ବିଦ୍ୟାଳୟ ଗେଟ୍‌ରେ ତାଲା ପକାଇଲେ ଛାତ୍ରୀଛାତ୍ର

ଶଙ୍କରାଖୋଲ,୨ା୮(ଡି.ଏନ.ଏ.)- ଶଙ୍କରାଖୋଲ ସରକାରୀ ଉଚ୍ଚ ବିଦ୍ୟାଳୟ ଗେଟ ସମ୍ମୁଖରେ ଗୁରୁବାର ସକାଳେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ର ତାଲା ପକାଇ ବିକ୍ଷୋଭ କରିଥିଲେ। ଗଣଶିକ୍ଷା ବିଭାଗର ନିୟମ ଅନୁଯାୟୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଟି ଉଚ୍ଚ ବିଦ୍ୟାଳୟରେ ମିଶିବା ପାଇଁ ନିର୍ଦ୍ଦେଶ ରହିଛି। ପ୍ରତିଦିନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ୧୫୭ ନଂ. ଜାତୀୟ ରାଜପଥ ଅତିକ୍ରମ କରି ମଧ୍ୟାହ୍ନ ଭୋଜନ ଖାଇବାକୁ ଉଚ୍ଚ ବିଦ୍ୟାଳୟକୁ ବିପଦପୂର୍ଣ୍ଣ ଭାବେ ଯାଉଛନ୍ତି। ଅଭିଭାବକ ଓ ଜନ ପ୍ରତିନିଧି ଦୁର୍ଘଟଣା ଆଶଙ୍କାରେ ଏହାକୁ ବିରୋଧ କରିଆସୁଛନ୍ତି। ପରେ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଗନ୍ନାଥ ସାହାଣୀଙ୍କ ଅଧ୍ୟକ୍ଷତାରେ ବୈଠକ ବସି ଅଗଷ୍ଟ ୧ରୁ ଉଚ୍ଚ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀ ରହିବ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢାଯିବା ସହ ମଧ୍ୟାହ୍ନ ଭୋଜନ ପାଇଁ ସ୍ଥିର ହୋଇଥିଲା। କିନ୍ତୁ ଉଚ୍ଚ ବିଦ୍ୟାଳୟର ଷଷ୍ଠରୁ ଅଷ୍ଟମ ଛାତ୍ରୀଛାତ୍ର ପରିବେଶ ଭଲ ନ ଥିବାରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବୁ ନାହିଁ ବୋଲି ଅଡିବସି ବିକ୍ଷୋଭ କରିଥିଲେ। ପ୍ରଧାନଶିକ୍ଷକ ପହଞ୍ଚତ୍ ତାଲାଭାଙ୍ଗି ବିଦ୍ୟାଳୟ ଖୋଲିଥିଲେ। ପରେ ଜିଲା ଶିକ୍ଷା ଅଧିକାରୀ ବିଳାଶ ଚନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ଟିକାବାଲି ବିଇଓ ଗୁଣମଣି ପାଟ୍ଟଯୋଶୀ ପହଞ୍ଚତ୍ ସମସ୍ତଙ୍କୁ ଡାକି ବୈଠକ କରି ସମସ୍ୟାର ସମାଧାନ କରିଥିଲେ। ଯେଉଁମାନେ ଛାତ୍ରୀଛାତ୍ରଙ୍କୁ ମିଶଗାଇଡ କରିବେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।


All Right Reserved By Dharitri.Com

୨୬ କି.ମି. ଚାଲିଲେ ୫୪ ଛାତ୍ର

ତୁମୁଡିବନ୍ଧ,୫ା୧୨(ଡି.ଏନ୍‌.ଏ.)- ଦୀର୍ଘଦିନଧରି ଶିକ୍ଷକ ପଦବୀ ପୂରଣ ହେଲାନି, ପାଠ ପଢାରେ ବହୁ ଅସୁବିଧା ହେଲା, ଶେଷରେ ଛାତ୍ରମାନେ ପାହାଡ଼ ପର୍ବତ ଘେରା ୨୬ କି.ମି. ରାସ୍ତା...

ଜି.ଉଦୟଗିରିରେ ଶ୍ୟାମାକାଳୀ ପୂଜା

ଜି.ଉଦୟଗିରି, ୨୭।୧୦(ଡି.ଏନ୍‌.ଏ.)- ଜି. ଉଦୟଗିରି ବନ୍ଧ ଛକ କାଳୀ ପୂଜା ମଣ୍ଡପରେ ରବିବାର ମା’ କାଳୀଙ୍କ ପୂଜା ଆରମ୍ଭ ହୋଇଛି। ପୂଜା କମିଟି ସଭାପତି ଅଜିତ...

ପୋଲ ନିର୍ମାଣ ହେଉନି: ନାଳ ପାର ହୋଇ ସ୍କୁଲ ଯାଉଛନ୍ତି ପିଲା

ଫିରଙ୍ଗିଆ, ୧୫ା୮-ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ପଞ୍ଚାୟତ ଟେଲାପାଲି ଗ୍ରାମ ଗାଟେଣୀ ନାଳ ଉପରେ ପୋଲ ନିର୍ମାଣ ହେଉନି ା ଫଳରେ ଟେଲାପାଲି, ଶିକୁଳିପଦର, ସିମିଝରି ଗ୍ରାମର...

ଡମ୍ପରକୁ ଧକ୍କାଦେଲା ବାଇକ: ଆରୋହୀ ମୃତ

ଦାରିଙ୍ଗବାଡ଼ି,୨୨।୮(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସାରିଙ୍ଗିଇର୍ପି ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଡମ୍ପରକୁ ବାଇକ ପଛପଟୁ ଧକ୍କାଦେବାରୁ...

ବାଲ୍ୟବିବାହ ବିରୋଧୀ ଫୋରମର ଶୁଭାରମ୍ଭ

ଫୁଲବାଣୀ ଅପିସ,୨୬ା୮-ଜିଲାରେ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବାକୁ ପ୍ରଶାସନ ଓ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ମିଳିତ ଭାବେ ପ୍ରୟାସ ଆରମ୍ଭ କରିଛନ୍ତି। ଜିଲାପାଳ...

ରାସ୍ତା ସଂପ୍ରସାରଣ ପାଇଁ ବେଆଇନ ବ୍ଲାଷ୍ଟିଂ: ପଥର ପଡ଼ି ଘର ଆଜବେଷ୍ଟସ ଭାଙ୍ଗିଲା

ଦାରିଙ୍ଗବାଡି,୧୧ା୧୨(ଡି.ଏନ୍‌.ଏ.)-ଦାରିଙ୍ଗବାଡି ବ୍ଲକ ବାଡ଼ାବାଙ୍ଗା ପଞ୍ଚାୟତକୁ ସଂଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା କାର୍ଯ୍ୟ ଚାଲିଛି । ତେବେ ଉକ୍ତ ରାସ୍ତା ସଂପ୍ରସାରଣ...

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର ଘଟଣା, କନଷ୍ଟେବଳ ନିର୍ଦ୍ଦୋଷ, ମାମୁ ପୁଅ ଗିରଫ

ଫୁଲବାଣୀ ଅଫିସ, ୨୦ା୯- ଖଜୁରିପଡା ଥାନା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଜଣେ କନଷ୍ଟେବଳ ବଳାତ୍କାର କରିବା ଘଟଣା ଭିନ୍ନମୋଡ ନେଇଛି ା କନଷ୍ଟେବଳ ଏହି...

ଆସନ୍ନ ପ୍ରସବାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଫୁଲବାଣୀ ଅଫିସ,୧ା୯- ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଆସନ୍ନ ପ୍ରସବାଙ୍କ ଅସ୍ତ୍ରୋପଚାର କକ୍ଷରେ ମୃତ୍ୟୁ ଘଟିଛି । ଏହାକୁ ନେଇ ପରିବାର ଲୋକଙ୍କ ପକ୍ଷରୁ...

Leave a comment

Your email address will not be published. Required fields are marked *