ମୃତ୍ୟୁର ଆଁ ମେଲିଥିଲା: ରହସ୍ୟମୟ ପାଣି ସମ୍ପ

ଭୁବନେଶ୍ୱର, ୩।୮ (ବ୍ୟୁରୋ): ସତେ ଯେମିତି ମୃତ୍ୟୁର ଆଁ ମେଲି ରହିଥିଲା ସେହି ନିର୍ମାଣାଧୀନ ଘରର ପାଣି ସମ୍ପ୍‌। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପୁରୀ ବାଇପାସ୍‌ ରୋଡ୍‌ ପାର୍ଶ୍ୱ ପଳାଶୁଣୀ ଓ ପାଣ୍ଡରା ଛକ ମଧ୍ୟବର୍ତ୍ତୀ ଅଞ୍ଚଳରେ ଥିବା ଏହି ସମ୍ପ୍‌ ୩ଜଣଙ୍କ ଜୀବନ ନେବା ପରେ ଘଟଣା ପୂରା ରହସ୍ୟମୟ ହୋଇଯାଇଛି। ଏଠାରେ କାର୍ଯ୍ୟକରୁଥିବା ଶ୍ରମିକ ଠିକାଦାର ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ଅଞ୍ଚଳର ସମିରନ୍‌ ମୁନିୟାନ, ଶ୍ରମିକ ଭ୍ରିଗୁରାମ ମଣ୍ଡଳ ଓ ବାସୁଦେବ ମଣ୍ଡଳଙ୍କ ମୃତଦେହ ସମ୍ପ୍‌ ପାଣିରୁ ଉଦ୍ଧାର କରାଯାଇଥିଲା। ତେବେ କେମିତି, କାହିଁକି ଓ କେଉଁ ପରିସ୍ଥିତିରେ ୩ ଜୀବନ ଅକାଳରେ ଚାଲିଗଲା ତାହାକୁ ନେଇ ଏବେ ଉଠିଛି ପ୍ରଶ୍ନ।

ଶ୍ୱାସରୁଦ୍ଧ ହୋଇ ପାଣିରେ ବୁଡ଼ିଯାଇଥିବା ଆଶଙ୍କା
ଉକ୍ତ ନିର୍ମାଣାଧୀନ ଘରେ ରହି ମୃତ ତିନିଜଣଙ୍କ ସହ ପ୍ରଶାନ୍ତ ପାତ୍ର, କାଳିପଦ କ୍ରାମନା, ଉତ୍ପଲ ଦାସ ଓ ବିଶାରୂପ ରଞ୍ଜିତ କାର୍ଯ୍ୟ କରୁଥିଲେ। ପ୍ରଶାନ୍ତଙ୍କ କହିବାନୁସାରେ, ସମ୍ପଟି ୧୦ ଫୁଟ ଓସାର ୧୨ ଫୁଟ ଲମ୍ବର ହୋଇଥିବାବେଳେ ଗଭୀର ପାଖାପାଖି ୧୦ ଫୁଟ ଥିଲା। ସମିରନ ଓ ଭ୍ରିଗୁରାମ କାମ କରୁଥିବାବେଳେ ବାସୁଦେବ ରୋଷେଇ କରୁଥିଲେ। ନିକଟରେ ସମ୍ପଟିର ଉପର ଛାତ ପଡ଼ିଥିଲା। ସିଣ୍ଟରିଂ ଖୋଲିବା ପାଇଁ ସମିରନ ଓ ଭ୍ରିଗୁରାମ ତାହା ଭତରକୁ ପଶିଥିବା ଆଶା କରାଯାଉଛି। ଭିତରେ ଶ୍ୱାସରୁଦ୍ଧ ହୋଇ ଚିତ୍କାର କରିବା ପରେ ରୋଷେଇ କରୁଥିବା ବାସୁଦେବ ତା’ ଭିତରକୁ ପଶିବା ପରେ ସେ ମଧ୍ୟ ଫସିଯାଇଛନ୍ତି। ଉଦ୍ଧାର କରିବାକୁ ଚେଷ୍ଟା କରି ନିଜେ ବିପଦରେ ପଡିଯାଇଛନ୍ତି। ତେବେ ଅସୁସ୍ଥ ହୋଇପଡିବା ପରେ ଉପରକୁ ଉଠିବାର ସୁବିଧା ନ ଥିବାରୁ ସମସ୍ତେ ପାଣିରେ ବୁଡ଼ିଯାଇଥାଇ ପାରନ୍ତି ବୋଲି ପ୍ରଶାନ୍ତ କହିଛନ୍ତି।
ସିମେଣ୍ଟରେ ମିଶିଥିଲା କେମିକାଲ
ଅନ୍ୟପକ୍ଷରେ ଦେଖିବାକୁ ଗଲେ ଲୁହାରେ କଳଙ୍କି ଓ ଉଈ ନ ଲାଗିବା ପାଇଁ ସିମେଣ୍ଟରେ ଏକ ପ୍ରକାର କେମିକାଲ ଦିଆଯାଇଥାଏ। ଉକ୍ତ ନିର୍ମାଣାଧୀନ ଘରୁ କେମିକାଲ ଡବା ମଧ୍ୟ ମିଳିଛି। ଛାତ ପଡ଼ିବା ପରେ ପ୍ରାୟ ୨ ମାସ ହେବ ସମ୍ପଯି ବନ୍ଦ ହୋଇ ରହିଥିଲା। ତେଣୁ ସ୍ବାଭାବିକ ଭାବେ ସମ୍ପ୍‌ ଭିତରେ ଅମ୍ଳଜାନ ଅଭାବ ରହିଥିବ। ପୁଣି କେମିକାଲ ଗ୍ୟାସ୍‌ ଆହୁରି ମାରାତ୍ମକ ହୋଇଥିବ। ମୃତଦେହଗୁଡିକୁ ଉଦ୍ଧାର କରିବା ସମୟରେ ଅନ୍ୟ ଶ୍ରମିକମାନେ ମଧ୍ୟ ସେଭଳି କିଛି ଅନୁଭବ କରିଥିଲେ। କିଛି ସମୟ ପାଇଁ ମୁଣ୍ଡ ବୁଲାଇବା ସହ ବନ୍ତି ଲାଗିଥିଲା ବୋଲି ଉତ୍ପଲ କହିଛନ୍ତି।

ଅଧା ରହିଗଲା ରୋଷେଇ
ରୋଷେଇ ଦାୟିତ୍ୱରେ ଥିଲେ ବାସୁଦେବ। ଭାତ ରୋଷଇ ସାରି ଦେଇଥିବାବେଳେ ପରିବା ଓ ମାଛ କାଟି ରଖିଥିଲେ। ଆଉ କିଛି ସମୟ ପରେ ରୋଷେଇ ସରିଥାନ୍ତା। ସମସ୍ତେ ମିଳିମିଶି ଖାଇଥାନ୍ତେ। ହେଲେ ଏହାପୂର୍ବରୁ ବାସୁଦେବଙ୍କ ସମେତ ୩ ଜୀବନ ନେଇଗଲା ନିଜେ ତିଆରି କରୁଥିବା ପାଣି ସମ୍ପ୍‌। ମୃତଦେହକୁ ଉଦ୍ଧାର କରିସାରିବା ପରେ ରୋଷେଇ ଘରେ ବାହୁନି କାନ୍ଦୁଥିଲେ ସହଯୋଗୀ ଶ୍ରମିକ ପ୍ରଶାନ୍ତ ଓ ଉତ୍ପଲଙ୍କ ସମେତ ଅନ୍ୟମାନେ। ବନ୍ଧୁଙ୍କୁ ହରାଇ ସମସ୍ତେ ପୂରା ଭାଙ୍ଗିପଡିଛନ୍ତି।
ବିନା ସୁରକ୍ଷାରେ କାର୍ଯ୍ୟ କରୁଥିଲେ
ନିର୍ମାଣାଧୀନ ଘରେ କାର୍ଯ୍ୟରତ ଶ୍ରମିକମାନେ ଅସୁରକ୍ଷିତ ଭାବେ ରହୁଥିଲେ। ଏପରିକି କାର୍ଯ୍ୟ କରୁଥିବା ସମୟରେ କୌଣସି ସୁରକ୍ଷା ସରଞ୍ଜାମ ବ୍ୟବହାର କରୁ ନ ଥିଲେ। ସମ୍ପ୍‌ ଭିତରେ ଅମ୍ଳଜାନ ଅଭାବ ହେଉ ଅବା ବିଷାକ୍ତ କେମିକାଲ ଜୀବନ ନେଇଥାଉ, ଶ୍ରମିକମାନେ ସୁରକ୍ଷା ସରଞ୍ଜାମ ବ୍ୟବହାର କରିଥିଲେ ହୁଏତ ଏପରି ଦୁଃଖଦ ଘଟଣା ଘଟି ନ ଥାନ୍ତା ବୋଲି ଘଟଣାସ୍ଥଳରେ ଉପସ୍ଥିତି ଲୋକେ ଓ ଅଗ୍ନିଶମ କର୍ମଚାରୀ କହିଛନ୍ତି। ଠିକାଦାରମାନେ ଅଧିକ ଲାଭ ଆଶାରେ ଏଭଳି ରାଜଧାନୀର ଅଧିକାଂଶ ସ୍ଥାନରେ ଶ୍ରମିକମାନଙ୍କୁ ବିନା ସୁରକ୍ଷା ବ୍ୟବସ୍ଥାରେ ବିପଦଜ୍ଜନକ କାର୍ଯ୍ୟରେ ନିୟୋଜିତ କରୁଥିବା ନଜିର ରହିଛି।


All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ

ଭୁବନେଶ୍ୱର, ୨୫।୯(ବ୍ୟୁରୋ): କଟକ ସ୍ବେରେଜ ବୋର୍ଡ ପ୍ରକଳ୍ପ ଯନ୍ତ୍ରୀଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତିି ଠୁଳ ଅଭିଯୋଗରେ ଯନ୍ତ୍ରୀ...

କରୋନା ସଚେତନତା: ପାନୀୟ ଜଳ ଯୋଗାଣ, ସଫେଇ କର୍ମଚାରୀଙ୍କୁ ୬ ମାସ ଆନ୍ଦୋଳନ ମନା

ଭୁବନେଶ୍ୱର, ୨୩।୩(ବ୍ୟୁରୋ): କରୋନା (କୋଭିଡ-୧୯)ର ଭୟାବହତା ସମଗ୍ର ବିଶ୍ୱକୁ ଥରହର କରିଛି। ରାଜ୍ୟ ସରକାର ଏହି ମହାମାରୀକୁ ପ୍ରତିହତ କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି।...

ଶ୍ରୀଲିଙ୍ଗରାଜ ମାର୍କେଟ କମ୍ପ୍ଲେକ୍ସ ଆବଣ୍ଟନ: ବିଭାଗୀୟ ଅଧିକାରୀଙ୍କ କାରସାଦି ପଦାରେ ପଡ଼ିଲା

ପୁରୁଣା ଭୁବନେଶ୍ୱର, ୨୭ା୧୦ (ଡି.ଏନ.ଏ.): ଦେବୋତ୍ତର ବିଭାଗ ଓ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ କିମ୍ବା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କୌଣସି କ୍ଷେତ୍ରରେ ବିଶ୍ୱାସକୁ ନ...

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ ୬୬୨ ବର୍ଗ କଲେଜ ସଂଘର ଆଲୋଚନା: ୭ମ ବେତନ କମିଶନ ଦରମା ଦାବି

ଭୁବନେଶ୍ୱର,୨୦-୯(ବ୍ୟୁରୋ):ସରକାରୀ କର୍ମଚାରୀଙ୍କଠାରୁ ଆରମ୍ଭକରି ବିଭିନ୍ନ ସରକାରୀ ଉଦ୍ୟୋଗ, ପୌରସଂସ୍ଥାର କର୍ମଚାରୀମାନେ ସପ୍ତମ ବେତନ କମିଶନଙ୍କ ସୁପାରିସ ହାରରେ ଦରମା ପାଉଛନ୍ତି। ମାତ୍ର ବ୍ଲକଗ୍ରାଣ୍ଟ ପାଉଥିବା ୬୬୨...

କରୋନା ସଂକ୍ରମଣ ଆଶଙ୍କା, କନ୍‌ଭେନସନ୍‌ ହଲ୍‌ରେ ହେବ ବିଧାନସଭା କାର୍ଯ୍ୟ: ବାଚସ୍ପତି

ଭୁବନେଶ୍ୱର,୨୭।୩(ବ୍ୟୁରୋ):  କରୋନା ସଂକ୍ରମଣ ଆଶଙ୍କାରେ ବିଧାନସଭା କାର୍ଯ୍ୟକୁ ସ୍ଥାନାନ୍ତର କରାଯିବ। ଲୋକସେବା ଭବନ କନ୍‌ଭେନସନ୍‌ ହଲ୍‌ରେ ଏହି କାର୍ଯ୍ୟ ହେବ। ବଜେଟ ଅଧିବେଶନର ବାକି କାର୍ଯ୍ୟ...

ହୀରାକୁଦ୍‌ ଡ୍ୟାମ୍‌ ପୁରସ୍କୃତ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ସମ୍ବଲପୁର ସ୍ଥିତ ହୀରାକୁଦ୍‌ ଡ୍ୟାମ୍‌କୁ ଉପଯୁକ୍ତ ରକ୍ଷଣାବେକ୍ଷଣ ଏବଂ ଉତ୍ତମ ଭିତ୍ତିଭୂମି ପାଇଁ ପୁରସ୍କୃତ କରାଯାଇଛି। କେନ୍ଦ୍ରୀୟ ଜଳସେଚନ ଓ ଶକ୍ତି ବୋର୍ଡ (ସିବିଆଇପି)ପକ୍ଷରୁ...

ଶ୍ରୀମନ୍ଦିର, ଗୁଣ୍ଡିଚା ମନ୍ଦିରରେ ଚାଲିଛି ମରାମତି

ପୁରୀ ଅଫିସ,୨୯ା୫: ବାତ୍ୟା ‘ଫନୀ’ ଯେ କେବଳ ମଣିଷଙ୍କୁ ବିପନ୍ନ କରିଦେଇଛି ତାହା ନୁହେଁ ବହୁ ଐତିହ୍ୟ, ଧାର୍ମିକ ଏବଂ ଦର୍ଶନୀୟସ୍ଥଳରେ ମଧ୍ୟ ତାଣ୍ଡବ ରଚିଛି।...

ପିଆଜ ଦରରେ ନିଆଁ

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ): ରାଜ୍ୟରେ ପିଆଜ ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ବଜାରରେ ପିଆଜ ମୂଲ୍ୟ କିଲୋ ପିଛା ୮୦ରୁ ୯୦ ଟଙ୍କାରେ ବିକ୍ରି...

Leave a comment

Your email address will not be published. Required fields are marked *