Posted inଜାତୀୟ

ଆଜିର ଦିନରେ ଦେଶରେ ଆରମ୍ଭ ହୋଇଥିଲା ମୋଦି ଲହର

ନୂଆଦିଲ୍ଲୀ, ୧୬।୫: ଆଜକୁ ପ୍ରାୟ ଠିକ୍‌ ପାଞ୍ଚ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୧୪ ମେ ୧୬ ଦିନ ବିରୋଧୀଙ୍କୁ ଚିତ୍‌ କରି ଭାଜପା ଏକତରଫା ବିଜୟ ହାସଲ କରିଥିଲା। ଏହି ଦିନ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଗଠନ ହେବ ବୋଲି ସ୍ପଷ୍ଟ ହୋଇଥିଲା। ସବୁ ଆକଳନକୁ ଭୁଲ ପ୍ରମାଣିତ କରି ୧୯୮୪ ପରେ ଦେଶରେ ଏକ ବହୁମତ ସରକାର ଗଠନର ବାଟ ଫିଟିଥିଲା। ଭାଜପା ଏକାକୀ ୨୮୨ଟି ଲୋକ ସଭା ଆସନ ଜିତିଥିଲା। ସହଯୋଗୀ ଏନଡିଏର ସହଯୋଗୀ ଦଳକୁ ମିଶାଇ ସଂଖ୍ୟା ୩୩୬ରେ ପହଞ୍ଚିଥିଲା। ୟୁପିଏକୁ ମାତ୍ର ୫୯ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ବିରୋଧୀ ଦଳର ମାନ୍ୟତା ପାଇବାକୁ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳି ନ ଥିଲା। ଉଜ୍ଜଳା ଯୋଜନା, ସ୍ବଚ୍ଛ ଭାରତ ଅଭିଯାନ ଏବଂ ଜନଧନ ଭଳି ଲୋକପ୍ରିୟ ଯୋଜନା ଗୁଡିକ ଜରିଆରେ ଲୋକଙ୍କ ପାଖକୁ ଯିବାକୁ ସରକାର ଚେଷ୍ଟା କରିଥିଲେ ମଧ୍ୟ ବେରୋଜଗାରୀ, କଳାଧନ, ନୋଟ ବନ୍ଦୀ, କାଶ୍ମୀର ମୁଦ୍ଦାକୁ ନେଇ ସରକାରଙ୍କୁ ଆଲୋଚନାର ଶରବ୍ୟ ହେବାକୁ ପଡିଥିଲା।


All Right Reserved By Dharitri.Com

ମହାରାଷ୍ଟ୍ରରେ ସରକାର ଗଠନ: ଭାଜପା କହିଲା, ‘ଜୟ ଶ୍ରୀରାମ, କାମ ସରିଗଲା’

ମୁମ୍ବାଇ,୧୫।୧୧: ମହାରାଷ୍ଟ୍ରରେ ଯଦିଓ ରାଷ୍ଟ୍ରପତି ଶାସନ ଜାରି କରାଯାଇଛି ଏବେ ମଧ୍ୟ ଭାଜପା, ଶିବସେନା, କଂଗ୍ରେସ ଓ ଏନସିପି ଦଳ ପକ୍ଷରୁ ସରକାର ଗଢିବା ପାଇଁ...

ଭାରତକୁ ଯୁଦ୍ଧରେ ପରାସ୍ତ କରିପାରିବନି ପାକିସ୍ତାନ: ଦଲାଇଲାମା

ମନାଲି,୨୮।୮: ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ପାକିସ୍ତାନରେ ନିଆଁ ଜଳୁଛି। ଦେଶର ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଖେଳାଳିମାନେ କେତେବେଳେ କ’ଣ କହୁଛନ୍ତି ତାହା ବୁଝାପଡୁନାହିଁ।...

କଳିଝଗଡ଼ା କରିବାକୁ ଯେଉଁ ମେଳାକୁ ଆସନ୍ତି ମହିଳା..

ଉତ୍ତରପ୍ରଦେଶ ଭଦୋହିରେ ପ୍ରତିବର୍ଷ ଏକ ମେଳା ଆୟୋଜିତ ହୋଇଥାଏ। ଏହାକୁ କଜରୀ ମେଳା କୁହାଯାଏ। ମେଳାରେ ରହିଛି ଏକ ପରମ୍ପରା। ଏଠାକୁ ଆସିଥିବା ମହିଳାମାନେ ପ୍ରଥମେ...

ଚାଇନାର ‘କଶ୍ମୀର’ ମନ୍ତବ୍ୟକୁ ଭାରତର ବିରୋଧ

ନୂଆଦିଲ୍ଲୀ,୨୯ା୯(ପି.ଟି.): ଜାତିସଂଘରେ ଚାଇନା କଶ୍ମୀର ପ୍ରସଙ୍ଗ ଉଠାଇଥିବାରୁ ଭାରତ ଏହାର ଦୃଢ଼ ବିରୋଧ କରିଛି। ୟୁଏନ୍‌ଜିଏରେ ଉଦ୍‌ବୋଧନ ଦେଇ ଚାଇନା କହିଥିଲା, ଜାତିସଂଘ ନିୟମାବଳୀ, ସୁରକ୍ଷା...

ପେଟପୁରା ଖାଇବାକୁ ନ ଦେବାରୁ ମାଲିକାଣୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କଲେ ଚାକର

ଯମୁନାନଗର,୧୮।୫: ହରିଆଣାର ଯମୁନାନଗରରେ ଥିବା ନ୍ୟୁ ଜୈନ ନଗର କଲୋନୀରେ ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି। ପେଟପୁରା ଖାଇବାକୁ ନ ଦେବାରୁ ମାଲିକାଣୀଙ୍କୁ ହତ୍ୟା...

ଅପରାଧ ରେକର୍ଡ ଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବାର କାରଣ କହିବ ଦଳ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୩।୨: ଆପରାଧିକ ମାମଲା ଥିବା ପ୍ରାର୍ଥୀଙ୍କୁ କାହିଁକି ଟିକେଟ ଦିଆଯାଇଛି ସେ ସମ୍ପର୍କରେ ଓ୍ବେବସାଇଟ ମାଧ୍ୟମରେ ଜଣାଇବାକୁ ରାଜନୈତିକ ଦଳଙ୍କୁ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।...

ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖରଙ୍କୁ ଲାଗିଲା ଝଟ୍‌କା

ମୁମ୍ବାଇ,୧୮।୨: ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ଲାଗିଛି ବଡ ଝଟ୍‌କା। ଫେବୃୟାରୀ ୨୧ରେ ମୁମ୍ବାଇର ଆଜାଦ ମଇଦାନରେ ସିଏଏ, ଏନ୍‌ପିଆର୍‌, ଏନ୍‌ଆର୍‌ସି ବିରୋଧରେ ରାଲି...

କରୋନାଭାଇରସରେ ଆକ୍ରାନ୍ତ ହୋଇଥିବା ଭାରତର ପ୍ରଥମ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର

ତିରୁଭାନନ୍ଥପୁରମ୍‌,୧୦।୨: କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ଭାରତର ପ୍ରଥମ ମହିଳାଙ୍କ ସ୍ଥିତି ଏବେ ସୁଧୁରିବାରେ ଲାଗିଛି। ସେ ଏବେ ରୋଗମୁକ୍ତ ହେଉଥିବା ଜଣାପଡ଼ିଛି। ନିକଟରେ କେରଳସ୍ଥିତ...

Leave a comment

Your email address will not be published. Required fields are marked *