ଖତ ଖାଉଛି ୫୦ ସିଟିବସ୍‌, ଆଖିବୁଜି ବସିଛି ସିଏମ୍‌ସି

କଟକ ଅଫିସ,୨।୮: ସହରବାସୀଙ୍କ ଉତ୍ତମ ଯାତାୟାତ ପାଇଁ ଆରମ୍ଭ ହୋଇଥିଲା ସିଟିବସ୍‌ ସେବା। ମାତ୍ର କଟକ ମହାନଗର ନିଗମ (ସିଏମ୍‌ସି)ର ଆନ୍ତରିକତା ଅଭାବ ଯୋଗୁ ବିକାଶ ଭବନ ପରିସରରେ ଖତ ଖାଉଛି ୫୦ଟି ସିଟିବସ୍‌। ଗୋଟିଏ ପଟେ ସହରବାସୀ ସିଟିବସ୍‌ ସେବାରୁ ବଞ୍ଚିତ ହୋଇଥିବାବେଳେ ଅନ୍ୟପଟରେ ସରକାରଙ୍କ କୋଟିକୋଟି ଟଙ୍କା ନଷ୍ଟ ହେବାକୁ ବସିଛି। ଏହି ଯୋଜନା ସମ୍ପର୍କରେ ସିଏମ୍‌ସି ଅବଗତ ଥାଇ ମଧ୍ୟ ଆଖି ବୁଜି ବସିଛି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି।
କଟକ ସହର ଓ ଆଖପାଖ ଅଞ୍ଚଳକୁ ଯାତାୟତ ପାଇଁ ସିଏମ୍‌ସି ପକ୍ଷରୁ ବସ୍‌ ସେବା ଯୋଜନା କରାଯାଇଥିଲା। କଟକ ଅର୍ବାନ ଟ୍ରାନ୍ସପୋର୍ଟ ସର୍ଭିସ୍‌ ଲିମିଟେଡ୍‌ (ସିୟୁଟିଏସ୍‌ଏଲ୍‌) ଏବଂ ସାହାରା ରୋଡୱେଜ ମଧ୍ୟରେ ଏ ନେଇ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ୨୦୧୬ ଏପ୍ରିଲ୍‌ ୧୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବସ୍‌ ସେବାକୁ ଉଦ୍‌ଘାଟନ କରିଥିଲେ। କଟକ ସହର ସମେତ ଆଖପାଖ ୧୦ଟି ଅଞ୍ଚଳକୁ ଏହି ସେବା ଦ୍ୱାରା ଯୋଡ଼ିବାକୁ ଉଦ୍ୟମ ହୋଇଥିଲା। ଚୌଦ୍ୱାର, ବାଙ୍କୀ, ମଙ୍ଗୁଳି, ଗୋପାଳପୁର, ନୂଆପଡା, ବିଜୁପଟ୍ଟନାୟକ ଛକ, ବିଡାନାସୀ, ତ୍ରିସୂଳିଆ, ଜଗତ୍‌ପୁର ଆଦି ଅଞ୍ଚଳକୁ ବସ୍‌ ସେବା ଉପଲବ୍ଧ କରାଯାଇଥିଲା। କେତେକ ଅଞ୍ଚଳକୁ ବସ ସେବା ଆରମ୍ଭ ହୋଇଥିବାବେଳେ ଆଉ କେତେକ ଅଞ୍ଚଳକୁ କିଛିମାସ ଚାଲିବା ପରେ ବସ୍‌ସେବା ଠପ୍‌ ହୋଇଯାଇଥିଲା। କେତେକ କାରଣ ଯୋଗୁ ବସ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବିଶେଷକରି ସିଟିବସ ଭଡା ବୃଦ୍ଧି, ବସ୍‌ ଚଳାଚଳ ପାଇଁ ସମୟ ନିର୍ଘଣ୍ଟ ଠିକ୍‌ ନ ରହିବା ଓ ବସ୍‌ରେ ଯାତ୍ରୀ ସଂଖ୍ୟା କମୁଥିବାରୁ ଚଳାଚଳା ବାଧାପୟାପ୍ତ ହେଉଥିବା ସହବାସୀ ଅଭିଯୋଗ କରିଛନ୍ତି।
୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ସିଟିବସ ଚଳାଚଳ କରୁ ନ ଥିବାରୁ ଏବେ ସେଗୁଡିକ ନଷ୍ଟ ହେବାକୁ ବସିଛି। ଦୀର୍ଘଦିନ ଧରି ଗୋଟିଏ ସ୍ଥାନରେ ଛିଡ଼ା ହୋଇ ରହିଥିବାରୁ ଏଗୁଡ଼ିକର ଟାୟାର ଓ ସିଟ୍‌ ନଷ୍ଟ ହେଲାଣି। ଏଥିସହ ବସ୍‌ରେ କଳଙ୍କି ଲାଗି ନଷ୍ଟ ହେବାକୁ ବସିଲାଣି। ଏହି ସମୟ ମଧ୍ୟରେ ସିଏମ୍‌ସିରେ ୪ଜଣ କମିଶନର ଦାୟିତ୍ୱ ନେଇ ବଦଳି ହୋଇ ଗଲେଣି। କିନ୍ତୁ କେହିବି ବସ୍‌ ସେବା ଯୋଜନା ସମ୍ପର୍କରେ ମୁଣ୍ଡ ଖେଳାଇ ନ ଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ସିଏମ୍‌ସି କମିଶନର ଅନନ୍ୟା ଦାସ କହିଛନ୍ତି, ବସ୍‌ଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି। ଏ ନେଇ ଖୁବ୍‌ଶୀଘ୍ର ଏକ ବୈଠକ ଡାକି ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଅନ୍ୟପକ୍ଷରେ ଆଡଭୋକେଟ ରାଜୀବ ପଟ୍ଟନାୟକ କହିଛନ୍ତି, ଯଦି ବସ୍‌ଗୁଡ଼ିକ ମରାମତି ନ ହେଉଛି ତେବେ ସେଗୁଡ଼ିକ ବିକ୍ରି କରାଯିବା ଉଚିତ ହେବ।


All Right Reserved By Dharitri.Com

୨୧ରେ ପ୍ରକାଶ ପାଇବ ଯୁକ୍ତ ୨ କଳା, ବାଣିଜ୍ୟ ପରୀକ୍ଷାଫଳ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷାର ପରୀକ୍ଷାଫଳ ଆସନ୍ତା ୨୧ ତାରିଖରେ ପ୍ରକାଶ ପାଇବ।...

ରାଜ୍ୟ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ଦାୟିତ୍ୱ ନେଲେ ସୁଲୋଚନା

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ରାଜ୍ୟ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସୁଲୋଚନା ଦାସ। ବୁଧବାର ସକାଳେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସୁଲୋଚନା କାର୍ଯ୍ୟାଳୟରେ...

ସିଏମ୍‌ସି କମିଶନର ଭାବେ ଯୋଗଦେଲେ ଅନନ୍ୟା ଦାସ

କଟକ ଅଫିସ, ୨୪।୬: କଟକ ମହାନଗର ନିଗମ(ସିଏମ୍‌ସି)ର କମିଶନର ଭାବେ ଅନନ୍ୟା ଦାସ ସୋମବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସହରର ଉନ୍ନତିମୂଳକ କାର୍ଯ୍ୟପ୍ରତି ଗୁରୁତ୍ୱ ଦେବେ...

ଛେନାଝିଲ୍ଲି ପାଇଁ ଜିଆଇ ଟ୍ୟାଗ୍‌: ପ୍ରକ୍ରିୟା ଆରମ୍ଭ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୬।୯(ବ୍ୟୁରୋ): ଓଡ଼ିଶାର ରସଗୋଲାକୁ ଭୌଗୋଳିକ ସଙ୍କେତ ବା ଜିଓଗ୍ରାଫିକାଲ ଇଣ୍ଡିକେଶନ(ଜିଆଇ) ଟ୍ୟାଗ୍‌ ମିଳିବା ପରେ ଏବେ ନିମାପଡ଼ା ପ୍ରସିଦ୍ଧ ଛେନାଝିଲ୍ଲିକୁ ଜିଆଇ ଟ୍ୟାଗ୍‌ ପାଇଁ ଉଦ୍ୟମ...

ଶଙ୍କରାଚାର୍ଯ୍ୟଙ୍କୁ ଅସମ୍ମାନିତ କରିଛନ୍ତି ନରସିଂହ: ଭାଜପା; କୌଣସି ଅପମାନସୂଚକ କଥା କହିନାହିଁ: ନରସିଂହ

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ):  ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ସାଙ୍ଗିଆକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଯେଉଁ ପ୍ରଶ୍ନ ଉଠାଇଛନ୍ତି ତାହା...

ଆଜି ଆସୁଛନ୍ତି ଉପରାଷ୍ଟ୍ରପତି: ସୁରକ୍ଷା ଦାୟିତ୍ୱରେ ୧୫ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର (ବ୍ୟୁରୋ)/ କଟକ ଅଫିସ,୬।୧୦: ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡ଼ୁ ରବିବାର ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି। ସେ ପୂର୍ବାହ୍ନ ୧୦ଟା ୧୫ରେ ଏକ ସ୍ବତନ୍ତ୍ର...

କମିଶନରେଟ ପୋଲିସର ସ୍ବତନ୍ତ୍ର ଚଢ଼ାଉ; ୮ ଥାନା ଅଞ୍ଚଳର ୧୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର(ବ୍ୟୁରୋ)/କଟକରୋଡ/ବାରଙ୍ଗ(ଡି.ଏନ୍‌.ଏ.),୧୧।୭:  ରାଜଧାନୀରେ ଚୋରା ନିଶା କାରବାର ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଲୁଟପାଟ, ଛିନ୍‌ତାଇ ଘଟଣା ବଢି ଚାଲିବା ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି।...

ଇଏ ମୋ ବୃତ୍ତି: ଏ କାର୍ତ୍ତିକ-ପ୍ରଭାତୀଙ୍କ ‘ରୁଟି’

କଟକ ଅଫିସ,୧୨।୧୨: ପେଟ ପୋଷେ ପରିଶ୍ରମ। ଭିନ୍ନ ଭିନ୍ନ ପ୍ରକାର ପରିଶ୍ରମକୁ ନେଇ ମଣିଷ ଏହାର ନାଁ ଦେଇଛି ବୃତ୍ତି। କୁଟୁମ୍ବ ପୋଷିବା ପାଇଁ ମଣିଷ...

Leave a comment

Your email address will not be published. Required fields are marked *