କନ୍ଧମାଳ ଜିଲାପାଳଙ୍କ ଶ୍ରାନିକେତା ଗସ୍ତବିଦ୍ୟାଳୟ, ପଞ୍ଚାୟତ କାର୍ଯ୍ୟାଳୟର ସ୍ଥିତି ପରଖିଲେ

ଦାରିଙ୍ଗବାଡ଼ି,୨।୮(ଡି.ଏନ.ଏ)- ଦାରିଙ୍ଗବାଡ଼ି ବ୍ଲକ ଶ୍ରାନିକେତା ପଞ୍ଚାୟତ ଅଞ୍ଚଳକୁ କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡି ଅଚାନକ ଗସ୍ତ କରିଛନ୍ତି। ସେ ପ୍ରଥମେ ଶ୍ରାନିକେତା ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ସେଠାରେ କେହି କର୍ମଚାରୀ ନଥିବା ଜାଣି ଉଦ୍‌ବେଗ ପ୍ରକାଶ କରିବା ସହ ଚାଲିଥିବା ଏମ୍‌ଜିଏନ୍‌ଇଆର୍‌ଇଜିଏସ୍‌ କାର୍ଯ୍ୟ କିଭଳି ଚାଲିଛି ତାହା ଉପସ୍ଥିତି ଲୋକଙ୍କ ପଚାରିବୁଝିଥିଲେ। ପରେ ସେ ଉକ୍ତ ପଞ୍ଚାୟତର ସୁଲୁମାହା ବିଦ୍ୟାଳୟକୁ ଯାଇ ସେଠାକାର ମଧ୍ୟାହ୍ନଭୋଜନ ରୋଷେଇ ଏବଂ ଖାଦ୍ୟର ମାନ ଯାଞ୍ଚ କରିଥିଲେ। ସେହିପରି ଛାତ୍ରୀଛାତ୍ରଙ୍କ ପାଠପଢା ସମ୍ପର୍କରେ ଆଲୋଚନା କରିବା ସହ ବିଦ୍ୟାଳୟ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ପରେ ସେ ବିଦ୍ୟାଳୟ ସମ୍ମୁଖରେ ଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଖଲି ସିଲେଇ କେନ୍ଦ୍ର ବୁଲି ଦେଖିବା ସହ ମହିଳା ମାନଙ୍କଦ୍ୱାରା ସଂଗ୍ରହ ଏବଂ ପ୍ରସ୍ତୁତ କରାଯାଉଥିବା ଅଁଳା, ହରିଡ଼ା, ବାହାଡ଼ାର ପ୍ରସ୍ତୁତୀ ଦେଖିବା ସହ ମହିଳାମାନଙ୍କ ସହ ଆଲୋଚନା କରିଥିଲେ। ପରେ ସେ ଫୁଲବାଣୀ ଫେରିଯାଇଥିଲେ।


All Right Reserved By Dharitri.Com

ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା ଘଟଣା ତଦନ୍ତ ଭାର ନେଲେ ଡିଏସ୍‌ପି

ଫୁଲବାଣୀ ଅଫିସ, ୨୮ା୮- ମକ.ନୂଆଗାଁ ବ୍ଲକ ସ୍ଥିତ କୁଡ଼ୁତୁଲି ସରକାରୀ ଉନ୍ନୀତ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା ଦେବା ଘଟଣାକୁ ନେଇ ଜିଲାରେ...

ହର୍ବାଲ୍‌ ପ୍ରଡକ୍ଟ ଦେଇଛି ମହିଳାଙ୍କୁ ରୋଜଗାର

ଦାରିଙ୍ଗବାଡ଼ି,୯।୧୨(ଡି.ଏନ.ଏ)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ରୋଜଗାର ବୃଦ୍ଧି ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ...

ଡିକି ଭାଙ୍ଗି ୨୫ ହଜାର ଲୁଟ୍‌

ଫୁଲବାଣୀ ଅଫିସ, ୨୩ା୯- ଫୁଲବାଣୀ ସହରରେ ଲୁଟେରା ମାତିଛନ୍ତି। ପୋଲିସ ସେମାନଙ୍କୁ ଧରିବାରେ ସକ୍ଷମ ହେଉନାହିଁ। ସୋମବାର ଏକ ବାଇକ୍‌ର ଡିକି ଭାଙ୍ଗି ୨୫ ହଜାର...

ଲଗାଣ ବର୍ଷାରେ ଧୋଇଗଲା ପିସୁବାନ୍ଦା ନାଳ ପୋଲର ଦୁଇ ପାର୍ଶ୍ୱ ରାସ୍ତା: ଯାତାୟାତ ଠପ୍‌

କୋଟଗଡ଼, ୯।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା କୋଟଗଡ଼ ବ୍ଲକରେ ଗତ ୪ଦିନଧରି ଲଗାଣ ବର୍ଷା ଲାଗିରହିଛି। ଏଥିରେ ପିସୁବାନ୍ଦା ନାଳ ଉପରେ ନୂତନଭାବେ ଏକ ପୋଲ ଠିକା...

ଦିଲ୍ଲୀ ଏମ୍‌ସ ଆକାଉଣ୍ଟରୁ ୪.୭୬ କୋଟି ଠକି ନେଲେ ବ୍ୟବସାୟୀ: ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସମ୍ପୃକ୍ତି ସନ୍ଦେହ

ଫୁଲବାଣୀ ଅଫିସ, ୨୫ା୧୨- ୪ କୋଟି ୭୬ ଲକ୍ଷ ୪୬ ହଜାର ୬୨୫ ଟଙ୍କା ଦିଲ୍ଲୀ ଏମ୍‌ସ(ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ)ର ଆକାଉଣ୍ଟରୁ...

କାର୍ଯ୍ୟକାରୀ ହେଲା ମନ୍ତ୍ରୀଙ୍କ ନିର୍ଦ୍ଦେଶ: କୁଡିପୁଞ୍ଜା ସେବାଶ୍ରମ ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ

ଫୁଲବାଣୀ ଅଫିସ,୯ା୧୨- କନ୍ଧମାଳ ଜିଲା ଗସ୍ତରେ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ମାସେ ପୂର୍ବରୁ ଆସି ବିଭାଗ ପକ୍ଷରୁ ଚାଲିଥିବା...

୬ ନାବାଳିକା, ୨୦ ନାବାଳକ ଉଦ୍ଧାର

ଫୁଲବାଣୀ ଅଫିସ, ୪ା୮ -ଫୁଲବାଣୀ ଟାଉନ ଥାନା ପୋଲିସ ପରି-୩ର କାର୍ଯ୍ୟକ୍ରମରେ ଶନିବାର ବିଭିନ୍ନ ସ୍ଥାନରେ ଚଢାଉ କରିଛି ା ଏହି କ୍ରମରେ ଫୁଲବାଣୀ ପୌର...

ବିଧାୟକଙ୍କ ସ୍ବାସ୍ଥ୍ୟକେନ୍ଦ୍ର ଗସ୍ତ

ଦାରିଙ୍ଗବାଡ଼ି,୧୫।୮(ଡି.ଏନ.ଏ)- ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୁରୁବାର ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଗସ୍ତ କରିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ର ପରିସର ଓ ରୋଗୀଙ୍କ ଶର୍ଯ୍ୟା ସଫା ନ ଥିବା...

Leave a comment

Your email address will not be published. Required fields are marked *