Posted inଖେଳ

ରୋହିତଙ୍କ ପାଇଁ ରେକର୍ଡ ଭାଙ୍ଗିବା ସୁଯୋଗ

ଲୌଡରହିଲ(ଆମେରିକା), ୨।୮(ପି.ଟି.)- ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଟି୨୦ ସିରିଜର ପ୍ରଥମ ମ୍ୟାଚ ଶନିବାର ଏଠାରେ ଖେଳାଯିବ। ଏଥିରେ ଭାରତର ରନ୍‌ ମେସିନ ରୋହିତ ଶର୍ମାଙ୍କ ପାଇଁ ଏକ ରେକର୍ଡ ଭାଙ୍ଗିବା ସୁଯୋଗ ରହିଛି। ରୋହିତ ଆଉ ୪ଟି ଛକା ମାରିପାରିଲେ ଓ୍ବେଷ୍ଟଇଣ୍ଡିଜର କ୍ରିସ୍‌ ଗେଲ୍‌ଙ୍କ ସର୍ବାଧିକ ଟି୨୦ ଅନ୍ତର୍ଜାତୀୟ ଛକା ରେକର୍ଡକୁ ଅତିକ୍ରମ କରି ପାରିବେ। କ୍ୟାରିୟରରେ ୯୪ଟି ଟି୨୦ ଖେଳିଥିବା ରୋହିତ ୧୦୨ଟି ଛକା ମାରି ସାରିଛନ୍ତି। ସେହି ତୁଳନାରେ ଦେଖିବାକୁ ଗଲେ ଜାମାଇକାର ହାର୍ଡ ହିଟର ବ୍ୟାଟ୍ସମ୍ୟାନ ଗେଲ୍‌ ୫୮ଟି ଟି୨୦ରୁ ୧୦୫ଟି ଛକା ମାରି ଆଗରେ ରହିଛନ୍ତି। ନ୍ୟୁଜିଲାଣ୍ଡର ମାର୍ଟିନ ଗୁପଟିଲ ୭୬ ମ୍ୟାଚରୁ ୧୦୩ ଛକା ମାରି ଗେଲ୍‌ଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଭାରତ-ଓ୍ବେଷ୍ଟଇଣ୍ଡିଜ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୩୯ ବର୍ଷୀୟ ଗେଲ୍‌ ସାମିଲ ନାହାନ୍ତି। ତେଣୁ ରୋହିତଙ୍କ ପାଇଁ ସମ୍ଭାବନା ଦୃଢ଼ୀଭୂତ ହୋଇଛି। ଏହି ଭାରତୀୟ  ଓପନର ଟି୨୦ରେ ସର୍ବାଧିକ ସ୍କୋରର ହେବାର ସୌଭାଗ୍ୟ ପାଇ ସାରିଛନ୍ତି। ସେ ୪ ଶତକ ଓ ୧୬ ଅର୍ଦ୍ଧଶତକ ସହ ୩୨.୩୭ ଆଭରେଜରେ ୨୩୩୧ ରନ ସଂଗ୍ରହ କରିଛନ୍ତି। ଗତ ଆଇସିସି ବିଶ୍ୱକପରେ ରୋହିତ ରେକର୍ଡ ୫ଟି ଶତକ ହାସଲ କରିଥିଲେ। ତେଣୁ ଆଗାମୀ ଟି୨୦ ସିରିଜରେ ମଧ୍ୟ ସେ ଭଲ ପ୍ରଦର୍ଶନ କରିବା ନେଇ ଆଶା ରହିଛି।


All Right Reserved By Dharitri.Com

Posted inଖେଳ View All

ଆମିସଙ୍କ ନାମରେ ପ୍ରଥମ ବିଶ୍ୱକପ୍‌ ଶତକ

ନୂଆଦିଲ୍ଲୀ, ୨୩।୫- ଆଇସିସି ବିଶ୍ୱକପ୍‌ ଆସନ୍ତା ୩୦ରୁ ବ୍ରିଟେନରେ ଆରମ୍ଭ ହେବ। କ୍ରିକେଟ ବିଶ୍ୱକପ୍‌ର ଏହାହେବ ଦ୍ୱାଦଶ ସଂସ୍କରଣ। ଏହା ମଧ୍ୟରେ ବିଶ୍ୱକପ୍‌ରେ ଅନେକ ରେକର୍ଡ...

କୋହଲି କ୍ରିକେଟର ଆଉ ଏକ ‘ବିରାଟ’ ତାରକା

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଆଜି ୩୧ତମ ଜନ୍ମଦିବସ। ଏହି ଦିନକୁ ଖାସ୍‌ କରିବା ପାଇଁ ସ୍ତ୍ରୀ ଅନୁଷ୍କା ସହ ଭୂଟାନରେ ପହଞ୍ଚିଛନ୍ତି...

ଭାରତକୁ ପ୍ରାରମ୍ଭିକ ଝଟକା

ବର୍ମିଂହାମ,୩୦।୬: ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଛି। ବିଶାଳ ୩୩୮ରନ୍‌ ଲକ୍ଷ୍ୟ ନେଇ କ୍ରିଜ୍‌କୁ ଆସିଥିବା ଭାରତୀୟ ଦଳର ଓପନର କେ.ଏଲ ରାହୁଲ...

ଧୋନୀଙ୍କ ଅବସରକୁ ନେଇ ମୁହଁ ଖୋଲିଲେ ସ୍ତ୍ରୀ ସାକ୍ଷୀ

ଭାରତୀୟ ଅଧିନାୟକ ବିରାଟ କୋହଲି ଗୁରୁବାର ମହେନ୍ଦ୍ର ସିଂ ଧୋନୀଙ୍କୁ ନେଇ ଏକ ଟୁଇଟ୍‌ କରିଥିଲେ। ଯାହାକୁ ନେଇ ସୋସିଆଲ ମିଡିଆରେ ଧୋନୀଙ୍କ ଅବସରକୁ ନେଇ...

‘ଓଭର ଥ୍ରୋ ଚୌକାକୁ ବାତିଲ୍‌ କରିବାକୁ ଅମ୍ପାୟରଙ୍କୁ କହି ନ ଥିଲି’

ଲଣ୍ଡନ,୧।୮ (ପି.ଟି.)- ଲଡର୍‌ସ ଗ୍ରାଉଣ୍ଡରେ ଖେଳାଯାଇଥିବା ରୋମାଞ୍ଚକ ଭରା ଆଇସିସି ବିଶ୍ୱକପ୍‌ ଫାଇନାଲରେ ଏକ ବିବାଦୀୟ ଘଟଣାକ୍ରମେ ବେନ୍‌ ଷ୍ଟୋକ୍ସଙ୍କ ବ୍ୟାଟ୍‌ ବାଜି ଓଭର ଥ୍ରୋ...

ସୁପର ଶଟ୍‌ ଲିଗ୍‌ ୨୭ରୁ

ଭୁବନେଶ୍ୱର, ୨୮।୪(କ୍ରୀଡ଼ା ପ୍ରତିନିଧି)- ଶୁଟରମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ଶୁଟିଂ ସ୍ପୋଟର୍‌ସରେ ପ୍ରଥମଥର ପାଇଁ ଓଡ଼ିଶାରେ ଏକ ଲିଗ୍‌ ଆରମ୍ଭ ହେବାକୁ ଯାଉଛି। ଗନ୍‌ ଫର...

ଶ୍ରୀସନ୍ତଙ୍କ ଘରେ ଲାଗିଲା ନିଆଁ

କୋଚି,୨୪।୮: ଭାରତୀୟ କ୍ରିକେଟ ଖେଳାଳି ଏସ୍‌ ଶ୍ରୀସନ୍ତଙ୍କ କେରଳର କୋଚିସ୍ଥିତ ଇଡାପାଲ୍ଲୀ ବାସଭବନରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଏକ ବଖରା...

ଇଣ୍ଡୋନେସିଆ ଓପନ୍‌ ବ୍ୟାଡ୍‌ମିଣ୍ଟନ: ସେମିରେ ସିନ୍ଧୁ

ଜାକର୍ତ୍ତା,୧୯।୭(ପି.ଟି.)-ଏଠାରେ ଚାଲିଥିବା ଇଣ୍ଡୋନେସିଆ ଓପନ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଭାରତୀୟ ମହିଳା ତାରକା ପି.ଭି. ସିନ୍ଧୁ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ସେ ଜାପାନର ନୋଜୋମି ଓକୁହାରାଙ୍କୁ...

Leave a comment

Your email address will not be published. Required fields are marked *