Posted inଜାତୀୟ

ତୃତୀୟ ଦିନରେ ଡାକ୍ତରଙ୍କ ଆନ୍ଦୋଳନ

ନୂଆଦିଲ୍ଲୀ୨।୮: ଦିଲ୍ଲୀରେ ନ୍ୟାଶନାଲ ମେଡିକାଲ କମିଶନ ବିଲ୍‌(ଏନ୍‌ଏମ୍‌ସି) ବିରୋଧରେ ଡାକ୍ତରଙ୍କ ବିରୋଧ ଜାରି ରହିଛି। ଦିଲ୍ଲୀ ଏମ୍ସ ଡାକ୍ତରଙ୍କ ଆନ୍ଦୋଳନ ଶୁକ୍ରବାରକୁ ତୃତୀୟ ଦିନରେ ପହଞ୍ଚିଛି। ଆନ୍ଦୋଳନ ଯୋଗୁ ଡାକ୍ତରମାନେ କାର୍ଯ୍ୟରେ ଯୋଗଦେଉ ନ ଥିବାରୁ ରୋଗୀସେବା ବ୍ୟାହତ ହୋଇଛି। ଏହି ବିଲ୍‌ ଡାକ୍ତରଙ୍କ ସପକ୍ଷରେ ଥିବା ସହ ଆନ୍ଦୋଳନରେ ନ ଯିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ଡାକ୍ତରଙ୍କୁ ନିବେଦନ କରିଥିବା ସତ୍ତ୍ୱେ ମଧ୍ୟ ସେମାନେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିଛନ୍ତି। ସୂଚନାଯୋଗ୍ୟ, ୨୯ ଜୁଲାଇକୁ ଏନ୍‌ଏମ୍‌ସି ବିଲ୍‌ ଲୋକ ସଭାରେ ଗୃହୀତ ହୋଇଥିବା ବେଳେ ଗୁରୁବାର ରାଜ୍ୟ ସଭାରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଏହାକୁ ଅନୁମୋଦନ କରାଇବାରେ ସଫଳ ହୋଇଛନ୍ତି। ଏନେଇ ସାରା ଦେଶର ଡାକ୍ତରମାନେ ବିରୋଧ କରିବା ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ବିଲ୍‌ ପାରିତ ହେବା ପରେ ଆସନ୍ତା ୩ବର୍ଷ ମଧ୍ୟରେ ନ୍ୟାଶନାଲ ମେଡିକାଲ କମିଶନ ଗଠନ କରାଯିବ। ଏହା ପୂର୍ବରୁ ମେଡିକାଲ କାଉନସିଲ ଅଫ ଇଣ୍ଡିଆ ନିକଟରେ ଆଡମିଶନ, ମେଡିକାଲ ଶିକ୍ଷା ଏବଂ ଡାକ୍ତରଙ୍କ ସହ ଜଡିତ ଥିବା ସମସ୍ତ କାର୍ଯ ରହିଥିଲା। କିନ୍ତୁ ଏହି ବିଲ୍‌ ଅନୁମୋଦନ ହେବା ପରେ ଏହି ସବୁ କାର୍ଯ୍ୟ ଏନ୍‌ଏମ୍‌ସି ହାତକୁ ଚାଲିଯିବ।


All Right Reserved By Dharitri.Com

ଲିଭୁଥିବା ଲଣ୍ଠନ ପାଇଁ ମାନସ ମନ୍ଥନ କରିବେ ରାବ୍ରୀ

ପାଟନା,୨୬।୫: ଲୋକ ସଭା ନିର୍ବାଚନରେ ବିହାରରେ ଲାଲୁ ଯାଦବଙ୍କ ଆରଜେଡି ସମ୍ପୂର୍ଣ୍ଣ ଧରାଶାୟୀ ହୋଇଛି। ରାଜ୍ୟର ୪୦ଟି ଲୋକ ସଭା ଆସନ ମଧ୍ୟରୁ ୩୯ଟି ଏନଡିଏ...

ତୃତୀୟ ମହଲାରେ ନିଦରେ ଶୋଇଥିଲେ ଲୋକେ: ନିଆଁ ତ ଲିଭିଲା; ଭାଙ୍ଗିଲାନି ମହାନିଦ୍ରା

ନୂଆଦିଲ୍ଲୀ,୮।୧୨: ଉପହାର ସିନେମା ହଲ୍‌ରେ ୨୨ ବର୍ଷ ତଳେ ଘଟିଥିବା ଅଗ୍ନିକାଣ୍ଡ ଘଟଣାକୁ ପୁଣି ଥରେ ଦିଲ୍ଲୀବାସୀଙ୍କୁ ମନେ ପକାଇ ଦେଇଛି ରବିବାରର ଘଟଣା। ରାଣୀ...

ସୋମବାର ମଧ୍ୟାହ୍ନରୁ ଜମ୍ମୁ-କଶ୍ମୀରରେ ପୋଷ୍ଟପେଡ୍‌ ମୋବାଇଲ୍‌ ସେବା ଆରମ୍ଭ

ଶ୍ରୀନଗର,୧୨।୧୦: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଆସନ୍ତା ସୋମବାର ମଧ୍ୟାହ୍ନଠାରୁ ଜମ୍ମୁ-କଶ୍ମୀରରେ ପୋଷ୍ଟପେଡ୍‌ ମୋବାଇଲ୍‌ ସେବା ଆରମ୍ଭ ହେବ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତିି...

ଜନତା କର୍ଫ୍ୟୁ ପୂର୍ବରୁ ଦେଶବାସୀଙ୍କୁ ମୋଦିଙ୍କ ଆହ୍ବାନ: ସତର୍କ ହୁଅ, ଭୟ କରନି

ନୂଆଦିଲ୍ଲୀ,୨୨।୩: ଜନତା କର୍ଫ୍ୟୁ ପାଳନର ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ପୁଣିଥରେ ଦେଶବାସୀଙ୍କ ସହଯୋଗ ଲୋଡ଼ିଛନ୍ତି। କରୋନା ସଂକ୍ରମଣ ରୋକିବା ଦିଗରେ ସତର୍କ...

ପରବର୍ତ୍ତି ନିର୍ବାଚନ ରାହୁଲ ପଡୋଶୀ ଦେଶରୁ ଲଢିବେ: ପିୟୁଷ ଗୋଏଲ

ନୂଆଦିଲ୍ଲୀ,୨୧।୪: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏଥର ଲୋକ ସଭା ନିର୍ବାଚନ ପାଇଁ ୨ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତେବେ ସେ ୨ଟି ଯାକ ଆସନରେ...

ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର: ଦ୍ୱିତୀୟ ଥର ମୃତଦେହ ବ୍ୟବଚ୍ଛେଦ କରିବେ ଏମ୍ସ ଡାକ୍ତରୀ ଦଳ

ହାଇଦ୍ରାବାଦ୍‌, ୨୨।୧୨: ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟରରେ ମୃତ୍ୟୁ ଘଟିଥିବା ୪ ଅଭିଯୁକ୍ତଙ୍କ ମୃତଦେହ ପୁଣି ଥରେ ବ୍ୟବଚ୍ଛେଦ କରାଯିବ। ଏନେଇ ଏମ୍ସର ୩ ଜଣିଆ ଡାକ୍ତରୀ ଦଳ...

ବୋଲେରୋ ଉପରେ ଚଢ଼ିଗଲା ଟ୍ରକ୍‌: ୧୧ ମୃତ

ଜୟପୁର, ୧୫।୩: ରାଜସ୍ଥାନର ଜୟପୁରଠାରେ ଏକ ବୋଲେରୋ ଉପରେ ଟ୍ରକ୍‌ ଚଢ଼ିଯିବାରୁ ୧୧ ଜଣ ପ୍ରାଣ ହରାଇବା ସହ ୩ ଗୁରୁତର ହୋଇଛନ୍ତି। ଯୋଧପୁର ଜିଲା...

ନିଜ ରାଇଜରେ ବେଘର ଜଙ୍ଗଲ ରାଜା: ୨୦୨୨ସୁଦ୍ଧା ବାଘ ସଂଖ୍ୟା ୨ ଗୁଣା କରିବାକୁ ୧୩ ଦେଶର ମିଳିତ ପ୍ରୟାସ

ନୂଆଦିଲ୍ଲୀ,୨୯।୭: ଜନସଂଖ୍ୟା ବୃଦ୍ଧି ଯୋଗୁ ଜଙ୍ଗଲ ପରିସୀମା କମିବାରେ ଲାଗିଛି। ଏହାଦ୍ୱାରା ଜଙ୍ଗଲ ରାଜା ବାଘ ନିଜ ରାଇଜରେ ବି ବେଘର ହେବାରେ ଲାଗିଛି। ଏହାଯୋଗୁ...

Leave a comment

Your email address will not be published. Required fields are marked *