ବିମାନରେ ଜିନିଷ ରଖିବା ସ୍ଥାନରେ ଏୟାର ହୋଷ୍ଟେସ୍‌ଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଯାତ୍ରୀ

ନାଶଭିଲେ: ବିମାନରେ ଜିନିଷ ରଖୁଥିବା ସ୍ଥାନରେ ଯଦି ଆପଣ ମଣିଷ ଶୋଇଥିବା ଦେଖିବେ ତାହାଲେ ଆପଣଙ୍କ ପ୍ରତିକ୍ରିୟା କ’ଣ ରହିବ। ଠିକ୍‌ ସେହିଭଳି ଘଟଣା ଦେଖିବାକୁ ମିଳିଛି ଦକ୍ଷିଣ ପଶ୍ଚିମ ଏୟାରଲାଇନ୍ସରେ ଥିବା ଯାତ୍ରୀଙ୍କ ମଧ୍ୟରେ। ଆମେରିକା ନାଶଭିଲେରୁ ଫିଲାଡେଲଫିଆକୁ ବିମାନ ଉଡାଣ ପାଇଁ ପ୍ରସ୍ତୁତ  ହେଉଥିଲା। ସେହି ସମୟରେ ବିମାନର ଉପର କମ୍ପାର୍ଟମେଣ୍ଟରେ ଜଣେ ବ୍ୟକ୍ତି ଜିନିଷ ରଖିବାକୁ ଯାଉଥିବା ବେଳେ ସେଠାରେ ଜଣେ ଏୟାରହୋଷ୍ଟେସ୍‌ ଶୋଇଥିବା ଦେଖିବାକୁ ପାଇଥିଲେ। ତାଙ୍କୁ ଦେଖି ଯାତ୍ରୀମାନେ ଆଶ୍ଚର୍ଯ୍ୟ ହେବା ସହ ବିମାନରେ ୧୦ ମିନିଟ୍‌ ପର୍ଯ୍ୟନ୍ତ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ଯାତ୍ରୀ ଜଣଙ୍କ ସେହି ମୁହୂର୍ତ୍ତକୁ ନିଜ କ୍ୟାମେରାରେ ରେକର୍ଡ କରିବା ପରେ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଶେୟାର ହେବାର କିଛି ସମୟ ମଧ୍ୟରେ ହିଁ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଅପରପକ୍ଷରେ ଏନେଇ ଦକ୍ଷିଣ ଏୟାରଲାଇନ୍ସ କର୍ତ୍ତୃପକ୍ଷ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯାତ୍ରୀଙ୍କୁ ହସାଇବାକୁ ଯାଇ ଆମର କର୍ମଚାରୀ କିଛି ଏଭଳି ପ୍ରଚେଷ୍ଟା କରିଥାନ୍ତି। ଆଉ ଏହା ମଧ୍ୟ ତାହାର ଏକ ଅଂଶ ବୋଲି ସେ କହିଛନ୍ତି।


All Right Reserved By Dharitri.Com

ତହସିଲଦାର ମାଗିଲେ ୨୫ହଜାର ଟଙ୍କା ଲାଞ୍ଚ : ନିଜ ମଇଁଷିକୁ କାର୍‌ରେ ବାନ୍ଧିଲେ ଚାଷୀ

ଭୋପାଲ: ପ୍ରତିଦିନ ଦେଶର କୋଣାନୁକୋଣରୁ ଭ୍ରଷ୍ଟାଚାରର ଅଭିଯୋଗ ସାମ୍ନାକୁ ଆସୁଛି। ଏହି କ୍ରମରେ ମଧ୍ୟପ୍ରଦେଶର ବିଦିଶାସ୍ଥିତ ସିରୋଜ ଅଞ୍ଚଳରୁ ଚକିତ କରିଦେବା ଭଳି ଏକ ଖବର...

୪ ଦଶନ୍ଧି ପରେ କ୍ୟୁବାରେ ପ୍ରଥମ ପ୍ରଧାନମନ୍ତ୍ରୀ

ହାଭାନା,୨୩ା୧୨: ଦୀର୍ଘ ୪ ଦଶନ୍ଧି ପରେ କ୍ୟୁବାର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମାନୁଏଲ ମାରେରୋ କ୍ରୁଜ୍‌ ନିଯୁକ୍ତ ହୋଇଛନ୍ତି। ରାଷ୍ଟ୍ରପତି ମିଗୁଏଲ୍‌ ଡିଆଜ୍‌ କାନେଲ ପ୍ରଧାନମନ୍ତ୍ରୀ...

ଭିକାରି ବେଶରେ ଭାଇରାଲ ହେଉଛି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଫଟୋ

ଇସଲାମାବାଦ,୧୮।୮: ସାଧାରଣତଃ ଗୁଗୁଲ ସର୍ଚ୍ଚ ଇଞ୍ଜିନରେ ଅନେକ ଶବ୍ଦ ବ୍ୟବହାର କରି ବିଭିନ୍ନ ତଥ୍ୟ ଖୋଜା ଯାଇଥାଏ। ଏବେ କିନ୍ତୁ ଦେଖିବାକୁ ମିଳିଛି ଗୁଗୁଲ ସର୍ଚ୍ଚ...

ମାନସିକ ପୂରଣ ପାଇଁ ଛୋଟପିଲାଙ୍କୁ ମାଙ୍କଡ଼ ବେଶରେ ସଜାଯାଏ…

ପଞ୍ଜାବ ଅମୃତସର ନିକଟରେ ଥିବା ପାବ୍‌ ଅଞ୍ଚଳରେ ରହିଛି ଏକ ମନ୍ଦିର। ଏଠାରେ ମାନସିକ ପୂରଣ ପାଇଁ ଛୋଟପିଲାଙ୍କୁ ମାଙ୍କଡ଼ ବେଶ କରାଯାଇଥାଏ। ଏହି ହନୁମାନ...

ବିଶ୍ୱର ସବୁଠୁ ଦାମୀ କେକ୍‌, ଯାହା ଦେଖିବାକୁ ସୁନ୍ଦରୀ ଯୁବତୀ ସଦୃଶ

ବିଭିନ୍ନ ପ୍ରକାରର କେକ୍‌ ଦେଖିଥିବେ। କିନ୍ତୁ ସୁନ୍ଦରୀ ଯୁବତୀ ବା ସେଲିବ୍ରିଟି ଆକାରର କେକ୍‌ କେବେ ଦେଖିଛନ୍ତି କି? ଯଦି ନା ତେବେ ଏମିତି ଏକ...

ବିଶ୍ୱର ସବୁଠୁ ଉଚ୍ଚରେ ଥିବା ହ୍ରଦ

ଲାମଜୁଙ୍ଗ: ନେପାଳର ମାନାଙ୍ଗ ଜିଲାରେ ଏବେ ନୂତନ ଭାବେ ସନ୍ଧାନ ମିଳିଥିବା କାଜିନ ସାରା ହ୍ରଦ ବିଶ୍ୱର ଉଚ୍ଚତମ ହ୍ରଦ ବୋଲି କୁହାଯାଉଛି। ଏହା ପୂର୍ବରୁ...

ଏସିଆର ପରିଷ୍କାର ଗାଁ: ଲୋକେ କୁହନ୍ତି ଭଗବାନଙ୍କ ବଗିଚା…

ଏପରି ଏକ ଗାଁ ରହିଛି ଯେଉଁଠି ସଫେଇ ପାଇଁ ସରକାରଙ୍କ ଉପରେ ନିର୍ଭର କରି ନ ଥାନ୍ତି ଏଠାକାର ବାସିନ୍ଦା। ଗାଁର ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ...

ଅଣୁ ଯୁଦ୍ଧର ଧମକ ଦେଲେ ଇମ୍ରାନ୍‌

ଇସ୍‌ଲାମାବାଦ, ୨୭ା୮: କଶ୍ମୀର ପ୍ରସଙ୍ଗରେ ସବୁଆଡୁ ବାଟ ବନ୍ଦ ହୋଇଯିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଭାରତକୁ ଅଣୁ ଯୁଦ୍ଧର ଧମକ ଦେଇଛନ୍ତି। ଏହି...

Leave a comment

Your email address will not be published. Required fields are marked *