Posted inଜାତୀୟ

କୁମାରୀତ୍ୱ ପରୀକ୍ଷା ବିରୋଧରେ ସ୍ବର ଉତ୍ତୋଳନ କରୁଥିବା ପରିବାରକୁ ବାସନ୍ଦ: ୪ ଗିରଫ

ମୁମ୍ବାଇ,୧୬।୫: ମହାରାଷ୍ଟ୍ର ଥାଣେ ଜିଲାରେ ବିବାହ ପୂର୍ବରୁ କନ୍ୟାଙ୍କ କୁମାରୀତ୍ୱ ପରୀକ୍ଷା ବିରୋଧରେ ସ୍ବର ଉତ୍ତୋଳନ କରିଥିବା ଏକ ପରିବାରକୁ ସାମାଜିକ ବାସନ୍ଦ କରାଯାଇଛି। ଏହି ମାମଲାରେ ଅଭିଯୋଗ ଆଧାରରେ ୪ ଜଣଙ୍କୁ ଗିରଫ କରାଯାଇଛି। ଏଠାରେ ବାସ କରୁଥିବା ବବେକ ତମାଇଚିକରଙ୍କ ପରିବାର ଗତ କିଛି ବର୍ଷ ଧରି ଏଭଳି ପରମ୍ପରାକୁ ବିରୋଧ ଜାରି ରଖିଛି। ତେବେ ପଞ୍ଚାୟତର ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଲୋକେ ବିବେକଙ୍କ ବୁଢ଼ୀମାଙ୍କର ଅନ୍ତିମ ସଂସ୍କାରରେ ସାମିଲ୍‌ ହେବାକୁ ମନା କରିଥିଲେ। ଅପରପକ୍ଷରୁ ଲୋକେ ସେହି ଦିନ ଏଠାରେ ଥିବା ଏକ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ମହାରାଷ୍ଟ୍ର ସରକାର ଏହି ପରମ୍ପରାକୁ ଅପରାଧ ଭାବେ ଘୋଷଣା କରିଛନ୍ତି। ମାତ୍ର ଆଇନ କାନୁନ କେବଳ କାଗଜ ପତ୍ରରେ ଥିବା ଅଭିଯୋଗ ହେଉଛି। ଏନେଇ ରାଜ୍ୟ ସ୍ବରାଷ୍ଟ୍ର ମନ୍ତ୍ରୀ ରଣଜୀତ୍‌ ପାଟିଲ୍‌ ଏହି ମାମଲାରେ ଦୋଷୀ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶ୍ରୁତି ଦେଇଛନ୍ତି।


All Right Reserved By Dharitri.Com

ଆଇଏନ୍‌ଏସ୍‌ ଖଣ୍ଡେରୀ ନୌସେନାରେ ସାମିଲ୍‌: ଭାରତର ପ୍ରତିରକ୍ଷା ଶକ୍ତି ବୃଦ୍ଧି; ଆବଶ୍ୟକ ପଡ଼ିଲେ ପାକିସ୍ତାନକୁ ଦିଆଯିବ ଉଚିତ ଜବାବ

ମୁମ୍ବାଇ,୨୮।୯: ଆଇଏନ୍‌ଏସ୍‌ ଖଣ୍ଡେରୀକୁ ଭାରତୀୟ ନୌସେନାରେ ସାମିଲ୍‌ କରାଯାଇଛି। ଏହାଦ୍ୱାରା ଭାରତର ପ୍ରତିରକ୍ଷା ଶକ୍ତି ବୃଦ୍ଧି ପାଇବ ବୋଲି କୁହାଯାଉଛି। ଖଣ୍ଡେରୀକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ...

ଏସସିଓରେ ଚାଇନା ରାଷ୍ଟ୍ରପତି ସି ଜନପିଙ୍ଗ୍‌ଙ୍କୁ ଭେଟିବେ ମୋଦି

ନୂଆଦିଲ୍ଲୀ, ୯।୬: ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ହେବାପରେ ନରେନ୍ଦ୍ର ମୋଦି ଚାଇନା ରାଷ୍ଟ୍ରପତି ସି ଜନପିଙ୍ଗ୍‌ଙ୍କୁ ପ୍ରଥମଥର ପାଇଁ ଭେଟିବାର କାର୍ଯ୍ୟକ୍ରମ ରହିଛି। କିିର୍ଗିିଜିସ୍ତାନର ରାଜଧାନୀ ବିଶକେକଠାରେ...

ସହପାଠିନୀଙ୍କୁ ପୋଡ଼ିମାରିବା ଘଟଣା : ପୁରୁଷ ବନ୍ଧୁଙ୍କୁ ଫାଶୀଦଣ୍ଡ

ଗୁଆହାଟୀ, ୪ା୮(ପି.ଟି.): ଆସାମର କାମ୍‌ରୂପ ଜିଲାରେ ଜଣେ କଲେଜ ଛାତ୍ରୀଙ୍କୁ ଜିଅନ୍ତା ପୋଡ଼ି ମାରିଦେବା ଘଟଣାରେ ସ୍ଥାନୀୟ ଅଦାଲତ ପୁରୁଷ ବନ୍ଧୁଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିବାବେଳେ...

ଏନ୍‌ସିପି ବିଧାୟକ ନିଖୋଜ

ମୁମ୍ବାଇ,୨୪।୧୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଭାଜପାରୁ ଦେବେନ୍ଦ୍ର ଫଡନବିସ ଦ୍ୱିତୀୟ ଥର ଲାଗି ଶପଥ ଗ୍ରହଣ କଲେ ସତ। ହେଲେ ଏପର୍ଯ୍ୟନ୍ତ ସଂଖ୍ୟା ଗରିଷ୍ଠତାକୁ ନେଇ...

ସଂସ୍କୃତ ସ୍କୁଲରେ ଗାୟତ୍ରୀ ମନ୍ତ୍ରୋଚ୍ଚାରଣ ଶିଖୁଛନ୍ତି ମୁସଲମାନ୍‌ ଛାତ୍ରୀଛାତ୍ର

ଜୟପୁର,୧୫।୭: ଶିକ୍ଷାର କୌଣସି ଧର୍ମ ନାହିଁ। ଏହା ଅଜ୍ଞାନ ରୂପକ ଅନ୍ଧକାର ଦୂର କରି ଜ୍ଞାନର ଜ୍ୟୋତି ଜଳାଇଥାଏ। ଏହାର ଉଦାହରଣ ପାଲଟିଛି ରାଜସ୍ଥାନ ଜୟପୁରରେ...

ଜୀବନ ସାୟାହ୍ନରେ ଅବହେଳିତ: ଦେଶର ୮୯ ପ୍ରତିଶତ ଲୋକ ବୟସ୍କଙ୍କ ପ୍ରତି ଖରାପ ବ୍ୟବହାର କରନ୍ତି

ନୂଆଦିଲ୍ଲୀ,୧୫।୬: ପ୍ରତିବର୍ଷ ଜୁନ୍‌ ୧୫ରେ ବିଶ୍ୱସ୍ତରରେ ବୟସ୍କଙ୍କ ପ୍ରତି ଖରାପ ବ୍ୟବହାର ସଚେତନତା ଦିବସ( ଓ୍ବାଲ୍ଡ ଏଲଡର ଆବ୍ୟୁଜ୍‌ ଆଓ୍ବାରନେସ୍‌ ଡେ) ପାଳନ କରାଯାଇଥାଏ। ୨୦୧୨ରେ...

ମାନେକା ପଛରେ, ସୋନିଆ, ବରୁଣ ଆଗରେ

ନୂଆଦିଲ୍ଲୀ,୨୩।୫: ଲୋକ ସଭା ନିର୍ବାଚନ ଫଳାଫଳକୁ ନେଇ ସବୁଠି ରାଜନୀତି ସରଗରମ ଥିବା ବେଳେ ଭାଜପା ନେତ୍ରୀ ମାନେକା ଗାନ୍ଧୀ ସୁଲତାନପୁର ଆସନରୁ ପଛରେ ଥିବା...

ଖସି ପଡିଲା ଯୁଦ୍ଧ ବିମାନ ତେଜସ୍‌ର ଫୁଏଲ୍‌ ଟ୍ୟାଙ୍କ

ଚେନ୍ନାଇ,୨।୭: ତାମିଲନାଡୁର ସୁଲୁର ଏୟାର୍‌ ବେସ୍‌ ନିକଟରେ ମଙ୍ଗଳବାର ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଏଲ୍‌ସିଏ ତେଜସର ଫୁଏଲ୍‌ ଟ୍ୟାଙ୍କ ଖସିପଡିଥିବା ସୂଚନା ମିଳିଛି। ଏହା...

Leave a comment

Your email address will not be published. Required fields are marked *