ରୁପା, ଷ୍ଟୋନ୍‌ ରାଖୀର ଚାହିଦା ବେଶି

କଟକ ଅଫିସ,୨।୮: ଭାଇ ଭଉଣୀଙ୍କର ସ୍ନେହ ସମ୍ପର୍କ ଓ ଭଲ ପାଇବାର ପର୍ବ ରାଖୀପୂର୍ଣ୍ଣିମା। ଭାଇ ହାତରେ ଭଉଣୀ ରାଖୀ ବାନ୍ଧି ଶୁଭମନାସୀ ଥାଏ ଓ ଭଉଣୀକୁ ସୁରକ୍ଷା ଦେବାକୁ ଭାଇ ପ୍ରତିଶ୍ରୁତି ଦିଏ। ଆମ ସଂସ୍କୃତି ଓ ପରମ୍ପରାର ବାର୍ତ୍ତା ବହନ କରିଥାଏ ଏହି ରାଖୀ। କେବଳ ଭାଇ ଭଉଣୀ ନୁହେଁ ଅନେକଙ୍କୁ ସମ୍ପର୍କର ସୂତାଖିଅ ମାଧ୍ୟମରେ ଯୋଡ଼ିିଥାଏ ରାଖୀ। ରାଖୀପୂର୍ଣ୍ଣିମା ଅଳ୍ପ କିଛି ଦିନ ବାକି ଥିବାବେଳେ କଟକ ସହରରେ ଏବେଠୁ ଜମିଲାଣି ରାଖୀ ବେପାର। ଚୌଧୁରୀ ବଜାର, ବକ୍ସି ବଜାର, ରାଣୀହାଟ, ଦୋଳମୁଣ୍ଡାଇ, କଲେଜ ଛକ ଆଦି ସହରର ବିଭିନ୍ନ ସ୍ଥାନରେ ଖୋଲିଛି ରାଖୀର ପସରା। ଭଳିକିଭଳି ବିିଭିନ୍ନ ଡିଜାଇନର ରାଖୀ କିଣିବାକୁ ଗ୍ରାହକଙ୍କ ଭିଡ଼ ମଧ୍ୟ ଲାଗୁଛି। ଚଳିତବର୍ଷ ବଜାରରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଭେରାଇଟିର ରାଖୀ ମିଳୁଛି। ନାମ ଯେମିତି ଦାମ୍‌ ବି ସେମିତି। ବ୍ୟବସାୟୀମାନେ ମଧ୍ୟ ଗ୍ରାହକମାନଙ୍କ ମନ ଜିଣିବା ଭଳି ରାଖୀ ଆଣି ଷ୍ଟଲ୍‌ରେ ସଜାଇଛନ୍ତି।
ଚଳିତବର୍ଷ ଷ୍ଟୋନ ରାଖୀ ସମସ୍ତଙ୍କ ଦୃଷ୍ଟିର କେନ୍ଦ୍ରବିନ୍ଦୁ ପାଲଟିଛି। କଲେଜ ଛାତ୍ରୀ, ମହିଳା ଓ ଯୁବତୀମାନଙ୍କର ପ୍ରଥମ ପସନ୍ଦ ଷ୍ଟୋନ ରାଖୀ ବୋଲି ବ୍ୟବସାୟୀ ମତ ଦେଇଛନ୍ତି। କଟକକୁ ସାଧାରଣତଃ କୋଲକାତା, ଦିଲ୍ଲୀ ଓ ଜଟଣୀରୁ ରାଖୀ ଆସିଥାଏ। ସିଲଭର ସିଟି ଭାବେ ପରିଚିତ କଟକରେ ରୁପା ରାଖୀର ଚାହିଦା ବେଶ୍‌ ଅଧିକ ରହିଛି। ଛୋଟ ପିଲାଙ୍କର ଟେଡି ବିୟର, ମୋଟୁ ପତଲୁ ଓ ପୋକମ୍ୟାନ ରାଖୀ ମଧ୍ୟ ବିକ୍ରି ହେଉଛି। ସେହିପରି ରେଶମ ରାଖୀ ସହ ବୁଟି ରାଖୀ, ମାଳି ରାଖୀ ମଧ୍ୟ ଉପଲବ୍ଧ ରହିଛି। ସର୍ବନିମ୍ନ ୨ଟଙ୍କାରୁ ଆରମ୍ଭ କରି ସର୍ବାଧିକ ୫୦୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ରାଖୀ ମିଳୁଛି। କେବଳ କଟକ ସହର ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରୁ ବ୍ୟବସାୟୀ ଏଠାକୁ ଆସି ରାଖୀ କ୍ରୟ କରୁଥିବା ଦେଖିବାକୁ ମିଳିଛି। ଚୌଧୁରୀ ବଜାର ରାଖୀ ବ୍ୟବସାୟର ପେଣ୍ଠ ହୋଇଥିବାରୁ ଏଠାରେ ବେପାର ବେଶ୍‌ ଜମିବାରେ ଲାଗିଛି।


All Right Reserved By Dharitri.Com

ୟୁନିଟ୍‌-୧ ମାର୍କେଟରୁ ଯୁବକଙ୍କୁ ଅପହରଣ: ୧୫ ଦିନ ପରେ ବି ଅମରଙ୍କର ମିଳୁନି ପତ୍ତା

ଭୁବନେଶ୍ୱର,୧୫।୯(ବ୍ୟୁରୋ): କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ୍‌-୧ ମାର୍କେଟରୁ ଜଣେ ଯୁବକ ସନ୍ଦେହଜନକ ଭାବେ ନିଖୋଜ ହୋଇଯାଇଛନ୍ତି। ଯୁବକ ଜଣକ ପେଟ୍ରୋଲ ଟାଙ୍କି ନିକଟରେ ବାଇକ ପାର୍କିଂ...

ମାର୍ଚ୍ଚ ୩୧ ସୁଦ୍ଧା ନିଲାମ ହେବ ୨୦ ଖଣି

ଭୁବନେଶ୍ୱର/ଯୋଡ଼ା,୩।୧୨(ବ୍ୟୁରୋ/ଡି.ଏନ୍‌.ଏ. ): ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଲିଜ୍‌ ଅବଧି ଶେଷ ହେଉଥିବା ୨୦ ଖଣିର ପୁନଃ ଟେଣ୍ଡର କରାଯିବ। ଏ ନେଇ ଖଣି ଓ...

ଜେଡି ବାର୍ଷିକ ଡିଜାଇନ୍‌ ପୁରସ୍କାର-୨୦୧୯: ପୋଷାକରେ ସଂସ୍କୃତିର ଫ୍ୟୁଜନ୍‌

ଭୁବନେଶ୍ୱର,୭।୭(ବ୍ୟୁରୋ): ଫ୍ୟାଶନର କୌଣସି ପରିସୀମା ନାହିଁ। ଏହା ସର୍ବଦା ପରିବର୍ତ୍ତନଧର୍ମୀ। ଦେଶ, ରାଷ୍ଟ୍ରର ପ୍ରତିବନ୍ଧକ ନ ମାନି ଏହା ସବୁବେଳେ କିଛି ନୂଆ ରୂପ ଓ...

ଥାନାରେ ନିର୍ଦ୍ଦୋଷ ଅଟୋ ଚାଳକଙ୍କୁ ମାଡ଼

କଟକ ଅଫିସ,୩୧ା୧୦: ରାଜଧାନୀର ନନ୍ଦନକାନନ ଥାନାରେ ଜଣେ ନିର୍ଦ୍ଦୋଷ ଅଟୋ ଚାଳକଙ୍କୁ ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଛି। ୧୪ ଘଣ୍ଟାର ଅଟକ ପରେ କୌଣସି...

କନିଷ୍ଠ ପ୍ରଶାସନରେ ସାମାନ୍ୟ ଅଦଳବଦଳ

ଭୁବନେଶ୍ୱର,୬-୯(ବ୍ୟୁରୋ):ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ସାମାନ୍ୟ ଅଦଳବଦଳ କରିଛନ୍ତି। ଶିଳ୍ପ ବିଭାଗ ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକଙ୍କୁ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେଶନ୍‌ ସେଣ୍ଟର...

ସୁଦର୍ଶନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କଲେ ମନ୍ତ୍ରୀ

ଭୁବନେଶ୍ୱର,୧।୮(ବ୍ୟୁରୋ): ଆମେରିକାର ବୋଷ୍ଟନ୍‌ ସହରରେ ଗତ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବରେ ଭାଗନେଇ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ...

ବିଲ୍‌ଡରଙ୍କ କାମ କରୁଛନ୍ତି ଆର୍‌ଆଇ

ଭୁବନେଶ୍ୱର,୨୮।୬(ବ୍ୟୁରୋ) : ରାଜ୍ୟରେ ଅମିନ ଓ ଆର୍‌ଆଇ ମରୁଡ଼ି ପଡ଼ିଛି। ଆର୍‌ଆଇ ସର୍କଲରେ ଅମିନ ନାହାନ୍ତି। ଜମିବାଡ଼ି ମପାଚୁପା କାର୍ଯ୍ୟ ହୋଇପାରୁ ନାହିଁ। ଭୁବନେଶ୍ୱରରେ ଆର୍‌ଆଇ...

ବିଳମ୍ବ ହେଉଛି ଓସା ନିର୍ବାଚନ

ଭୁବନେଶ୍ୱର,୨୬ା୮(ବ୍ୟୁରୋ) : ସଚିବାଳୟ ସେବା ସଂଘ(ଓସା) ପକ୍ଷରୁ ପ୍ରତି ଦୁଇବର୍ଷରେ ଥରେ ନିର୍ବାଚନ ହୋଇଥାଏ। ୨୦୧୭ରେ ନିର୍ବାଚିତ ହୋଇଥିବା ପ୍ରତିନିଧିଙ୍କ କାର୍ଯ୍ୟକାଳ ଗତ ଜୁନ୍‌ରୁ ସମାପ୍ତ...

Leave a comment

Your email address will not be published. Required fields are marked *