Posted inଜାତୀୟ

ଲାଞ୍ଚ ନ ଦେବାରୁ ଗରିବ ବିଧବାଙ୍କୁ କୋଟିପତି ଦର୍ଶାଗଲା

ଅଯୋଧ୍ୟା,୨।୮: ବିକାପୁର ତହସିଲର ତାରାଦେବୀ ଗରିବ ଓ ବିଧବା। ନିକଟରେ ସେ ତାଙ୍କ ପୁଅ ଅମିତର ପାଠପଢା ଓ ଛାତ୍ରବୃତ୍ତି ପାଇଁ ବାର୍ଷିକ ଆୟ ପ୍ରମାଣ ପତ୍ର ବାହାର କରିବାକୁ ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ବହୁବାର ସେ ସେଠାକୁ ଦୌଡିବା ପରେ ମଧ୍ୟ ତାଙ୍କୁ ଏହି ପ୍ରମାଣ ପତ୍ର ମିଳି ନ ଥିଲା। ଶେଷରେ ପୁଅର ଛାତ୍ରବୃତ୍ତି ପାଇଁ ଆବେଦନ ତାରିଖ ଜୁଲାଇ ୩୦ଥିବା ବେଳେ ତହସିଲ କାର୍ଯ୍ୟାଳୟରେ ଗୁହାରି କରିବାରୁ ସେଠାକାର ଜଣେ କର୍ମଚାରୀ ତାରାଦେବୀଙ୍କୁ ଏମିତି ଏକ ଆୟ ପ୍ରମାଣପତ୍ର ଦେଇଥିଲେ ଯାହା ଦେଖିବା ପରେ ସେ ଏହାକୁ ବିଶ୍ୱାସ କରିପାରି ନ ଥିଲେ। ଉକ୍ତ ପ୍ରମାଣ ପତ୍ରରେ ତାରାଦେବୀଙ୍କ ବାର୍ଷିକ ଆୟ ଥିଲା ୫ କୋଟି ୨୦ ଲକ୍ଷ। ଏହାକୁ ଦେଖିବା ପରେ ଉଭୟ ତାରାଦେବୀ ଓ ତାଙ୍କ ପୁଅ କିଛି ବୁଝି ପାରି ନ ଥିଲେ। ଶେଷରେ ପୁଅ ଅମିତ ମଧ୍ୟ ଛାତ୍ରବୃତ୍ତି ପାଇଁ ଆବେଦନ କରିପାରି ନ ଥିଲେ। ଏବେ ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସେ ଗୁହାରି କରିଥିବା କହିଛନ୍ତି। ତେବେ ତାରାଦେବୀ ଲାଞ୍ଚ ନ ଦେବାରୁ ଏପରି କରାଯାଇଥିବା ସେ ଅଭିଯୋଗ କରିଛନ୍ତି।


All Right Reserved By Dharitri.Com

ଦିଲ୍ଲୀରେ ଏସ୍‌ଆଇ ପରିବାର କରୋନା ସଂକ୍ରମିତ: ପୋଲିସ କଲୋନୀର ୩ ବ୍ଲକ ସିଲ୍‌

ନୂଆଦିଲ୍ଲୀ,୧୬।୪: ମହାମାରୀ କରୋନା ଭାଇରସ୍‌ ସାରା ଦେଶରେ କାୟା ବିସ୍ତାର କରି ଚାଲିଛି। କରୋନା ବିରୋଧରେ ଲଢ଼େଇରେ ଜାରି ରଖିଥିବା ଯୋଦ୍ଧା ଏଥିରୁ ବର୍ତ୍ତି ପାରୁ...

ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ଉପଶମ ସହିତ କିଡ୍‌ନୀ ଏବଂ ଲିଭର ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ପିଅନ୍ତୁ ଏହି ପାଣିରୁ ଗ୍ଲାସେ…

ପ୍ରତିଦିନ ସକାଳେ ହଳଦି ପାଣି ପିଇଲେ ବହୁ ଫାଇଦା ମିଳିଥାଏ । ହଳଦି ପାଣିରେ କରକ୍ୟୁମିନ୍‌ ଅଧିକ ଥିବାରୁ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଉପଶମ କରିବାରେ ଏହା...

ପ୍ରଥମଥର ପାଇଁ ହେଲା କୁକୁରର ହାର୍ଟ ଅପରେଶନ

ନୂଆଦିଲ୍ଲୀ,୯।୨: ଦେଶରେ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ଏକ ବଡ ସଫଳତା ମିଳିଛି। ପ୍ରଥମ କରି ସାଢେ ୭ ବର୍ଷର ଏକ କୁକୁରର ପେସ୍‌ମେକର ଇନପ୍ଲାଣ୍ଟ ସର୍ଜରୀ...

ଛିଙ୍କିବା-କାଶିବା ସମୟରେ ମୁହଁରେ ହାତ ନ ଦେଲେ ଜରିମାନା: ଜୁନ୍‌ ୧ରୁ ସରକାରୀ ନିୟମ ଲାଗୁ

ବେଜିଂ,୨୮।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ଚାଇନା ସରକାର ଏକ ନୂଆ ନିୟମ ଲାଗୁ କରିବାକୁ...

ଇଂଲଣ୍ଡରୁ ଫେରିଲେ ଟିଏମ୍‌ସି ଏମ୍‌ପି: ଏବେ ପରିବାରଠାରୁ ୭ଦିନ ଯାଏଁ ରହିବେ ଅଲଗା

କୋଲକାତା,୧୮।୩: କୋଲକାତାର ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ଏମ୍‌ପି ତଥା ବଙ୍ଗୀୟ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ମଙ୍ଗଳବାର ଇଂଲଣ୍ଡରୁ ଭାରତକୁ ଫେରିଛନ୍ତି। କୋଲକାତା ବିମାନବନ୍ଦରରେ ପହଞ୍ଚିବା ପରେ...

ଅନୁଚ୍ଛେଦ ୩୭୦ ଉଚ୍ଛେଦ ବିରୋଧରେ ପିଟିଶନ୍‌:ମଙ୍ଗଳବାରଠାରୁ ସାମ୍ବିଧାନିକ ପୀଠରେ ଶୁଣାଣି

ନୂଆଦିଲ୍ଲୀ,୧ା୧୦(ପି.ଟି.): ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ସୁବିଧା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକାଧିକ ପିଟିଶନ୍‌ ଦାଏର ହୋଇଥିବାବେଳେ ମଙ୍ଗଳବାରଠାରୁ ଏହାର...

ପରିବେଶ ସୁରକ୍ଷା ପାଇଁ ନିଜ ଗୋତ୍ରର ନାଁ ବଦଳାଉଛନ୍ତି ଲୋକେ

ବସ୍ତର,୧୩।୭: ଛତିଶଗଡ଼ ବସ୍ତରର ଆଦିବାସୀମାନେ ଏବେ ପରିବେଶ ସୁରକ୍ଷା ପାଇଁ ଏକ ଅଭିନବ ଉପାୟ ଆଣାଇଛନ୍ତି। ଏମାନେ ବିଭିନ୍ନ ବୃକ୍ଷ ଓ ପଶୁପକ୍ଷୀଙ୍କ ନାଁ ଅନୁଯାୟୀ...

ପୁଲଓ୍ବାମାରେ ପୁଣି ଆଇଇଡି ବିସ୍ଫୋରଣ ପାଇଁ ଆତଙ୍କବାଦୀଙ୍କ ଯୋଜନା: ଗୋଇନ୍ଦା ରିପୋର୍ଟ

ଶ୍ରୀନଗର,୬।୭: ପୁଲଓ୍ବାମାରେ ପୁଣି ଥରେ ବିସ୍ଫୋରଣ ପାଇଁ ଆତଙ୍କବାଦୀ ଯୋଜନା କରିଛନ୍ତି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ପୁଲଓ୍ବାମାରେ...

Leave a comment

Your email address will not be published. Required fields are marked *