ଭୁବନେଶ୍ୱର, ୨୭।୩(ବ୍ୟୁରୋ): ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବିଜେଡି ବୁଧବାର ୩୬ଟି ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି। ପୂର୍ବରୁ ଯାହା ଚର୍ଚ୍ଚା ହେଉଥିଲା ତାହା ସତରେ ପ୍ରତିଫଳିତ ହୋଇଛି। ପ୍ରକାଶିତ ତାଲିକାରେ ତିନି ବିଧାୟକ ସେମାନଙ୍କ ପୁତ୍ରଙ୍କୁ ଥଇଥାନ କରିବାରେ ସଫଳ ହୋଇଛନ୍ତି। ବାସୁଦେବପୁର ବିଧାୟକ ତଥା ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ସ୍ଥାନରେ ତାଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ, ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ସ୍ଥାନରେ ଦେବୀ ରଞ୍ଜନ ତ୍ରିପାଠୀ ଏବଂ ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ସ୍ଥାନରେ ସୌଭିକ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରାଇଛି। ସୂଚନାଯୋଗ୍ୟ, ପ୍ରଫୁଲ୍ଲ ଘଡାଇଙ୍କ ପୁଅ ପ୍ରୀତି ରଞ୍ଜନ ଘଡାଇଙ୍କୁ ସୁକିନ୍ଦା, ସିମୁଳିଆରେ ପର୍ଶୁରାମ ପାଣିଗ୍ରାହୀଙ୍କ ପୁଅ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଧର୍ମଶାଳାରେ କଳ୍ପତରୁ ଦାସଙ୍କ ପୁଅ ପ୍ରଣବ ବଳବନ୍ତରାୟଙ୍କୁ ପୁଣି ବିଜେଡି ଟିକେଟ ଦେଇଛି। ଅପରପକ୍ଷରେ ପରିବାରବାଦକୁ ବିଜେଡି ବେଶୀ ପ୍ରୋତ୍ସାହିତ କରୁଥିବା ବିରୋଧୀଦଳ ପକ୍ଷରୁ କୁହାଯାଇଛି।


All Right Reserved By Dharitri.Com

ମାଟ୍ରିକ ପରୀକ୍ଷାରେ ଅକୃତକାର୍ଯ୍ୟ ହେବାରୁ ଛାତ୍ରଙ୍କ ଆତ୍ମହତ୍ୟା

ବସ୍ତା, ୨୧।୫(ସ୍ବ.ପ୍ର.)-ମଙ୍ଗଳବାର ପ୍ରକାଶ ପାଇଛି ଚଳିତବର୍ଷର ମାଟ୍ରିକ ପରୀକ୍ଷାଫଳ। ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇ ବାଲେଶ୍ୱର ଜିଲା ବସ୍ତା ଥାନା ପଣ୍ଡରୁଙ୍ଗି ଗ୍ରାମର ଜଣେ ଦଶମ ଶ୍ରେଣୀର...

ଘରୋଇ ଛାତ୍ରୀଛାତ୍ରଙ୍କୁ ମିଳୁନି ପାଠ୍ୟପୁସ୍ତକ, ପାଠପଢ଼ା ବ୍ୟାହତ

ଚିଲିକା,୨୧ା୮(ଡି.ଏନ.ଏ.): ଚଳିତ ଶିକ୍ଷାବର୍ଷର ଚାରିମାସ ବିତି ଯାଇଥିଲେ ସୁଦ୍ଧା ଛାତ୍ରୀଛାତ୍ରଙ୍କୁ ଏ ପର୍ଯ୍ୟନ୍ତ ସରକାରୀ ପାଠ୍ୟପୁସ୍ତକ ମିିଳିପାରୁ ନ ଥିବା ଅଭିଯୋଗ ହେଉଛି। ଫଳରେ ପିଲାମାନେ...

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟ ବନ୍ଦ ଆନ୍ଦୋଳନ

ବଲାଙ୍ଗୀର ଅଫିସ, ୧୭।୬: ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଜିଲା ଓକିଲ ସଂଘ ପକ୍ଷରୁ ସୋମବାରଠାରୁ ୪ ଦିନିଆ ଜିଲାପାଳ କାର୍ଯ୍ୟାଳୟ ବନ୍ଦ...

ଏଇ ଭାରତରେ

ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ସାରା ଦେଶରେ ଟ୍ରାଫିକ ନିୟମକୁ କଡ଼ାକଡି କରାଯାଇ ଜରିମାନା ଆଦାୟ କରାଯାଉଛି। ମାତ୍ର ଟ୍ରାଫିକ ନିୟମ...

ସାନତିହାଡ଼ା ଗ୍ରାମରେ ଅଭାବନୀୟ ଘଟଣା: ସ୍ତ୍ରୀଙ୍କୁ ହତ୍ୟା ପରେ ଜାଳିଦେଲେ

ଜଗତ୍‌ସିଂହପୁର ଅଫିସ,୨୬ା୧୦: ଜଗତ୍‌ସିଂହପୁର ଥାନା ଅଧୀନ ସାନତିହାଡ଼ା ଗ୍ରାମରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ରଶ୍ମିତା ରାଉତ ନାମ୍ନୀ ମହିଳାଙ୍କୁ ତାଙ୍କ ସ୍ବାମୀ...

ଭୁବନେଶ୍ୱର ଭିତରେ ଆର୍ମି ପରୀକ୍ଷାକୁ ପୋଲିସର ନା

ଭୁବନେଶ୍ୱର, ୧୬ା୧୦(ବ୍ୟୁରୋ):  ଆଗାମୀ ଦିନରେ ଭୁବନେଶ୍ୱର ଭିତରେ ହୋଇ ନ ପାରେ ଆର୍ମି ପରୀକ୍ଷା। ୧୨୦ ବାଟାଲିୟନରେ ଚାଲିଥିବା ଟେରିଟୋରିଆଲ ଆର୍ମି ପରୀକ୍ଷାକୁ ଆସୁଥିବା ପରୀକ୍ଷାର୍ଥୀମାନେ...

ନିଜଠୁ ୨୪ବର୍ଷ ସାନ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବେ ସଲମାନ

ବଲିଉଡର ଦବଙ୍ଗ ଷ୍ଟାର୍‌ ସଲମାନ ଖାନ୍‌ ନିଜଠାରୁ ୨୪ ବର୍ଷ ସାନ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିବାକୁ ଯାଉଛନ୍ତି। ଦବଙ୍ଗ-୩ରେ ସେ ଅଭିନେତ୍ରୀ ସାଇ ମଞ୍ଜେସ୍‌କରଙ୍କ...

‘ଖାନ୍‌ଦାନି ଶାଫାଖାନା’ରେ ସାମାଜିକ ଅଙ୍ଗିକାରବଦ୍ଧତା ରହିଛି: ସୋନାକ୍ଷୀ

ନୂଆଦିଲ୍ଲୀ: ସମାଜରେ ସେକ୍ସ ଏକ ନିଷିଦ୍ଧ ବିଷୟବସ୍ତୁ ହୋଇ ରହିଛି। ସେ ସମ୍ପର୍କରେ ଆଗାମୀ ଫିଲ୍ମ ‘ଖାନ୍‌ଦାନି ଶାଫାଖାନା’ ଲୋକଙ୍କ ମନରେ ପରିବର୍ତ୍ତନ ଆଣିବ ବୋଲି...

Leave a comment

Your email address will not be published. Required fields are marked *