ନରମିଲେ ବିଷ୍ଣୁ, ଟ୍ରିପଲ୍‌ ତଲାକ୍‌ ମନ୍ତବ୍ୟକୁ ନେଇ ଦୁଃଖ ପ୍ରକାଶ କଲେ

ଭୁବନେଶ୍ୱର, ୨।୮(ବ୍ୟୁରୋ): ଟ୍ରିପଲ୍‌ ତଲାକ୍‌ ଉପରେ ବିବାଦୀୟ ବୟାନ ଲାଗି ଦୁଃଖପ୍ରକାଶ କରିଛନ୍ତି ଭାଜପା ବିଧାୟକ ଦଳ ଉପନେତା ବିଷ୍ଣୁଚରଣ ସେଠୀ। ଗୁରୁବାର ବିଧାନସଭା ଶୂନ୍ୟକାଳରେ ସେ ଟ୍ରିପଲ୍‌ ତଲାକ୍‌ ଏବଂ ମୁସ୍‌ଲିମ ମହିଳାଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ପାଇଁ ଶେଷରେ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, କୌଣସି ଧର୍ମୀୟ ଭାବନାକୁ ଆଘାତ କରିବା ତାଙ୍କର ଉଦ୍ଦେଶ୍ୟ ନ ଥିଲା। ନିଜ ବିବୃତି ନେଇ ଦୁଃଖ ପ୍ରକାଶ କରିବା ପରେ ଏହାକୁ ବିଧାନସଭା ବିବରଣୀରୁ ବାଦ୍‌ ଦେବାକୁ ସେ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ରୁଲିଂ ଦେଇ ବିଷ୍ଣୁଙ୍କ ବୟାନକୁ ବିଧାନସଭା ବିବାଣୀରୁ ବାଦ୍‌ ଦେଇଛନ୍ତି। ଆଗକୁ ଏ ସମ୍ପର୍କରେ କୌଣସି ଖବର ପ୍ରସାର ନ କରିବାକୁ ମଧ୍ୟ ବାଚସ୍ପତି ରୁଲିଂ ଦେଇଛନ୍ତି।
ଶୁକ୍ରବାର ପୂର୍ବାହ୍ନ ସାଢ଼େ ୧୦ଟାରେ ବାଚସ୍ପତି ସଭାକାର୍ଯ୍ୟ ଚଳାଇବା ପାଇଁ ଗୃହକୁ ପ୍ରବେଶ କରିଥିଲେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ କରିବା ମାତ୍ରେ କଂଗ୍ରେସ ଦଳ ସଭ୍ୟ ତାରାପ୍ରସାଦ ବାହିନୀପତି, ସୁରେଶ କୁମାର ରାଉତରାୟ, ମହମ୍ମଦ ମୋକିମ୍‌, ସନ୍ତୋଷ ସିଂହ ସାଲୁଜାଙ୍କ ସମେତ ଅନ୍ୟ ସଭ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇ ନ ଥିଲା। କଂଗ୍ରେସ ସଭ୍ୟମାନେ ବିରୋଧୀ ଦଳ ଉପନେତା ସମଗ୍ର ମହିଳା ଜାତିକୁ ଅପମାନିତ କରିଛନ୍ତି। ଏ ନେଇ ସେ ଗୃହରେ କ୍ଷମା ମାଗନ୍ତୁ ଓ ସେ ଦେଇଥିବା ମନ୍ତବ୍ୟକୁ ଗୃହର ବିବରଣୀରୁ ବାଦ୍‌ ଦିଆଯାଉ ବୋଲି ଦାବି କରିଥିଲେ। ହଟ୍ଟଗୋଳ ନ ଥମିବାରୁ ବାଚସ୍ପତି ମାତ୍ର ୧ ମିନିଟ ପରେ ଗୃହକୁ ୧୦ଟା ୩୧ରୁ ୧୧ଟା ୩୦ ଯାଏ ମୁଲତବୀ ଘୋଷଣା କରିଥିଲେ। ବିରୋଧୀ ଦଳ ଉପନେତା ନିଜ ଜିଦ୍‌ରେ ଅଟଳ ରହିଥିଲେ। ସେ କୌଣସି ସେଭଳି ଭୁଲ୍‌ କରି ନାହାନ୍ତି, ଯାହା ପାଇଁ କ୍ଷମା ମାଗିବେ ବୋଲି କହିଥିଲେ। ତେବେ ଗୃହର ଅଚଳାବସ୍ଥା ଦୂର କରିବା ସକାଶେ ବାଚସ୍ପତି ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଶେଷରେ ସେ ଗୃହରେ ଦୁଃଖ ପ୍ରକାଶ କରିଥିଲେ। ବିଷ୍ଣୁଙ୍କ ଦୁଃଖ ପ୍ରକାଶ ପରେ କଂଗ୍ରେସ ସଭ୍ୟମାନେ ନିଜ ଦାବିରୁ ଓହରି ଯାଇଥିଲେ ଏବଂ ପୂର୍ବାହ୍ନ ୧୧ଟା ୩୦ରେ ଗୃହକାର୍ଯ୍ୟ ସ୍ବାଭାବିକ ହୋଇଥିଲା। ବିଧାନସଭା ବାହାରେ ଗଣମାଧ୍ୟମକୁ ବିଷ୍ଣୁ କହିଥିଲେ ଯେ, ଆମେ ତ ମଣିଷ ମାରିନୁ କି ରାହାଜାନି କରିନୁ, ପଶ୍ଚାତ୍ତାପ କାହିଁକି କରିବୁ। ୧୯୮୪ ଓ ୮୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସାହାବାନୁ କେସ୍‌ରେ ଅଧ୍ୟାଦେଶ ଆଣି ସମ୍ବାଧାନ ପରିବର୍ତ୍ତନ କରିଦେଇଥିଲେ। ସେଇଟା କିଛି ହେଲାନି। ଆମେ ନିର୍ଯାତିତ ମୁସଲମାନ ମହିଳାଙ୍କ ପାଇଁ ହେଉଥିବା ଏକ ଆନ୍ଦୋଳନରେ ସାମିଲ ହୋଇଛୁ। ଏହା ଉପରେ ମୁଜାଫରନଗର ଓ ଗାଜିଆବାଦ୍‌ରେ କୁହାଯାଇଛି। ମୋ ପାଖରେ ସେ ସବୁର ଖବର କ୍ଲିପ୍‌ ଅଛି। ଓ୍ବାନ୍‌ ନେଶନ ଓ୍ବାନ୍‌ ରିଲିଜିଅନ କଥା ଯେଉଁମାନେ କହୁଛନ୍ତି କେଉଁଟା ଅଧିକ ଗର୍ହୀତ ତାହା ଆପଣମାନେ ବିଚାର କରନ୍ତୁ। ଚାପରେ ନୁହେଁ ବିଭିନ୍ନ କ୍ଷେତ୍ରରେ ସବୁ କଥାରେ ଆମେ ତ ସର୍ବୋଚ୍ଚରେ ନାହୁଁ। ସେହି ଦୃଷ୍ଟିରୁ ଦୁଃଖ ପ୍ରକାଶ କଲୁ ବୋଲି ସେ କହିଥିଲେ।


All Right Reserved By

ଜୈନ ମନ୍ଦିର ସଦୃଶ ତୋରଣରେ ପୂଜା ପାଇବେ ଗଜାନନ

ବାରିପଦା ଅଫିସ,୨୫।୮- ବାରିପଦା ସହର ତକତପୁର ଫ୍ରେଣ୍ଡସ୍‌ ୟୁନିୟନ ପକ୍ଷରୁ ପ୍ରତିବର୍ଷ ପାଳିତ ହେଉଥିବା ଗଣେଶ ପୂଜାର ସ୍ବାତନ୍ତ୍ର୍ୟ ରହିଛି। ୨୦୦୭ ରେ ସ୍ଥାନୀୟ ଅଞ୍ଚଳର...

ମନ୍ଦିର ପରିଚାଳନାରେ ଅବ୍ୟବସ୍ଥା:ପାଣିଟାଙ୍କିରେ ମଲାକାଉ

ଆରଡ଼ି, ୨୨।୬ (ଡି.ଏନ.ଏ.)- ଭଦ୍ରକ ଜିଲାର ଶୈବପୀଠ ଆରଡ଼ିର ବାବା ଆଖଣ୍ଡଳମଣି ମନ୍ଦିର ପରିଚାଳନାରେ ତ୍ରୁଟି ଘଟିଛି। ମନ୍ଦିର ରୋଷେଇ ଘର ଛାତ ଉପରେ ଥିବା...

ମ୍ୟୁନିସିପାଲିଟି ପକ୍ଷରୁ ଚଢ଼ାଉ: ଲକ୍ଷାଧିକ ଟଙ୍କାର ପଲିଥିନ ଜବତ

କୋରାପୁଟ,୧୬/୭(ସ୍ବ.ପ୍ର.): କୋରାପୁଟ ମ୍ୟୁନିସିପାଲିଟି ପକ୍ଷରୁ ମଙ୍ଗଳବାର ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର ପଲିଥିନ ଜବତ ହୋଇଛି। ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ଗୌରଚନ୍ଦ୍ର...

ଭୁବନେଶ୍ୱରରୁ ଏୟାର ଏସିଆ ଉଡ଼ାଇବ ଆଉ ୪ ବିମାନ

ଭୁବନେଶ୍ୱର, ୧୫ା୧୦(ବ୍ୟୁରୋ): ଭୁବନେଶ୍ୱରରୁ ଆଉ ୪ ବିମାନ ଉଡ଼ାଇବ ଏୟାର ଏସିଆ। ଖୁବ୍‌ଶୀଘ୍ର ତିନୋଟି ରୁଟ୍‌ରେ ଏହି ବିମାନଗୁଡିକ ଚଳାଚଳ କରିବ ବୋଲି ପର୍ଯ୍ୟଟନ ସଚିବ...

ଗୋଚର ଜମିକୁ ଜେସିବି ଦ୍ୱାରା ସଫା କରିବା ନେଇ ଅଭିଯୋଗ: ସବର୍ଣ୍ଣ, ଅସବର୍ଣ୍ଣ ମଧ୍ୟରେ ବିବାଦ

ରଣପୁର,୨୯ା୬(ସ୍ବ.ପ୍ର.): ଅନ୍ୟ ଏକ ଗ୍ରାମର ଅସବର୍ଣ୍ଣ ଜାତିର ଲୋକେ ସବର୍ଣ୍ଣଙ୍କ ଗୋଚର ଜମିକୁ ଜେସିବି ଲଗାଇ ସଫା କରିବା ଘଟଣାକୁ ନେଇ ରଣପୁର ଅଞ୍ଚଳରେ ୨...

ଜିଲାପାଳକଁର ନିରଦେଶକେ ବେଖାତିର: ଘରଭଂଗା ସାହାଯ୍‌ରୁ ବଁଚିତ ଅସାହା ପରିବାର

ବିନିକା,୨୯ା୫ (ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ କୁହିବାହାଲ ଗଁାର ହିରଣ୍ୟ ନାୟକକଁର ଗଲା ବରଷା ଦିନେ ଭାଂଗି ଯାଇଥିଲା। ସେ ଘରଭଂଗା ସାହାଯ୍‌ ପାଏବାର...

ଘର ଉପରକୁ ଢଳିପଡ଼ିଛି ୧୧ କେଭି ବିଦ୍ୟୁତତାର, ସ୍ଥାନାନ୍ତର ଦାବି

ଆନନ୍ଦପୁର,୬ା୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କୋଳିମାଟି ପଞ୍ଚାୟତ ଅର୍ଜୁନବଣିଆ ଗ୍ରାମର ଗୋଟିଏ ପରିବାରର ୫ ପ୍ରାଣୀ କୁଟୁମ୍ବ ଏବେ ଭୟ ଆଶଙ୍କା ମଧ୍ୟରେ ଜୀବନ...

ଦାରିଙ୍ଗବାଡିରେ ୪୯ ମି.ମି. ବର୍ଷା: ୩୫କୁ ଖସିଲା ପାରଦ

ଦାରିଙ୍ଗବାଡି,୨୯।୫(ଡି.ଏନ୍‌.ଏ.)- ଦାରିଙ୍ଗବାଡ ବ୍ଲକ ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ କାଳବୈଶାଖୀ ପ୍ରଭାବରେ ପବନ ସହ ବର୍ଷା ହୋଇଛି। ୪୯ ମି.ମି. ବର୍ଷା ହୋଇଥିବା ବ୍ଲକ ପ୍ରଶାସନ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *