନ୍‌ରେ ବାନ୍ଧି ରଖୁଥିଲେ। ସେ ଚିତ୍କାର କଲେ ତାଙ୍କୁ ଉଭୟ ବାଡ଼ି ଓ ଲୁହାରଡ୍‌ରେ ପିଟୁଥିଲେ। ଏହିଭଳି ୨ମାସ ଧରି ସେମାନେ ନାବାଳକଙ୍କୁ ଘର ଭିତରେ ବେଡି ପକାଇ ଚେନ୍‌ରେ ବାନ୍ଧି ରଖିଥିଲେ। ପଡୋଶୀମାନେ ତାଙ୍କ ବିଷୟରେ ପଚାରିଲେ ସେ ପାଗଳ ହୋଇଯାଇଥିବା ବାପା ଓ ଭାଇ ଉତ୍ତର ଦେଉଥିଲେ। ୪ଦିନ ବାପା ଓ ମା’ ମୁଢି ବ୍ୟବସାୟ କରିବାକୁ ଯାଇଥିବା ବେଳେ ବଡ଼ ଭାଇ କୌଣସି କାମରେ ବାହାରକୁ ଯାଇଥିଲେ। ଏହାର ସୁଯୋଗରେ ନାବାଳକ ଜଣକ ବେକରେ ବନ୍ଧା ଯାଇଥିବା ଚେନ୍‌କୁ ଛିଣ୍ଡାଇ ଏବଂ କବାଟ ଲକ୍‌ ଭାଙ୍ଗି ଘରୁ ବାହାରି ଆସିଥିଲେ। ଏହାପରେ ସେ ଛତ୍ରପୁର ରେଳଷ୍ଟେଶନ ଯାଇ ପ୍ଲାଟ୍‌ଫର୍ମରେ ବହୁ ସମୟ ବସିବା ପରେ ଏକ ଟ୍ରେନ୍‌ରେ ଚଢି ଯାଇଥିଲେ। ସେ କୁଆଡ଼େ ଯିବେ ଜାଣି ନ ଥିଲେ। ଟ୍ରେନ୍‌ଟି ଭୁବନେଶ୍ୱର ଷ୍ଟେଶନରେ ବହୁ ସମୟ ରହିବା ପରେ ସେ ଓହ୍ଲାଇ ପଡିଥିଲେ। ଗୁରୁବାର ପ୍ଲାଟ୍‌ଫର୍ମରେ ବସି କାନ୍ଦୁଥିବାବେଳେ କେତେଜଣ ଚାଇଲ୍ଡଲାଇନ ସଦସ୍ୟଙ୍କ ନଜରକୁ ଆସିଥିଲେ। ସେମାନେ ତାଙ୍କୁ ପଚରାଉଚରା କରିବା ପରେ ଉଦ୍ଧାର କରି ଶୈଶବ କେନ୍ଦ୍ର ‘ରୁଚିକା’ରେ ରଖିଖିଲେ। ଜ୍ୱର ହୋଇଥିବାରୁ ତାଙ୍କୁ ଔଷଧ ଦିଆଯିବା ପରେ ଶୁକ୍ରବାର ସେ ସୁସ୍ଥ ହୋଇଛନ୍ତି। ଏନେଇ ଚାଇଲ୍ଡ ଲାଇନ୍‌ ପକ୍ଷରୁ ଛତ୍ରପୁର ଥାନା ଅଧିକାରୀ ଓ ବ୍ରହ୍ମପୁର ସିଡବ୍ଲ୍ୟୁସିକୁ ଜଣାଇଛନ୍ତି। ଶନିବାର ସିଡବ୍ଲ୍ୟୁସି ପକ୍ଷରୁ ଥାନାରେ ନାବାଳକଙ୍କ ବାପା ଓ ଭାଇଙ୍କ ନାମରେ ଏକ ଅଭିଯୋଗ କରାଯିବ ବୋଲି ଚାଇଲ୍ଡ ଲାଇନ୍‌ ନିର୍ଦ୍ଦେଶକ ବେଣୁଧର ସେନାପତି କହିଛନ୍ତି।


All Right Reserved By Dharitri.Com

ରାଜ୍ୟରେ ବିଦ୍ୟୁତ୍‌ ସଙ୍କଟ ଉତ୍କଟ

ଭୁବନେଶ୍ୱର,୧୦ା୮(ବ୍ୟୁରୋ): ଏକଦା ବଳକା ବିଦ୍ୟୁତ୍‌ ରାଜ୍ୟ ବୋଲି ଡିିଣ୍ଡିମ ପିଟୁଥିବା ଓଡ଼ିଶା ଏବେ ଉତ୍କଟ ବିଦ୍ୟୁତ୍‌ ସଙ୍କଟର ସମ୍ମୁଖୀନ ହୋଇଛି। ପରିସ୍ଥିତି ଏପରି ହେଲାଣି ଯେ,...

ଇନ୍ଦ୍ରଦ୍ୟୁମ୍ନକୁ ଅଣଦେଖା : ଆସିଲାଣି ବର୍ଷା, ପୁଣି ଭୁଶୁଡ଼ିବା ଆଶଙ୍କା

ପୁରୀ ଅଫିସ, ୧୦।୬: ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ମଧ୍ୟରୁ ଅନ୍ୟତମ ତୀର୍ଥ ହେଉଛି ଇନ୍ଦ୍ରଦ୍ୟୁମ୍ନ। ପବିତ୍ର ପଞ୍ଚ ତୀର୍ଥରେ ବୁଡ଼ ପକାଇଲେ ପୁରୀକୁ କରିଥିବା ତୀର୍ଥଯାତ୍ରା ସଫଳ...

ସ୍ବଚ୍ଛ ସର୍ବେକ୍ଷଣ-୨୦୨୦ ପାଇଁ ବିଏମ୍‌ସିର ତତ୍ପରତା: ଶିଶୁ ଦିବସରୁ ଗଡ଼ିବ ସ୍ବଚ୍ଛତା ରଥ

ଭୁବନେଶ୍ୱର, ୧୦।୧୧: ଆଗକୁ ରହିଛି ସ୍ବଚ୍ଛ ସର୍ବେକ୍ଷଣ-୨୦୨୦। ସ୍ବାର୍ଟସିଟି ଭୁବନେଶ୍ୱର କିପରି ଚଳିତଥର ଭଲ ପ୍ରଦର୍ଶନ କରିବ ସେନେଇ ପ୍ରସ୍ତୁତି ଜୋର୍‌ଦାର ହୋଇଛି। କିଛିଦିନ ହେବ...

ଆଜି ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର,୮-୧୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ମନ୍ତ୍ରୀ ପରିଷଦ ବୈଠକ ଶୁକ୍ରବାର ଲୋକସେବା ଭବନଠାରେ ଅନୁଷ୍ଠିତ ହେବ। ଅପରାହ୍ନ ୧୨ଟା ୫ମିନିଟ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି...

ଓକିଲଙ୍କ ଆନ୍ଦୋଳନ ପ୍ରତ୍ୟାହୃତ: ଆଜିଠାରୁ ସ୍ବାଭାବିକ ହେବ ଭୁବନେଶ୍ୱର କୋର୍ଟ

ଭୁୁବନେଶ୍ୱର, ୬ା୭(ବ୍ୟୁରୋ): ଓକିଲଙ୍କୁ ଆକ୍ରମଣ ଘଟଣା ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଭୁବନେଶ୍ୱର ବାର ଆସୋସିଏଶନ ପକ୍ଷରୁ ଗତ ୨୦ ତାରିଖରୁ କାର୍ଯ୍ୟ ବନ୍ଦ ଚାଲିଥିଲା।...

କ୍ୟାପିଟାଲ ହସ୍ପିଟାଲ ଫାଣ୍ଡିରେ ପୋଲିସକୁ ମାଡ଼ ଘଟଣା : ପୋଲିସକୁ ଘାରିଛି ଆନ୍ଦୋଳନ ଭୟ

ଭୁବନେଶ୍ୱର,୧୨ା୮(ବ୍ୟୁରୋ) : ସଂଘବଦ୍ଧ ଆକ୍ରମଣର ଶିକାର ହୋଇଥିବା କ୍ୟାପିଟାଲ ହସ୍ପିଟାଲ ପାଣ୍ଡିର କନଷ୍ଟେବଳ ଅଜିତ କୁମାର ସ୍ବାଇଁଙ୍କୁ ମିଳୁନି ନ୍ୟାୟ। ଘଟଣାର ୫ଦିନ ବିତିଯାଇଛି। ନ୍ୟାୟ...

ଆଇନଶୃଙ୍ଖଳା ସ୍ଥିତି ନେଇ ବର୍ଷିଲେ ବିରୋଧୀ

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ): ଚଳିତ ଆର୍ଥିକବର୍ଷ ପାଇଁ ଗୃହ ବିଭାଗ ପକ୍ଷରୁ ଆଗତ ଅତିରିକ୍ତ ଖର୍ଚ୍ଚଦାବି ଶୁକ୍ରବାର ବିଧାନସଭାରେ ଗୃହୀତ ହୋଇଛି। ପ୍ରଶ୍ନୋତ୍ତର ପରେ ଶୂନ୍ୟକାଳ ହୋଇଥିଲା। ପରେ...

କେନ୍ଦ୍ର ଦେଇନି ୩୦ ହଜାର କୋଟି; ଯାହା ମାଗୁଛୁ, ମିଳୁନି: ଚତୁର୍ଦ୍ଦଶ ଅର୍ଥ କମିଶନ

ଭୁବନେଶ୍ୱର,୩୦।୭(ବ୍ୟୁରୋ): ଚତୁର୍ଦ୍ଦଶ ଅର୍ଥ କମିଶନ ଯାହା ସୁପାରିସ କରିଛନ୍ତି, ତାହା ଓଡ଼ିଶାକୁ ମିଳୁନାହିଁ। କମିଶନ ୨୦୧୫-୧୬ ରୁ ୨୦୧୯-୨୦ ମଧ୍ୟରେ ରାଜ୍ୟ ପାଇଁ କେନ୍ଦ୍ରୀୟ ଟିକସରୁ...

Leave a comment

Your email address will not be published. Required fields are marked *